Posted inଫୁରସତ

ଏହି ମନ୍ଦିରକୁ କାହିଁକି ଯାଆନ୍ତିନି ରାଜ ପରିବାରର ସଦସ୍ୟ: ଜାଣନ୍ତୁ ଏହା ପଛରେ କ’ଣ ରହିଛି ରହସ୍ୟ

କାଠମାଣ୍ଡୁ,୩୦।୬: ଭାରତ ଓ ନେପାଳ ମଧ୍ୟରେ ଗତ କିଛି ଦିନରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ ଏହି ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ କାହିଁ କେତେ କାଳରୁ ରହିଆସିଛି। ନେପାଳର ନାଗରିକମାନେ ଭାରତରେ ଥିବା ମନ୍ଦିରକୁ ଦର୍ଶନ ପାଇଁ ଆସିଥାନ୍ତି। ସେହିପରି ଭାରତର ନାଗରିକମାନେ ମଧ୍ୟ ନେପାଳରେ ଥିବା ମନ୍ଦିରକୁ ଦର୍ଶନ ପାଇଁ ଯାଇଥାନ୍ତି। ତେବେ ନେପାଳରେ ଥିବା ପ୍ରସିଦ୍ଧ ମନ୍ଦିରମାନଙ୍କ ଭିତରେ ଏଭଳି ଏକ ମନ୍ଦିର ରହିଛି, ଯେଉଁଠାରେ ସାଧାରଣ ଲୋକ ଯାଇପାରିବେ କିନ୍ତୁ ନେପାଳର ରାଜପରିବାର ସେଠାକୁ ଯାଇପାରିବେ ନାହିଁ। ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ କଥାଟି ସତ। କାଠମାଣ୍ଡୁରୁ ୮କିଲୋମିଟର ଦୂର ଶିବପୁରୀ ପାହାଡର ପାଦଦେଶରେ ରହିଛି ଭଗବାନ ବିଷ୍ଣୁଙ୍କ ମନ୍ଦିର। ଏହି ମନ୍ଦିରର ନାମ ହେଉଛି ବୁଦ୍ଧାନିକଣ୍ଠା।

ବୁଦ୍ଧାନିକଣ୍ଠାରେ ଭଗବାନଙ୍କ ବିଷ୍ଣୁଙ୍କ ଶୟନ ଅବସ୍ଥାରେ ପ୍ରତିମୂର୍ତ୍ତି ରହିଛି। ଏକ ପୋଖରୀରେ ପାଣି ଭିତରେ ବିଷ୍ଣୁ ଶୟନ ଅବସ୍ଥାରେ ଥିବା ବେଳେ ତାଙ୍କ ମୁଣ୍ଡରେ ୧୧ଟି ନାଗ ସାପ ବିରାଜମାନ କରିଛନ୍ତି। ଏହି ମୂର୍ତ୍ତିର ଲମ୍ବ ହେଉଛି ପ୍ରାୟ ୫ମିଟର। ଜଣେ କୃଷକ କାମ କରୁଥିବା ବେଳେ ଏହି ମୂର୍ତ୍ତିକୁ ପାଇଥିଲେ ବୋଲି କୁହାଯାଏ। ତେବେ ଏହି ମନ୍ଦିରକୁ ନେଇ କେତେକ ପୁରୁଣା କାହାଣୀ ରହିଛି। ସେଥିମଧ୍ୟରୁ ଗୋଟିଏ ରାଜପରିବାର ସହ ଜଡିତ ରହିଛି। କୁହାଯାଏ ଉକ୍ତ ମନ୍ଦିର ରାଜ ପରିବାରର ଲୋକଙ୍କ ପାଇଁ ଅଭିଶପ୍ତ। ଅଭିଶାପ ଭୟରେ ରାଜପରିବାରର ଲୋକେ ଏଠାକୁ ଆସନ୍ତି ନାହିଁ। କୁହାଯାଏ, ରାଜ ପରିବାରଙ୍କୁ ଏକ ଅଭିଶାପ ମିଳିଥିଲା। ଏହି ଅଭିଶାପ ଅନୁସାରେ ରାଜ ପରିବାରର କୌଣସି ସଦସ୍ୟ ମନ୍ଦିରରେ ସ୍ଥାପିତ ହୋଇଥିବା ମୂର୍ତ୍ତିର ଦର୍ଶନ କରନ୍ତି, ତେବେ ତାଙ୍କର ମୃତ୍ୟୁ ହୋଇଯିବ। ଏଥିଯୋଗୁ ରାଜପରିବାରର ଲୋକମାନେ କୌଣସି ମନ୍ଦିରରେ ସ୍ଥାପିତ ହୋଇଥିବା ମୂର୍ତ୍ତିଙ୍କ ପୂଜାର୍ଚ୍ଚନା କରନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri