କାହିଁକି ସଲ୍‌ମାନଙ୍କ ଫାର୍ମ ହାଉସ୍‌ ଛାଡିଲେ ଜ୍ୟାକଲିନ

ମୁମ୍ବାଇ: କରୋନା ଲକ୍‌ଡାଉନ ଆରମ୍ଭ ହେବା ପରଠାରୁ ବଲିଉଡ୍‌ ଦବଙ୍ଗ ସଲମାନ ଖାଁଙ୍କ ନିଜ ପରିବାରଙ୍କ ସହ ପନଓ୍ବେଲ ସ୍ଥିତ ଫାର୍ମ ହାଉସ୍‌ରେ ରହି ସମୟ ବିତାଉଛନ୍ତି। ତାଙ୍କ ସହ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜ୍‌ ମଧ୍ୟ ରହିଆସୁଥିଲେ। କିନ୍ତୁ ଏବେ ଶୁଣିବାକୁ ମିଳୁଛି, ଜ୍ୟାକଲିନ ସଲମାନଙ୍କ ଫାର୍ମ ହାଉସ୍‌ ଛାଡିଦେଇଛନ୍ତି। ଆଉ ଏବେ ସେଠାରେ ସେ ରହୁନାହାନ୍ତି। ଜାଣିଛନ୍ତି କି ସେ ଏଭଳି କାହିଁକି କଲେ। ତାଙ୍କର ଏଭଳି କରିବା ପଛରେ ଏକ କାରଣ ରହିଛି। ସୂଚନା ମୁତାବକ ଜ୍ୟାକଲିନଙ୍କ ଜଣେ ନିକଟତର ସାଙ୍ଗ ମାନସିକ ବିସାଦଗ୍ରସ୍ତ ଥିବା ବେଳେ ସେ ମୁମ୍ବାଇରେ ଏକୁଟିଆ ରହୁଛନ୍ତି। ତେଣୁ ଏହି ସମୟରେ ସେ ନିଜ ସାଙ୍ଗକୁ ମାନସିକ ସ୍ତରରେ ସହଯୋଗ କରିବା ଲାଗି ଏବଂ ତାଙ୍କ ସହ ରହିବାକୁ ଜ୍ୟାକଲିନ ମୁମ୍ବାଇ ଚାଲିଆସିଛନ୍ତି ବୋଲି ଜଣାପଡ଼ିଛି। କରୋନା ଯୋଗୁ ମହାରାଷ୍ଟ୍ର ସରକାର ଲକ୍‌ଡାଉନ ଅବଧିକୁ ଜୁଲାଇ ୩୧କ ଯାଏଁ ବୃଦ୍ଧି କରିଛନ୍ତି। ଏଭଳି ସ୍ଥିତିରେ ସେ ବାହାରକୁ ବୁଲିବାକୁ ଯାଇପାରୁ ନ ଥିବା ବେଳେ ଘରେ ଏକୁଟିଆ ରହି କାଳେ ଆହୁରି ମାନସିକ ଅବସାଦକୁ ଚାଲିଯିବେ ସେଥିପାଇଁ ଜ୍ୟାକଲିନ ପନଓ୍ବେଲ ଛାଡି ଏଠାକୁ ପଳାଇ ଆସିଛନ୍ତି।


All Right Reserved By Dharitri.Com

ଜାଣିଥିଲି କେବଳ ମୋଦି ହିଁ ଏଭଳି ନିଷ୍ପତ୍ତି ନେଇପାରିବେ: କଙ୍ଗନା

ଜମ୍ମୁ-କଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରେ ବଲିଉଡରେ ଖୁସିର ଲହରୀ ଖେଳିଯାଇଛି। କେତେକ କଳାକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଲାମ କରିଛନ୍ତି। ଏହି କ୍ରମରେ ସାମିଲ...

୧୦ ବର୍ଷ ହେବ ହାତ ଧୋଇ ନାହାନ୍ତି ଏହି ସେଲିବ୍ରିଟି

ଓ୍ବାଶିଂଟନ: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପି ସାରିଲାଣି କହିଲେ ଚଳେ। ଏହାଠାରୁ ଦୂରେଇ ରହିବା ପାଇଁ ସବୁ ଦେଶର...

ବ ଲି ଉ ଡ୍‌ ହା ଲ ଚା ଲ

*ନୂଆ ସିନେମା ‘ସତ୍ତେ ପେ ସତ୍ତା’ରେ ଅନୁଷ୍କା ଶର୍ମା ଜଣେ ଶିକ୍ଷୟିତ୍ରୀ ଭୂମିକାରେ ଅଭିନୟ କରିବେ। *‘ବଣ୍ଟି ଔର ବବଲି’ ସିକୁଏଲ୍‌ କାଷ୍ଟିଂରୁ ଅଭିଷେକ ବଚ୍ଚନ...

୩୦ ବର୍ଷରେ ଟାଇଗର ଶ୍ରଫ୍‌: ଦିଶା ପାଟନୀଙ୍କ ଭିଡ଼ିଓକୁ ଲାଇକ୍‌ କଲେ ୫ ଲକ୍ଷରୁ ଅଧିକ ୟୁଜର

ମୁମ୍ବାଇ: ବଲଉଡ୍‌ରେ ୬ ପ୍ୟାକ୍‌କୁ ନେଇ ଚର୍ଚ୍ଚାରେ ଥିବା ଅଭିନେତା ଟାଇଗର ଶ୍ରଫ୍‌ ସୋମବାର ୩୦ ବର୍ଷରେ ପାଦ ଦେଇଛନ୍ତି। ୧୯୯୦ ମାର୍ଚ୍ଚ ୨ରେ ସେ...

ବଲିଉଡ୍‌ ଫିଲ୍ମରେ ହୋଲିର ଝଲକ୍‌

ମୁମ୍ବାଇ: ବିଗତ ଦିନରେ ବଲିଉଡର କିଛି ଫିଲ୍ମରେ ହୋଲିର ଝଲକ ଦେଖିବାକୁ ମିଳିଥିଲା। ହୋଲି ଗୀତ ସହିତ ଅଭିନେତ୍ରୀ, ଅଭିନେତାଙ୍କ ଡ୍ୟାନ୍ସ ଦର୍ଶକଙ୍କ ଦୃଶ୍ୟପଟରେ ଆଜି...

ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୟକୁ ନେଇ ଏପରି କିଛି କହିଥିଲେ ଦୀପିକା ପାଦୁକୋନ୍‌

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଚଳଚ୍ଚିତ୍ର ଜଗତ ସହ ତାଙ୍କ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ପ୍ରଶଂସକମାନେ ସେମାନଙ୍କର ପୁରୁଣା ସ୍ମୃତି ସୋସିଆଲ ମିଡିଆରେ ଶେୟାର କରୁଛନ୍ତି...

ନୂଆ ଲୁକ୍‌ରେ ଆସୁଛନ୍ତି ଅମିର ଖାଁ

ବଲିଉଡ୍‌ର ମିଷ୍ଟର ପରଫେକ୍ଟନିଷ୍ଟ ଭାବେ ଜଣାଶୁଣା ଅମିର ଖାଁ ଅନେକ ଦିନ ପରେ ପୁଣି ପରଦାକୁ ଫେରୁଛନ୍ତି। ଲମ୍ବା ଚୁଟି, ଲମ୍ବା ଦାଢ଼ି ଓ ତା’ସହ...

ବିରାଟଙ୍କ ଏହି ଗୁଣ ମୋତେ ଆଶ୍ଚର୍ଯ୍ୟ କରିଛି: ଅନୁଷ୍କା

ଆଇସିସି ବିଶ୍ୱକପ୍‌ରେ ଭାରତ ସେମିଫାଇନାଲରୁ ବିଦାୟ ନେବା ପରେ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଏବେ ଖୁବ୍‌ ଆଲୋଚନା ଚାଲିଛି। ସାଥୀ ଖେଳାଳି ରୋହିତ ଶର୍ମାଙ୍କ...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *