ଦୀପିକା-ଯୁବରାଜଙ୍କ ମଧ୍ୟରେ କାହିଁକି ହୋଇଥିଲା ବ୍ରେକ୍‌ଅପ୍‌

କ୍ରିକେଟ ଏବଂ ବଲିଉଡ ମଧ୍ୟରେ ସର୍ବଦା ସମ୍ପର୍କ ରହିଆସିଛି। ଅଭିନେତ୍ରୀ ଏବଂ କ୍ରିକେଟ୍‌ରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସବୁବେଳେ ଲାଗି ରହିଥାଏ। ଅନେକ କଳାକାର କ୍ରିକେଟର୍‌ଙ୍କୁ ବିବାହ କରିଛନ୍ତି। ଏପରି ଅନେକ କଳାକାର ଅଛନ୍ତି ଯିଏ କି କ୍ରିକେଟ୍‌ରଙ୍କ ସହ ସମ୍ପର୍କରେ ଥିଲେ କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସେମାନଙ୍କର ବ୍ରେକ୍‌ଅପ୍‌ ହୋଇଯାଇଛି। ଏପରି ଏକ ଯୋଡି ହେଉଛନ୍ତି ଦୀପିକା ପାଦୁକୋନ ଏବଂ ଯୁବରାଜ ସିଂ। ଏହି ଦୁଇଜଣ ପରସ୍ପରକୁ ଖୁବ କମ ସମୟ ପାଇଁ ପରସ୍ପରକୁ ଡେଟ କରିଥିଲେ। ଯୁବରାଜ ସିଂ ଏବଂ ଦୀପିକା ପାଦୁକୋନ ପ୍ରଥମେ ୨୦୦୭ ଟି -୨୦ ବିଶ୍ୱକପ ପରେ ସାକ୍ଷାତ ହୋଇଥିଲେ। ପ୍ରଥମ ସାକ୍ଷାତ ପରେ ଦୁହେଁ ଭଲ ବନ୍ଧୁ ହେଲେ। ଉଭୟ ପ୍ରାୟତଃ ଡେଟରେ ଯାଉଥିବାର ଦେଖାଯାଉଥିଲା। ଦୀପିକା ପାଦୁକୋନ ପ୍ରେମିକ ଯୁବରାଜ ସିଂଙ୍କ ପାଇଁ ଏକ ବଡ଼ ପାର୍ଟିର ଆୟୋଜନ କରିଥିଲେ। ଅନେକ ଗୁଜବ ଥିଲା ଯେ ଦୀପିକା ଯୁବରାଜ ସିଂଙ୍କ ସ୍ବଭାବ ଦେଖି ତାଙ୍କ ସହ ସମ୍ପର୍କ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ। ତେବେ କିଛି ସମୟ ପରେ ଯୁବରାଜ ସିଂ ଏକ ସାକ୍ଷାତକାରରେ ଦୀପିକା ପାଦୁକୋନଙ୍କ ସହ ତାଙ୍କର ବ୍ରେକଅପ ବିଷୟରେ କହିଥିଲେ। ସେ କହିଥିଲେ ଯେ, ଆମେ ପରସ୍ପରକୁ ପସନ୍ଦ କରୁଥିଲୁ ଏବଂ ଅଧିକ ଜାଣିବାକୁ ଚାହୁଁଥିଲୁ। କିନ୍ତୁ ଆମେ ପରସ୍ପରକୁ ଜାଣିବା ପାଇଁ ସମୟ ବିତାଇ ନାହୁଁ। ବ୍ରେକ୍‌ଅପ୍‌ ପରେ ପରେ ସେ ଆଗକୁ ବଢିଥିଲେ। ଯୁବରାଜ ସିଂଙ୍କ ସହ ବ୍ରେକଅପ ହେବା ପରେ ଦୀପିକା ପାଦୁକୋନ ଆଗକୁ ବଢିିଥିଲେ ଏବଂ ସେହି ସମୟରେ ରଣବୀର କପୁରଙ୍କ ସହ ସମ୍ପର୍କ ଥିବା ନେଇ ଗୁଜବ ପ୍ରଚାରିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?