ରାସ୍ତାକୁ ଯିଏ ଆସିଲା ସିଏ ଫସିଲା

ଭୁବନେଶ୍ୱର,୨୮।୧୧(ବ୍ୟୁରୋ)ସକାଳୁ ସକାଳୁ ସହରର ସାଧାରଣ ଜୀବନଯାତ୍ରା ସ୍ବାଭାବିକ ଥିଲା। ହେଲେ ୧୦ଟା ପରେ ରାଜଧାନୀର ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଥିଲା। ଚାରିପଟୁ ରାଜଧାନୀକୁ ପ୍ରବେଶ କରିଥିଲା ମାଳମାଳ ଗାଡି। ଯେଉଁଆଡେ ଦେଖିବ ବ୍ୟାନର ଲଗାହୋଇଥିବା ବସ୍‌, ବୋଲେରୋ, କାର୍‌। ଅଧିକାଂଶ ଗାଡ଼ିଥିଲା ଶିକ୍ଷକମାନଙ୍କର। ୩ଦଫା ଦାବି ନେଇ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ରବିବାର ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବଡ଼ଧରଣର ସମାବେଶର ଆୟୋଜନ କରାଯାଇଥିଲା। ଏହି ସମାବେଶରେ ଯୋଗଦେବାକୁ ସାରା ଓଡ଼ିଶାରୁ ପ୍ରାଥମିକ ଶିକ୍ଷକମାନେ ଆସିଥିଲେ। ରସୁଲଗଡ଼, ବାଣୀବିହାର, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, କଳ୍ପନା, ଖଣ୍ଡଗିରି ପଟୁ ବିଭିନ୍ନ ବାଟ ଦେଇ ଲୋୟର ପିଏମ୍‌ଜିକୁ ଆସିଥିଲେ। ସେମାନଙ୍କ ସଂଖ୍ୟା ଏତେ ଅଧିକ ଥିଲା ଯେ, ଛୁଟିଦିନ ସତ୍ତ୍ୱେ ରାସ୍ତାରେ ହଠାତ୍‌ ଅସମ୍ଭାଳ ଭିଡ଼ ଆରମ୍ଭ ହୋଇଥିଲା। ଦିନ ବଢ଼ିବା ସହ ଟ୍ରାଫିକ୍‌ ଜାମ୍‌ ଯୋଗୁ ଭୁବନେଶ୍ୱରର ରାସ୍ତାଘାଟ ଏକପ୍ରକାର ଅଚଳ ହୋଇପଡିଥିଲା। ରାସ୍ତାକୁ ଯିଏ ବାହାରିଥିଲେ ଜାମ୍‌ରେ ଫସିଥିଲେ। ମଧ୍ୟାହ୍ନରେ ସ୍ଥିତି ଟିକିଏ ସୁଧୁରିଥିବାବେଳେ ଅପରାହ୍ନରେ ପୁଣି ବିଗିଡି ଯାଇଥିଲା। ସବୁଠୁ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥିଲା ସ୍ମାର୍ଟ ଜନପଥ। ୧ କିମି ରାସ୍ତା ଅତିକ୍ରମ କରିବାକୁ ଘଣ୍ଟାଏରୁ ଅଧିକ ସମୟ ଲାଗିଥିଲା। ବିଶେଷକରି ମାଷ୍ଟରକ୍ୟାଣ୍ଟିନ ଦେଇ ଚଳାଚଳ କରୁଥିବା ମୋ ବସ୍‌ ଓ ଟାଉନ୍‌ ବସ୍‌ ଗଡ଼ି ପାରି ନ ଥିଲା। ଜାମ୍‌ ହଟାଇବାକୁ ପୋଲିସ ନାକେଦମ୍‌ ହୋଇଥିବାବେଳେ ଜନତା ନାନା ହଟହଟା ହୋଇଥିଲେ। ପୂର୍ବରୁ ଆନ୍ଦୋଳନକାରୀଙ୍କ ଗାଡି ପାର୍କିଂ ପାଇଁ କିଛି ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ କରାଯାଇଥିଲା। ହେଲେ ଢେର ଅଧିକ ଲୋକ ଆସିବାରୁ ଯିଏ ଜୁଆଡେ ପାରିଲେ ଗାଡ଼ି ଥୋଇଲେ। ଏପରିକି ରାସ୍ତା କଡରେ ମାଳମାଳ ଗାଡି ରହିବାରୁ ସବୁ ରାସ୍ତା ସଂକୁଚିତ ହୋଇପଡ଼ିଥିଲା। ଆପେଆପେ ଟ୍ରାଫିକ ଜାମ୍‌ ଜଟିଳ ସ୍ଥିତି ସୃଷ୍ଟି କରିଥିଲା। ସେହିପରି ଅନ୍ୟ ସଂଘ ଓ ସଙ୍ଗଠନ ପକ୍ଷରୁ ମଧ୍ୟ ସେଠାରେ ଆନ୍ଦୋଳନ ଚାଲିଥିବାରୁ ବିଭିନ୍ନ ଜିଲାରୁ ଲୋକଙ୍କ ଯିବାଆସିବା ଲାଗିରହିଛି। ବିଧାନସଭା ସରିବା ପର୍ଯ୍ୟନ୍ତ ଏପରି ସମସ୍ୟା ଲାଗି ରହିବା ସମ୍ଭାବନା ଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ରାଜଧାନୀବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ରୁ ୧୮ ଲକ୍ଷ ଟଙ୍କା ଜବତ, ଜଣେ ଅଟକ

ବ୍ରହ୍ମପୁର ଅଫିସ,୯ା୨: ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଗୁରୁବାର ଅପରାହ୍ନରେ ଯାନବାହନ ଯାଞ୍ଚ କରାଯାଉଥିଲା। ୧୬ ନମ୍ବର ଜାତୀୟ ରାଜପଥର ଲାଞ୍ଜିପଲ୍ଲୀ ଦେଇ ଭୁବନେଶ୍ୱର...

ଅଲୋଡା ଶିଶୁକନ୍ୟା: ଅନ୍ଧାର ରାତିରେ ଚାଳିଆରୁ ଉଦ୍ଧାର ହେଲା ନବଜାତକ

ସଜନାଗଡ଼, ୮।୮(ଡି.ଏନ.ଏ.)-ଶିଶୁ କନ୍ୟା ପ୍ରତି ଘୃଣା ଭାବ ପୋଷଣ ନ କରିବା ପାଇଁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ସଫଳ...

କ୍ୟୁଏସ୍‌ ଓ୍ବାର୍ଲ୍‌ଡ ର଼୍ୟାକିଙ୍ଗ୍‌ରେ କିଟ୍‌କୁ ଭାରତରେ ସର୍ବୋଚ୍ଚ ସ୍ଥାନ

ଭୁବନେଶ୍ୱର,୨୯।୪: କ୍ୟୁଏସ୍‌ ୱାର୍ଲ୍‌ଡ଼ ର଼୍ୟାଙ୍କିଙ୍ଗ୍‌ରେ କିଟ୍‌କୁ ସର୍ବୋଚ୍ଚ ସ୍ଥାନ ପ୍ରଦାନ କରାଯାଇଛି। ଏହି ର଼୍ୟାଙ୍କିଙ୍ଗ୍‌ ପ୍ରଦାନ କରାଯିବା ପରେ କିଟ୍‌ ବିଶ୍ୱବିଦ୍ୟାଳୟ ଭାରତର ପ୍ରଥମ ‘କ୍ୟୁଏସ...

୫ ବର୍ଷ ପରେ ଧରାପଡିଲେ କୁଖ୍ୟାତ ଅପରାଧୀ

ବାଲେଶ୍ୱର ଅଫିସ, ୧୮।୨: ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ପୋଲିସ ଦୁର୍ଦ୍ଦାନ୍ତ ଡକାୟତ ନବକିଶୋର ଦେଙ୍କୁ ବୁଧବାର ବିଳମ୍ବିତ ରାତିରେ ଗିରଫ କରିଛି। ତାଙ୍କ ନିକଟରୁ...

ରାଜଧାନୀରୁ ଆଜି ଆଉ ୩୧୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୭।୧୦(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୮୪ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୩୦...

ଯୁକ୍ତ୨ ପରୀକ୍ଷା କେନ୍ଦ୍ର ନିର୍ଣ୍ଣୟରେ ନିୟମ ଉଲ୍ଲଂଘନ

ବାରିପଦା ଅଫିସ,୨୪।୫ ମୟୂରଭଞ୍ଜ ଜିଲା ବାରିପଦା ସହରରେ ଥିବା ଏକ ଘରୋଇ କଲେଜର ପରୀକ୍ଷା କେନ୍ଦ୍ର ନିର୍ଣ୍ଣୟକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।...

ପଞ୍ଚାୟତ ନିର୍ବାଚନ ପ୍ରତି ଅନାଗ୍ରହ

ଯାଜପୁର ଅଫିସ,୨୮ା୧: ଯାଜପୁର ଜିଲାର ୨୩୫ ୱାର୍ଡ ସଭ୍ୟ ପଦବୀ ପାଇଁ କେହି ନାମାଙ୍କନପତ୍ର ଦାଖଲ କରିନାହାନ୍ତି। ଏହାବାଦ୍‌ ୧୫୧୧ ୱାର୍ଡମେମ୍ବର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।...

ଓଡ଼ିଶାରେ ୨ ନକଲି ବିଶ୍ୱ ବିଦ୍ୟାଳୟ

ଭୁବନେଶ୍ୱର, ୭।୧୦(ବ୍ୟୁରୋ)- ୟୁଜିସି ପକ୍ଷରୁ ବୁଧବାର ନକଲି ବିଶ୍ୱବିଦ୍ୟାଳୟର ତାଲିକା ପ୍ରକାଶ ପାଇଛି। ସମଗ୍ର ଦେଶରେ ସରକାରଙ୍କୁ ଭୂଆଁ ବୁଲାଇ ୨୪ଟି ‘ଆତ୍ମଘୋଷିତ’ ଓ ‘ଅଣସ୍ବୀକୃତ’...

Advertisement
Archives

Model This Week