ରାସ୍ତାକୁ ଯିଏ ଆସିଲା ସିଏ ଫସିଲା

ଭୁବନେଶ୍ୱର,୨୮।୧୧(ବ୍ୟୁରୋ)ସକାଳୁ ସକାଳୁ ସହରର ସାଧାରଣ ଜୀବନଯାତ୍ରା ସ୍ବାଭାବିକ ଥିଲା। ହେଲେ ୧୦ଟା ପରେ ରାଜଧାନୀର ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଥିଲା। ଚାରିପଟୁ ରାଜଧାନୀକୁ ପ୍ରବେଶ କରିଥିଲା ମାଳମାଳ ଗାଡି। ଯେଉଁଆଡେ ଦେଖିବ ବ୍ୟାନର ଲଗାହୋଇଥିବା ବସ୍‌, ବୋଲେରୋ, କାର୍‌। ଅଧିକାଂଶ ଗାଡ଼ିଥିଲା ଶିକ୍ଷକମାନଙ୍କର। ୩ଦଫା ଦାବି ନେଇ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ରବିବାର ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବଡ଼ଧରଣର ସମାବେଶର ଆୟୋଜନ କରାଯାଇଥିଲା। ଏହି ସମାବେଶରେ ଯୋଗଦେବାକୁ ସାରା ଓଡ଼ିଶାରୁ ପ୍ରାଥମିକ ଶିକ୍ଷକମାନେ ଆସିଥିଲେ। ରସୁଲଗଡ଼, ବାଣୀବିହାର, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, କଳ୍ପନା, ଖଣ୍ଡଗିରି ପଟୁ ବିଭିନ୍ନ ବାଟ ଦେଇ ଲୋୟର ପିଏମ୍‌ଜିକୁ ଆସିଥିଲେ। ସେମାନଙ୍କ ସଂଖ୍ୟା ଏତେ ଅଧିକ ଥିଲା ଯେ, ଛୁଟିଦିନ ସତ୍ତ୍ୱେ ରାସ୍ତାରେ ହଠାତ୍‌ ଅସମ୍ଭାଳ ଭିଡ଼ ଆରମ୍ଭ ହୋଇଥିଲା। ଦିନ ବଢ଼ିବା ସହ ଟ୍ରାଫିକ୍‌ ଜାମ୍‌ ଯୋଗୁ ଭୁବନେଶ୍ୱରର ରାସ୍ତାଘାଟ ଏକପ୍ରକାର ଅଚଳ ହୋଇପଡିଥିଲା। ରାସ୍ତାକୁ ଯିଏ ବାହାରିଥିଲେ ଜାମ୍‌ରେ ଫସିଥିଲେ। ମଧ୍ୟାହ୍ନରେ ସ୍ଥିତି ଟିକିଏ ସୁଧୁରିଥିବାବେଳେ ଅପରାହ୍ନରେ ପୁଣି ବିଗିଡି ଯାଇଥିଲା। ସବୁଠୁ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥିଲା ସ୍ମାର୍ଟ ଜନପଥ। ୧ କିମି ରାସ୍ତା ଅତିକ୍ରମ କରିବାକୁ ଘଣ୍ଟାଏରୁ ଅଧିକ ସମୟ ଲାଗିଥିଲା। ବିଶେଷକରି ମାଷ୍ଟରକ୍ୟାଣ୍ଟିନ ଦେଇ ଚଳାଚଳ କରୁଥିବା ମୋ ବସ୍‌ ଓ ଟାଉନ୍‌ ବସ୍‌ ଗଡ଼ି ପାରି ନ ଥିଲା। ଜାମ୍‌ ହଟାଇବାକୁ ପୋଲିସ ନାକେଦମ୍‌ ହୋଇଥିବାବେଳେ ଜନତା ନାନା ହଟହଟା ହୋଇଥିଲେ। ପୂର୍ବରୁ ଆନ୍ଦୋଳନକାରୀଙ୍କ ଗାଡି ପାର୍କିଂ ପାଇଁ କିଛି ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ କରାଯାଇଥିଲା। ହେଲେ ଢେର ଅଧିକ ଲୋକ ଆସିବାରୁ ଯିଏ ଜୁଆଡେ ପାରିଲେ ଗାଡ଼ି ଥୋଇଲେ। ଏପରିକି ରାସ୍ତା କଡରେ ମାଳମାଳ ଗାଡି ରହିବାରୁ ସବୁ ରାସ୍ତା ସଂକୁଚିତ ହୋଇପଡ଼ିଥିଲା। ଆପେଆପେ ଟ୍ରାଫିକ ଜାମ୍‌ ଜଟିଳ ସ୍ଥିତି ସୃଷ୍ଟି କରିଥିଲା। ସେହିପରି ଅନ୍ୟ ସଂଘ ଓ ସଙ୍ଗଠନ ପକ୍ଷରୁ ମଧ୍ୟ ସେଠାରେ ଆନ୍ଦୋଳନ ଚାଲିଥିବାରୁ ବିଭିନ୍ନ ଜିଲାରୁ ଲୋକଙ୍କ ଯିବାଆସିବା ଲାଗିରହିଛି। ବିଧାନସଭା ସରିବା ପର୍ଯ୍ୟନ୍ତ ଏପରି ସମସ୍ୟା ଲାଗି ରହିବା ସମ୍ଭାବନା ଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ରାଜଧାନୀବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri