୧୦୦ କୋଟି ଟଙ୍କା କିଏ ଦେବ

ଭୁବନେଶ୍ୱର,୨୬।୭(ବ୍ୟୁରୋ):ରାଜ୍ୟ ସରକାର ଘରୋଇ କମ୍ପାନୀକୁ ୧୨୦ କୋଟି ଗଣିବେ। କମ୍ପାନୀର ବକେୟା ୨୦ କୋଟି ସହ ୨୦୦୪ରୁ ଆଜି ଯାଏ ୧୦୦ କୋଟି ଟଙ୍କା ପଇଠ କରିବେ। ତଳକୋର୍ଟରୁ ସର୍ବୋଚ୍ଚ ଅଦାଲତ ଯାଏ ସବୁଠି ସରକାରଙ୍କୁ ନିରାଶ ହେବାକୁ ପଡ଼ିଛି। ଟଙ୍କା ନ ଦେବାରୁ ପୂର୍ତ୍ତ ବିଭାଗର ସରକାରୀ ସମ୍ପତ୍ତିକୁ କୋର୍ଟ ନିର୍ଦ୍ଦେଶରେ ପୋଲିସ ସହାୟତାରେ ଏକ ଘରୋଇ କମ୍ପାନୀ ଜବତ କରିଛି। ବିଭାଗର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ସମସ୍ତ ଆସବାବପତ୍ର କମ୍ପାନୀ ନେଇଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଲଜ୍ଜାଜନକ। ସରକାରୀ ସମ୍ପତ୍ତି ଜବତ ହେଉଛି, ମାତ୍ର ମନ୍ତ୍ରୀ ଏ ବିଷୟରେ ଜାଣିନାହାନ୍ତି। ଏଭଳି ଅଭିଯୋଗ ଆଣି ବିଧାନସଭାରେ ବିରୋଧୀ ଶାସକ ମୁହଁାମୁହିଁ ହୋଇଛନ୍ତି। ଏମିତିକି ବିରୋଧୀଙ୍କ ହଙ୍ଗାମା ଯୋଗୁ ଓଳିଏ ଗୃହକାର୍ଯ୍ୟ ବରବାଦ୍‌ ହୋଇଯାଇଛି।
ଦ୍ୱାରା ପ୍ରଦତ୍ତ ‘ସରକାରୀ ସମ୍ପତ୍ତିିକୁ ଘରୋଇ କମ୍ପାନୀ ଜବତ କଲା’ ଶୀର୍ଷକ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗ୍ରହଣ କରି ନ ଥିଲେ। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଭାଜପା ଓ କଂଗ୍ରେସ ବିଧାନସଭାରେ ହଟ୍ଟଗୋଳ କରିଥିଲେ। ଫଳରେ ବିଧାନସଭାର ପ୍ରଶ୍ନକାଳ ବାଏଁ ବାଏଁ ଉଡ଼ିଯାଇଥିଲା। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ପ୍ରଶ୍ନକାଳ ବାତିଲ କରି ବାଚସ୍ପତି ଗୃହକୁ ୧୦.୩୩ ମିନିଟ୍‌ରୁ ୧୧ଟା ୩୦ ମିନିଟ୍‌ ଯାଏ ମୁଲତବୀ ଘୋଷଣା କରିଦେଇଥିଲେ।
୩୦ ମିନିଟ୍‌ରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ଭାଜପା ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପୁଣି ହଟ୍ଟଗୋଳ କରିଥିଲେ। ବାଚସ୍ପତି କହିଥିଲେ, ସୁପ୍ରିମ୍‌କୋର୍ଟରେ ଏ ପ୍ରସଙ୍ଗରେ ରିଭ୍ୟୁ ପିଟିଶନ ଦାଖଲ ହୋଇଥିବାରୁ ରୁଲ୍‌ ୬୦(vii) ଅନୁସାରେ ଏହା ଆଲୋଚନା ପରିସରଭୁକ୍ତ ହୋଇପାରିବ ନାହିଁ। ଏ ବିଷୟ ଏବେ କୋର୍ଟରେ ବିଚାରାଧୀନ ରହିଛି। ସେଥିପାଇଁ ଏହି ବିଷୟକୁ ଆଲୋଚନା ପାଇଁ ଅଣାଯାଉନାହିଁ। ବାଚସ୍ପତିଙ୍କ ଘୋଷଣାକୁ ଭାଜପା ସଦସ୍ୟମାନେ ଗ୍ରହଣ କରି ନ ଥିଲେ। ଭାଜପା ସଭ୍ୟ ଜୟ ନାରାୟଣ ମିଶ୍ର କହିଥିଲେ, ରାଜ୍ୟ ସରକାର ଯେଉଁ ରିଭ୍ୟୁ ପିଟିଶନ ଦାଖଲ କରିଛନ୍ତି ସୁପ୍ରିମ୍‌କୋର୍ଟ ତାହାକୁ ଗ୍ରହଣ କରିନାହାନ୍ତି। ତେବେ ଏହା କିପରି ସବ୍‌ଜୁଡିସ୍‌ ଅଛି ବୋଲି ପ୍ରଶ୍ନ କରିଥିଲେ। ବାଚସ୍ପତି କହିଥିଲେ, ଆମ ମାଟିର ଗର୍ବ ଯେ ଓଡ଼ିଆ ଝିଅ ଦେଶର ସର୍ବୋଚ୍ଚ ପଦରେ ଅଧିଷ୍ଠିତ ହୋଇଛନ୍ତି। ତାଙ୍କ ପାଇଁ ବିଧାନସଭାରେ ଏକ ସଙ୍କଳ୍ପ ପ୍ରସ୍ତାବ ଅଣାଯିବ। ଗୃହକାର୍ଯ୍ୟରେ ସହଯୋଗ କରନ୍ତୁ ବୋଲି ବିରୋଧୀ ସଦସ୍ୟମାନଙ୍କୁ ବାଚସ୍ପତି ଅନୁରୋଧ କରିଥିଲେ। ମାତ୍ର ବିରୋଧୀ ଦଳ ସଦସ୍ୟମାନେ ଏହାକୁ ଗ୍ରହଣ କରି ନ ଥିଲେ। କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା କହିଲେ, ଏହି ବିଷୟ ତଳ କୋର୍ଟରେ ଥିଲା, ହାଇକୋର୍ଟ ଗଲା। ହାଇକୋର୍ଟ ନିଷ୍ପତ୍ତିକୁ ସୁପ୍ରିମ୍‌କୋର୍ଟ କାଏମ ରଖିଲେ। ଏଠାରେ ରିଭ୍ୟୁ ପିଟିଶନ କଥା ଉଠିଲା କେଉଁଠି। ବିଜେଡି ସଭ୍ୟ ଅମର ଶତପଥୀ କହିଲେ, ହାଇକୋର୍ଟ ଅଗ୍ରାହ୍ୟ କରିବା ପରେ ମଧ୍ୟ ରିଭ୍ୟୁ ପିଟିଶନ ଦାଖଲ ବ୍ୟବସ୍ଥା ରହିଛି। ଏହାକୁ ସୁପ୍ରିମ୍‌କୋର୍ଟ ଅଗ୍ରାହ୍ୟ କରିନାହାନ୍ତି। ୨୦୨୨ ମାର୍ଚ୍ଚ ୧୦ରେ ରାଜ୍ୟ ସରକାର ରିଭ୍ୟୁ ପିଟିଶନ ଦାଖଲ କରିଛନ୍ତି। ସୁପ୍ରିମ୍‌କୋର୍ଟରେ ଏହା ୭୭୪୭ ନମ୍ବରରେ ଆଡ୍‌ମିଟ୍‌ ହୋଇଛି। ବିଷୟ କୋର୍ଟଙ୍କ ବିଚାରାଧୀନ ଥିବା ବେଳେ ଏ ସମ୍ପର୍କରେ ଆଲୋଚନା କରିବା ବିଧାନସଭା ନିୟମବିରୁଦ୍ଧ। ବିଜେଡି ସଭ୍ୟ ଭୂପିନ୍ଦର ସିଂ ମଧ୍ୟ ଅମରଙ୍କୁ ସମର୍ଥନ କଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି କହିଲେ ଏହା ଏକ ସ୍ପର୍ଶକାତର ପ୍ରସଙ୍ଗ। ୨୦୦୪ରୁ ଆର୍ବିଟ୍ରେଶନ ମାମଲାରୁ ଏହା ଗଡ଼ି ଗଡ଼ି ଯାଇଛି। ୨୦ କୋଟିରୁ ୧୨୦ କୋଟିରେ ପହଞ୍ଚତ୍ଲାଣି। ୧୦୦ କୋଟି ଟଙ୍କା କିଏ ଦେବ। ସରକାର ତାହାର ଜବାବ ଦେବା ଦରକାର। ପୂର୍ତ୍ତ ବିଭାଗ ମନ୍ତ୍ରୀ ଗଣମାଧ୍ୟମରେ କହୁଛନ୍ତି ଯେ ଏ ବିଷୟରେ ସେ ଜାଣିନାହାନ୍ତି। ଏହାଠାରୁ ଲଜ୍ଜାକର ବିଷୟ ଆଉ କ’ଣ ହୋଇପାରେ। ସୁପ୍ରିମ୍‌କୋର୍ଟ ଏହାକୁ ଗ୍ରହଣ କରିନାହାନ୍ତି। ଯଦି ଗ୍ରହଣ କରିଛନ୍ତି ମନ୍ତ୍ରୀ ଗୃହକୁ ଜଣାନ୍ତୁ। ଗରିବ ଲୋକଙ୍କ ଅର୍ଥକୁ ଏଭଳି ଭାବେ ସରକାରୀ ଅଧିକାରୀ ଘରୋଇ ସଂସ୍ଥାକୁ ଟେକିଦେବେ। ଅଧିକାରୀ ଦୋଷ କରିବେ ସରକାର ତଣ୍ଡ ଗଣିବେ। ସରକାର କାହିଁକି ସେ ଟଙ୍କା ଦେବେ। ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ସହ ଉକ୍ତ ଟଙ୍କା ତାଙ୍କଠାରୁ ଆଦାୟ କରିବାକୁ ମୋହନ ଦାବି କରିଛନ୍ତି। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି କହିଲେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଓ ନିନ୍ଦନୀୟ ଘଟଣା। ୨୦୦୪ରୁ ୨୦୨୧ ଭିତରେ ୨୦ କୋଟିଟା ୧୨୦ କୋଟି ହୋଇଗଲା। ଘରୋଇ କମ୍ପାନୀ ଦ୍ୱାରା ରାଜ୍ୟ ସରକାରଙ୍କ ନିର୍ମାଣ ବିଭାଗର ସମସ୍ତ ଗୁପ୍ତତଥ୍ୟ ଜବତ କରାଗଲା। ଯଦି ଏହା କୋର୍ଟରେ ବିଚାରାଧୀନ ରହିଛି ତେବେ ସରକାରୀ ସମ୍ପତ୍ତି ଜବତ ହେଲା କେମିତି। ସରକାର ଏହା କରିବାକୁ ଅନୁମତି ଦେଲେ କିପରି। ଗରିବ, ଖଟିଖିଆ ଲୋକଙ୍କ ପଇସାକୁ ଏମିତି ବରବାଦ୍‌ କରାଯିବ। ଯେଉଁ କମ୍ପାନୀ ଏହା କରିଛି ସରକାର ସେହି କମ୍ପାନୀକୁ ତୁରନ୍ତ କଳା ତାଲିକା(ବ୍ଲାକ୍‌ ଲିଷ୍ଟ )ଭୁକ୍ତ କରନ୍ତୁ। ଯେଉଁ ଅଫିସର ଏଥିପାଇଁ ଦାୟୀ ତାଙ୍କଠାରୁ ଏ ଟଙ୍କା ଆଦାୟ କରାଯାଉ।
ସଭ୍ୟ ସୁରେଶ କୁମାର ରାଉତରାୟ କହିଲେ, ରାଉରକେଲା ଓ ସମ୍ବଲପୁର ରାସ୍ତା ପାଇଁ ୨୦ କୋଟି ବଦଳରେ ଏଲ୍‌ଆଣ୍ଡଟିକୁ ୧୨୦ କୋଟି ସରକାର ଦେବେ। ଏହି ମାମଲା ଲଢୁଥିବା ଓକିଲ ଗଲେ କୁଆଡ଼େ। ସବୁ କୋର୍ଟରେ ହାରିଲ। ଏଲ୍‌ଆଣ୍ଡଟିକୁ ରାସ୍ତା, ଡ୍ରେନ୍‌, ଘର ସବୁ ଛାଡ଼ିଦେଇଛ। ଖାରବେଳ ଭବନ ଫାଟିଗଲାଣି। ୧୨୦ କୋଟି ଗରିବଙ୍କ ପଇସା। ତଦନ୍ତ କରି ଅଫିସରଙ୍କ ବିରୋଧରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଲେ, ଏହି ବିଷୟ କୋର୍ଟରେ ବିଚାରାଧୀନ ଥିବା ବେଳେ ଗୃହରେ ଆଲୋଚନା କରାଯାଇ ପାରିବନାହିଁ। ଏହାକୁ ନେଇ ଭାଜପା ଓ କଂଗ୍ରେସ ସଭ୍ୟମାନେ ଗୃହରେ ହଟ୍ଟଗୋଳ କଲେ। ସ୍ଲୋଗାନ ଓ ନାରାବାଜିରେ ବିଧାନସଭା ପ୍ରକମ୍ପିତ ହେଲା। ବାଚସ୍ପତି ବାଧ୍ୟହୋଇ ଗୃହକୁ ୧୧ଟା ୫୫ ମିନିଟ୍‌ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିଏଚ୍‌.ଡି. ପାଇଁ ଏନ୍‌ଇଟି ସ୍କୋର

ଭୁବନେଶ୍ୱର, ୨୯ା୩(ଅସମାପିକା ସାହୁ):ଏଣିକି ପିଏଚ୍‌.ଡି ପଢ଼ିବା ପାଇଁ ଜାତୀୟ ଯୋଗ୍ୟତା ପରୀକ୍ଷା ବା ଏନ୍‌ଇଟି ସ୍କୋର୍‌ ଆବଶ୍ୟକ ହେବ। ଆଶାୟୀ ଛାତ୍ରୀଛାତ୍ର ଏନ୍‌ଇଟି ପରୀକ୍ଷାରେ ରଖିଥିବା...

ଭାଜପା ଛାଡ଼ିଲେ ପ୍ରକାଶ ବେହେରା

ଭୁବନେଶ୍ୱର,୨୯ା୩: ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ଭାଜପା ଛାଡ଼ିଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ଭାଜପା...

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri