୧୦୦ କୋଟି ଟଙ୍କା କିଏ ଦେବ

ଭୁବନେଶ୍ୱର,୨୬।୭(ବ୍ୟୁରୋ):ରାଜ୍ୟ ସରକାର ଘରୋଇ କମ୍ପାନୀକୁ ୧୨୦ କୋଟି ଗଣିବେ। କମ୍ପାନୀର ବକେୟା ୨୦ କୋଟି ସହ ୨୦୦୪ରୁ ଆଜି ଯାଏ ୧୦୦ କୋଟି ଟଙ୍କା ପଇଠ କରିବେ। ତଳକୋର୍ଟରୁ ସର୍ବୋଚ୍ଚ ଅଦାଲତ ଯାଏ ସବୁଠି ସରକାରଙ୍କୁ ନିରାଶ ହେବାକୁ ପଡ଼ିଛି। ଟଙ୍କା ନ ଦେବାରୁ ପୂର୍ତ୍ତ ବିଭାଗର ସରକାରୀ ସମ୍ପତ୍ତିକୁ କୋର୍ଟ ନିର୍ଦ୍ଦେଶରେ ପୋଲିସ ସହାୟତାରେ ଏକ ଘରୋଇ କମ୍ପାନୀ ଜବତ କରିଛି। ବିଭାଗର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ସମସ୍ତ ଆସବାବପତ୍ର କମ୍ପାନୀ ନେଇଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଲଜ୍ଜାଜନକ। ସରକାରୀ ସମ୍ପତ୍ତି ଜବତ ହେଉଛି, ମାତ୍ର ମନ୍ତ୍ରୀ ଏ ବିଷୟରେ ଜାଣିନାହାନ୍ତି। ଏଭଳି ଅଭିଯୋଗ ଆଣି ବିଧାନସଭାରେ ବିରୋଧୀ ଶାସକ ମୁହଁାମୁହିଁ ହୋଇଛନ୍ତି। ଏମିତିକି ବିରୋଧୀଙ୍କ ହଙ୍ଗାମା ଯୋଗୁ ଓଳିଏ ଗୃହକାର୍ଯ୍ୟ ବରବାଦ୍‌ ହୋଇଯାଇଛି।
ଦ୍ୱାରା ପ୍ରଦତ୍ତ ‘ସରକାରୀ ସମ୍ପତ୍ତିିକୁ ଘରୋଇ କମ୍ପାନୀ ଜବତ କଲା’ ଶୀର୍ଷକ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗ୍ରହଣ କରି ନ ଥିଲେ। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଭାଜପା ଓ କଂଗ୍ରେସ ବିଧାନସଭାରେ ହଟ୍ଟଗୋଳ କରିଥିଲେ। ଫଳରେ ବିଧାନସଭାର ପ୍ରଶ୍ନକାଳ ବାଏଁ ବାଏଁ ଉଡ଼ିଯାଇଥିଲା। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ପ୍ରଶ୍ନକାଳ ବାତିଲ କରି ବାଚସ୍ପତି ଗୃହକୁ ୧୦.୩୩ ମିନିଟ୍‌ରୁ ୧୧ଟା ୩୦ ମିନିଟ୍‌ ଯାଏ ମୁଲତବୀ ଘୋଷଣା କରିଦେଇଥିଲେ।
୩୦ ମିନିଟ୍‌ରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ଭାଜପା ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପୁଣି ହଟ୍ଟଗୋଳ କରିଥିଲେ। ବାଚସ୍ପତି କହିଥିଲେ, ସୁପ୍ରିମ୍‌କୋର୍ଟରେ ଏ ପ୍ରସଙ୍ଗରେ ରିଭ୍ୟୁ ପିଟିଶନ ଦାଖଲ ହୋଇଥିବାରୁ ରୁଲ୍‌ ୬୦(vii) ଅନୁସାରେ ଏହା ଆଲୋଚନା ପରିସରଭୁକ୍ତ ହୋଇପାରିବ ନାହିଁ। ଏ ବିଷୟ ଏବେ କୋର୍ଟରେ ବିଚାରାଧୀନ ରହିଛି। ସେଥିପାଇଁ ଏହି ବିଷୟକୁ ଆଲୋଚନା ପାଇଁ ଅଣାଯାଉନାହିଁ। ବାଚସ୍ପତିଙ୍କ ଘୋଷଣାକୁ ଭାଜପା ସଦସ୍ୟମାନେ ଗ୍ରହଣ କରି ନ ଥିଲେ। ଭାଜପା ସଭ୍ୟ ଜୟ ନାରାୟଣ ମିଶ୍ର କହିଥିଲେ, ରାଜ୍ୟ ସରକାର ଯେଉଁ ରିଭ୍ୟୁ ପିଟିଶନ ଦାଖଲ କରିଛନ୍ତି ସୁପ୍ରିମ୍‌କୋର୍ଟ ତାହାକୁ ଗ୍ରହଣ କରିନାହାନ୍ତି। ତେବେ ଏହା କିପରି ସବ୍‌ଜୁଡିସ୍‌ ଅଛି ବୋଲି ପ୍ରଶ୍ନ କରିଥିଲେ। ବାଚସ୍ପତି କହିଥିଲେ, ଆମ ମାଟିର ଗର୍ବ ଯେ ଓଡ଼ିଆ ଝିଅ ଦେଶର ସର୍ବୋଚ୍ଚ ପଦରେ ଅଧିଷ୍ଠିତ ହୋଇଛନ୍ତି। ତାଙ୍କ ପାଇଁ ବିଧାନସଭାରେ ଏକ ସଙ୍କଳ୍ପ ପ୍ରସ୍ତାବ ଅଣାଯିବ। ଗୃହକାର୍ଯ୍ୟରେ ସହଯୋଗ କରନ୍ତୁ ବୋଲି ବିରୋଧୀ ସଦସ୍ୟମାନଙ୍କୁ ବାଚସ୍ପତି ଅନୁରୋଧ କରିଥିଲେ। ମାତ୍ର ବିରୋଧୀ ଦଳ ସଦସ୍ୟମାନେ ଏହାକୁ ଗ୍ରହଣ କରି ନ ଥିଲେ। କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା କହିଲେ, ଏହି ବିଷୟ ତଳ କୋର୍ଟରେ ଥିଲା, ହାଇକୋର୍ଟ ଗଲା। ହାଇକୋର୍ଟ ନିଷ୍ପତ୍ତିକୁ ସୁପ୍ରିମ୍‌କୋର୍ଟ କାଏମ ରଖିଲେ। ଏଠାରେ ରିଭ୍ୟୁ ପିଟିଶନ କଥା ଉଠିଲା କେଉଁଠି। ବିଜେଡି ସଭ୍ୟ ଅମର ଶତପଥୀ କହିଲେ, ହାଇକୋର୍ଟ ଅଗ୍ରାହ୍ୟ କରିବା ପରେ ମଧ୍ୟ ରିଭ୍ୟୁ ପିଟିଶନ ଦାଖଲ ବ୍ୟବସ୍ଥା ରହିଛି। ଏହାକୁ ସୁପ୍ରିମ୍‌କୋର୍ଟ ଅଗ୍ରାହ୍ୟ କରିନାହାନ୍ତି। ୨୦୨୨ ମାର୍ଚ୍ଚ ୧୦ରେ ରାଜ୍ୟ ସରକାର ରିଭ୍ୟୁ ପିଟିଶନ ଦାଖଲ କରିଛନ୍ତି। ସୁପ୍ରିମ୍‌କୋର୍ଟରେ ଏହା ୭୭୪୭ ନମ୍ବରରେ ଆଡ୍‌ମିଟ୍‌ ହୋଇଛି। ବିଷୟ କୋର୍ଟଙ୍କ ବିଚାରାଧୀନ ଥିବା ବେଳେ ଏ ସମ୍ପର୍କରେ ଆଲୋଚନା କରିବା ବିଧାନସଭା ନିୟମବିରୁଦ୍ଧ। ବିଜେଡି ସଭ୍ୟ ଭୂପିନ୍ଦର ସିଂ ମଧ୍ୟ ଅମରଙ୍କୁ ସମର୍ଥନ କଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି କହିଲେ ଏହା ଏକ ସ୍ପର୍ଶକାତର ପ୍ରସଙ୍ଗ। ୨୦୦୪ରୁ ଆର୍ବିଟ୍ରେଶନ ମାମଲାରୁ ଏହା ଗଡ଼ି ଗଡ଼ି ଯାଇଛି। ୨୦ କୋଟିରୁ ୧୨୦ କୋଟିରେ ପହଞ୍ଚତ୍ଲାଣି। ୧୦୦ କୋଟି ଟଙ୍କା କିଏ ଦେବ। ସରକାର ତାହାର ଜବାବ ଦେବା ଦରକାର। ପୂର୍ତ୍ତ ବିଭାଗ ମନ୍ତ୍ରୀ ଗଣମାଧ୍ୟମରେ କହୁଛନ୍ତି ଯେ ଏ ବିଷୟରେ ସେ ଜାଣିନାହାନ୍ତି। ଏହାଠାରୁ ଲଜ୍ଜାକର ବିଷୟ ଆଉ କ’ଣ ହୋଇପାରେ। ସୁପ୍ରିମ୍‌କୋର୍ଟ ଏହାକୁ ଗ୍ରହଣ କରିନାହାନ୍ତି। ଯଦି ଗ୍ରହଣ କରିଛନ୍ତି ମନ୍ତ୍ରୀ ଗୃହକୁ ଜଣାନ୍ତୁ। ଗରିବ ଲୋକଙ୍କ ଅର୍ଥକୁ ଏଭଳି ଭାବେ ସରକାରୀ ଅଧିକାରୀ ଘରୋଇ ସଂସ୍ଥାକୁ ଟେକିଦେବେ। ଅଧିକାରୀ ଦୋଷ କରିବେ ସରକାର ତଣ୍ଡ ଗଣିବେ। ସରକାର କାହିଁକି ସେ ଟଙ୍କା ଦେବେ। ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ସହ ଉକ୍ତ ଟଙ୍କା ତାଙ୍କଠାରୁ ଆଦାୟ କରିବାକୁ ମୋହନ ଦାବି କରିଛନ୍ତି। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି କହିଲେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଓ ନିନ୍ଦନୀୟ ଘଟଣା। ୨୦୦୪ରୁ ୨୦୨୧ ଭିତରେ ୨୦ କୋଟିଟା ୧୨୦ କୋଟି ହୋଇଗଲା। ଘରୋଇ କମ୍ପାନୀ ଦ୍ୱାରା ରାଜ୍ୟ ସରକାରଙ୍କ ନିର୍ମାଣ ବିଭାଗର ସମସ୍ତ ଗୁପ୍ତତଥ୍ୟ ଜବତ କରାଗଲା। ଯଦି ଏହା କୋର୍ଟରେ ବିଚାରାଧୀନ ରହିଛି ତେବେ ସରକାରୀ ସମ୍ପତ୍ତି ଜବତ ହେଲା କେମିତି। ସରକାର ଏହା କରିବାକୁ ଅନୁମତି ଦେଲେ କିପରି। ଗରିବ, ଖଟିଖିଆ ଲୋକଙ୍କ ପଇସାକୁ ଏମିତି ବରବାଦ୍‌ କରାଯିବ। ଯେଉଁ କମ୍ପାନୀ ଏହା କରିଛି ସରକାର ସେହି କମ୍ପାନୀକୁ ତୁରନ୍ତ କଳା ତାଲିକା(ବ୍ଲାକ୍‌ ଲିଷ୍ଟ )ଭୁକ୍ତ କରନ୍ତୁ। ଯେଉଁ ଅଫିସର ଏଥିପାଇଁ ଦାୟୀ ତାଙ୍କଠାରୁ ଏ ଟଙ୍କା ଆଦାୟ କରାଯାଉ।
ସଭ୍ୟ ସୁରେଶ କୁମାର ରାଉତରାୟ କହିଲେ, ରାଉରକେଲା ଓ ସମ୍ବଲପୁର ରାସ୍ତା ପାଇଁ ୨୦ କୋଟି ବଦଳରେ ଏଲ୍‌ଆଣ୍ଡଟିକୁ ୧୨୦ କୋଟି ସରକାର ଦେବେ। ଏହି ମାମଲା ଲଢୁଥିବା ଓକିଲ ଗଲେ କୁଆଡ଼େ। ସବୁ କୋର୍ଟରେ ହାରିଲ। ଏଲ୍‌ଆଣ୍ଡଟିକୁ ରାସ୍ତା, ଡ୍ରେନ୍‌, ଘର ସବୁ ଛାଡ଼ିଦେଇଛ। ଖାରବେଳ ଭବନ ଫାଟିଗଲାଣି। ୧୨୦ କୋଟି ଗରିବଙ୍କ ପଇସା। ତଦନ୍ତ କରି ଅଫିସରଙ୍କ ବିରୋଧରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଲେ, ଏହି ବିଷୟ କୋର୍ଟରେ ବିଚାରାଧୀନ ଥିବା ବେଳେ ଗୃହରେ ଆଲୋଚନା କରାଯାଇ ପାରିବନାହିଁ। ଏହାକୁ ନେଇ ଭାଜପା ଓ କଂଗ୍ରେସ ସଭ୍ୟମାନେ ଗୃହରେ ହଟ୍ଟଗୋଳ କଲେ। ସ୍ଲୋଗାନ ଓ ନାରାବାଜିରେ ବିଧାନସଭା ପ୍ରକମ୍ପିତ ହେଲା। ବାଚସ୍ପତି ବାଧ୍ୟହୋଇ ଗୃହକୁ ୧୧ଟା ୫୫ ମିନିଟ୍‌ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

CM ବିଜୟଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ମୋଦି, କେନ୍ଦ୍ରରୁ ଯାହା….

ଚେନ୍ନାଇ,୧୧।୧୦: ତାମିଲନାଡୁକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଚେନ୍ନାଇରେ…

‘ରକ୍ତ ଜମାଟ ବାନ୍ଧିବା ସମସ୍ୟା’: ନାନା ପାଟେକରଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି…

ମୁମ୍ବାଇ: ବିଶିଷ୍ଟ ବଲିଉଡ ଅଭିନେତା ନାନା ପାଟେକରଙ୍କର ଅକ୍ଟୋବର ୮,୨୦୨୬ ରେ ଗୋଆରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରେ, ଗୋଆର ପଣାଜୀ ପୋଲିସ ଏକ ଅସ୍ବାଭାବିକ…

ଖଡ଼ିଆଳ କଲେଜ ସାଇନ୍‌ ଡାଏ: ଅଧ୍ୟକ୍ଷଙ୍କ ଇସ୍ତଫା ଦାବି ନେଇ ତେଜିଲା ଛାତ୍ର ଆନ୍ଦୋଳନ

ଖଡ଼ିଆଳ,୧୧ା୧୦(ସୁଜିତ୍‌ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ଘଟଣାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

ମାସିକ ୧୮ ହଜାର ଦରମାରେ କୋଟିପତି ହେବାକୁ ଚାହୁଁଛନ୍ତି କି? ୨୬ ବର୍ଷୀୟ ଯୁବକଙ୍କ କମାଲକୁ ନେଇ ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଦୃଢ଼ ଇଚ୍ଛାଶକ୍ତି, ନୂଆ କୌଶଳ ଶିଖିବାର ଆଗ୍ରହ ଏବଂ ନିୟମିତ ସଞ୍ଚୟ-ନିବେଶର ଅଭ୍ୟାସ ଜଣେ ଯୁବକଙ୍କ ଜୀବନକୁ କିପରି ବଦଳାଇପାରେ, ତାହାର ଉଦାହରଣ ହେଉଛନ୍ତି ମଧ୍ୟପ୍ରଦେଶ…

ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ମୋହନା,୧୧ା୧୦(ମନ୍ମଥ ମିଶ୍ର): କଲରାପତରିଆ ବାଘଛାଲ କାରବାର ଘଟଣାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗଜପତି ଜିଲା ମୋହନା ବନାଞ୍ଚଳ…

Amitabh Bachchan Networth: କେତେ ଧନୀ ବିଗ ବି, ଗୋଟିଏ ବର୍ଷରେ ଆୟର ପରିମାଣ ଜାଣିଲେ…

ମୁମ୍ବାଇ: ବଲିଉଡର ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଅକ୍ଟୋବର ୧୧ ରେ ନିଜର ୮୪ତମ ଜନ୍ମଦିନ ପାଳନ କରୁଛନ୍ତି। ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଚଳଚ୍ଚିତ୍ର ଜଗତରେ…

ମୋଦିଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ,୧୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଅକ୍ଟୋବର ୧୧) ଚେନ୍ନାଇରେ ପହଞ୍ଚିଛନ୍ତି। ସେଠାରେ ସେ ୧୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?