୧୭,୭୩,୨୪୪ ପରିବାରକୁ ପାଇପ୍‌ ଯୋଗେ ପାନୀୟଜଳ

ଭୁବନେଶ୍ୱର,୨୬ା୭(ବ୍ୟୁରୋ):ଚଳିତବର୍ଷ ୧୭,୭୩,୨୪୪ ଗ୍ରାମୀଣ ପରିବାରଙ୍କୁ ପାଇପ୍‌ ଯୋଗେ ପାନୀୟଜଳ ଯୋଗାଇ ଦିଆଯିବ। ଏପର୍ଯ୍ୟନ୍ତ ରାଜ୍ୟର ୪୩, ୮୬, ୭୫୯ ପରିବାରକୁ ଟ୍ୟାପ୍‌ ଯୋଗେ ପିଇବା ପାଣି ଯୋଗାଇ ଦିଆଯାଇଛି। ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସୋମବାର ବିଭାଗୀୟ ଖର୍ଚ୍ଚ ଦାବି ଆଲୋଚନା ପରେ ଏହା କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଚଳିତବର୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫୫୦୫.୮୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୨୦୨୧-୨୨ରେ ଏହି ଯୋଜନାରେ ୧୧୩୮.୦୨ କୋଟି ଟଙ୍କା ବ୍ୟୟ କରାଯାଇ ମୋଟ ୧,୦୫, ୩୭୭ ବାସଗୃହ ନିର୍ମାଣ ସମ୍ପୂର୍ଣ୍ଣ କରାଯାଇଛି। ସେହିପରି ୨୦୨୧-୨୨ରେ ବିଜୁ ପକ୍କାଘର ଯୋଜନାରେ ୯୧୫.୧୪ କୋଟି ଟଙ୍କା ବ୍ୟୟ କରାଯାଇ ମୋଟ୍‌ ୧,୯୧୦ ବାସଗୃହ ନିର୍ମାଣ କରାଯାଇଛି। ଚଳିତ ଆର୍ଥିକ ବର୍ଷ ଲାଗି ଏହି ଯୋଜନା ପାଇଁ ୪୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ନୂଆପଡ଼ା, ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡି ଜିଲାର ୨୦ଟି ଦାଦନପ୍ରବଣ ବ୍ଲକରେ ଅତିରିକ୍ତ ୨୦୦ ଦିନର କାର୍ଯ୍ୟ ଓ ସର୍ବନିମ୍ନ ମଜୁରିର ସ୍ବତନ୍ତ୍ର ପ୍ୟାକେଜ୍‌ ପାଇଁ ୫୦୦ କୋଟି ଟଙ୍କାର ଏକ ନୂତନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଦୀନ୍‌ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ୨୦୨୧-୨୨ରେ ମୋଟ ୩୦,୨୭୧ ଜଣ ଯୁବତୀଯୁବକଙ୍କୁ ତାଲିମ ଦିଆଯିବ ବୋଲି କହିଛନ୍ତି।
ରାଜ୍ୟ ସରକାର ଜଳସଙ୍କଟ ଥିବା ଜିଲାଗୁଡ଼ିକୁ ପାନୀୟ ଜଳ ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଓ ବିଜୁ ପକ୍କାଘର ଯୋଜନାରେ ପ୍ରକୃତ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହେଉଛନ୍ତି। ଏଥିରେ ବ୍ୟାପକ ଅନିୟମିତତା ହେଉଛି। ଆମ ଗାଁ ଆମ ବିକାଶ ଯୋଜନା ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଛି। ପଞ୍ଚାୟତଗୁଡିକୁ କ୍ଷମତା ହସ୍ତାନ୍ତର କରାଯାଉନାହିଁ। ଲୋକସଂଖ୍ୟା ବଢୁଥିଲେ ମଧ୍ୟ ଗ୍ରାମପଞ୍ଚାୟତ ଓ ପଞ୍ଚାୟତ ସମିତିଗୁଡ଼ିକର ପୁନର୍ଗଠନ ହେଉନାହିଁ। ପାନୀୟ ଜଳ ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ସୋମବାର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ବେଳେ ଉଭୟ ଭାଜପା ଓ କଂଗ୍ରେସ ସଦସ୍ୟମାନେ ଅଭିଯୋଗ କରିଛନ୍ତି। ପଞ୍ଚାୟତ ସମିତି ରାସ୍ତାଗୁଡିକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରିବା ସହ ପଞ୍ଚାୟତ ପ୍ରତିନିଧିମାନଙ୍କୁ ପେନ୍‌ସନ ଦେବାକୁ ବିରୋଧୀ ଦଳ ଦାବି କରିଛନ୍ତି। ଆଲୋଚନା ଶେଷରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ୨୨୭୩୪, ୮୪,୪୫୦୦୦ ଟଙ୍କାର ଖର୍ଚ୍ଚ ଦାବି ସୋମବାର ବିଧାନସଭାରେ ଗୃହୀତ ହୋଇଛି। ଖର୍ଚ୍ଚ ଦାବି ଆଲୋଚନାରେ ବିଧାୟକ ସୁକାନ୍ତ ନାୟକ, ରାଜେନ୍ଦ୍ର ସାହୁ, ଭୂପିନ୍ଦର ସିଂ, ତାରା ପ୍ରସାଦ ବାହିନୀପତି, ଉମାକାନ୍ତ ସାମନ୍ତରାୟ, ମୋହନ ଚରଣ ମାଝି, କେ. ନାରାୟଣ ରାଓ, ଦାଶରଥି ଗମାଙ୍ଗ ଏବଂ ମକରନ୍ଦ ମୁଦୁଲି ପ୍ରମୁଖ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ବ୍ରାହ୍ମଣୀ, ଖରସ୍ରୋତା

ରସୁଲପୁର/ଧର୍ମଶାଳା, ୨୨ା୮(ଡି.ଏନ.ଏ.): poରସୁଲପୁର ବ୍ଲକର ଉତ୍ତର ସୀମାରେ ଖରସ୍ରୋତା ଓ ଦକ୍ଷିଣ ସୀମାରେ ପ୍ରବାହିତ ବ୍ରାହ୍ମଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ରେଙ୍ଗାଳି ଡ୍ୟାମର ଉପର...

ତୃତୀୟ ଭାଷାରେ ୧୭,୪୦୦ ଅନୁପସ୍ଥିତ

କଟକ ଅଫିସ, ୧୫ା୩: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷାର ମଙ୍ଗଳବାର ତୃତୀୟ ଦିନରେ ତୃତୀୟ ଭାଷା...

ମାଟ୍ରିକ ଫଳକୁ ନେଇ ଅଭିଭାବକ ଅସନ୍ତୁଷ୍ଟ

କଟକ ଅଫିସ,୮।୭: ଚଳିତବର୍ଷ ମାଟ୍ରିକ ଫଳକୁ ନେଇ ଝାରସୁଗୁଡାର ଜଣେ ଅଭିଭାବକ ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କ ପୁତ୍ରଙ୍କ ସାନି ମୂଲ୍ୟାୟନ ପାଇଁ ହାଇକୋର୍ଟଙ୍କ...

୧୨୩୯ଜଣ ବିଦେଶ ଫେରନ୍ତାଙ୍କ ପଞ୍ଜିକରଣ ହୋଇଛି: ବାଗ୍‌ଚୀ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ବିଶେଷକରି ଚାଇନା, ଇଟାଲି, ସ୍ପେନ, ଦକ୍ଷିଣ କୋରିଆ ଆଦି ଦେଶ କରୋନାରେ ପ୍ରଭାବିତ ହୋଇଛନ୍ତି। ଭାରତରେ ସୋମବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୫ ଥିବା...

ମହିଳାଙ୍କଠାରୁ ୧.୭ଲକ୍ଷ ଟଙ୍କା ଠକେଇ, ହତ୍ୟା ଧମକ ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୭।୧୨(ବ୍ୟୁରୋ): ଚାକିରି କରାଇଦେବା ଆଳରେ ଜଣେ ମହିଳାଙ୍କଠାରୁ ୧ ଲକ୍ଷ ୭୦ ହଜାର ଟଙ୍କା ଠକେଇ କରିବା ସହ ହତ୍ୟା ଧମକ ଦେବା ଅଭିଯୋଗରେ କ୍ୟାପିଟାଲ...

ଲକ୍‌ଡାଉନ୍‌ ପରେ ବିନା ରେଜିଷ୍ଟ୍ରେଶନରେ ଓଡ଼ିଶା ମନା: ଫେରିବା ପାଇଁ ୨୪ରୁ କରିପାରିବେ ରେଜିଷ୍ଟ୍ରେଶନ

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ଲକ୍‌ଡାଉନ୍‌ ଖୋଲିବା ପରେ ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆ ରାଜ୍ୟକୁ ଫେରିବେ। ଆକଳନ ଅନୁଯାୟୀ ଓଡ଼ିଶାକୁ ବାହାରୁ ପ୍ରାୟ ୫ଲକ୍ଷ ଓଡ଼ିଆ...

ରତ୍ନଭଣ୍ଡାର ଖୋଲିବା ନେଇ ଜୋର୍‌ ଧରିଲା ଚର୍ଚ୍ଚା

ପୁରୀ ଅଫିସ,୧୩।୮:ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେ (ଏଏସ୍‌ଆଇ) ଚିଠି ଲେଖିବା ପରେ ରତ୍ନଭଣ୍ଡାର ଖୋଲିବା ନେଇ ଚର୍ଚ୍ଚା...

ଓଡ଼ିଶା ଫେରିଲେ ସ୍ବର୍ଣ୍ଣ ବିଜେତା ଅଶ୍ୱତ୍ଥ: ବିମାନବନ୍ଦରରେ ସ୍ବାଗତ ସମ୍ବର୍ଦ୍ଧନା ଜଳ ସଂରକ୍ଷଣ ‘ଓ୍ବାଟର୍‌ ଟେକ୍ନୋଲୋଜି’ର ମୁଖ୍ୟ ବିଷୟ

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ରୁଷିଆର କାଜାନ୍‌ ସହରରେ ଅନୁଷ୍ଠିତ ୪୫ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ ଜିତି ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି ସି.ଭି. ରମଣ କଲେଜର ଛାତ୍ର ଅଶ୍ୱତ୍ଥ...

Advertisement
Archives

Model This Week