Posted inଖେଳ

ଧାଓ୍ବନଙ୍କ ସହ କିଏ କରିବ ଓପନିଂ

କଲମ୍ବୋ,୧୭।୭: ରବିବାର ଠାରୁ ଆରମ୍ଭ ହେବାକୁ ଯାଉଛି ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌। ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଅଧିନାୟକ ଶିଖର ଧାଓ୍ବନଙ୍କ ସହ କିଏ ଓପନିଂ କରିବ, ସେ ନେଇ ଚିନ୍ତାରେ ଟିମ୍‌ ମ୍ୟାନେଜମେଣ୍ଟ। କାରଣ ଫାଙ୍କା ଥିବା ଓପନିଂ ସ୍ଲଟ ପାଇଁ ପୃଥ୍ବୀ ଶ’, ଦେବଦତ୍ତ ପାଡିକଲ ଓ ରୁତୁରାଜ ଗାଏକ୍ୱାଡଙ୍କ ଭଳି ଦାବିଦାର ଅଛନ୍ତି। ଏହା ଉପରେ ମତ ରଖିଛନ୍ତି ପୂର୍ବତନ ଓପନର ତଥା ଭାଷ୍ୟକାର ଆକାଶ ଚୋପ୍ରା। ତାଙ୍କ ମତରେ ପ୍ରଥମ ଦିନିକିଆରେ ଧାଓ୍ବନଙ୍କ ସହ ପୃଥ୍ବୀ ଶ’ ଓପନିଂ କରିବା ଉଚିତ।

ମୋ ମତରେ ଧାଓ୍ବନଙ୍କ ସହ ପୃଥ୍ବୀଙ୍କୁ ସୁଯୋଗ ମିଳିବା ଉଚିତ। କାରଣ ସେ ଦଳକୁ ପ୍ରଲୋଭନକାରୀ ବିକଳ୍ପ ଦିଅନ୍ତି। ତାଙ୍କ ନିକଟରେ ଇନିଂସ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିବାର ଦକ୍ଷତା ରହିଛି। ଯଦି ଏଭଳି ଖେଳାଳିଙ୍କୁ ସୁଯୋଗ ଦିଆଯାଏ ଓ ସେ ଏହାର ସଠିକ୍‌ ଫାଇଦା ଉଠାନ୍ତି, ତେବେ ଦଳକୁ ଏକ ଭଲ ବିକଳ୍ପ ମିଳିବ ବୋଲି ଆକାଶ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି।

ଅକ୍ଟୋବରରେ ୟୁଏଇରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ର ଓପନିଂ ପାଇଁ ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା, ଲୋକେଶ ରାହୁଲ ଓ ଶିଖର ଧାଓ୍ବନ ଦାବିଦାର ଅଛନ୍ତି। ଯଦି ପୃଥ୍ବୀ ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରେ ଆଖିଦୃଶିଆ ପ୍ରଦର୍ଶନ କରନ୍ତି, ତେବେ ତାଙ୍କୁ ମଧ୍ୟ ଏହି ରେସରେ ଏଣ୍ଟ୍ରି ମିଳିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ଏମିତି ଜାଗାରେ ଅଟୋଗ୍ରାଫ ଦେଲେ ପୁଟିନ, ଯାହାକୁ ନେଇ ହେଉଛି ଖୁବ ଚର୍ଚ୍ଚା

ମସ୍କୋ,୩୦।୮: ଏକ କାରଖାନା ପରିଦର୍ଶନ ସମୟରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଚାଇନା-ଡିଜାଇନ କାରରେ ଯାତ୍ରା କରିଥିଲେ ଏବଂ ନିଜେ ଏହାକୁ ଚଲାଇଥିଲେ। ରୁଷିଆ ନିର୍ମିତ,…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

୧୩ ବର୍ଷର ଚାକିରି ପରେ IAS ପଦରୁ ଦିବ୍ୟାଙ୍କ ଇସ୍ତଫା, ଭାଇରାଲ ହେଉଛି ଫେସବୁକ୍ ପୋଷ୍ଟ

ଲକ୍ଷ୍ନୌ,୩୦ା୮:: ଉତ୍ତରପ୍ରଦେଶ କ୍ୟାଡରର IAS ଅଧିକାରୀ ଦିବ୍ୟା ମିତ୍ତଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରାୟ ୧୩ ବର୍ଷ ଧରି ପ୍ରଶାସନିକ ସେବାରେ ରହିବା ପରେ…

ସୋଫିଆଙ୍କୁ ନେଇ ବଡ଼ ଖୁଲାସା କଲେ ମୋକିମ୍, ବିଧାନସଭା ନିର୍ବାଚନରେ କଂଗ୍ରେସରୁ ନୁହେଁ ଏହି ଦଳରୁ ଲଢ଼ିବେ

ଭୁବନେଶ୍ବର,୩୦ା୮: ସୋଫିଆ ଫିର୍ଦୋସଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ବାପା ମହମ୍ମଦ ମୋକିମ୍ । ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସରୁ ଲଢିବେ ସୋଫିଆ ।…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

୨୦୨୭ ଯାଏ ୪ ରାଶିଙ୍କୁ ବିଶେଷ କୃପା କରିବେ ଶନି; କ୍ୟାରିୟର-ବିବାହ ଠାରୁ ଧନଲାଭରେ ମିଳିବ ଫାଇଦା…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚରକୁ ସବୁଠାରୁ ପ୍ରଭାବଶାଳୀ ବୋଲି ମାନାଯାଏ, କାରଣ ସେ ପ୍ରାୟ ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଧୀର ଗତିରେ ଚାଲୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri