Posted inଜାତୀୟ

ଜାଣନ୍ତୁ କିଏ ସେହି ଋତବ୍ରତ ବାନାର୍ଜୀ, ଯିଏ ୫୮ ବିଧାୟକଙ୍କୁ ହାତ କରି ମମତାଙ୍କ ହାତରୁ ଛଡ଼ାଇ ନେଉଛନ୍ତି TMC?

କୋଲକାତା,୩।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନରେ ଶୋଚନୀୟ ପରାଜୟ ପରେ ମମତା ବାନାର୍ଜୀଙ୍କୁ ସବୁଠାରୁ ବଡ଼ ଝଟକା ଲାଗିଛି। ତାଙ୍କ ଦଳ ତୃଣମୂଳ କଂଗ୍ରେସ (TMC) ଏବେ ଦୁଇ ଭାଗରେ ବିଭକ୍ତ ହେବାକୁ ଯାଉଥିବା ସ୍ପଷ୍ଟ ଦେଖାଯାଉଛି। ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ, ମମତା ବାନାର୍ଜୀଙ୍କ ହାତରେ ଦଳର କେବଳ ଦୁର୍ୱଳ ଅଂଶଟି ହିଁ ବାକି ରହିଥିବା ଜଣାପଡ଼ୁଛି।

ପଶ୍ଚିମବଙ୍ଗ ରାଜନୀତିରେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା ଭାରତୀୟ ଜନତା ପାର୍ଟି (BJP) ଅପେକ୍ଷା କ୍ଷମତାରୁ ବେଦଖଲ ହୋଇଥିବା ଟିଏମସିକୁ ନେଇ ଅଧିକ ଚର୍ଚ୍ଚା ଚାଲିଛି। ଏପର୍ଯ୍ୟନ୍ତ ଟିଏମସିର ଏକମାତ୍ର ସୁପ୍ରିମୋ ଭାବେ ମମତା ବାନାର୍ଜୀଙ୍କୁ ଗଣାଯାଉଥିଲା, କିନ୍ତୁ ଏବେ ଦଳରେ ଦୁଇଟି ଗୋଷ୍ଠୀ ସୃଷ୍ଟି ହୋଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ଦଳର ସବୁଠାରୁ ଶକ୍ତିଶାଳୀ ଗୋଷ୍ଠୀଟି ଏବେ ମମତାଙ୍କ ବିରୋଧରେ ଠିଆ ହୋଇଛି।

ଟିଏମସିର ଏହି ବିଦ୍ରୋହୀ ଗୋଷ୍ଠୀର ମୁଖ୍ୟ ଚେହେରା ସାଜିଛନ୍ତି ଋତବ୍ରତ ବାନାର୍ଜୀ। ଚଳିତ ନିର୍ୱାଚନରେ କ୍ଷମତାରୁ ହଟିଥିବା ଟିଏମସି ୨୯୪ ଆସନ ବିଶିଷ୍ଟ ବିଧାନସଭାରେ ୮୦ଟି ଆସନ ଜିତି ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଥିଲା। ଦଳର ଶୀର୍ଷ ନେତୃତ୍ୱ ଅନ୍ୟ ଜଣଙ୍କୁ ବିଧାନସଭାରେ ବିରୋଧୀ ଦଳ ନେତା ପଦର କ୍ଷମତା ଦେବାକୁ ଚାହୁଁଥିଲେ, କିନ୍ତୁ ଏହାକୁ ନେଇ ଅନେକ ବିଧାୟକ ଦଳର ସୁପ୍ରିମୋ ମମତା ବାନାର୍ଜୀଙ୍କୁ ବିରୋଧ କରିଥିଲେ।

ବାସ୍ତବରେ, ଟିଏମସି ପକ୍ଷରୁ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ପଦ ପାଇଁ ବରିଷ୍ଠ ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ଚୟନ କରାଯାଇଥିଲା। ଏହି ସମ୍ୱନ୍ଧରେ ଦଳର ବିଧାୟକମାନଙ୍କ ଦସ୍ତଖତ ନିଆଯାଇଥିଲା। କିନ୍ତୁ କିଛି ବିଧାୟକ ଏହାକୁ ‘ଜାଲ ଦସ୍ତଖତ’ ବୋଲି ଦର୍ଶାଇ ବିରୋଧ କରିବା ଆରମ୍ଭ କରିଥିଲେ। ଋତବ୍ରତ ବାନାର୍ଜୀ ଏବେ ସନ୍ଦୀପନ ସାହା ଏହା ବିରୋଧରେ ବାଚସ୍ପତି (Speaker) ଙ୍କୁ ଲିଖିତ ଅଭିଯୋଗ କରିଥିଲେ।

ଏହା ପରେ ମମତା ବାନାର୍ଜୀ ଦୁଇ ବିଧାୟକଙ୍କ ଉପରେ ଦଳ ବିରୋଧୀ କାର୍ଯ୍ୟକଳାପରେ ସାମିଲ ଥିବା ଅଭିଯୋଗ ଆଣି ଦଳରୁ ବହିଷ୍କାର କରିଥିଲେ। ବର୍ତ୍ତମାନ ରାଜ୍ୟ CID ଏହି ମାମଲାର ତଦନ୍ତ କରୁଛି। ତେବେ ମମତା ବାନାର୍ଜୀଙ୍କ ଅସଲ ଅସୁବିଧା ଏହି ନିଷ୍ପତ୍ତି ପରେ ହିଁ ଆରମ୍ଭ ହୋଇଥିଲା। ବହିଷ୍କୃତ ଦୁଇ ନେତା ଦଳର ଅନ୍ୟ ବିଧାୟକମାନଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ ନିଜ ଆଡ଼କୁ ଆଣିବାରେ ସଫଳ ହୋଇଥିଲେ।

ଏହି ଦୁଇ ନେତା ଟିଏମସିର ମୋଟ ୮୦ ଜଣ ବିଧାୟକଙ୍କ ମଧ୍ୟରୁ ୫୮ ଜଣଙ୍କ ସମର୍ଥନ ହାସଲ କରି ବିଧାନସଭାରେ ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ବିରୋଧୀ ଦଳ ନେତା ପଦ ପାଇଁ ଦାବି କରିଛନ୍ତି। ଏହି କ୍ରମରେ ସେମାନେ ବିଧାନସଭାରେ ଶକ୍ତି ପ୍ରଦର୍ଶନ କରିବା ସହ ନିଜ ଗୋଷ୍ଠୀକୁ ହିଁ ଅସଲ ଟିଏମସି (TMC) ବୋଲି ଦାବି କରିଛନ୍ତି।

ଏହାଦ୍ୱାରା ଟିଏମସି ଉପରେ ଏବେ ମହାରାଷ୍ଟ୍ରର ଶିବସେନା ଭଳି ସଂକଟ ମାଡ଼ି ଆସୁଛି, ଯେଉଁଠାରେ କିଛି ବର୍ଷ ପୂର୍ୱେ ଉଦ୍ଧବ ଠାକରେଙ୍କ ହାତରୁ ଦଳର ସନ୍ତକ (Symbol) ଖସିଯାଇଥିଲା। ତୃଣମୂଳ କଂଗ୍ରେସ ମଧ୍ୟ ସେହି ଦିଗରେ ଗତି କରୁଥିବା ଜଣାପଡ଼ୁଛି, ଯେଉଁଠି ଦଳ ଗଢ଼ିଥିବା ମମତା ବାନାର୍ଜୀଙ୍କ ହାତରୁ ଦଳର ନାଁ ଓ ସନ୍ତକ ଛଡ଼ାଇ ନିଆଯାଇପାରେ।

ଋତବ୍ରତ ବାନାର୍ଜୀ ଉଲୁବେରିଆ ପୂର୍ୱ ବିଧାନସଭା ଆସନରୁ ଟିଏମସି ଟିକେଟରେ ବିଧାୟକ ନିର୍ୱାଚିତ ହୋଇଛନ୍ତି। ସେ ସେଠାରେ ଭାଜପାର ରୁଦ୍ର ପ୍ରସାଦ ବାନାର୍ଜୀଙ୍କୁ ୧୧,୮୩୮ ଭୋଟରେ ପରାସ୍ତ କରିଥିଲେ। ଏହା ପୂର୍ୱରୁ ସେ ଦୁଇ ଥର ରାଜ୍ୟ ସଭା ଏମପି ରହିସାରିଛନ୍ତି। ପ୍ରଥମେ ସେ ୨୦୧୭ରେ CPI(M) ପକ୍ଷରୁ ରାଜ୍ୟ ସଭାକୁ ଯାଇଥିଲେ। ପରେ ଟିଏମସିରେ ସାମିଲ ହେବା ପରେ ୨୦୨୪ରେ ସେ ୧୫ ମାସ ପାଇଁ ଦଳ ତରଫରୁ ରାଜ୍ୟସଭା ସାଂସଦ ହୋଇଥିଲେ।

ଋତବ୍ରତ ବାନାର୍ଜୀ ଦଳରୁ ବହିଷ୍କାର ହେବା ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ୱରୁ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କୁ ସିପିଆଇ(ଏମ) ମଧ୍ୟ ଦଳରୁ ବାହାର କରିଦେଇଥିଲା। ଏହା ପରେ ସେ ଟିଏମସିରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପମ୍ପରେ କେତେ ଭିଡ଼ ଅଛି ଘରେ ବସି ଜାଣନ୍ତୁ, ମୋବାଇଲରେ ସର୍ଚ୍ଚ କରନ୍ତୁ ଏମିତି…

ନୂଆଦିଲ୍‌ଲୀ,୩।୬: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ସମୟ ବଞ୍ଚାଇବା ସମସ୍ତଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ଅନେକ ସମୟରେ ଗାଡ଼ିରେ ତେଲ ପକାଇବା ପାଇଁ ପେଟ୍ରୋଲ ପମ୍ପକୁ ଗଲା…

ବଡ଼ଭାଇଙ୍କ ଶେଷକୃତ୍ୟ ପାଇଁ ନିଜ ଗାଁରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଅଶ୍ରୁଳ ଆଖିରେ ଭାଇଙ୍କୁ ବିଦାୟ ଦେଇ…

କେନ୍ଦୁଝର,୩ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ବାପାଙ୍କ ପୁଅ ଭାଇ ଦୀନବନ୍ଧୁ ମାଝୀଙ୍କ ଆକସ୍ମିକ ମୃତ୍ୟୁ ଘଟିବା ପରେ ତାଙ୍କ ନିଜ ଗାଁ କେନ୍ଦୁଝର ଜିଲାର ରାଇକଳାକୁ…

ମଞ୍ଚ ଉପରେ ଖାଲି ପାଦ…ହାତରେ ସମ୍ବିଧାନର କପି, ଏପରି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବକୁମାର

ବେଙ୍ଗାଲୁରୁ,୩ା୬: କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଛନ୍ତି । ବୁଧବାର ଦିନ ସେ କର୍ଣ୍ଣାଟକର ୨୫ତମ ମୁଖ୍ୟମନ୍ତ୍ରୀ ଭାବରେ…

ଅଢ଼େଇ ମାସ ପୂର୍ବରୁ ହୋଇଥିଲା ୧୨ ବର୍ଷ ପୁଅର ମୃତ୍ୟୁ; ମାଟିତଳୁ ଶବ ବାହାରକଲା ପୋଲିସ, କାରଣ ଜାଣିଲେ..

ମୁମ୍ବାଇ,୩ା୬: ମହାରାଷ୍ଟ୍ରର ଜଳଗାଁର ଧାରାଙ୍ଗାଓଁ ତହସିଲ ଅନ୍ତର୍ଗତ ରେଲ୍ ଗ୍ରାମରେ କ୍ରିକେଟ୍ ଖେଳୁଥିବା ସମୟରେ ୧୨ ବର୍ଷୀୟ ଗଣେଶ ନାଭାଲ୍ ପାଟିଲଙ୍କ ମୃତ୍ୟୁ ହୋଇଥିଲା । ଏହି…

ଜଙ୍ଗଲରେ ଚାଲିଥିଲା ଜୁଆଖେଳ, ଅତର୍କିତ ଚଢ଼ାଉ କରି ୨୨ ଜୁଆଡ଼ିଙ୍କୁ ମାଡ଼ି ବସିଲା ପୋଲିସ

ନୂଆପଡ଼ା,୩ା୬(ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସଙ୍କୁ ପୁଣି ଏକ ବଡ଼ ସଫଳତା ମିଳିଛି। ମଙ୍ଗଳବାର ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଆନ୍ତଃରାଜ୍ୟ ଜୁଆଡ଼ି ସମେତ ୨୨…

କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବକୁମାର, ଆଣ୍ଠୁମାଡ଼ି ପ୍ରଣାମ କରି କହିଲେ….

ବେଙ୍ଗାଲୁରୁ,୩ା୬: ସିଦ୍ଧରାମେୟାଙ୍କ ଇସ୍ତଫା ପରେ, ବୁଧବାର ଦିନ ଲୋକଭବନରେ କର୍ନାଟକର ମୁଖ୍ୟମନ୍ତ୍ରୀ ଭାବରେ ଡିକେ ଶିବକୁମାର ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ୍…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପୂର୍ବରୁ ଭାବୁକ ହେଲେ ଶିବକୁମାର, ମା’ଙ୍କ ପାଦ ଛୁଇଁ…

ବେଙ୍ଗାଲୁରୁ,୩ା୬: କର୍ନାଟକରେ ନୂତନ ସରକାର ଗଠନ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ହୋଇଥିବା ଡି.କେ. ଶିବକୁମାରଙ୍କ ସହିତ ଆଜି ୧୩…

ଚାଲିଥିଲା ବୈଠକ, ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କଲେ ଜିଲାପରିଷଦ ସଭ୍ୟ

ଖୋର୍ଦ୍ଧା,୩ା୬(ପ୍ରଭାତ ପାଣିଗ୍ରାହୀ): ଜିଲା ପରିଷଦ ବୈଠକରେ ଏକ ଅଭବାନୀୟ ଘଟଣା ଦେଖିବାକୁ ମିଳିଛି। ଜନପ୍ରତିନିଧିଙ୍କୁ ବୋଲଗଡ ବିଡିଓଙ୍କ ଅଣଦେଖା, ଦୁର୍ବ୍ୟବହାର ଏବଂ ଅସହଯୋଗ ମନୋଭାବ ପ୍ରତିବାଦରେ ୨୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri