ଫରମାନି ନାଜ୍‌ କିଏ? ଶିବ ଭଜନ ‘ହର୍‌ ହର୍‌ ଶମ୍ଭୁ’ ଗାଇ ଯିଏ ବିବାଦରେ, ମିଳୁଛି ଧମକ…

ବମ୍ବେ: ବିବାଦରେ ଗାୟିକା ଫରମାନି ନାଜ୍‌। ମୁସଲିମ୍‌ ଧର୍ମର ହୋଇଥିବା ସତ୍ତ୍ୱେ ସେ ଶିବ ଭଜନ ‘ହର ହର୍‌ ଶମ୍ଭୁ’ ଗାଇ ପ୍ରଥମେ ଚର୍ଚ୍ଚାର ପରିସରକୁ ଆସିଥିଲେ। ଶ୍ରାବଣ ମାସରେ କାଉଡିଆ ଯାତ୍ରା ଚାଲିଥିବାରୁ ତାଙ୍କ ଗୀତ ହିଟ୍‌ ହୋଇଥିଲା। ମାତ୍ର ଏହା ଇସଲାମ୍‌ ଧର୍ମର ବିରୋଧରେ ବୋଲି କହି ନାଜ୍‌ଙ୍କୁ ବିରୋଧ କରାଯାଉଛି। ଏହାକୁ ନେଇ ସେ ବିବାଦରେ ମଧ୍ୟ ଫସିଛନ୍ତି।

ନାଜ୍‌ଙ୍କ ବିଷୟରେ ବହୁତ କମ୍‌ ଲୋକ ଜାଣନ୍ତି। ତେବେ ସେ ଇଣ୍ଡିଆନ୍‌ ଆଇଡଲ୍‌ରେ ନଜର ଆସିଥିଲେ। ହେଲେ ଅଧାରୁ ତାଙ୍କୁ ଶୋ’ ଛାଡ଼ିବାକୁ ପଡ଼ିଥିଲା। ଏତେ ବଡ଼ ପ୍ଲାଟଫର୍ମରୁ ବାହାରିଥିଲେ ହେଁ ସେ ଗୀତ ଗାଇବା ବନ୍ଦ କରି ନ ଥିଲେ। ଏବେ ଶିବ ଭଜନ ଗାଇ ଚର୍ଚ୍ଚାକୁ ଆସିବା ପରେ ସେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ ଜଣେ କଳାକାର। ଏଣୁ ତାଙ୍କୁ ସବୁ ଗୀତ ଗାଇବାକୁ ପଡ଼ିବ। ସେ ନିଜର ଧର୍ମ ବିଷୟରେ ଭାବି ଗୀତ ଗାଆନ୍ତି ନାହିଁ। କାରଣ ଏଥିରୁ ତାଙ୍କର ପରିବାରର ଗୁଜରାଣ ମେଣ୍ଟିଥାଏ ବୋଲି ସେ କହିଛନ୍ତି।

ନାଜ୍‌ ମୁଜାଫରନଗର ବାସିନ୍ଦା। ସେ ୨୦୧୭ରେ ଇମରାନଙ୍କୁ ବିବାହ କରିଛନ୍ତି। ବିବାହର ବର୍ଷକ ପରେ ତାଙ୍କର ପୁଅ ହୋଇଥିଲା। ଏହାପରେ ତାଙ୍କ ଶାଶୁଘରଲୋକେ ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଏପରିକି ତାଙ୍କ ଶିଶୁପୁତ୍ରର ଚିକିତ୍ସା ନିମନ୍ତେ ଆବଶ୍ୟକ ଥିବା ଅର୍ଥ ବାପାଙ୍କ ଘରୁ ଆଣିବାକୁ କହୁଥିଲେ। ଏଥିରେ ଅତିଷ୍ଟ ହୋଇ ସେ ପୁଅଙ୍କ ସହ ବାପଘର ଚାଲି ଆସିଥିଲେ। ଏହାପରେ ନାଜ୍‌ଙ୍କ ସ୍ବାମୀ ଦ୍ୱିତୀୟ ବିବାହ କରିନେଇଥିଲେ। ୨୦୨୦ରେ ସେ ଇଣ୍ଡିଆନ ଆଇଡଲରେ ସେ ଭାଗ ନେଇଥିଲେ। ମାତ୍ର ପୁଅର ଦେହ ଖରାପ ଥିବା ଯୋଗୁ ସେ ଶୋ’କୁ ଅଧାରେ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଏବେ ସେ ୟୁଟ୍ୟୁବ୍‌ ଗାୟିକା ପାଲଟିଛନ୍ତି। ୟୁଟ୍ୟୁବ୍‌ରେ ନାଜଙ୍କ ୩.୮୪ ମିଲିୟନ ସବ୍‌ସ୍କ୍ରାଇବର ଅଛନ୍ତି। ନିକଟରେ ସେ ଗାଇଥିବା ହର ହର ଶମ୍ଭୁ ଗୀତକୁ ୭ ଲକ୍ଷରୁ ଅଧିକ ଲୋକେ ଦେଖିସାରିଲେଣି। ବିବାଦରେ ଫସିଥିଲେ ହେଁ ଅନେକ ମହଲରେ ତାଙ୍କ କଳାକୁ ପସନ୍ଦ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

ଭିତରକନିକାରେ ୯୨ ବଉଳା କୁମ୍ଭୀର ବସା ଚିହ୍ନଟ

ରାଜନଗର,୧୧ା୭(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୁଦ୍ଧା ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୯୨ ବସା ଚିହ୍ନଟ ହୋଇଥିବା ଶୁକ୍ରବାର ବନବିଭାଗ ସୂତ୍ରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri