ମୃତକଙ୍କ ଚିତ୍କାର, ସରକାରୀ ବାବୁ ମତେ ଜୀବିତ କର…

ଆଗ୍ରା, ୩।୮ : ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ଜୀବିତ ହୋଇ ମଧ୍ୟ ସରକାରୀ କାଗଜ ପତ୍ରରେ ମୃତ ଘୋଷିତ। ନାମ ହେଉଛି ଗଙ୍ଗା ସିଂ। ବୟସ ୮୦ ବର୍ଷ। ଠିକଣା ମୌଜା ଜାଫରପୁର, ମୈନପୁରୀ। ଏହା ହେଉଛି ଏକ ତିକ୍ତ ସତ୍ୟ ଯାହା ସରକାରୀ କାର୍ଯ୍ୟର ବେପରୁଆ ଚେହେରାକୁ ପ୍ରକାଶ କରୁଛି। କିନ୍ତୁ ଉତ୍ତରପ୍ରଦେଶର ସରକାରୀ ବିଭାଗ ଭୁଲକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି।

କାଗଜପତ୍ରରେ ମୃତ ଲିପିବଦ୍ଧ ହୋଇଥିବା ବ୍ୟକ୍ତିମାନେ ନିଜକୁ ଜୀବନ୍ତ କରିବାକୁ ଚିତ୍କାର କରୁଛନ୍ତି। ସରକାରୀ ବିଭାଗର ଦ୍ୱାରରୁ ଦ୍ୱାର ବୁଲିବା ପରେ ପୀଡିତ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିବେଦନ କରିଛନ୍ତି। କୃଷକ ଗଙ୍ଗା ସିଂଙ୍କର ଦୁଇ ଜଣ ପୁଅ ଅଛନ୍ତି। ଗଙ୍ଗା ସିଂ ତାଙ୍କ ସ୍ତ୍ରୀ ହୋମଶ୍ରୀ ଏବଂ ପୁଅମାନଙ୍କ ସହିତ ମିଳିମିଶି ରୁହନ୍ତି। ସେ ଚାଷ ଜମି, ବୃଦ୍ଧାବୃଦ୍ଧ ପେନସନ ଏବଂ କିଷାନ ସମ୍ମାନ ନିଧି ଟଙ୍କାରୁ ଜେଣତେଣ ଚଳନ୍ତି। ଜୁଲାଇ ୩ ରେ ଯେତେବେଳେ ଗଙ୍ଗା ସିଂ ପେନସନ ଆଣିବା ପାଇଁ ସହରରେ ଅବସ୍ଥିତ ବ୍ୟାଙ୍କରେ ପହଞ୍ଚିଥିଲେ, ସେତେବେଳେ ବ୍ୟାଙ୍କ କର୍ମଚାରୀ ତାଙ୍କ ଟଙ୍କା ଆସିବା ବନ୍ଦ ହୋଇଥିବା କହିଲେ।

ବିବ୍ରତ ଗଙ୍ଗା ସିଂ ସାମାଜିକ କଲ୍ୟାଣ କାର୍ଯ୍ୟାଳୟକୁ ଗଲେ। ଗଙ୍ଗା ସିଂଙ୍କ ଅନୁଯାୟୀ, ଯେତେବେଳେ କର୍ମଚାରୀ କମ୍ପ୍ୟୁଟରରେ ପାସବୁକ ଏବଂ ଆଧାର କାର୍ଡ ନମ୍ବର ପ୍ରବେଶ କରିଥିଲେ, ସେତେବେଳେ ରେକର୍ଡରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଥିଲା।

ସାମାଜିକ କଲ୍ୟାଣ ବିଭାଗର କର୍ମଚାରୀମାନେ ଏହି କାର୍ଯ୍ୟ ନଗର ପଞ୍ଚାୟତର ବୋଲି କହି ମାମଲାକୁ ଏଡ଼ାଇ ଯାଇଥିଲେ। ଏହା ପରେ ଗଙ୍ଗା ନଗର ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ। ଅନେକ ଥର ଯିବା ପରେ କର୍ମଚାରୀମାନେ କହିଥିଲେ ଯେ ଭୁଲ ହେତୁ ତାଙ୍କ ନାମ ମୃତକଙ୍କ ତାଲିକାରେ ସ୍ଥାନ ପାଇଛି। ଶୀଘ୍ର ଏହା ଟିକ୍‌ କରାଯିବ। ମାତ୍ର ଏକ ମାସ ପରେ ମଧ୍ୟ ଗଙ୍ଗା ସିଂ ସରକାରୀ କାଗଜପତ୍ରରେ ମୃତ ହୋଇ ରହିଛନ୍ତି।
ଗଙ୍ଗା ସିଂ କହିଛନ୍ତି ଯେ ଏହି ସମୟ ମଧ୍ୟରେ ସେ ଅଭିଯୋଗ ସହିତ ଅନେକ ଅଧିକାରୀଙ୍କ ନିକଟକୁ ଯାଇଥିଲେ, କିନ୍ତୁ କେହି ଶୁଣିଲେ ନାହିଁ। ବର୍ତ୍ତମାନ ସେ ମୁଖ୍ୟମନ୍ତ୍ରୀଯୋଗୀ ଆଦିତ୍ୟନାଥଙ୍କ ନିକଟକୁ ଏକ ଚିଠି ପଠାଇଛନ୍ତି ଯେ ତାଙ୍କୁ ଜୀବନ୍ତ ଘୋଷଣା କରାଯାଉ। କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ପ୍ରାୟ ଦେଢ଼ମାସ ପୂର୍ବେ ସରକାରୀ ଯୋଜନାର ଯୋଗ୍ୟ ବ୍ୟକ୍ତିଙ୍କ ଉପରେ ଏକ ସର୍ଭେ ହୋଇଥିଲା। ବୃଦ୍ଧାବୃଦ୍ଧ ପେନସନ, ବିଧବା ପେନସନ, ଭିନ୍ନକ୍ଷମ ପେନସନ ଇତ୍ୟାଦି ପାଇଁ ଏହା କରାଯାଇଥିଲା। ଏହି ସର୍ଭେରେ ନାଗର ପଞ୍ଚାୟତ କର୍ମଚାରୀ ଗଙ୍ଗା ସିଂଙ୍କୁ ମୃତ ବୋଲି ଦର୍ଶାଇଥିଲେ। ଗଙ୍ଗା ସିଂ କହିଛନ୍ତି ଯେ ସରକାରୀ ଯୋଜନାରୁ ମିଳୁଥିବା ଟଙ୍କା ଯୋଗୁ ସେ ଏବଂ ତାଙ୍କ ସ୍ତ୍ରୀ ବଞ୍ଚିଛନ୍ତି। ବର୍ତ୍ତମାନ ପେନନନ ବନ୍ଦ ଯୋଗୁ ସେମାନେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଳ୍ପୀ କଳିଙ୍ଗ ମହାରଣା

ତାଙ୍କ କାଠ ଖୋଦେଇ ସୁନ୍ଦର ସୁନ୍ଦର ମୂର୍ତ୍ତିଗୁଡ଼ିକ ବେଶ୍‌ ଜୀବନ୍ତ ମନେ ହୁଅନ୍ତି। ଏହି ହସ୍ତଶିଳ୍ପ କଳାକାରିଗରି ନିର୍ମାଣ ପାଇଁ ସେ ଖୋଜିଥାନ୍ତି ନିଜ ଆଖପାଖର...

ଭଗତ ସିଂହଙ୍କ ପୈତୃକ ଗାଁରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ନେବେ ଶପଥ

ଚଣ୍ଡିଗଡ,୧୦।୩: ପଞ୍ଜାବରେ ବିଧାନସଭା ନିର୍ବାଚନରେ ପରାଜୟ ସ୍ବୀକାର କରିନେଇଛି କଂଗ୍ରେସ। ତେବେ କଂଗ୍ରେସର ଗଡ ଭାଙ୍ଗିଯାଇଥିବା ବେଳେ ଆଦମୀ ପାର୍ଟି ପଞ୍ଜାବରେ ନୂଆ ସରକାର ଗଠନ...

ଭୁଶୁଡିଲା ଗେଷ୍ଟହାଉସ୍‌ କୋଠା, ୩୫ ଯବାନ ଫଶିଥିବା ଆଶଙ୍କା

ସିମଲା, ୧୪।୭: ହିମାଚଳପ୍ରଦେଶର ସୋଲନରେ ଏକ ଗେଷ୍ଟହାଉସ୍‌ କୋଠା ଭୁଶୁଡି ପଡିଛି। ଏହି କୋଠା ତଳେ ଅନେକ ଲୋକ ଚାପି ହୋଇଯାଇଥିବା ସୂଚନା ମିଳିଛି। ଭାରତୀୟ...

କେରଳରେ ପହଞ୍ଚିଲା ରାହୁଲଙ୍କ ଭାରତ ଯୋଡ ପଦଯାତ୍ରା…

ଥିରୁଭାନନ୍ତପୁରମ୍‌, ୧୧।୯ : କଂଗ୍ରେସର ଭାରତ ଯୋଡ ଯାତ୍ରା ତାମିଲନାଡୁ ଦେଇ କେରଳରେ ପହଞ୍ଚିଛି। ରବିବାର ଭାରତ ଯାତ୍ରୀଙ୍କୁ କେରଳର ପାରାସାଲା ଅଞ୍ଚଳରେ ସ୍ବାଗତ କରାଯାଇଛି।...

ପୁଲଓ୍ବାମାରେ ପୁଣି ଆଇଇଡି ବିସ୍ଫୋରଣ ପାଇଁ ଆତଙ୍କବାଦୀଙ୍କ ଯୋଜନା: ଗୋଇନ୍ଦା ରିପୋର୍ଟ

ଶ୍ରୀନଗର,୬।୭: ପୁଲଓ୍ବାମାରେ ପୁଣି ଥରେ ବିସ୍ଫୋରଣ ପାଇଁ ଆତଙ୍କବାଦୀ ଯୋଜନା କରିଛନ୍ତି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ପୁଲଓ୍ବାମାରେ...

ଜାମିନ ପାଇଁ ନିଆରା ସର୍ତ୍ତ: ଦାନ ଦିଅ, ଗଛ ଲଗାଅ

ଭୋପାଳ, ୩୧।୮: ଅପରାଧିଙ୍କୁ ଜାମିନ ଦେବା ପାଇଁ ମଧ୍ୟପ୍ରଦେଶ ହାଇକୋର୍ଟର ଗ୍ବାଲିୟର ଖଣ୍ଡପୀଠର ୨ ଜଣ ବିଚାରପତି ଶୀଲ ନାଗୁ ଏବଂ ଆନନ୍ଦ ପାଠକ ଗତ...

ବେଶ ବଦଳାଇ ହସ୍ପିଟାଲରେ ପହଞ୍ଚିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ, ସିକ୍ୟୁରୀଟି ଗାର୍ଡଙ୍କ ଠାରୁ ଖାଇଲେ ଠେଙ୍ଗା ପାହାର

ନୂଆଦିଲ୍ଲୀ,୨୦।୯: କରୋନା ମହାମାରୀ ମଧ୍ୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଆକ୍ସନ ମୋଡ୍‌ରେ କାର୍ଯ୍ୟ କରୁଛନ୍ତି। ସେ ପ୍ରତିଦିନ ଡାକ୍ତରଖାନା ପରିଦର୍ଶନ କରି ଅଧିକାରୀଙ୍କ ସହ...

ପଦବୀ ଫେରିପାଇବା ପାଇଁ ଶଶିକଳା କୋର୍ଟର ଦ୍ୱାରସ୍ଥ

ଚେନ୍ନାଇ,୧୮।୨: ଆଗକୁ ତାମିଲନାଡୁରେ ବିଧାନସଭା ନିର୍ବାଚନ ଏହା ପୂର୍ବରୁ ରାଜ୍ୟ ରାଜନୀତି ଚଳଚଞ୍ଚଳ ହେବାରେ ଲାଗିଛି। ନିକଟରେ ଜେଲରୁ ଫେରିଥିବା ଭି.କେ. ଶଶିକଳା ଏଆଇଡିଏମ୍‌କେ ନିଜର...

Advertisement
Archives

Model This Week