କରୋନା ଟିକା ପ୍ରଥମେ କାହାକୁ ଦିଆଯିବା ଉଚିତ

ନୂଆଦିଲ୍ଲୀ,୧୬।୮: କରୋନା ମହାମାରୀ ବେଳକୁ ବେଳ ଉଗ୍ର ରୂପ ଧାରଣ କରୁଥିବା ବେଳେ ଏବେ ସମସ୍ତଙ୍କ ନଜର ଏହାର ଟିକା ବା ଭ୍ୟାକ୍ସିନ ଉପରେ। ଗୋଟିଏ ପଟେ ରୁଷିଆ କରୋନା ଟିକା ପ୍ରସ୍ତୁତ କରିଥିବା ଦାବି କରୁଥିବା ବେଳେ ଆଉ କେତେକ ଦେଶ ଏହାର ଶେଷ ପର୍ଯ୍ୟାୟରେ ଥିବା କହୁଛନ୍ତି। ଦେଶର ସିରମ ଇନଷ୍ଟିଚ୍ୟୁଟ ମଧ୍ୟ ଖୁବ୍‌ ଶୀଘ୍ର କରୋନା ଭ୍ୟାକ୍ସିନ ଉପଲବ୍ଧ କରାଇବ ବୋଲି କହିଲାଣି। ଏହାସହ ଆଉ ୨ଟି ଭ୍ୟାକ୍ସିନ ମଧ୍ୟ ଏହି ଦୌଡରେ ସାମିଲ ହୋଇଥିବା ସୂଚନା ରହିଛି। ଏବେ ପ୍ରଶ୍ନ ଉଠୁଛି ପ୍ରଥମେ ଏହି ଭ୍ୟାକ୍ସିନ କାହାକୁ ଦିଆଯିବା ଉଚିତ। କେତେକ ବିଶେଷଜ୍ଞଙ୍କ କହିବା କଥା ହେଲା ଯେଉଁମାନେ କରୋନାକୁ ସିଧାସଳଖ ମୁକାବିଲା କରୁଛନ୍ତି ପ୍ରଥମେ ସେମାନଙ୍କୁ ଏହା ଦିଆଯିବ ଉଚିତ। ଅର୍ଥାତ୍‌ ଡାକ୍ତର, ନର୍ସ ଓ ପାରାମେଡିକାଲ ଷ୍ଟାଫଙ୍କ ବୟସ ଅନୁଯାୟୀ ଏମାନଙ୍କୁ ପ୍ରଥମେ ଏହା ଦିଆଯିବ ଭଲ। ଏହାପରେ ଏହି ଅଦୃଶ୍ୟ ଯୁଦ୍ଧରେ ଆଗଧାଡିର ଯୋଦ୍ଧା ସାଜିଥିବା ସ୍ଥଳ ସେନା, ବାୟୁ ସେନା, ନୌସେନା, ବିଏସ୍‌ଏଫ୍‌, ଆଇଟିବିପି ଓ କୋଷ୍ଟଗାର୍ଡଙ୍କୁ ଦେବା ଉଚିତ। ଏହାପରେ ଆସୁଛନ୍ତି ସ୍ବେଚ୍ଛାସେବୀ। ତେବେ ବିଶେଷଜ୍ଞଙ୍କ କହିବା କଥା ରୋଗୀଙ୍କ ସଂଖ୍ୟା ଓ ବର୍ଗର ସନ୍ତୋଷଜନକ ତଥ୍ୟ ମିଳିଲା ପରେ ଯାଇ କେନ୍ଦ୍ର କୌଣସି ଭ୍ୟାକ୍ସିନକୁ ସୁରକ୍ଷିତ ବୋଲି ଘୋଷଣା କରିପାରେ। ପ୍ରଥମେ ଏହା ସରକାରୀ ଭାବେ ଉପଲବ୍ଧ ହେବା ସହ ପରେ ଏହା ଘରୋଇ ସ୍ତରକୁ ଦିଆଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୪ା୯(ପି.ଟି.): ଭ୍ଲାଡିଭୋଷ୍ଟକରେ ବୁଧବାରଠାରୁ ଅନୁଷ୍ଠିତ ହେବାକୁ ଥିବା ପୂର୍ବାଞ୍ଚଳ ଅର୍ଥନୈତିକ ଫୋରମ୍‌ (ଇଇଏଫ୍‌)ରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରୁଷିଆ ଗସ୍ତ କରିଛନ୍ତି।...

ଦେଶବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୭।୧୦: ଆଲୋକର ପର୍ବ ଦୀପାବଳି ସାରା ଦେଶରେ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

କେନ୍ଦ୍ର ମନ୍ତ୍ରୀ କିଶାନ ରେଡ୍ଡୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୦।୧: ଭାରତର ଉତ୍ତର ପୂର୍ବାଞ୍ଚଳର ପର୍ଯ୍ୟଟନ, ସଂସ୍କୃତି ଏବଂ ବିକାଶ ମନ୍ତ୍ରୀ ଜି କିଶାନ ରେଡ୍ଡୀ କରୋନା ପଜିଟିଭ୍‌ ହୋଇଛନ୍ତି। ଏ ନେଇ ମନ୍ତ୍ରୀ ନିଜେ...

ପୁଣି ବିପଦ, ବିପଜ୍ଜନକ ଆର୍‌-୧ ଭାରିଆଣ୍ଟ୍‌ ସଂକ୍ରମଣ ବଢ଼ିଲା..

ଓ୍ବାଶିଂଟନ,୨୬।୯: ପୁଣି ପୃଥିବୀ ଉପରେ ବିପଦ ଘନେଇବାରେ ଲାଗିଛି। ଆମେରିକାରେ କରୋନା ମହାମାରୀର ବିପଜ୍ଜନକ ଆର୍‌-୧ ଭାରିଆଣ୍ଟ୍‌ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଇତିମଧ୍ୟରେ...

କେଜରିଓ୍ବାଲଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ୨ ଶହ ୟୁନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ ବିଲ୍‌ ମାଗଣା

ନୂଆଦିଲ୍ଲୀ,୧।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ବଡ଼ ଘୋଷଣା କରିଛନ୍ତି। ଏବେ ଦିଲ୍ଲୀର ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ୨ଶହ ୟୁନିଟ୍‌ ପର୍ଯ୍ୟନ୍ତ ବିଲ୍‌ ମାଗଣାରେ ମିଳିବ। ତେବେ...

୨୦୨୩ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହୋଇପାରନ୍ତି ଇଜିପ୍ଟ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୧୧: ୨୦୨୩ ଗଣତନ୍ତ୍ର ଦିବସ ପରେଡ ସମାରୋହ ଲାଗି ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତ୍ତାହ ଏଲ-ସିସିଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିଛି ଭାରତ। ୨୦୧୪ରୁ...

ବିହାର ନିର୍ବାଚନ: ଜନତାଙ୍କୁ ଚିରାଗଙ୍କ ଖୋଲା ପତ୍ର

ପାଟନା,୬ ।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୀତି ମଧ୍ୟ ବେଳକୁ ବେଳ ହେଉଛି ସରଗରମ । ଏନ୍‌ଡିଏରୁ ବାହାରିବା ପରେ ଲୋକ...

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୨୧।୫: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ଗୁରୁବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି। ଏଥିରେ ୨ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଚିକିତ୍ସା ପାଇଁ...

Advertisement
Archives

Model This Week