Posted inଜାତୀୟ

ଦୀର୍ଘ ୮ ମାସ ପରେ ମିଳିଲା ପାକିସ୍ତାନ ସୀମାରେ ନିଖୋଜ ଯବାନଙ୍କ ମୃତଦେହ

ଡେରାଡୁନ,୧୬।୮: ଦୀର୍ଘ ପ୍ରାୟ ୮ ମାସ ହେବ ଉତ୍ତର କଶ୍ମୀରର ବରଫାବୃତ୍ତ ଅଞ୍ଚଳରେ ଗୋଡ ଖସିଯିବାରୁ ଉତ୍ତରାଖଣ୍ଡର ଜଣେ ଯବାନ ନିଖୋଜ ହୋଇଯାଇଥିଲେ। ଶନିବାର ତାଙ୍କର ମୃତ ଶରୀର ବାରମୂଳା ଜିଲାର ଗୁଲମର୍ଗ ଅଞ୍ଚଳରେ ଠାବ କରାଯାଇଛି। ମିଳିଥିବା ସୂଚନାରୁ ଜଣାପଡିଛି କି ଶହୀଦ ଯବାନ ରାଜେନ୍ଦ୍ର ସିଂ ନେଗିଙ୍କ ପାର୍ଥିବ ଶରୀର ୧୬ ତାରିଖରେ ଡେରାଡୁନରେ ପହଞ୍ଚିବାର ଥିଲା। ହେଲେ କୌଣସି କାରଣ ବଶତଃ ଏହା ୧୮ ଅଗଷ୍ଟରେ ଡେରାଡୁନରେ ପହଞ୍ଚିବ ବୋଲି କୁହାଯାଇଛି। ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମୃତ ଶରୀରର କୋଭିଡ ଟେଷ୍ଟ ଜମ୍ମୁରେ ଥିବା ସେନାର ବେସ୍‌ ହସ୍ପିଟାଲରେ କରାଯିବ। ଏଥିପାଇଁ ପ୍ରାୟ ୨ ଦିନ ସମୟ ଲାଗିବ। ଏବେ ଏହି ଖବର ପାଇବା ପରେ ଯବାନଙ୍କ ମୃତ ଶରୀରର ଦର୍ଶନ ପାଇଁ ପରିବାର ଲୋକେ ଚାତକ ଭଳି ଚାହିଁ ବସିଛନ୍ତି। ନିଖୋଜ ହେବାର କିଛିଦିନ ପରେ ତାଙ୍କର ମୃତଦେହ ନ ମିଳିବାରୁ ସେନା ପକ୍ଷରୁ ତାଙ୍କୁ ଶହୀଦ ଘୋଷଣା କରାଯାଇଥିଲା। ବରଫ ତଳେ ପୋତି ହୋଇ ଯାଇଥିବାରୁ ଯବାନଙ୍କ ମୃତଦେହ ମିଳି ପାରି ନ ଥିଲା। ଏବେ ସେଠାରେ ତାପମାତ୍ରା ବଢିବା ସହ ବରଫ ତରଳିବାରୁ ଯବାନଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୭ ମାସ ପରେ ଜେଲରୁ ମୁକୁଳିଲେ ଆଜମ ଖାଁ

ନୂଆଦିଲ୍ଲୀ,୨୦ ।୫: ଏକ ଠକେଇ ମାମଲାରେ ଜେଲ ଯାଇଥିବା ସମାଜବାଦୀ ପାର୍ଟି ନେତା ଆଜମ ଖାଁ ଶୁକ୍ରବାର ସୀତାପୁର ଜେଲରୁ ବାହାରିଛନ୍ତି । ୨୭ ମାସ...

ପ୍ରଧାନମନ୍ତ୍ରୀ ଦେଶଠାରୁ ଊର୍ଦ୍ଧ୍ୱରେ ନୁହନ୍ତି

ନୂଆଦିଲ୍ଲୀ,୨୭।୧୦: “କିଏ ପେଗାସସ୍‌କୁ ଆଣିଛି ? ଏହାଦ୍ୱାରା କେଉଁ ମାନଙ୍କୁ ଟାର୍ଗେଟ କରାଯାଇଛି ? ଅନ୍ୟ କୌଣସି ଦେଶ ପାଖରେ ଆମ ଲୋକଙ୍କ ତଥ୍ୟ ଅଛି...

ଶାହଙ୍କ ଗୁଜରାଟ ଗସ୍ତ: ବେଜଲପୁର ଅଞ୍ଚଳରେ ଘରର କବାଟ ଝରକା ବନ୍ଦ ରଖିବାକୁ ନିର୍ଦ୍ଦେଶ!

ଅହମଦାବାଦ,୧୧ ।୭: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଗୁଜୁରାଟ ଗସ୍ତ ସମୟରେ ଅହମ୍ମଦାବାଦ ପୋଲିସ ବେଜଲପୁରରେ କିଛି ସୋସାଇଟିର ଲୋକଙ୍କୁ ଘରର କବାଟ ଝରକା ବନ୍ଦ...

ଭାଜପାକୁ ଚେତାଇଲେ ମମତା: କହିଲେ ‘ମୁଁ ଜଣେ ହିନ୍ଦୁ, ମୋ ସହ ହିନ୍ଦୁ କାର୍ଡ ଖେଳନାହିଁ’

ନନ୍ଦିଗ୍ରାମ,୯।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଛକାପଞ୍ଝା ଲାଗି ରହିଛି। ଏଭଳି ପରିସ୍ଥିତିରେ ଭାଜପା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଟାକ୍ଷ କରୁଥିବା ବେଳେ ମଙ୍ଗଳବାର...

ସୁସ୍ଥ ଅଛନ୍ତି ମୁଖ୍ୟମନ୍ତ୍ରୀ

ଡେରାଡୁନ,୫।୬: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଥିବା ଜଣାପଡିଛି। ତାଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ସେ...

ବିହାରରେ କରୋନା ମହାଦୁର୍ନୀତି

ପାଟନା, ୧୪ା୨: ଦେଶରେ ଫେବୃୟାରୀ ୧୩ ସୁଦ୍ଧା ୨୦ କୋଟି ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ କରୋନା ଟେଷ୍ଟ ସରିଥିବା ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମ୍‌ଆର୍‌)...

ଜମ୍ମୁ-କଶ୍ମୀର ସରପଞ୍ଚମାନଙ୍କୁ ଭେଟିଲେ ଉପରାଷ୍ଟ୍ରପତି: ପଞ୍ଚାୟତକୁ ଦିଆଯିବ ଅଧିକ କ୍ଷମତା

ନୂଆଦିଲ୍ଲୀ, ୧୧ା୯ (ପି.ଟି.): ଏଣିକି ଜମ୍ମୁ-କଶ୍ମୀରର ପଞ୍ଚାୟତଗୁଡ଼ିକୁ ଅଧିକ କ୍ରିୟାଶୀଳ କରାଯିବ। ସେଗୁଡ଼ିକର ବିକାଶ ଓ ଆର୍ଥକ କ୍ଷମତା ବୃଦ୍ଧି କରାଯିବ ବୋଲି ଉପରାଷ୍ଟ୍ରପତି ଭେଙ୍କାୟା...

ପ୍ରତିରୋଧ କ୍ଷମତାକୁ ନେଇ ଭାରତ ଦୃଢ଼

ନୂଆଦିଲ୍ଲୀ, ୧୬ା୬: ଭାରତ ଅପେକ୍ଷା ପାକିସ୍ତାନରେ ରହିଛି ଅଧିକ ଅଣୁଅସ୍ତ୍ର। ଚାଇନା ପାଖରେ ପାକିସ୍ତାନ ଅପେକ୍ଷା ଦୁଇଗୁଣା ଅଧିକ ଅଣୁଅସ୍ତ୍ର ରହିଛି। ହେଲେ ଭାରତର ପ୍ରତିରୋଧ...

Advertisement
Archives

Model This Week