Posted inଖେଳ

ଧୋନୀ କାହିଁକି ପଡ଼ିଆରେ ଖୋଲିଥିଲେ ଟି-ଶର୍ଟ ଜାଣନ୍ତୁ

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଶନିବାର ବିଦାୟ ନେଇଛନ୍ତି। ସେ ଜଣେ ଶାନ୍ତ କ୍ୟାପଟେନ୍‌ ଭାବରେ ଜଣାଶୁଣା। ଧୋନୀଙ୍କ କ୍ରିକେଟ କ୍ୟାରିୟର ମଧ୍ୟରେ ଏକ ଘଟଣା ସାମ୍ନାକୁ ଆସିଥିଲା, ଯାହା ସେହି ସମୟରେ କ୍ରିକେଟପ୍ରେମୀଙ୍କୁ ବେଶ୍‌ ଉତ୍ସାହିତ କରିଥିଲା।

କାହିଁକି ଏବଂ କେବେ ଶର୍ଟ୍‌ ଖୋଲିଥିଲେ ଜାଣନ୍ତୁ:

୨୦୦୭ରେ ପ୍ରଥମ ଆଇସିସି ଟି -୨୦ ବିଶ୍ୱକପ୍‌ର ଅନ୍ତିମ ମ୍ୟାଚ୍‌ରେ ଭାରତ ଏବଂ ପାକିସ୍ତାନ ସହ ସଂଘର୍ଷ ଚାଲିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୧୫୭ ରନ୍‌ ସଂଗ୍ରହ କରିଥିଲା। ଏଥିରେ ଗୌତମ ଗମ୍ଭୀର ୭୫ ରନ୍‌ର ସର୍ବାଧିକ ଇନିଂସ ଖେଳିଥିଲେ। ଏହା ପରେ ପାକିସ୍ତାନ ଦଳ ବ୍ୟାଟିଂ କରିବାକୁ ବାହାରି ୧୦୭ ରନ୍‌ରେ ୭ ଓ୍ବିକେଟ ହରାଇଥିଲା ଏବଂ ମ୍ୟାଚ ଭାରତ ହାତକୁ ଯିବ ବୋଲି ଜଣାପଡ଼ିଥିଲା। ତା’ପରେ ମିସ୍‌ବା-ଉଲ-ହକ ରନ୍‌ ବର୍ଷା ଆରମ୍ଭ କରିଥିଲେ। ଏହା ପରେ ପାକିସ୍ତାନକୁ ଶେଷ ଓଭରରେ ଜିତିବା ପାଇଁ ୧୩ ରନ୍‌ର ଆବଶ୍ୟକତା ଥିଲା ଏବଂ ସେମାନଙ୍କ ପାଖରେ କେବଳ ଗୋଟିଏ ଓ୍ବିକେଟ୍‌ ବାକି ଥିଲା।

ଏହି ସମୟରେ ଧୋନୀଙ୍କ ନିଷ୍ପତ୍ତିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଭେଟେରାନ ହରଭଜନଙ୍କୁ ଓଭର ନ ଦେଇ ପ୍ରଥମ ମ୍ୟାଚ୍‌ ଖେଳୁଥିବା ଯୋଗୀନ୍ଦର ଶର୍ମାଙ୍କୁ ବଲ୍‌ ଦେଇଥିଲେ। ଏହା ମଧ୍ୟ କୌତୂହଳ ବିଷୟ ଯେ, ଯୋଗୀନ୍ଦର ଶର୍ମା ପ୍ରଥମ ଥର ପାଇଁ ଟିମ୍‌ ଇଣ୍ଡିଆ ପାଇଁ ଏକ ଟୁର୍ନାମେଣ୍ଟ ଖେଳୁଥିଲେ।
ଏନେଇ ଧୋନୀ କୁହନ୍ତି, ‘ମୁଁ ଯୋଗୀନ୍ଦର ଶର୍ମାଙ୍କୁ ବୋଲିଂ କରିବାକୁ ଦେଇଥିଲି। କାରଣ ଭଜି ତାଙ୍କ ଶେଷ ଓଭରରେ ପର୍ଯ୍ୟାପ୍ତ ରନ୍‌ ଦେଇଥିଲେ। ଏହା ବ୍ୟତୀତ, ଆଉ ଏକ କାରଣ ଥିଲା ଯେ ଆଗ ଦଳ ଯୋଗୀନ୍ଦର ଶର୍ମାଙ୍କୁ ଅଧିକ ସାମ୍ନା କରି ନ ଥିଲା। ଆହୁରି ମଧ୍ୟ, ତାଙ୍କର ଏକ ଧୀର ବଲ୍‌ ଥିଲା। ସେ ଗତି ବହୁତ ଭଲ ଭାବରେ ପରିବର୍ତ୍ତନ କରିପାରନ୍ତି।

ଏହି ଶେଷ ଓଭରରେ ପ୍ରଥମ ବଲ୍‌ରେ ଚୌକା ଏବଂ ଦ୍ୱିତୀୟଟି ଛକା ମାରିଥିଲେ ମିସ୍‌ବା। ଏହା ପରେ ପାକିସ୍ତାନକୁ ଜିତିବା ପାଇଁ ମାତ୍ର ୫ ରନ୍‌ର ଆବଶ୍ୟକ ଥିଲା। ଟିମ୍‌ ଇଣ୍ଡିଆ ବିଜୟଠାରୁ ମାତ୍ର ଗୋଟିଏ ଓ୍ବିକେଟ୍‌ ଦୂରରେ ଥିଲା। ଏହା ପରେ ଯୋଗୀନ୍ଦର ଶର୍ମା ତୃତୀୟ ବଲ୍‌ ପକାଇଥିଲେ ଓ ଏହାକୁ ମିସ୍‌ବା ଖେଳିବାକୁ ପ୍ରୟାସ କରିଥିଲେ ମଧ୍ୟ ଶ୍ରୀସନ୍ତଙ୍କ ହାତରେ ଧରା ପଡ଼ିଥିଲେ।  ଏହା ସହିତ ଟିମ୍‌ ଇଣ୍ଡିଆ ଟି-୨୦ ବିଶ୍ୱକପ୍‌ର ପ୍ରଥମ ବିଜେତା ହୋଇଥିଲା। ଏହି ବିଜୟ ସହିତ ସମଗ୍ର ଜୋହାନ୍ସବର୍ଗ ଷ୍ଟାଡିୟମ୍‌ ଝୁମି ଉଠିଥିଲା। ଭାରତୀୟ ପ୍ରଶଂସକମାନେ ଉତ୍ସାହରେ ଫାଟି ପଡ଼ିଥିଲେ। ଏସବୁ ମଧ୍ୟରେ ଧୋନୀ ଶାନ୍ତ ହସ ସହିତ ପଡ଼ିଆରେ ଉପସ୍ଥିତ ଥିଲେ।

ଭାରତୀୟ ଟିମ୍‌ ପଡ଼ିଆ ମଧ୍ୟରେ ଆନନ୍ଦିତ ହେଉଥିବା ବେଳେ ଧୋନୀ ଏପରି କରିଥିଲେ ଯେଉଁଥିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ପିନ୍ଧିଥିବା ଇଣ୍ଡିଆ ଟି-ଶର୍ଟ ଖୋଲି ଏକ ପିଲାକୁ ଦେଇଥିଲେ। ନିଜେ ଖୋଲା ଦେହରେ ପଡ଼ିଆ ସାରା ବୁଲିବାକୁ ଲାଗିଥିଲେ। ଏହି ଦୃଶ୍ୟ ସେତେବେଳେ ଭାରତୀୟ କ୍ରିକେଟ୍‌ ପ୍ରେମୀଙ୍କୁ ବେଶ୍‌ ଉତ୍ସାହିତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri