Posted inଖେଳ

ଧୋନୀ କାହିଁକି ପଡ଼ିଆରେ ଖୋଲିଥିଲେ ଟି-ଶର୍ଟ ଜାଣନ୍ତୁ

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଶନିବାର ବିଦାୟ ନେଇଛନ୍ତି। ସେ ଜଣେ ଶାନ୍ତ କ୍ୟାପଟେନ୍‌ ଭାବରେ ଜଣାଶୁଣା। ଧୋନୀଙ୍କ କ୍ରିକେଟ କ୍ୟାରିୟର ମଧ୍ୟରେ ଏକ ଘଟଣା ସାମ୍ନାକୁ ଆସିଥିଲା, ଯାହା ସେହି ସମୟରେ କ୍ରିକେଟପ୍ରେମୀଙ୍କୁ ବେଶ୍‌ ଉତ୍ସାହିତ କରିଥିଲା।

କାହିଁକି ଏବଂ କେବେ ଶର୍ଟ୍‌ ଖୋଲିଥିଲେ ଜାଣନ୍ତୁ:

୨୦୦୭ରେ ପ୍ରଥମ ଆଇସିସି ଟି -୨୦ ବିଶ୍ୱକପ୍‌ର ଅନ୍ତିମ ମ୍ୟାଚ୍‌ରେ ଭାରତ ଏବଂ ପାକିସ୍ତାନ ସହ ସଂଘର୍ଷ ଚାଲିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୧୫୭ ରନ୍‌ ସଂଗ୍ରହ କରିଥିଲା। ଏଥିରେ ଗୌତମ ଗମ୍ଭୀର ୭୫ ରନ୍‌ର ସର୍ବାଧିକ ଇନିଂସ ଖେଳିଥିଲେ। ଏହା ପରେ ପାକିସ୍ତାନ ଦଳ ବ୍ୟାଟିଂ କରିବାକୁ ବାହାରି ୧୦୭ ରନ୍‌ରେ ୭ ଓ୍ବିକେଟ ହରାଇଥିଲା ଏବଂ ମ୍ୟାଚ ଭାରତ ହାତକୁ ଯିବ ବୋଲି ଜଣାପଡ଼ିଥିଲା। ତା’ପରେ ମିସ୍‌ବା-ଉଲ-ହକ ରନ୍‌ ବର୍ଷା ଆରମ୍ଭ କରିଥିଲେ। ଏହା ପରେ ପାକିସ୍ତାନକୁ ଶେଷ ଓଭରରେ ଜିତିବା ପାଇଁ ୧୩ ରନ୍‌ର ଆବଶ୍ୟକତା ଥିଲା ଏବଂ ସେମାନଙ୍କ ପାଖରେ କେବଳ ଗୋଟିଏ ଓ୍ବିକେଟ୍‌ ବାକି ଥିଲା।

ଏହି ସମୟରେ ଧୋନୀଙ୍କ ନିଷ୍ପତ୍ତିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଭେଟେରାନ ହରଭଜନଙ୍କୁ ଓଭର ନ ଦେଇ ପ୍ରଥମ ମ୍ୟାଚ୍‌ ଖେଳୁଥିବା ଯୋଗୀନ୍ଦର ଶର୍ମାଙ୍କୁ ବଲ୍‌ ଦେଇଥିଲେ। ଏହା ମଧ୍ୟ କୌତୂହଳ ବିଷୟ ଯେ, ଯୋଗୀନ୍ଦର ଶର୍ମା ପ୍ରଥମ ଥର ପାଇଁ ଟିମ୍‌ ଇଣ୍ଡିଆ ପାଇଁ ଏକ ଟୁର୍ନାମେଣ୍ଟ ଖେଳୁଥିଲେ।
ଏନେଇ ଧୋନୀ କୁହନ୍ତି, ‘ମୁଁ ଯୋଗୀନ୍ଦର ଶର୍ମାଙ୍କୁ ବୋଲିଂ କରିବାକୁ ଦେଇଥିଲି। କାରଣ ଭଜି ତାଙ୍କ ଶେଷ ଓଭରରେ ପର୍ଯ୍ୟାପ୍ତ ରନ୍‌ ଦେଇଥିଲେ। ଏହା ବ୍ୟତୀତ, ଆଉ ଏକ କାରଣ ଥିଲା ଯେ ଆଗ ଦଳ ଯୋଗୀନ୍ଦର ଶର୍ମାଙ୍କୁ ଅଧିକ ସାମ୍ନା କରି ନ ଥିଲା। ଆହୁରି ମଧ୍ୟ, ତାଙ୍କର ଏକ ଧୀର ବଲ୍‌ ଥିଲା। ସେ ଗତି ବହୁତ ଭଲ ଭାବରେ ପରିବର୍ତ୍ତନ କରିପାରନ୍ତି।

ଏହି ଶେଷ ଓଭରରେ ପ୍ରଥମ ବଲ୍‌ରେ ଚୌକା ଏବଂ ଦ୍ୱିତୀୟଟି ଛକା ମାରିଥିଲେ ମିସ୍‌ବା। ଏହା ପରେ ପାକିସ୍ତାନକୁ ଜିତିବା ପାଇଁ ମାତ୍ର ୫ ରନ୍‌ର ଆବଶ୍ୟକ ଥିଲା। ଟିମ୍‌ ଇଣ୍ଡିଆ ବିଜୟଠାରୁ ମାତ୍ର ଗୋଟିଏ ଓ୍ବିକେଟ୍‌ ଦୂରରେ ଥିଲା। ଏହା ପରେ ଯୋଗୀନ୍ଦର ଶର୍ମା ତୃତୀୟ ବଲ୍‌ ପକାଇଥିଲେ ଓ ଏହାକୁ ମିସ୍‌ବା ଖେଳିବାକୁ ପ୍ରୟାସ କରିଥିଲେ ମଧ୍ୟ ଶ୍ରୀସନ୍ତଙ୍କ ହାତରେ ଧରା ପଡ଼ିଥିଲେ।  ଏହା ସହିତ ଟିମ୍‌ ଇଣ୍ଡିଆ ଟି-୨୦ ବିଶ୍ୱକପ୍‌ର ପ୍ରଥମ ବିଜେତା ହୋଇଥିଲା। ଏହି ବିଜୟ ସହିତ ସମଗ୍ର ଜୋହାନ୍ସବର୍ଗ ଷ୍ଟାଡିୟମ୍‌ ଝୁମି ଉଠିଥିଲା। ଭାରତୀୟ ପ୍ରଶଂସକମାନେ ଉତ୍ସାହରେ ଫାଟି ପଡ଼ିଥିଲେ। ଏସବୁ ମଧ୍ୟରେ ଧୋନୀ ଶାନ୍ତ ହସ ସହିତ ପଡ଼ିଆରେ ଉପସ୍ଥିତ ଥିଲେ।

ଭାରତୀୟ ଟିମ୍‌ ପଡ଼ିଆ ମଧ୍ୟରେ ଆନନ୍ଦିତ ହେଉଥିବା ବେଳେ ଧୋନୀ ଏପରି କରିଥିଲେ ଯେଉଁଥିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ପିନ୍ଧିଥିବା ଇଣ୍ଡିଆ ଟି-ଶର୍ଟ ଖୋଲି ଏକ ପିଲାକୁ ଦେଇଥିଲେ। ନିଜେ ଖୋଲା ଦେହରେ ପଡ଼ିଆ ସାରା ବୁଲିବାକୁ ଲାଗିଥିଲେ। ଏହି ଦୃଶ୍ୟ ସେତେବେଳେ ଭାରତୀୟ କ୍ରିକେଟ୍‌ ପ୍ରେମୀଙ୍କୁ ବେଶ୍‌ ଉତ୍ସାହିତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri