ଫେବୃୟାରୀରେ ଅସମ୍ଭାଳ ତାତି

ଭୁବନେଶ୍ୱର, ୧୩ା୨(ବ୍ୟୁରୋ):ରାଜ୍ୟରେ ଶୀତ ଗାଏବ ହୋଇଯାଉଥିବାବେଳେ ତାତି ବଢ଼ି ଚାଲିଛି। ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଶୀତ ହେଉଥିଲେ ମଧ୍ୟ ବାକି ସବୁ ସ୍ଥାନରେ ଗରମ ଅନୁଭୂତ ହେଉଛି। ଫେବୃୟାରୀରୁ ଗ୍ରୀଷ୍ମର ଅନୁଭବ ହେଉଛି। ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୩୨ଡିଗ୍ରୀ ଉପରେ ରହୁଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ତାତି ଅସମ୍ଭାଳ ହେଉଛି। ଅପରାହ୍ନରେ ଘରୁ ବାହାରିବା ବି କଷ୍ଟ ହୋଇପଡ଼ୁଛି। ଫେବୃୟାରୀ ଆରମ୍ଭରୁ ସହରରେ ଯେଉଁଭଳି ତାତି ଅନୁଭୂତ ହେଉଛି, ଲାଗୁଛି ଶେଷବେଳକୁ ଭୁବନେଶ୍ୱର ୪୦ ବର୍ଷର ରେକର୍ଡ ଭାଙ୍ଗିବ। ୧୯୬୩ ଫେବୃୟାରୀରେ ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୪୨.୭ ଡିଗ୍ରୀ ରେକର୍ଡ ହୋଇଥିଲା। ତେବେ ୨୦୨୩ରେ ଏହି ରେକର୍ଡ ଟପିଯିବ ବୋଲି ପାଣିପାଗ ବିଭାଗ ଅନୁମାନ କରୁଛି। କିଛିଦିନ ହେବ ଅର୍ଥାତ୍‌ ଫେବୃୟାରୀ ପ୍ରଥମ ସପ୍ତାହରେ ଭୁବନେଶ୍ୱରର ତାପମାତ୍ରା ୩୫ ଡିଗ୍ରୀ ଟପିଥିଲା। ଦକ୍ଷିଣ ପଶ୍ଚିମ ଦିଗରୁ ପ୍ରବାହିତ ହେବାକୁ ଥିବା ବାୟୁ ପାଇଁ ଆଗକୁ ତାପମାତ୍ରା ଆହୁରି ବଢ଼ିବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି। ତେବେ ବାୟୁ ମଣ୍ଡଳରେ ଅସ୍ଥିରତା, ବର୍ଷାର ଅଭାବ, ଜଙ୍ଗଲ କ୍ଷୟ ହିଁ ତାପମାତ୍ରା ବୃଦ୍ଧିର ପ୍ରମୁଖ କାରଣ ହୋଇଥିବା ପାଣିପାଗ ବିଜ୍ଞାନୀ ମତ ରଖିଛନ୍ତି। ପୂର୍ବ ବର୍ଷର ତଥ୍ୟକୁ ଦେଖିଲେ ଗତବର୍ଷ ଫେବୃୟାରୀରେ ତାପମାତ୍ରା ୩୦ ଡିଗ୍ରୀରୁ କମ୍‌ ରହିଥିବାବେଳେ ୨୦୨୧ ଫେବୃୟାରୀରେ ୪୦ ଡିଗ୍ରୀ ଛୁଇଁଥିଲା। ସେହିପରି ୨୦୨୦ରେ ତାପମାତ୍ରା ୩୦ ଡିଗ୍ରୀଠାରୁ କମ୍‌ ରହିଥିଲା।
ତେବେ ରବିବାର ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ରହିଥିବାବେଳେ ଅନୁଗୋଳରେ ୩୬.୭, ଭୁବନେଶ୍ୱର ୩୬.୬, ଝାରସୁଗୁଡ଼ା ୩୬.୪, ତାଳଚେର ୩୬, ଛତ୍ରପୁର ୩୬, ବୌଦ୍ଧ ୩୬, ଭଦ୍ରକ ୩୫, ସୁନ୍ଦରଗଡ଼ ୩୫, କଟକ ୩୪.୬, ଗୋପାଳପୁର ୩୪.୬, ବାଲେଶ୍ୱର ୩୪.୫, ଖୋର୍ଦ୍ଧା ୩୪ ଓ ନୟାଗଡ଼ରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେପଟେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୨ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବା ସମ୍ଭାବନା ଥିବାବେଳେ ଏହାପରେ ଧୀରେ ଧୀରେ ପୁଣି ତାପମାତ୍ରା ୨ରୁ ୩ଡିଗ୍ରୀ ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ଇକୋ ରିଟ୍ରିଟ୍‌ ଆରମ୍ଭ

କୋଣାର୍କ,୯ା୧୨(ଡି.ଏନ୍‌.ଏ.): ପ୍ରକୃତିର ମଜା ନେବା ସହ କିଛି ଆଡଭେଞ୍ଚର ସ୍ପୋର୍ଟସର ଉପଭୋଗ କରିବା ପାଇଁ ବୁଧବାର ଆରମ୍ଭ ହୋଇଯାଇଛି ଇକୋ ରିଟ୍ରିଟ୍‌। ଚଳିତବର୍ଷ ରାଜ୍ୟରେ ମୋଟ...

CORONAVIRUS UPDATE: ରାଜ୍ୟରେ ଆଉ ୪୮ ପଜିଟିଭ୍‌ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ରେ ପହଞ୍ଚିଲା

ଭୁବନେଶ୍ୱର,୧୫ା୫(ବ୍ୟୁରୋ) : ଶୁକ୍ରବାର ରାଜ୍ୟରେ ପୁଣି ୪୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ରେ ପହଞ୍ଚିଛି। ଏନେଇ ରାଜ୍ୟ...

ଫୁଟ୍‌ପାଥ ଉପରେ ରହିବନି ଫୁଡ୍‌ ଷ୍ଟଲ

ଭୁବନେଶ୍ୱର,୮ା୧୦(ବ୍ୟୁରୋ): ଷ୍ଟ୍ରିଟ୍‌ ଫୁଡ୍‌ ଷ୍ଟଲ ପାଇଁ ବିଏମ୍‌ସିର ବିଜ୍ଞପ୍ତି ପ୍ରକାଶ ପାଇଛି । ରାସ୍ତା, ଫୁଟ୍‌ପାଥ, ଡ୍ରେନ୍‌ ଉପରେ ଖାଦ୍ୟ ଷ୍ଟଲ ରହିପାରିବନି। ପର୍ଯ୍ୟାପ୍ତ ପାର୍କିଂ...

ଏକାଦଶ, ଦ୍ୱାଦଶ ଛାତ୍ରୀଛାତ୍ରଙ୍କ ପାଇଁ ସରକାର ନେଇପାରନ୍ତି ଏଭଳି ନିଷ୍ପତ୍ତି

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଶିକ୍ଷା ପାଇଁ ଅନେକ ସମୟରେ ଟଙ୍କା ବାଧକ ସାଜୁଛି। ଏଥିଲାଗି କେତେକ ମେଧା ଛାତ୍ରୀଛାତ୍ର ସ୍ବପ୍ନ ପୂରଣ କରିବାକୁ ଅସମର୍ଥ ହେଉଛନ୍ତି। ତେଣୁ ଏହାକୁ...

ନିୟମ ଉଲ୍ଲଂଘନ, ୫ ଦୋକାନ ସିଲ୍‌

ଅନୁଗୋଳ ଅଫିସ୍‌, ୮।୭ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି। ବିଶେଷକରି ସକାଳ ୭ଟାରୁ...

‘ଇନ୍‌ସ୍ପାୟାର୍‌.. ଏମ୍‌ପାୱାର’ ଲୋକାର୍ପିତ

ଭୁବନେଶ୍ୱର,୭।୯(ବ୍ୟୁରୋ): ଓଡ଼ିଶାର କେତେଜଣ ଦିବ୍ୟାଙ୍ଗଙ୍କ ଅସାଧାରଣ ସଫଳତାର କାହାଣୀ ସମ୍ବଳିତ ଏକ କଫିଟେବୁଲ ବହି ‘ଇନ୍‌ସ୍ପାୟାର୍‌.. ଏମ୍‌ପାୱାର’ ସୋମବାର ଲୋକାର୍ପିତ ହୋଇଛି। ରାଜ୍ୟ ଭିନ୍ନକ୍ଷମ ଆୟୋଗ...

ସୌମ୍ୟଙ୍କ ପରିବାରଲୋକଙ୍କ ବୟାନ ରେକର୍ଡ କଲା କ୍ରାଇମ୍‌ବ୍ରାଞ୍ଚ

ଖଇରା,୧।୯(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଥିବା ବେଳେ ବୁଧବାର ସୌମ୍ୟଙ୍କ ପରିବାର...

ଭାଜପାର ନୂତନ ସଦସ୍ୟତା ଅଭିଯାନ ପ୍ରସଙ୍ଗଅନନ୍ତ ପ୍ରଭାରୀ, ଶାରଦା ସହପ୍ରଭାରୀ ନିଯୁକ୍ତ

ଭୁବନେଶ୍ୱର, ୧୮।୬(ବ୍ୟୁରୋ):  ଓଡ଼ିଶାରେ ଭାଜପାର ନୂଆ ସଦ୍ୟସତା ଅଭିଯାନ ଆଗକୁ ନେବା ଏବଂ ନୂଆ ସଦସ୍ୟମାନଙ୍କୁ ଦଳରେ ସାମିଲ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।...

Advertisement
Archives

Model This Week