ଆଜି କୋର୍ଟରେ ହାଜର ହେବେ ଗୋପାଳ

କଟକ ଅଫିସ,୧୩ା୨:ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସଙ୍କ ୫ ଦିନିଆ ରିମାଣ୍ଡ ଅବଧି ରବିବାର ଶେଷ ହୋଇଛି। ୩ଟି ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ ଗୋପାଳଙ୍କୁ ରିମାଣ୍ଡରେ ଆଣି ଜେରା କରିବା ସହ ସତ ବାହାର କରିବା ପାଇଁ ପଲିଗ୍ରାଫ ଟେଷ୍ଟ ଓ ନାର୍କୋ ଟେଷ୍ଟ କରିସାରିଛି। ଏଥିପାଇଁ କ୍ରାଇମବ୍ରାଞ୍ଚ ଟିମ୍‌ ଗୋପାଳଙ୍କୁ ସାଙ୍ଗରେ ନେଇ ଗୁଜରାଟର ଗାନ୍ଧୀନଗରଠାରେ ଡେରା ପକାଇଥିଲା। ତେବେ ଗୋପାଳଙ୍କ ରିମାଣ୍ଡ ଅବଧି ଶେଷ ହେବା ସହ କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟା ମଧ୍ୟ ଇତିମଧ୍ୟରେ ଅନେକ ବାଟ ଆଗେଇଛି। ନିର୍ଦ୍ଧାରିତ ଟେଷ୍ଟଗୁଡ଼ିକ ଶେଷ କରି କ୍ରାଇମବ୍ରାଞ୍ଚ ଟିମ୍‌ ଗୋପାଳଙ୍କୁ ସାଙ୍ଗରେ ନେଇ ରବିବାର ରାତିରେ ଓଡ଼ିଶାରେ ପହଞ୍ଚତ୍ଥିବା ଜଣାପଡିଛି। ସୋମବାର ଗୋପାଳଙ୍କୁ ଝାରୁସୁଗୁଡା ଜେଏମ୍‌ଏଫ୍‌ସିରେ ହାଜର କରାଯିବ। ତେବେ ଆଇନ ବ୍ୟବସ୍ଥା ଅନୁଯାୟୀ ଅଭିଯୁକ୍ତଙ୍କୁ ଆଉ ରିମାଣ୍ଡରେ ଅଣାଯାଇପାରିବ ନାହିଁ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା କହିଛନ୍ତି। ସୋମବାର ଖବରଦାତା ସମ୍ମିଳନୀରେ ନବ ଦାସଙ୍କ ହତ୍ୟା ମାମଲାର ତଦନ୍ତ ସମ୍ପର୍କିତ ସବିଶେଷ ସୂଚନା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।
ନବ ଦାସଙ୍କ ହତ୍ୟା ରହସ୍ୟ ଉନ୍ମୋଚନ କରିବା ପାଇଁ କ୍ରାଇମବ୍ରାଞ୍ଚ ବିଭିନ୍ନ ଉପାୟ ଅବଲମ୍ବନ କରିଛି। ନୂଆଦିଲ୍ଲୀର ଫୋରେନ୍‌ସିକ ବିଶେଷଜ୍ଞଙ୍କ ଦ୍ୱାରା ଝାରସୁଗୁଡ଼ାଠାରେ ଗୋପାଳଙ୍କ ଫୋରେନ୍‌ସିକ ସାଇକୋଲୋଜିକାଲ ଆସେସ୍‌ମେଣ୍ଟ ଓ ଏଲଭିଏ ଟେଷ୍ଟ କରାଯାଇଛି। ସେହିପରି ଅଦାଲତଙ୍କ ଅନୁମତିକ୍ରମେ ଗୁଜରାଟର ଗାନ୍ଧୀନଗରସ୍ଥିତ ଡାଇରେକ୍ଟୋରେଟ ଅଫ୍‌ ଫୋରେନ୍‌ସିକ ସାଇନ୍ସ ସର୍ଭିସେସ୍‌ ଲାବୋରେଟୋରିରେ ପଲିଗ୍ରାଫ ଟେଷ୍ଟ ଓ ନାର୍କୋ ଟେଷ୍ଟ କରାଯାଇଛି। ନାର୍କୋ ଟେଷ୍ଟ ପାଇଁ ୨ ଦିନ ଧରି କ୍ରାଇମବ୍ରାଞ୍ଚକୁ କସରତ କରିବାକୁ ପଡ଼ିଥିଲା। ତେବେ ଗୋପାଳଙ୍କଠାରୁ ସତ ବାହାର କରିବା ପାଇଁ କେଉଁ ପ୍ରଶ୍ନ ପଚରାଯାଇଛି, ସେସବୁର ଉତ୍ତର କ’ଣ ମିଳିଛି ତାହାର ଭିଡିଓ ରେକର୍ଡିଂ ହୋଇଛି। ସେସବୁକୁ ଅଦାଲତରେ ଉପସ୍ଥାପନ କରାଯିବ। ଲଗାତର ମାରାଥନ ଜେରା ଓ କ୍ରାଇମବ୍ରାଞ୍ଚର ୩ଟି ଟିମ୍‌ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ କରି ତଦନ୍ତର ଫଳ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଏବେ ବି ନୀରବ ରହିଛି। ପ୍ରକୃତ ରହସ୍ୟ ଉନ୍ମୋଚନ ଦିଗରେ କ୍ରାଇମବ୍ରାଞ୍ଚକୁ କେତେ ସଫଳତା ମିଳିଛି ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି। ସୋମବାର କ୍ରାଇମବ୍ରାଞ୍ଚ ଏହି ମାମଲା ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଗଣମାଧ୍ୟମରେ ପ୍ରକାଶ କରିପାରେ ବୋଲି ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ବିଭିନ୍ନ ସ୍ଥାନରେ ହୋଇଥିବା ତଦନ୍ତ କାର୍ଯ୍ୟ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଛି। ଏହାବାଦ୍‌ ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଅବସରପ୍ରାପ୍ତ ବିଚାରପତି ଜେ. ପି. ଦାସଙ୍କୁ ପୂରା ମାମଲାର ତଦନ୍ତ ପ୍ରକ୍ରିୟା ତଦାରଖ ଭାର ଅର୍ପଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri