ନିଦ୍ରାଭଙ୍ଗ ଯେଉଁଠି, ସକାଳ ସେଇଠି

ସୁପ୍ରଭା ବେହେରା

ଡାକୁ ଅଙ୍ଗୁଳିମାଳା, ପ୍ରତିଜ୍ଞା ଥିଲା ହଜାରେଜଣଙ୍କୁ ହତ୍ୟା କରି, ସେମାନଙ୍କ ଅଙ୍ଗୁଳି ଚ୍ଛେଦନ କରି ଗଳାରେ ଧାରଣ କରିବା। ନିଜ ପ୍ରତିଜ୍ଞା ଅନୁସାରେ ୯୯୯ଜଣଙ୍କୁ ହତ୍ୟା କରି ସାରିଥିଲା ଅଙ୍ଗୁଳିମାଳା । ଶେଷ ବ୍ୟକ୍ତିର ସନ୍ଧାନରେ ଥାଏ। ଭୟଭୀତ ଥା’ନ୍ତି ସମଗ୍ର ରାଜ୍ୟବାସୀ, ଏମିତିକି ରାଜା ବିମ୍ବିସାର ମଧ୍ୟ। କିଏ ହେବ ସେହି ଶେଷ ବ୍ୟକ୍ତି। ଦିନେ ଅଙ୍ଗୁଳିମାଳା ରହୁଥିବା ଜଙ୍ଗଲ ଦେଇ ଯାଉଥାନ୍ତି ବୁଦ୍ଧଦେବ। ହଠାତ୍‌ ଅଙ୍ଗୁଳିମାଳାର ଦୃଷ୍ଟି ପଡ଼ିଲା ବୁଦ୍ଧଦେବଙ୍କ ଉପରେ। ସେ ଖୁସିରେ ନାଚିଉଠିଲା। ଅଭିଳାଷ ତା’ର ଆଜି ପୂର୍ଣ୍ଣ ହେବ। ହିଂସ୍ର ରୂପ ନେଇ ମାଡ଼ିଆସିଲା ବୁଦ୍ଧଙ୍କ ଆଡ଼କୁ। ବୁଦ୍ଧଦେବ କହିଲେ, ମୋତେ ମାରିବା ପୂର୍ବରୁ ମୋର ଗୋଟିଏ କଥା ରକ୍ଷା କର। ପାଖରେ ଥିବା ବୃକ୍ଷକୁ ଲକ୍ଷ୍ୟ କରି କହିଲେ, ତୁମେ ଧରିଥିବା ଖଣ୍ଡାରେ ଏହି ବୃକ୍ଷର ଡାଳଟିକୁ ପ୍ରଥମେ ହାଣି ଦିଅ ତା’ପରେ ମୋତେ ହାଣିବ। ଅଙ୍ଗୁଳିମାଳା ତାହା ହିଁ କଲା। ବୁଦ୍ଧଦେବ କହିଲେ, ଏବେ ଡାଳଟିକୁ ପୁନର୍ବାର ଗଛରେ ଯୋଡ଼ି ଦିଅ। ଅଙ୍ଗୁଳିମାଳା ଗର୍ଜିଉଠିଲା। ଏହା କ’ଣ ସମ୍ଭବ? ଥରେ ବୃକ୍ଷରୁ ଅଲଗା ହେଲା ପରେ ଆଉ କ’ଣ ଯୋଡ଼ିବା କିମ୍ବା ଜୀବଦାନ ଦେବା ସମ୍ଭବ। ବୁଦ୍ଧଦେବ କହିଲେ, ମୁଁ ଠିକ୍‌ ସେହି କଥା କହୁଛି। ଯେଉଁ ୯୯୯ ଜଣଙ୍କ ଜୀବନ ତୁମେ ନେଇଛ, ଦେଇ ପାରିବ ସେମାନଙ୍କୁ ଜୀବଦାନ? ଅଙ୍ଗୁଳିମାଳାର ଜ୍ଞାନୋଦୟ ହେଲା। ଫିଙ୍ଗିଦେଲା ବେକରୁ ଅଙ୍ଗୁଳିର ମାଳା ଆଉ ହାତରୁ ଅସ୍ତ୍ର। ହୋଇଗଲା ବୌଦ୍ଧ ଭିକ୍ଷୁ।
ଦସ୍ୟୁ ରତ୍ନାକର। ଯାହାର ଚିନ୍ତା ଚେତନାରେ ଥିଲା ଆସୁଥିବା, ଯାଉଥିବା ପ୍ରତ୍ୟେକ ବାଟୋଇ ମନରେ ଆତଙ୍କ ସୃଷ୍ଟି କରି ସେମାନଙ୍କ ପାଖରେ ଥିବା କଉଡି, ସୁନାଗହଣା ଲୁଟି ନେବା । ହିଂସାତ୍ମକ ଶବ୍ଦରେ ଅଭ୍ୟସ୍ତ ଜିହ୍ବା ପାଇଁ ରାମ ନାମ ଅପେକ୍ଷା ମରା ଶବ୍ଦ ଅଧିକ ସହଜ ଥିଲା। ଦସ୍ୟୁ ରତ୍ନାକରରୁ ବାଲ୍ମୀକି ହେବା ସହଜ ନ ଥିଲା କିନ୍ତୁ ଅସମ୍ଭବ ମଧ୍ୟ ନ ଥିଲା। ହୁଏତ ଅସମ୍ଭବ ବି ନ ଥିଲା- ରକ୍ତର ହୋଲି ଖେଳୁଥିବା ଗୋଟିଏ ପାଷାଣ ହୃଦୟରେ ବୁଦ୍ଧଂ ଶରଣଂ ଗଚ୍ଛାମି ଉଚ୍ଚାରିତ ହେବା, ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହେବା।
ବାଟରୁ ଅବାଟକୁ ଯେମିତି ରାସ୍ତାଟିଏ ଥାଏ, ଅବାଟରୁ ବାଟକୁ ସେମିତି ରାସ୍ତାଟିଏ ଲମ୍ବି ଥାଏ। ବୟସର ଉଦ୍ଦାମତ୍ତା, ଠିକ୍‌ ଶୃଙ୍ଖଳା ଅନୁଶୀଳନର ଅଭାବ, ଅଜ୍ଞତା ଅନେକ ସମୟରେ ଯୁବ ସମାଜକୁ ଅବାଟକୁ ଟାଣି ନେଇଥାଏ। ଏହି ଅବାଟର ଗୋଟିଏ ଅନ୍ଧଗଳି ହେଉଛି ନିଶାଗ୍ରସ୍ତ ହେବା। ଆଜିର ଯୁବସମାଜ ପଥଭ୍ରାନ୍ତ ହୋଇ ନିଶା ସେବନ କରୁଛି। ହୁଏତ କେବେ ସାରା ଜୀବନ ବିତି ଯାଏ, କିନ୍ତୁ ସେମାନଙ୍କୁ ବାଟ କେଉଁଟି ଅବାଟ କେଉଁଟି ଜଣା ପଡ଼େ ନାହିଁ। କିଛି ଯୁବକ ଆତ୍ମହତ୍ୟାକୁ ନିଜର ରାସ୍ତା ବାଛି ନିଅନ୍ତି ଆଉ କିଛି ଫେରିବାକୁ ଚାହିଁ ମଧ୍ୟ ସାମାଜିକ ବ୍ୟବସ୍ଥାରେ ଖାପ ଖୁଆଇବାକୁ ଭୟ କରି ପୂର୍ବବତ୍‌ ରହିବାକୁ ପସନ୍ଦ କରନ୍ତି। ସମାନ ପରିସ୍ଥିତି ଉପୁଜି ଥାଏ, ଦେହ ବ୍ୟବସାୟ ଓ ଚୌର୍ଯ୍ୟ ବୃତ୍ତିରେ ଲିପ୍ତ ଥିବା ବ୍ୟକ୍ତି ବିଶେଷଙ୍କର। ଅବାଟରେ ଯାଉଛନ୍ତି ବୋଲି ହୃଦ୍‌ବୋଧ ହେବା ପରେ ସେମାନଙ୍କର ଜୀବନ ଓ ସାମାଜିକ ଚଳଣି ପ୍ରତି କୁଣ୍ଠାବୋଧ ଜୀବନକୁ ଦୁଃଖମୟ କରି ଗଢ଼ିତୋଳେ। ଏହା ସେମାନଙ୍କ ନିମନ୍ତେ ଅଭିମନ୍ୟୁର ଚକ୍ରବୂ୍ୟହ ଭଳି। ସେ ଚକ୍ରବୂ୍ୟହକୁ ଭେଦ କରିବା ସେମାନଙ୍କୁ ଜଣା ଅଛି କିନ୍ତୁ ସେଠାରୁ ମୁକୁଳିବା ସେମାନଙ୍କୁ ଜଣା ନାହିଁ। ସେହି ଚକ୍ରବୂ୍ୟହରୁ ସେମାନଙ୍କ ପ୍ରତ୍ୟାବର୍ତ୍ତନରେ ଆମ ସମସ୍ତଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କୁ ପୂର୍ବ କାମ ପାଇଁ ଉପହାସ ନ କରି ବରଂ ତାଙ୍କର ଭବିଷ୍ୟତ ସଜାଡ଼ିବାର ପ୍ରୟାସ ଲାଗି ହାତ ବଢ଼ାଇବା ଆବଶ୍ୟକ। ରୂପାନ୍ତରଣ ତ ସୃଷ୍ଟିର ନିୟମ। ଗୋଟେ କୁତ୍ସିତ କଦାକାର ଶଁବାଳୁଆରୁ ସୁନ୍ଦର ଏକ ପ୍ରଜାପତି ଜନ୍ମ ନିଏ। ଯେବେ ଅଙ୍ଗୁଳିମାଳା ଶ୍ରମଣ ଓ ଦସ୍ୟୁ ରତ୍ନାକର ବାଲ୍ମୀକି ହୋଇପାରନ୍ତି, ବାଟ ହୁଡ଼ିଥିବା ଲୋକ ସୁନାଗରିକ ହେବାରେ ଅସୁବିଧା କେଉଁଠି! ଏଥି ପାଇଁ ଅନେକ ସୁଧାର ଗୃହ କାର୍ଯ୍ୟ କରୁଥିଲେ ମଧ୍ୟ ଆମ ସମସ୍ତଙ୍କର ପ୍ରୟାସ ନିଶ୍ଚିତ ଭାବେ ଲୋଡ଼ା। ସେମାନେ ବାଟକୁ ଆସି ଦେଶର ବିକାଶ ଓ ପ୍ରଗତିରେ ଭାଗୀଦାର ହୋଇପାରିବେ ।
ଯେଉଁଠି ନିଦ୍ରା ଭଙ୍ଗ ହୁଏ ସେଠାରେ ଏକ ସୁନ୍ଦର ସୂର୍ଯ୍ୟୋଦୟର ସକାଳ ଅପେକ୍ଷା କରିଥାଏ। କିନ୍ତୁ ନିଦ୍ରା ଭଙ୍ଗ ଯେତେ ଶୀଘ୍ର ହେବ ଜୀବନରେ ଆଲୋକର ପ୍ରଭାବ ସେତିକି ବିସ୍ତାରିତ ହେବ।
ଭୁବନେଶ୍ବର, ମୋ-୯୦୪୦୩୬୦୨୫୯


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri