ନିଦ୍ରାଭଙ୍ଗ ଯେଉଁଠି, ସକାଳ ସେଇଠି

ସୁପ୍ରଭା ବେହେରା

ଡାକୁ ଅଙ୍ଗୁଳିମାଳା, ପ୍ରତିଜ୍ଞା ଥିଲା ହଜାରେଜଣଙ୍କୁ ହତ୍ୟା କରି, ସେମାନଙ୍କ ଅଙ୍ଗୁଳି ଚ୍ଛେଦନ କରି ଗଳାରେ ଧାରଣ କରିବା। ନିଜ ପ୍ରତିଜ୍ଞା ଅନୁସାରେ ୯୯୯ଜଣଙ୍କୁ ହତ୍ୟା କରି ସାରିଥିଲା ଅଙ୍ଗୁଳିମାଳା । ଶେଷ ବ୍ୟକ୍ତିର ସନ୍ଧାନରେ ଥାଏ। ଭୟଭୀତ ଥା’ନ୍ତି ସମଗ୍ର ରାଜ୍ୟବାସୀ, ଏମିତିକି ରାଜା ବିମ୍ବିସାର ମଧ୍ୟ। କିଏ ହେବ ସେହି ଶେଷ ବ୍ୟକ୍ତି। ଦିନେ ଅଙ୍ଗୁଳିମାଳା ରହୁଥିବା ଜଙ୍ଗଲ ଦେଇ ଯାଉଥାନ୍ତି ବୁଦ୍ଧଦେବ। ହଠାତ୍‌ ଅଙ୍ଗୁଳିମାଳାର ଦୃଷ୍ଟି ପଡ଼ିଲା ବୁଦ୍ଧଦେବଙ୍କ ଉପରେ। ସେ ଖୁସିରେ ନାଚିଉଠିଲା। ଅଭିଳାଷ ତା’ର ଆଜି ପୂର୍ଣ୍ଣ ହେବ। ହିଂସ୍ର ରୂପ ନେଇ ମାଡ଼ିଆସିଲା ବୁଦ୍ଧଙ୍କ ଆଡ଼କୁ। ବୁଦ୍ଧଦେବ କହିଲେ, ମୋତେ ମାରିବା ପୂର୍ବରୁ ମୋର ଗୋଟିଏ କଥା ରକ୍ଷା କର। ପାଖରେ ଥିବା ବୃକ୍ଷକୁ ଲକ୍ଷ୍ୟ କରି କହିଲେ, ତୁମେ ଧରିଥିବା ଖଣ୍ଡାରେ ଏହି ବୃକ୍ଷର ଡାଳଟିକୁ ପ୍ରଥମେ ହାଣି ଦିଅ ତା’ପରେ ମୋତେ ହାଣିବ। ଅଙ୍ଗୁଳିମାଳା ତାହା ହିଁ କଲା। ବୁଦ୍ଧଦେବ କହିଲେ, ଏବେ ଡାଳଟିକୁ ପୁନର୍ବାର ଗଛରେ ଯୋଡ଼ି ଦିଅ। ଅଙ୍ଗୁଳିମାଳା ଗର୍ଜିଉଠିଲା। ଏହା କ’ଣ ସମ୍ଭବ? ଥରେ ବୃକ୍ଷରୁ ଅଲଗା ହେଲା ପରେ ଆଉ କ’ଣ ଯୋଡ଼ିବା କିମ୍ବା ଜୀବଦାନ ଦେବା ସମ୍ଭବ। ବୁଦ୍ଧଦେବ କହିଲେ, ମୁଁ ଠିକ୍‌ ସେହି କଥା କହୁଛି। ଯେଉଁ ୯୯୯ ଜଣଙ୍କ ଜୀବନ ତୁମେ ନେଇଛ, ଦେଇ ପାରିବ ସେମାନଙ୍କୁ ଜୀବଦାନ? ଅଙ୍ଗୁଳିମାଳାର ଜ୍ଞାନୋଦୟ ହେଲା। ଫିଙ୍ଗିଦେଲା ବେକରୁ ଅଙ୍ଗୁଳିର ମାଳା ଆଉ ହାତରୁ ଅସ୍ତ୍ର। ହୋଇଗଲା ବୌଦ୍ଧ ଭିକ୍ଷୁ।
ଦସ୍ୟୁ ରତ୍ନାକର। ଯାହାର ଚିନ୍ତା ଚେତନାରେ ଥିଲା ଆସୁଥିବା, ଯାଉଥିବା ପ୍ରତ୍ୟେକ ବାଟୋଇ ମନରେ ଆତଙ୍କ ସୃଷ୍ଟି କରି ସେମାନଙ୍କ ପାଖରେ ଥିବା କଉଡି, ସୁନାଗହଣା ଲୁଟି ନେବା । ହିଂସାତ୍ମକ ଶବ୍ଦରେ ଅଭ୍ୟସ୍ତ ଜିହ୍ବା ପାଇଁ ରାମ ନାମ ଅପେକ୍ଷା ମରା ଶବ୍ଦ ଅଧିକ ସହଜ ଥିଲା। ଦସ୍ୟୁ ରତ୍ନାକରରୁ ବାଲ୍ମୀକି ହେବା ସହଜ ନ ଥିଲା କିନ୍ତୁ ଅସମ୍ଭବ ମଧ୍ୟ ନ ଥିଲା। ହୁଏତ ଅସମ୍ଭବ ବି ନ ଥିଲା- ରକ୍ତର ହୋଲି ଖେଳୁଥିବା ଗୋଟିଏ ପାଷାଣ ହୃଦୟରେ ବୁଦ୍ଧଂ ଶରଣଂ ଗଚ୍ଛାମି ଉଚ୍ଚାରିତ ହେବା, ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହେବା।
ବାଟରୁ ଅବାଟକୁ ଯେମିତି ରାସ୍ତାଟିଏ ଥାଏ, ଅବାଟରୁ ବାଟକୁ ସେମିତି ରାସ୍ତାଟିଏ ଲମ୍ବି ଥାଏ। ବୟସର ଉଦ୍ଦାମତ୍ତା, ଠିକ୍‌ ଶୃଙ୍ଖଳା ଅନୁଶୀଳନର ଅଭାବ, ଅଜ୍ଞତା ଅନେକ ସମୟରେ ଯୁବ ସମାଜକୁ ଅବାଟକୁ ଟାଣି ନେଇଥାଏ। ଏହି ଅବାଟର ଗୋଟିଏ ଅନ୍ଧଗଳି ହେଉଛି ନିଶାଗ୍ରସ୍ତ ହେବା। ଆଜିର ଯୁବସମାଜ ପଥଭ୍ରାନ୍ତ ହୋଇ ନିଶା ସେବନ କରୁଛି। ହୁଏତ କେବେ ସାରା ଜୀବନ ବିତି ଯାଏ, କିନ୍ତୁ ସେମାନଙ୍କୁ ବାଟ କେଉଁଟି ଅବାଟ କେଉଁଟି ଜଣା ପଡ଼େ ନାହିଁ। କିଛି ଯୁବକ ଆତ୍ମହତ୍ୟାକୁ ନିଜର ରାସ୍ତା ବାଛି ନିଅନ୍ତି ଆଉ କିଛି ଫେରିବାକୁ ଚାହିଁ ମଧ୍ୟ ସାମାଜିକ ବ୍ୟବସ୍ଥାରେ ଖାପ ଖୁଆଇବାକୁ ଭୟ କରି ପୂର୍ବବତ୍‌ ରହିବାକୁ ପସନ୍ଦ କରନ୍ତି। ସମାନ ପରିସ୍ଥିତି ଉପୁଜି ଥାଏ, ଦେହ ବ୍ୟବସାୟ ଓ ଚୌର୍ଯ୍ୟ ବୃତ୍ତିରେ ଲିପ୍ତ ଥିବା ବ୍ୟକ୍ତି ବିଶେଷଙ୍କର। ଅବାଟରେ ଯାଉଛନ୍ତି ବୋଲି ହୃଦ୍‌ବୋଧ ହେବା ପରେ ସେମାନଙ୍କର ଜୀବନ ଓ ସାମାଜିକ ଚଳଣି ପ୍ରତି କୁଣ୍ଠାବୋଧ ଜୀବନକୁ ଦୁଃଖମୟ କରି ଗଢ଼ିତୋଳେ। ଏହା ସେମାନଙ୍କ ନିମନ୍ତେ ଅଭିମନ୍ୟୁର ଚକ୍ରବୂ୍ୟହ ଭଳି। ସେ ଚକ୍ରବୂ୍ୟହକୁ ଭେଦ କରିବା ସେମାନଙ୍କୁ ଜଣା ଅଛି କିନ୍ତୁ ସେଠାରୁ ମୁକୁଳିବା ସେମାନଙ୍କୁ ଜଣା ନାହିଁ। ସେହି ଚକ୍ରବୂ୍ୟହରୁ ସେମାନଙ୍କ ପ୍ରତ୍ୟାବର୍ତ୍ତନରେ ଆମ ସମସ୍ତଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କୁ ପୂର୍ବ କାମ ପାଇଁ ଉପହାସ ନ କରି ବରଂ ତାଙ୍କର ଭବିଷ୍ୟତ ସଜାଡ଼ିବାର ପ୍ରୟାସ ଲାଗି ହାତ ବଢ଼ାଇବା ଆବଶ୍ୟକ। ରୂପାନ୍ତରଣ ତ ସୃଷ୍ଟିର ନିୟମ। ଗୋଟେ କୁତ୍ସିତ କଦାକାର ଶଁବାଳୁଆରୁ ସୁନ୍ଦର ଏକ ପ୍ରଜାପତି ଜନ୍ମ ନିଏ। ଯେବେ ଅଙ୍ଗୁଳିମାଳା ଶ୍ରମଣ ଓ ଦସ୍ୟୁ ରତ୍ନାକର ବାଲ୍ମୀକି ହୋଇପାରନ୍ତି, ବାଟ ହୁଡ଼ିଥିବା ଲୋକ ସୁନାଗରିକ ହେବାରେ ଅସୁବିଧା କେଉଁଠି! ଏଥି ପାଇଁ ଅନେକ ସୁଧାର ଗୃହ କାର୍ଯ୍ୟ କରୁଥିଲେ ମଧ୍ୟ ଆମ ସମସ୍ତଙ୍କର ପ୍ରୟାସ ନିଶ୍ଚିତ ଭାବେ ଲୋଡ଼ା। ସେମାନେ ବାଟକୁ ଆସି ଦେଶର ବିକାଶ ଓ ପ୍ରଗତିରେ ଭାଗୀଦାର ହୋଇପାରିବେ ।
ଯେଉଁଠି ନିଦ୍ରା ଭଙ୍ଗ ହୁଏ ସେଠାରେ ଏକ ସୁନ୍ଦର ସୂର୍ଯ୍ୟୋଦୟର ସକାଳ ଅପେକ୍ଷା କରିଥାଏ। କିନ୍ତୁ ନିଦ୍ରା ଭଙ୍ଗ ଯେତେ ଶୀଘ୍ର ହେବ ଜୀବନରେ ଆଲୋକର ପ୍ରଭାବ ସେତିକି ବିସ୍ତାରିତ ହେବ।
ଭୁବନେଶ୍ବର, ମୋ-୯୦୪୦୩୬୦୨୫୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?