ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ ବା ନିଶାଦ୍ରବ୍ୟ ଏପ୍ରିଲ ୨୮ରେ ଜବତ କରାଯାଇଛି। ଏହି ଘଟଣାରେ ପାକିସ୍ତାନୀ ନାଗରିକ କୁହାଯାଉଥିବା ୧୪ ଜଣଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ଡ୍ରଗ୍ସର ମୂଲ୍ୟ ପାଖାପାଖି ୬୦୦ କୋଟି ଟଙ୍କା ହେବ ବୋଲି କୁହାଯାଇଛି। ଏହି ଘଟଣାର ଦିନକ ପରେ ଅର୍ଥାତ୍‌ ୨୯ ଏପ୍ରିଲରେ ପୁନର୍ବାର ଏକ ଭାରତୀୟ ମାଛଧରା ଡଙ୍ଗାରୁ ୧୭୩ କେଜି ଡ୍ରଗ୍ସ ଜବତ କରାଯିବା ସହ ୨ ଜଣ ଭାରତୀୟଙ୍କୁ ଗିରଫ କରାଯାଇଛି। ଗତ ମାସରେ ମଧ୍ୟ ପୋରବନ୍ଦର ଉପକୂଳରୁ ୪୦୦ କୋଟି ଟଙ୍କା ମୂଲ୍ୟର ମେଫେଡ୍ରୋନ (ଏକପ୍ରକାର ଅତି ଉତ୍ତେଜକ ନିଶାଦ୍ରବ୍ୟ) ଜବତ ହେବା ସହ ୬ ଜଣ ପାକିସ୍ତାନୀ ନାବିକଙ୍କୁ ଗିରଫ କରାଯାଇଥିଲା। ଉଲ୍ଲେଖନୀୟ ଯେ, ଏଭଳି ନିଶାଦ୍ରବ୍ୟ ଗୁଜରାଟ ଉପକୂଳରୁ ପ୍ରତିବର୍ଷ ବାରମ୍ବାର ଜବତ କରାଯାଉଛି। ସେପ୍ଟେମ୍ବର ୨୦୨୧ରେ ଗୁଜରାଟର ମୁନ୍ଦ୍ରା ବନ୍ଦରରୁ ୨୧,୦୦୦ କୋଟି ଟଙ୍କାର ୩,୦୦୦ କେଜି ହେରୋଇନ ଜବତ କରାଯିବା ଏକ ସର୍ବକାଳୀନ ରେକର୍ଡ ଭାବେ ରହିଛି। ଏହି ବନ୍ଦର ଏବେ ଗୌତମ ଆଦାନୀଙ୍କ କମ୍ପାନୀ ହାତରେ ରହିଛି। ସୂଚନାଯୋଗ୍ୟ, ଭାରତର ବିଶେଷ ଧନୀ ତାଲିକାରେ ଆଦାନୀ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଏବେ ଶେୟାର ବଜାରରେ ଆଦାନୀ ଗ୍ରୁପର ଦର କମିବା ଆରମ୍ଭ ହୋଇଗଲାଣି। ଆଦାନୀଙ୍କ କମ୍ପାନୀ ଦେଶର ବିଭିନ୍ନ ଉପକୂଳବର୍ତ୍ତୀ ରାଜ୍ୟରେ ୧୨ଟି ଛୋଟବଡ଼ ବନ୍ଦରର ପରିଚାଳନା ଦାୟିତ୍ୱ ନେଇଛି। ତେବେ ୨୦୨୧ରେ ମୁନ୍ଦ୍ରା ବନ୍ଦରରୁ ଜବତ ହୋଇଥିବା ଡ୍ରଗ୍ସରୁ ନିଶାଦ୍ରବ୍ୟ କାରବାରର ବଡ଼ ସୂଚନା ମିଳିଥିଲେ ମଧ୍ୟ ସମୟାନ୍ତରରେ ଗୁଜରାଟ ଉପକୂଳରୁ ବିପୁଳ ପରିମାଣର କୋକେନ, ହେରୋଇନ ଏପରି କି ଇ-ସିଗାରେଟ ଆଦି ନିଶାଦ୍ରବ୍ୟ ବରମ୍ବାର ଜବତ ହେବା ଘଟଣା ଚିନ୍ତାର ବିଷୟ । ଗୋଟିଏ ପଟେ ଦେଖିବାକୁ ଗଲେ ଗୁଜରାଟରେ ମଦ ବନ୍ଦ ଓ ଏହା ‘ଡ୍ରାଏ ଷ୍ଟେଟ’ ଭାବେ ପରିଚିତ। ଅନ୍ୟପଟେ ଗୁଜରାଟ ବର୍ତ୍ତମାନ ନିଶାଦ୍ରବ୍ୟ କାରବାରର କେନ୍ଦ୍ର ପାଲଟିଛି ବୋଲି ଏହିସବୁ ଘଟଣା ସ୍ପଷ୍ଟ କରୁଛି ।
କୌତୂହଳର ବିଷୟ ହେଉଛି ଯେ, ଭାରତର ଅନେକ ଚତୁର ବ୍ୟକ୍ତି ଚିନ୍ତା କରନ୍ତି ଗୁଜରାଟକୁ ଆସୁଥିବା ସବୁ ନିଶାଦ୍ରବ୍ୟ ପାକିସ୍ତାନ ପଠାଉଛି। ଡ୍ରଗ୍ସ କାରବାର ପୃଥିବୀର ଅନ୍ୟତମ ବୃହତ୍‌ ଲାଭଦାୟକ ବ୍ୟବସାୟ ବୋଲି ସମସ୍ତେ ଜାଣନ୍ତି। କ୍ରମାଗତ ଭାବେ ଏହି ବ୍ୟବସାୟ ବୃଦ୍ଧି ପାଇଆସୁଥିବା ଇଙ୍ଗିତ କରୁଛି ଯେ, ସେହି ସବୁ ଡ୍ରଗ୍ସ ସେବନକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପାକିସ୍ତାନ ଏକ ମୁସଲମାନ ଦେଶ ହୋଇଥିବା ହେତୁ, ଗୁଜରାଟ ଭଳି ସେଠାରେ ମଧ୍ୟ ମଦ ନିଷିଦ୍ଧ। ଅନୁରୂପ ଭାବେ, ଗୁଜରାଟ ଭଳି ପାକିସ୍ତାନରେ ଯାହାକୁ ଯେତେ ମଦ ମିଳିବାର ସୂତ୍ର ରହିଛି। ଅର୍ଥାତ୍‌ ଗୁଜରାଟ ଡ୍ରାଏ ଷ୍ଟେଟ ନୁହେଁ କିମ୍ବା ପାକିସ୍ତାନ ମଦବିହୀନ ନୁହେଁ। ଅନ୍ୟପଟେ ଏହା ମଧ୍ୟ ସ୍ବୀକାର କରିବାକୁ ହେବ ଯେ, ଭାରତ ଭଳି ପାକିସ୍ତାନରେ ଡ୍ରଗ୍ସ ସେବନକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସମୁଦ୍ର ବାଟ ଦେଇ ଆସୁଥିବା ଡ୍ରଗ୍ସ ପାକିସ୍ତାନରୁ ଆସୁଥାଇପାରେ। ଅନ୍ୟପଟେ ସେଗୁଡ଼ିକ ପାକିସ୍ତାନକୁ ଯାଉଥାଇପାରେ ମଧ୍ୟ। ଭାରତରେ ଆଜିର ରାଜନୈତିକ ସ୍ଥିତିରେ ପାକିସ୍ତାନ ଶବ୍ଦ ଉଚ୍ଚାରଣ କରିଦେଲେ ସବୁ ତ୍ରୁଟିକୁ ଜନସାଧାରଣ କ୍ଷମା କରିଦେଉଛନ୍ତି। ସେଥିପାଇଁ ହୁଏତ ୧୪ଜଣ ପାକିସ୍ତାନୀ ଗିରଫ ହେଲେ ବୋଲି ପ୍ରଚାର କରାଯାଉଥିବାବେଳେ ବାସ୍ତବ ସ୍ଥିତି ଜାଣିବା ସମ୍ଭବପର ନୁହେଁ। ଯେଉଁ ସ୍ଥାନରୁ ଡ୍ରଗ୍ସ ଆସୁଛି ସେହି ସାମଗ୍ରୀ ନେଇ ଅନେକ ଡଙ୍ଗା ଆସୁଥାଇପାରେ। ଅଧିକା ଭାରତକୁ ଆସୁଥିବେ ଏବଂ ହୁଏତ ତା’ଠାରୁ ଊଣା ପାକିସ୍ତାନ ମଧ୍ୟ ଯାଉଥିବେ। ସମ୍ଭବତଃ ପାକିସ୍ତାନ ଉଦ୍ଦେଶ୍ୟରେ ଯାଉଥିବା ଜାହାଜ ଭାରତୀୟ ସଂସ୍ଥା ଦ୍ୱାରା ଧରାପଡ଼ୁଥିବାବେଳେ ଭାରତ ପାଇଁ ଉଦ୍ଦିଷ୍ଟ ଅନେକ ଜାହାଜ ଖସିଯାଉ ଥାଇପାରେ। ଏଭଳି ପ୍ରଚ୍ଛଦପଟରେ ସତ୍ୟ ଜାଣିବା ଅତ୍ୟନ୍ତ କଷ୍ଟକର।

ଯେଉଁ ସ୍ଥାନରୁ ଡ୍ରଗ୍ସ ଆସୁଛି ସେହି ସାମଗ୍ରୀ ନେଇ ଅନେକ ଡଙ୍ଗା ଆସୁଥାଇପାରେ। ଅଧିକା ଭାରତକୁ ଆସୁଥିବେ ଏବଂ ହୁଏତ ତା’ଠାରୁ ଊଣା ପାକିସ୍ତାନ ମଧ୍ୟ ଯାଉଥିବେ। ସମ୍ଭବତଃ ପାକିସ୍ତାନ ଉଦ୍ଦେଶ୍ୟରେ ଯାଉଥିବା ଜାହାଜ ଭାରତୀୟ ସଂସ୍ଥା ଦ୍ୱାରା ଧରାପଡ଼ୁଥିବାବେଳେ ଭାରତ ପାଇଁ ଉଦ୍ଦିଷ୍ଟ ଅନେକ ଜାହାଜ ଖସିଯାଉ ଥାଇପାରେ। ଏଭଳି ପ୍ରଚ୍ଛଦପଟରେ ସତ୍ୟ ଜାଣିବା ଅତ୍ୟନ୍ତ କଷ୍ଟକର ।


Enter your email to get our daily news in your inbox.

All Right Reserved By Dharitri.Com

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

ଜଳବାୟୁ ଆଇନ ପାଇଁ ଆହ୍ବାନ

ଗତବର୍ଷ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ଜଳବାୟୁ ପରିବର୍ତ୍ତନ ଉପରେ ଏକ ଆଇନଗତ ମତ ବା ରାୟ ପ୍ରକାଶ କରିଥିଲେ, ଯାହା ୨୦୧୫ ପ୍ୟାରିସ ଚୁକ୍ତି…

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri