Odisha Elections 2024
Posted inଖେଳ

କେକେଆର ବୋଲର ପ୍ରଭାବୀ

କୋଲକାତା,୩୦ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ବୋଲର ପ୍ରଭାବୀ ବୋଲିଂ କରିଛନ୍ତି। ବରୁନ ଚକ୍ରବର୍ତ୍ତୀଙ୍କ ୩/୧୬ ବୋଲିଂ କାରଣରୁ ଦିଲ୍ଳୀ ୨୦ ଓଭରରେ ୯ ଉଇକେଟ ହରାଇ ୧୫୩ ରନ୍‌ କରିଛି। ଦିଲ୍ଲୀ ପକ୍ଷରୁ ଜଣେ ବି ଖେଳାଳି ଅର୍ଦ୍ଧଶତକ ହାସଲ କରି ନ ଥିବା ବେଳେ କୁଲଦୀପ ଯାଦବ ସର୍ବାଧିକ ୩୫ ରନ୍‌ କରିଥିଲେ। ଜବାବରେ ଖବର ପ୍ରସ୍ତୁତ ସୁଦ୍ଧା କେକେଆର ୫ ଓଭରରେ କୌଣସି ଉଇକେଟ ନ ହରାଇ ୬୧ ରନ୍‌ କରିଛି।
ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିଥିଲା। ପୃଥ୍ବୀ ଶ(୧୩) ଓ ଜ୍ୟାକ୍‌ ଫ୍ରେଜର ମ୍ୟାଗ୍ରୁକ୍‌(୧୨) ବିଫଳ ହୋଇଥିବା ବେଳେ ୩୦ ରନ୍‌ରେ ଦୁଇ ଓପନରଙ୍କୁ ହରାଇଥିଲା ଦିଲ୍ଲୀ। ଶାଇ ହୋପ(୬) ରନ୍‌ରେ ଆଉଟ ହେବା ବେଳକୁ ଦଳ ୩୭ ରନ୍‌ରେ ୩ ଉଇକେଟ ହରାଇଥିଲା। ରିଷଭ ପନ୍ତ(୨୭) ଓ ଅଭିଷେକ ପୋରେଲ(୧୮) ଇନିଂସ ସଜାଡିବାକୁ ଉଦ୍ୟମ କରିଥିଲେ। ଉଭୟ ୩୧ ରନ୍‌ ଯୋଡିବା ପରେ ଅଭିଷେକଙ୍କୁ ଆଉଟ କରିଥିଲେ ହର୍ଷିତ ରାଣା। ଦଳୀୟ ସ୍କୋର ୯୩ ରନ୍‌ରେ ଅଧିନାୟକ ରିଷଭ ପନ୍ତ(୨୭) ରନ୍‌ କରି ବରୁନ ଚକ୍ରବର୍ତ୍ତୀଙ୍କ ବଲରେ ଆଉଟ ହୋଇଥିଲେ। ପରବର୍ତ୍ତୀ ୧୮ ରନ୍‌ ମଧ୍ୟରେ ଅକ୍ଷର ପଟେଲ(୧୫), ଟ୍ରିଷ୍ଟାନ ଷ୍ଟବ୍ସ(୪) ଓ କୁମାର କୁଶାଗ୍ର(୧) ପ୍ୟାଭିଲିୟନ ଫେରିଥିଲେ। ୧୧୧ ରନ୍‌ରେ ୮ ଉଇକେଟର ପତନ ପରେ କୁଲଦୀପ ଯାଦବ କାଉଣ୍ଟର ଆଟାକ୍‌ କରିଥିଲେ। ୨୬ ବଲ୍‌ ଖେଳି ୫ ଚୌକା ଓ ୧ ଛକା ସହ ସେ ୩୫ ରନ୍‌ କରି ଶେଷ ଯାଏ ଅପରାଜିତ ଥିଲେ। ରଶିଖ ଦର ସଲାମ(୮)ଙ୍କୁ ସାଥୀ କରି ସେ ୨୯ ରନ୍‌ ଯୋଡିଥିଲେ। ଅନ୍ତିମ ଉଇକେଟରେ ଲିଜାଡ ଓ୍ବିଲିୟମ୍ସ(୧*)ଙ୍କ ସହ ୧୩ ରନ୍‌ ଯୋଡିବା ସହ ଦିଲ୍ଳୀର ସ୍କୋର ୧୫୩ରେ ପହଞ୍ଚାଇଥିଲେ। କେକେଆର ପକ୍ଷରୁ ବରୁନ୍‌ ଚକ୍ରବର୍ତ୍ତୀ ୩ ଉଇକେଟ ନେଇଥିବା ବେଳେ ବୈଭବ ଅରୋରା ଓ ହର୍ଷିତ ରାଣା ଦୁଇଟି ଲେଖାଏ ଉଇକେଟ ନେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ମିଚେଲ ଷ୍ଟାର୍କ ଓ ସୁନୀଲ ନାରିନ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଦିଲ୍ଳୀ କ୍ୟାପିଟାଲ୍ସ ୨୦ ଓଭରରେ ୧୫୩/୯ (କୁଲଦୀପ ଯାଦବ-୩୫*, ରିଷଭ ପନ୍ତ-୨୭, ଅଭିଷେକ ପୋରେଲ-୧୮, ବରୁନ୍‌ ଚକ୍ରବର୍ତ୍ତୀ-୩/୧୬, ହର୍ଷିତ ରାଣା-୨/୧୮, ବୈଭବ ଅରୋରା-୨/୨୯)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌ ଜିତି ପାରିବ ନାହିଁ ଟିମ୍‌ ଇଣ୍ଡିଆ…କୋହଲିଙ୍କ ନାଁ ନେଇ ଏ କ’ଣ କହିଦେଲେ…

ନୂଆଦିଲ୍ଲୀ,୧୭।୫: ଆଉ କିଛି ଦିନର ବ୍ୟବଧାନ ପରେ ଆରମ୍ଭ ହେବାକୁ ଯାଛି ଟି୨୦ ବିଶ୍ୱକପ୍‌। ଏହାକୁ ନେଇ ପ୍ରଶଂସକ ଦିନ ଗଣିବା ଆରମ୍ଭ କରିଦେଇଥିବା ବେଳେ...

ଟିମ୍‌ ଇଣ୍ଡିଆର ଆଗାମୀ ମୁଖ୍ୟ କୋଚ୍‌ ହେବେ ଗୌତମ ଗମ୍ଭୀର: ରିପୋର୍ଟ

ନୂଆଦିଲ୍ଲୀ,୧୭।୫: ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଗୌତମ ଗମ୍ଭୀର ଏହି ପଦ...

ପଡ଼ିଆରେ ଲଢେଇ, ଡ୍ରେସିଂ ରୁମ୍‌ରେ କୋଳାକୋଳି

ନୂଆଦିଲ୍ଲୀ,୧୭।୫: ଆଇପିଏଲ ୨୦୨୪ର ୬୮ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସର ଘରୋଇ...

କୋହଲିଙ୍କ ପରି ତାଙ୍କ ଝିଅ ବି ହେବେ କ୍ରିକେଟର୍‌! ଏବେଠୁ କଲେଣି…

ନୂଆଦିଲ୍ଲୀ,୧୭।୫: ବିରାଟ କୋହଲିଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୪ର ପ୍ଲେ ଅଫରେ ପହଞ୍ଚିବା ଲକ୍ଷ୍ୟରେ ରହିଛି। ଏହି ଦଳ ଆଜି ଚେନ୍ନାଇ ସୁପର...

କ୍ରିଷ୍ଟିଆନ ରୋନାଲଡୋ ସର୍ବାଧିକ ଦରମା ପ୍ରାପ୍ତ ଆଥଲେଟ୍

ନୂଆଦିଲ୍ଲୀ,୧୭ା୫: ବିଶ୍ୱର ଶ୍ରେଷ୍ଠ ଆୟ କରୁଥିବା ଖେଳାଳିଙ୍କ ତାଲିକା ଫୋର୍ବସ୍ ପକ୍ଷରୁ ପ୍ରକାଶ ପାଇଛି। ଏହି ତାଲିକାରେ ତାରକା ଫୁଟବଲର କ୍ରିଷ୍ଟିଆନ ରୋନାଲଡୋ ଶୀର୍ଷରେ ରହିଛନ୍ତି।...

ସନରାଇଜର୍ସ ହାଇଦ୍ରାବାଦକୁ ପ୍ଲେଅଫରେ ପହଞ୍ଚାଇଲା ବର୍ଷା, ଗୁଜରାଟ ଟାଇଟାନ୍ସ ବିରୋଧରେ ମ୍ୟାଚ ରଦ୍ଦ

ହାଇଦ୍ରାବାଦ,୧୬।୫: ଆଇପିଏଲ ୨୦୨୪ ର ୬୬ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଗୁଜୁରାଟ ଟାଇଟାନ୍ସକୁ ସାମ୍ନା କରିଥିଲା। ଏହି ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ...

ବିରାଟଙ୍କ ରିଟାୟରମେଣ୍ଟ ପ୍ଲାନକୁ ନେଇ ଖୋଲିଲା ଗୁମର

ନୂଆଦିଲ୍ଲୀ,୧୬।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଭଲଭାବେ ଜାଣିଛନ୍ତି ଯେ ତାଙ୍କୁ ମଧ୍ୟ ଦିନେ କ୍ରିକେଟ ରୁ ଅବସର ନେବାକୁ ପଡିବ।...

୪ ଦିନ ୫ ମ୍ୟାଚ୍‌, ରୋଚକ ସ୍ଥିତିରେ ପ୍ଲେ ଅଫ୍‌ ରେସ୍‌: କିଏ ମାରିବ ବାଜି

ନୂଆଦିଲ୍ଲୀ,୧୬।୫: କୋଲକାତା ନାଇଟ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ ରେ ପହଞ୍ଚିଛି। କିନ୍ତୁ ଅବଶିଷ୍ଟ ୨ ସ୍ଥାନ ପାଇଁ ୫ଟି ଦଳ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri