ଓଡ଼ିଶାରୁ ମାୟାନଗରୀ ଲମ୍ବିଛି ରାହୁଲଙ୍କ ନିଶା କାରବାର

ଭୁବନେଶ୍ୱର,୩୦।୪(ସୂର୍ଯ୍ୟକାନ୍ତ ବେହେରା):ଭୁବନେଶ୍ୱରସ୍ଥିତ ଝାରପଡା ଜେଲ ପରିସରରୁ ଧରାପଡିଥିବା ଗଞ୍ଜେଇ ର଼୍ୟାକେଟର ମୁଖ୍ୟ ବାରିପଦାର ରାହୁଲ ସେଠୀଙ୍କ ତିନିଦିନିଆ ରିମାଣ୍ଡ ଶେଷ ହୋଇଛି। ସୋମବାର ତାଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନ ମିଳିବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ଶନିବାରଠାରୁ ତାଙ୍କୁ ରିମାଣ୍ଡରେ ଅଣାଯାଇଥିଲା। ତେବେ ଏହି ରିମାଣ୍ଡ ସମୟରେ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ତାଙ୍କ ଅପରାଧର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାଣିବାକୁ ପାଇଛି। ଅଭିଯୁକ୍ତ ରାହୁଲଙ୍କ ନିଶା କାରବାର ରାଜଧାନୀ ଦିଲ୍ଲୀ, ମାୟାନଗରୀ ମୁମ୍ବାଇ ସହ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଆଦି ରାଜ୍ୟକୁ ଲମ୍ବିଥିବା ଜଣାପଡିଛି। କେଉଁଠାରେ ଗଞ୍ଜେଇ ଚାଷ ହେଉଛି, କେମିତି ଚୋରା ଚାଲାଣ କରାଯାଉଛି, ତାହାର ଟିକିନିଖି ତଥ୍ୟ ତଦନ୍ତକାରୀ ଅଧିକାରୀଙ୍କ ଆଗରେ ଉଖାଳିଛି ରାହୁଲ। ଗଞ୍ଜେଇ ବେପାର ପାଇଁ ପୁରୁଣା ଗାଡିକୁ ପ୍ରଥମେ କ୍ରୟ କରୁଥିଲେ। ପରେ ଏହାକୁ କୋଲକାତାରେ ମୋଡିଫାଏ କରାଯାଇ ସେଥିରେ ସ୍ବତନ୍ତ୍ର ଗୁପ୍ତ ଚାମ୍ବର କରାଯାଉଥିଲା। ଏହାଦ୍ୱାରା ପୋଲିସଠାରୁ ବର୍ତ୍ତିବା ସହ ଗଞ୍ଜେଇ ଚୋରାଚାଲାଣରେ ବହୁ ସୁବିଧା ହେଉଥିଲା। ସେହିପରି ଏକାଧିକ ବ୍ୟକ୍ତିଙ୍କୁ ନିଜ ର଼୍ୟାକେଟରେ ସାମିଲ କରିଥିଲେ। ଏହାସହ ଅଧିକାଂଶ ଚୋରା ଚାଲାଣ ଭଡ଼ା ଗାଡ଼ିରେ ହେଉଥିଲା। ତେଣୁ ପୋଲିସ ସମସ୍ତ ଗାଡି ମାଲିକଙ୍କୁ ଚିହ୍ନଟ କରିଛି। ସେମାନେ ଜାଣତରେ ଏହି ବେଆଇନ କାରବାର ପାଇଁ ଗାଡି ଭଡ଼ାରେ ଦେଉଥିଲେ କି ଅଜାଣତରେ ପୋଲିସ ସେମାନଙ୍କୁ ଖୁବ୍‌ଶୀଘ୍ର ଡାକି ପଚରାଉଚରା କରିବା ବୋଲି ଜଣାପଡିଛି। ଅପରପକ୍ଷେ ରାହୁଲଙ୍କ ୩ଟି ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଓ ଅନଲାଇନ ମାଧ୍ୟମରେ ବହୁ ଟଙ୍କା କାରବାର ହେଉଥିବାର ପ୍ରମାଣ ପୋଲିସ ହାତରେ ଲାଗିଛି। ଏହାସହ ସେ ଏହି ବେଆଇନ କାରବାରରୁ ପାଉଥିବା ବିପୁଳ ଅର୍ଥରେ ତାରକା ହୋଟେଲରେ ରହିବା ସହ ବିମାନ ଯାତ୍ରା କରୁଥିବାରୁ ଏସବୁ ବାବଦକୁ କେତେ ଖର୍ଚ୍ଚ ହୋଇଛି ତାହାର ହିସାବ ପାଇଁ ଆବଶ୍ୟକ ତଥ୍ୟ ଯୋଗାଡ଼ ଚାଲିଛି। ସେହିଭଳି ଅଭିଯୁକ୍ତମାନେ ଚାଷୀଙ୍କଠାରୁ ୩ରୁ ୪ ହଜାର ଟଙ୍କାରେ ଗଞ୍ଜେଇ କିଣି ତାହାକୁ ୧୦ରୁ ୧୫ ହଜାର ଟଙ୍କାରେ ବିକ୍ରି କରୁଥିଲେ ବୋଲି ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ତେଣୁ ଏହି ର଼୍ୟାକେଟର କେତେ ଲୋକ ରହିଛନ୍ତି, ସମସ୍ତଙ୍କୁ ଧରିବା ପାଇଁ ସ୍ପେଶାଲ କ୍ରାଇମ ୟୁନିଟ ଓଡିଶାର ବିଭିନ୍ନ ଜିଲା ପୋଲିସ,ଏନ୍‌ସିବି, ଏସ୍‌ଟିଏଫ ଏବଂ ବାହାର ରାଜ୍ୟ ପୋଲିସର ସହଯୋଗ ଲୋଡିଥିବା ସୂଚନା ମିଳିଛି।
ଗତ ଫେବୃଆରୀ ୧୧ରେ ଅଭିଯୁକ୍ତମାନେ ଚିତ୍ରକୋଣ୍ଡାରୁ କାର୍‌ରେ ଗଞ୍ଜେଇ ଧରି ବ୍ରହ୍ମପୁର, ଭୁବନେଶ୍ୱର ଦେଇ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗକୁ ଚାଲାଣ କରୁଥିବାବେଳେ ଭୁବନେଶ୍ୱରରେ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ହାତରେ ଧରାପଡିଥିଲେ। ପୋଲିସ ବହୁ ବାଟ ଗୋଡ଼ାଇବା ପରେ ଶେଷରେ ପାହାଳ ନିକଟରେ ଧରିବା ସହ ଝାଡ଼ଖଣ୍ଡର ୩ ନିଶାବେପାରୀ ରବି ଶଙ୍କର ଦାସ, ରାଜେଶ କିଶୋର ଦାସ ଓ ଲବ କିଶୋର ପ୍ରସାଦ ସହଦେବଙ୍କୁ ଗିରଫ କରି ଜେଲ ପଠାଇଥିଲା। ସେମାନଙ୍କଠାରୁ ୩ଶହ କେଜି ଗଞ୍ଜେଇ ଜବତ କରିଥିଲା। କିଛି ଦିନ ତଳେ ର଼୍ୟାକେଟ ମୁଖ୍ୟ ରାହୁଲ ଝାରପଡ଼ା ଜେଲ୍‌ରେ ଥିବା ୩ ସାଥୀଙ୍କୁ ଦେଖା କରିବାକୁ ଆସିଥିବାବେଳେ ପୋଲିସ ଫାଶରେ ଫସିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ସୁଭଦ୍ରା ଯୋଜନାକୁ ନେଇ ଭାଜପା ଉପରେ ବର୍ଷିଲେ ଲେଖାଶ୍ରୀ, କହିଲେ…

ଭୁବନେଶ୍ୱର,୨୬।୭: ରାଜ୍ୟ ସରକାର ବିଧାନସଭାରେ ତାଙ୍କର ପ୍ରଥମ ବଜେଟ ଗୁରୁବାର ଉପସ୍ଥାପନ କରିଥିଲେ । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ବଜେଟ୍‌ରେ ରାଜ୍ୟର...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri