‘ଜାତିସଂଘରେ ଭାରତର ନିର୍ଣ୍ଣାୟକ ଭୂମିକା କେବେ’

ନ୍ୟୁୟର୍କ,୨୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜାତିସଂଘ ସାଧାରଣ ପରିଷଦ(ୟୁଏନ୍‌ଜିଏ)ର ୭୫ତମ ଅଧିବେଶନରେ ଉଦ୍‌ବୋଧନ ଦେଇ ବିଶ୍ୱବାସୀଙ୍କୁ ଚମକାଇ ଦେଇଛନ୍ତି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସେ ହିନ୍ଦୀରେ ଉଦ୍‌ବୋଧନ ଦେଇ ଜାତିସଂଘରେ କେବେ ଆଉ ଭାରତ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ପ୍ରଶ୍ନ କରିଛନ୍ତି। ୧୩୦ କୋଟି ଲୋକ ବାସ କରୁଥିବା ଭାରତ ସବୁବେଳେ ବିଶ୍ୱ ହିତ ଲାଗି କାମ କରିଆସିଛି। ଏହି ଶାନ୍ତିପ୍ରିୟ ଦେଶ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନ୍‌ଏସ୍‌ସି)ରେ ଏବେ ସୁଦ୍ଧା ସ୍ଥାୟୀ ସଦସ୍ୟ ହୋଇପାରି ନାହିଁ। ଆମକୁ ଏଥିଲାଗି ଆଉ କେତେଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି ମୋଦି ଦୃଢ଼ତାର ସହ କହିଛନ୍ତି। ଜାତିସଂଘରେ ଭାରତ ବୃହତ୍‌ ଭୂମିକା ଗ୍ରହଣ କରିବାକୁ ସକ୍ଷମ। ଏଥିଲାଗି ଭାରତର ଅନେକ ଅବଦାନ ମଧ୍ୟ ରହିଆସିଛି। ହେଲେ ଜାତିସଂଘରେ ନିର୍ଣ୍ଣାୟକ ଭୂମିକା ନେବା ଲାଗି ଭାରତକୁ ବହୁ ବର୍ଷ ଅପେକ୍ଷା କରିବାକୁ ପଡ଼ୁଛି। ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ମୋଦି ପ୍ରକାଶ କରିଛନ୍ତି।
୨୨ ମିନିଟ୍‌ର ଉଦ୍‌ବୋଧନରେ ମୋଦି ମହାମାରୀ କରୋନା ଓ ଭାରତର ଔଷଧ ପ୍ରସ୍ତୁତି ସମ୍ପର୍କରେ କହିଥିଲେ। ସାରା ବିଶ୍ୱକୁ ଭାରତର ଔଷଧ ଏବେ ଉପଲବ୍ଧ ଓ ଏଥିରୁ ବିଶ୍ୱବାସୀ ଅନେକ ଲାଭ ଉଠାଇଛନ୍ତି। ଭାରତ ସର୍ବଦା ସହଯୋଗର ହାତ ବଢ଼ାଇଆସିଛି। କୋଭିଡ୍‌ ଟିକା ପ୍ରସ୍ତୁତି ମଧ୍ୟ ଭାରତରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କରୋନାର ଏଭଳି ବିକଳ ସ୍ଥିତିରେ ବିଭିନ୍ନ ଦେଶ ପକ୍ଷରୁ ଟିକା ପ୍ରସ୍ତୁତି ଚାଲିଥିବାବେଳେ ଜାତିସଂଘର ଭୂମିକା ସେଭଳି ନ ଥିବା ମୋଦି କହିଥିଲେ। ପରିସ୍ଥିତିରେ ପରିବର୍ତ୍ତନ ଅଣାଯିବା ଲାଗି ସେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ। ଭାରତର ଲୋକମାନେ ଜାତିସଂଘରେ ସୁଧାର ଲାଗି ଅପେକ୍ଷା କରି ରହିଥିବା ମୋଦି କହିଥିଲେ।
ଜାତିସଂଘ ସାଧାରଣ ପରିଷଦରେ ମୋଦି ପାକିସ୍ତାନକୁ ତୀବ୍ର ସମାଲୋଚନା କରିବା ସହ ଏହି ଦେଶ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ବିଶ୍ୱକୁ ଭ୍ରମିତ କରୁଛି ବୋଲି କହିଥିଲେ। ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ମନ୍ତବ୍ୟକୁ ନେଇ ମୋଦି ବର୍ଷିଥିଲେ। ପାକ୍‌ ସମର୍ଥିତ ଆତଙ୍କବାଦ ବିଶ୍ୱ ସୁରକ୍ଷା ଲାଗି ବଡ଼ ବିପଦ ପାଲଟିଛି। କଶ୍ମୀରକୁ ନେଇ ପାକିସ୍ତାନ ବିଭିନ୍ନ ମିଥ୍ୟା ପ୍ରଚାର ଚଳାଇବା ସହ ଭାରତକୁ ଦୋଷ ଦେଇ ଆସୁଥିବା ସେ କହିଛନ୍ତି। ଭାରତ ଏକ ଶାନ୍ତିପ୍ରିୟ ଦେଶ ଓ ଜାତିସଂଘ ଶାନ୍ତି ମିଶନରେ ଭାରତର ସର୍ବାଧିକ ଯବାନ ପ୍ରାଣବଳି ଦେଇଥିବା ମୋଦି ପ୍ରକାଶ କରିଛନ୍ତି।
ମାନବବାଦର ବିରୁଦ୍ଧାଚରଣ କରୁଥିବା ଆତଙ୍କବାଦ, ନିଶା କାରବାର, ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣ, ମନିଲଣ୍ଡରିଂ ମାମଲା ଆଦିକୁ ଭାରତ ପୂର୍ବଭଳି ବିରୋଧ କରିଆସୁଛି। ବିଶ୍ୱରେ ଶାନ୍ତିରକ୍ଷା ଲାଗି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ତେବେ ଏଥିଲାଗି ଜାତିସଂଘରେ ସଂସ୍କାର ଅଣାଯିବା ଗୁରୁତ୍ୱପୂର୍ଣ୍ଣ ବୋଲି ମୋଦି ଉଦ୍‌ବୋଧନରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri