‘ଜାତିସଂଘରେ ଭାରତର ନିର୍ଣ୍ଣାୟକ ଭୂମିକା କେବେ’

ନ୍ୟୁୟର୍କ,୨୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜାତିସଂଘ ସାଧାରଣ ପରିଷଦ(ୟୁଏନ୍‌ଜିଏ)ର ୭୫ତମ ଅଧିବେଶନରେ ଉଦ୍‌ବୋଧନ ଦେଇ ବିଶ୍ୱବାସୀଙ୍କୁ ଚମକାଇ ଦେଇଛନ୍ତି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସେ ହିନ୍ଦୀରେ ଉଦ୍‌ବୋଧନ ଦେଇ ଜାତିସଂଘରେ କେବେ ଆଉ ଭାରତ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ପ୍ରଶ୍ନ କରିଛନ୍ତି। ୧୩୦ କୋଟି ଲୋକ ବାସ କରୁଥିବା ଭାରତ ସବୁବେଳେ ବିଶ୍ୱ ହିତ ଲାଗି କାମ କରିଆସିଛି। ଏହି ଶାନ୍ତିପ୍ରିୟ ଦେଶ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନ୍‌ଏସ୍‌ସି)ରେ ଏବେ ସୁଦ୍ଧା ସ୍ଥାୟୀ ସଦସ୍ୟ ହୋଇପାରି ନାହିଁ। ଆମକୁ ଏଥିଲାଗି ଆଉ କେତେଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି ମୋଦି ଦୃଢ଼ତାର ସହ କହିଛନ୍ତି। ଜାତିସଂଘରେ ଭାରତ ବୃହତ୍‌ ଭୂମିକା ଗ୍ରହଣ କରିବାକୁ ସକ୍ଷମ। ଏଥିଲାଗି ଭାରତର ଅନେକ ଅବଦାନ ମଧ୍ୟ ରହିଆସିଛି। ହେଲେ ଜାତିସଂଘରେ ନିର୍ଣ୍ଣାୟକ ଭୂମିକା ନେବା ଲାଗି ଭାରତକୁ ବହୁ ବର୍ଷ ଅପେକ୍ଷା କରିବାକୁ ପଡ଼ୁଛି। ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ମୋଦି ପ୍ରକାଶ କରିଛନ୍ତି।
୨୨ ମିନିଟ୍‌ର ଉଦ୍‌ବୋଧନରେ ମୋଦି ମହାମାରୀ କରୋନା ଓ ଭାରତର ଔଷଧ ପ୍ରସ୍ତୁତି ସମ୍ପର୍କରେ କହିଥିଲେ। ସାରା ବିଶ୍ୱକୁ ଭାରତର ଔଷଧ ଏବେ ଉପଲବ୍ଧ ଓ ଏଥିରୁ ବିଶ୍ୱବାସୀ ଅନେକ ଲାଭ ଉଠାଇଛନ୍ତି। ଭାରତ ସର୍ବଦା ସହଯୋଗର ହାତ ବଢ଼ାଇଆସିଛି। କୋଭିଡ୍‌ ଟିକା ପ୍ରସ୍ତୁତି ମଧ୍ୟ ଭାରତରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କରୋନାର ଏଭଳି ବିକଳ ସ୍ଥିତିରେ ବିଭିନ୍ନ ଦେଶ ପକ୍ଷରୁ ଟିକା ପ୍ରସ୍ତୁତି ଚାଲିଥିବାବେଳେ ଜାତିସଂଘର ଭୂମିକା ସେଭଳି ନ ଥିବା ମୋଦି କହିଥିଲେ। ପରିସ୍ଥିତିରେ ପରିବର୍ତ୍ତନ ଅଣାଯିବା ଲାଗି ସେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ। ଭାରତର ଲୋକମାନେ ଜାତିସଂଘରେ ସୁଧାର ଲାଗି ଅପେକ୍ଷା କରି ରହିଥିବା ମୋଦି କହିଥିଲେ।
ଜାତିସଂଘ ସାଧାରଣ ପରିଷଦରେ ମୋଦି ପାକିସ୍ତାନକୁ ତୀବ୍ର ସମାଲୋଚନା କରିବା ସହ ଏହି ଦେଶ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ବିଶ୍ୱକୁ ଭ୍ରମିତ କରୁଛି ବୋଲି କହିଥିଲେ। ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ମନ୍ତବ୍ୟକୁ ନେଇ ମୋଦି ବର୍ଷିଥିଲେ। ପାକ୍‌ ସମର୍ଥିତ ଆତଙ୍କବାଦ ବିଶ୍ୱ ସୁରକ୍ଷା ଲାଗି ବଡ଼ ବିପଦ ପାଲଟିଛି। କଶ୍ମୀରକୁ ନେଇ ପାକିସ୍ତାନ ବିଭିନ୍ନ ମିଥ୍ୟା ପ୍ରଚାର ଚଳାଇବା ସହ ଭାରତକୁ ଦୋଷ ଦେଇ ଆସୁଥିବା ସେ କହିଛନ୍ତି। ଭାରତ ଏକ ଶାନ୍ତିପ୍ରିୟ ଦେଶ ଓ ଜାତିସଂଘ ଶାନ୍ତି ମିଶନରେ ଭାରତର ସର୍ବାଧିକ ଯବାନ ପ୍ରାଣବଳି ଦେଇଥିବା ମୋଦି ପ୍ରକାଶ କରିଛନ୍ତି।
ମାନବବାଦର ବିରୁଦ୍ଧାଚରଣ କରୁଥିବା ଆତଙ୍କବାଦ, ନିଶା କାରବାର, ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣ, ମନିଲଣ୍ଡରିଂ ମାମଲା ଆଦିକୁ ଭାରତ ପୂର୍ବଭଳି ବିରୋଧ କରିଆସୁଛି। ବିଶ୍ୱରେ ଶାନ୍ତିରକ୍ଷା ଲାଗି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ତେବେ ଏଥିଲାଗି ଜାତିସଂଘରେ ସଂସ୍କାର ଅଣାଯିବା ଗୁରୁତ୍ୱପୂର୍ଣ୍ଣ ବୋଲି ମୋଦି ଉଦ୍‌ବୋଧନରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?