Posted inଜାତୀୟ

ନଡ୍ଡାଙ୍କ ନୂଆ ଟିମ୍‌

ନୂଆଦିଲ୍ଲୀ,୨୭ା୯: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାର ଜାତୀୟ ସାଙ୍ଗଠନିକ ସ୍ତରରେ ବଡ଼ଧରଣର ପରିବର୍ତ୍ତନ କରାଯାଇଛି। ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା ଶନିବାର ଏନେଇ ଘୋଷଣା କରିଥିବା ନୂଆ ଟିମ୍‌ରେ ରାମ ମାଧବ, ପି ମୁରଲୀଧର ରାଓ, ଅନୀଲ ଜୈନ, ସରୋଜ ପାଣ୍ଡେଙ୍କ ଭଳି ବରିଷ୍ଠ ନେତାଙ୍କୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ପଦବୀରୁ ହଟାଇ ଦିଆଯାଇ ନୂଆ ମୁହଁଙ୍କୁ ଦାୟିତ୍ୱ ଦିଆଯାଇଛି। କେବଳ ସେତିକି ନୂହେଁ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ସମ୍ପାଦକ ସମେତ କେତେକ ବଡ଼ ପଦବୀରେ ନୂଆ ନେତାଙ୍କୁ ଅବସ୍ଥାପିତ କରାଯାଇଛି। ଗତ ଜାନୁୟାରୀରେ ନଡ୍ଡା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ଏହା ହେଉଛନ୍ତି ତାଙ୍କର ପ୍ରଥମ ସାଙ୍ଗଠନିକ ପରିବର୍ତ୍ତନ। ବିଶେଷକରି ଏଥିରେ ପ୍ରାୟ ୬୦ ପ୍ରତିଶତ ଯୁବନେତା, ମହିଳା, ପଛୁଆବର୍ଗ ନେତାଙ୍କୁ ଗୁରୁତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ କେନ୍ଦ୍ର କ୍ୟାବିନେଟ୍‌ ସମ୍ପ୍ରସାରଣ ସମ୍ଭାବନା ରହିଛି। ତେଣୁ ନୂଆ ଟିମ୍‌ରେ ନ ଥିବା ଏବଂ ସାଙ୍ଗଠନିକ ଦାୟିତ୍ୱରୁ ବାଦ୍‌ ପଡ଼ିଥିବା କେତେଜଣ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ ବୋଲି କୁହାଯାଉଛି।
ନଡ୍ଡାଙ୍କ ନୂଆ ଟିମ୍‌ରେ ୧୨ ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ୮ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ, ୧୩ ରାଷ୍ଟ୍ରୀୟ ସମ୍ପାଦକ, ୨୩ ରାଷ୍ଟ୍ରୀୟ ପ୍ରବକ୍ତା ପ୍ରମୁଖ ରହିଛନ୍ତି। ଏଥିରେ ଓଡ଼ିଶାର ୪ ନେତା ରହିଛନ୍ତି। ବୈଜୟନ୍ତ ପଣ୍ଡାଙ୍କ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ବଜାୟ ରହିଥିବାବେଳେ ମୟୂରଭଞ୍ଜ ଏମ୍‌ପି ବିଶ୍ୱେଶ୍ୱର ଟୁଡୁ ପ୍ରଥମ କରି ହୋଇଛନ୍ତି ରାଷ୍ଟ୍ରୀୟ ସମ୍ପାଦକ। ସେହିପରି ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଏବଂ ସମ୍ବିତ ପାତ୍ରଙ୍କୁ ରାଷ୍ଟ୍ରୀୟ ପ୍ରବକ୍ତା ଦାୟିତ୍ୱ ଦିଆଯାଇଛି।
ପ୍ରମୁଖ ପରିବର୍ତ୍ତନ ମଧ୍ୟରେ କର୍ନାଟକର ଯୁବ ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କୁ ଦଳର ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ପୁନମ୍‌ ମହାଜନ ପୂର୍ବରୁ ଏହି ଦାୟିତ୍ୱ ତୁଲାଉଥିଲେ। ରାଷ୍ଟ୍ରୀୟ ପ୍ରବକ୍ତା ସଂଖ୍ୟା ୨୩କୁ ବୃଦ୍ଧି କରାଯାଇଥିବାବେଳେ ଏମ୍‌ପି ଅନିଲ ବଲୁନିଙ୍କ ମିଡିଆ ପ୍ରଭାରୀ ଦାୟିତ୍ୱ ବଜାୟ ରଖାଯିବା ସହ ତାଙ୍କୁ ମୁଖ୍ୟ ପ୍ରବକ୍ତା କରାଯାଇଛି।
ଏମ୍‌ପି ଭୂପେନ୍ଦ୍ର ଯାଦବ, ଏମ୍‌ପି ଅରୁଣ ସିଂ ଓ କୈଳାସ ବିଜୟଭର୍ଗୀୟ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ପଦବୀରେ ବଜାୟ ରହିଥିବାବେଳେ ୫ ନୂଆମୁହଁକୁ ଏହି ବଡ଼ ଦାୟିତ୍ୱ ଦିଆଯାଇଛି। ସେମାନେ ହେଲେ ରାଜ୍ୟ ସଭା ସଦସ୍ୟ ଦିଲ୍ଲୀର ଦୁଷ୍ୟନ୍ତ କୁମାର ଗୌତମ, ଆନ୍ଧ୍ରପ୍ରଦେଶର ଡି. ପୁରନ୍ଦେଶ୍ୱରୀ, କର୍ନାଟକର ବିଧାୟକ ସି.ଟି. ରବି, ପଞ୍ଜାବର ତରୁଣ ଚୁଗ, ଆସାମର ଏମ୍‌ପି ଦିଲୀପ ସାଇକିଆ। ଦୁଷ୍ୟନ୍ତ କୁମାର ଗୌତମ ଏହା ପୂର୍ବରୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଥିଲେ।
ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତାଲିକାରେ ଅନେକ ଯୋଗ ଓ ବିୟୋଗ କରାଯାଇଛି। ଝାଡ଼ଖଣ୍ଡ, ଛତିଶଗଡ଼, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଯଥାକ୍ରମେ ରଘୁବର ଦାସ, ରମଣ ସିଂ ଏବଂ ବସୁନ୍ଧରା ରାଜେଙ୍କ ସମେତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂ, ଏମ୍‌ପି ରେଖା ବର୍ମା, ଅନ୍ନପୂର୍ଣ୍ଣା ଦେବୀ, ଭାରତୀ ବେନ ଶିୟାଲ, ପଶ୍ଚିମବଙ୍ଗର ମୁକୁଲ ରୟ, ତେଲଙ୍ଗାନାର ଡି.କେ. ଅରୁଣା, ନାଗାଲାଣ୍ଡର ଏମ୍‌ ଚୁବା ଏଓ, ବୈଜୟନ୍ତ ପଣ୍ଡା ଏବଂ କେରଳର ଅବଦୁଲ୍ଲା କୁଟ୍ଟିଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ସେହିପରି ବରିଷ୍ଠ ନେତ୍ରୀ ଉମା ଭାରତୀ, ପ୍ରଭାତ ଝା, ଓ.ପି. ମାଥୁର, ରେଣୁ ଦେବୀ, ବିନୟ ସହସ୍ରବୁଦ୍ଧେ, ଅବିନାଶ ରାୟ ଖାନ୍ନା ଏବଂ ଶ୍ୟାମ୍‌ ଜାଜୁଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦବୀରୁ ଅବ୍ୟାହତି ଦିଆଯାଇଛି।
ପୂର୍ବପରି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ(ସଂଗଠନ) ଦାୟିତ୍ୱ ବି.ଏଲ୍‌. ସନ୍ତୋଷ ଏବଂ ରାଷ୍ଟ୍ରୀୟ ସାଧାରଣ ସହ ସମ୍ପାଦକ(ସଂଗଠନ) ଦାୟିତ୍ୱ ଭି. ସତୀଶ, ସୌଦାନ ସିଂ ଏବଂ ଶିବ ପ୍ରକାଶଙ୍କୁ ଦିଆଯାଇଛି। ଅନ୍ୟପକ୍ଷରେ ପୀୟୂଷ ଗୋୟଲ ମନ୍ତ୍ରୀ ହେବା ପରେ ୨୦୧୪ରୁ କୋଷାଧ୍ୟକ୍ଷ ପଦବୀ ଖାଲି ରହିଥିଲା। ଏହି ପଦବୀରେ ଦଳ ରାଜେଶ ଅଗ୍ରଓ୍ବାଲଙ୍କୁ ଅବସ୍ଥାପିତ କରିଥିବାବେଳେ ଏମ୍‌ପି ସୁଧୀର ଗୁପ୍ତାଙ୍କୁ ସହ-କୋଷାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ଅନ୍ୟ ଦଳୀୟ ନିଯୁକ୍ତି ମଧ୍ୟରେ କେ. ଲକ୍ଷ୍ମଣଙ୍କୁ ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ, ଏମ୍‌ପି ରାଜକୁମାର ଚହରଙ୍କୁ କିଷାନ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ, ଲାଲସିଂ ଆର୍ଯ୍ୟଙ୍କୁ ଅନୁସୂଚିତ ଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ, ଏମ୍‌ପି ସମୀର ଓରାନଙ୍କୁ ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ, ମହାରାଷ୍ଟ୍ରର ଜମାଲ ସିଦ୍ଦିକ୍‌ଙ୍କୁ ସଂଖ୍ୟାଲଘୁ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ନୂଆ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି। ମୋଦି ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ‘ମୁଁ ନିଶ୍ଚିତ ଯେ, ସେମାନେ ଆମ ପାର୍ଟିର ଗୌରବମୟ ପରମ୍ପରାକୁ ପାଳନ କରି ନିଃସ୍ବାର୍ଥପର ଏବଂ ଉତ୍ସର୍ଗୀକୃତ ଭାବେ ଭାରତର ଲୋକଙ୍କ ସେବା କରିବେ। ସେମାନେ ଗରିବ ଏବଂ ଅବହେଳିତ ଲୋକଙ୍କୁ ସଶକ୍ତ କରିବା ପାଇଁ କଠିନ ପରିଶ୍ରମ କରନ୍ତୁ।’


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନ: ପୁଅଙ୍କୁ ପଛରେ ପକାଇ ମଇଦାନରେ ଝିଅ ଆଗୁଆ

ପୁରୁଷୋତ୍ତମପୁର,୭ା୧୦(ସବିତା ମିଶ୍ର): ଦୀର୍ଘ ୮ ବର୍ଷ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଏହାକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ…

‘ଇତିହାସ ସର୍ବଦା…’: ଅଜିତ ଅଗରକରଙ୍କୁ ବିଦାୟ ଜଣାଇ ଏମିତି କ’ଣ କହିଲେ ଗୌତମ ଗମ୍ଭୀର, ଓଦା ହୋଇଯାଉଛି ଆଖି!

ନୂଆଦୀଲ୍ଲୀ,୭।୧୦: ଗୌତମ ଗମ୍ଭୀର ଅଜିତ ଅଗରକରଙ୍କ ପାଇଁ ଏକ ଭାବପୂର୍ଣ୍ଣ ବିଦାୟକାଳୀନ ବାର୍ତ୍ତା ଲେଖିଛନ୍ତି, ଯିଏ ନିକଟରେ ମୁଖ୍ୟ ଚୟନକର୍ତ୍ତା (Chief Selector) ଭାବରେ ନିଜର କାର୍ଯ୍ୟକାଳ…

ପରସ୍ପର ସହ ଆଖି ମିଳାଇଲେ ନାହିଁ ସ୍ମୃତି ମନ୍ଧାନା-ହରମନପ୍ରୀତ କୌର ; ଡ୍ରେସିଂ ରୁମର ପରିବେଶକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୭।୧୦: ମଙ୍ଗଳବାର ଭାରତୀୟ ମହିଳା କ୍ରିକେଟ ଦଳରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦରୁ ଓହରି ଯାଇଥିଲେ ଏବଂ ଏହା…

ମଧ୍ୟାହ୍ନଭୋଜନରେ ଅନୟମିତତା: ବିଦ୍ୟାଳୟ ଉପସ୍ଥାନ ଖାତାରେ ଅଧିକ ପିଲା, ବାସ୍ତବରେ କମ୍‌

ଝରିଗାଁ,୭ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ସରକାରୀ ସ୍କୁଲରେ ନିମ୍ନମାନର ମଧ୍ୟାହ୍ନଭୋଜନ ପ୍ରଦାନ କରାଯାଉଥିବା ବେଳେ କିଛି ଛାତ୍ରୀଛାତ୍ର ସେହି ଭୋଜନ ଖାଉ ନାହାନ୍ତି। ଏପରିକି ଯେଉଁ ପିଲାମାନେ ଅଣ୍ଡା…

ସୌରଭ ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ ହେବା ପରେ ଉଠିଲାଣି ବିବାଦ!

ନୂଆଦିଲ୍ଲୀ,୭।୧୦: ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବତନ ଭାରତୀୟ ଦଳର ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ସେମାନଙ୍କର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ଗାଙ୍ଗୁଲି କ୍ରିକେଟ ଆସୋସିଏସନ…

IAS ସ୍ତରରେ ବଡ଼ଧରଣର ଅଦଳବଦଳ: ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲାପାଳ, ଜାଣନ୍ତୁ କିଏ କେଉଁଠିକୁ ଗଲେ…

ଭୁବନେଶ୍ୱର,୭ା୧୦: ରାଜ୍ୟ ପ୍ରଶାସନିକ ସ୍ତରକୁ ଅଧିକ କ୍ରିୟାଶୀଳ ଓ ବ୍ୟବସ୍ଥିତ କରିବା ପାଇଁ ଓଡ଼ିଶା ସରକାର ରାଜ୍ୟରେ IAS ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ନବରଙ୍ଗପୁର…

ଆଜି ମୁଁ ଯାହା କିଛି… ଜାଣନ୍ତୁ କାହାକୁ ସଫଳତାର ଶ୍ରେୟ ଦେଲେ ମୋଦି

ନୂଆଦିଲ୍ଲୀ,୭।୧୦: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ନିରନ୍ତର ୨୫ ବର୍ଷର ଜନସେବା ପୂରଣ କରିଛନ୍ତି। ଏହି ଅବସରରେ ବୁଧବାର ନୂଆଦିଲ୍ଲୀରେ ଆୟୋଜିତ ଭାରତ…

୫ କୋଟି ଟଙ୍କାର ଖବର, ପ୍ରେମାନନ୍ଦ ମହାରାଜଙ୍କୁ ନେଇ ବଡ଼ କଥା କହିଲେ ବିରାଟ କୋହଲି, ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୭।୧୦: ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ ଦୁଲାରୀ ଶରଣ (ଯିଏ ଦୀପକ ଲୋଦି ନାମରେ ମଧ୍ୟ ଜଣାଶୁଣା)ଙ୍କ ମୃତ୍ୟୁ ପରେ ‘କେଳିକୁଞ୍ଜ ଆଶ୍ରମ’ କ୍ରମାଗତ ଭାବେ ଆଲୋଚନାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?