ନାଗାର୍ଜୁନଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଟଲିଉଡର କିଙ୍ଗ ଭାବରେ ଜଣାଶୁଣା ନାଗାର୍ଜୁନ ଅକ୍କିନେନି ଆଜି ୬୩ ବର୍ଷରେ ପଦାର୍ପଣ କରିଛନ୍ତି। ନାଗାର୍ଜୁନ ୨୯ ଅଗଷ୍ଟ ୧୯୫୯ରେ ମାଡ୍ରାସ (ବର୍ତ୍ତମାନ ଚେନ୍ନାଇ)ରେ ଭେଟେରାନ ଅଭିନେତା ଅକ୍କିନେନି ନାଗସ୍ବାରା ରାଓଙ୍କ ଘରେ ଜନ୍ମଗ୍ରହଣ କରିଥିଲେ। ପ୍ରଥମ ଥର ପାଇଁ ସେ ୧୯୫୯ ରିଲିଜ୍‌ ହୋଇଥିବା ସୁଦିଗୁଣ୍ଡାଲୁ ଫିଲ୍ମରେ ତାଙ୍କ ପିତାଙ୍କ ସହ ନଜର ଆସିଥିଲେ। ଶିଶୁ ଅଭିନେତା ଭାବରେ ସେ ଏହି ଫିଲ୍ମରେ ଅଭିନୟ କରିଥିଲେ। ଦର୍ଶକ ତାଙ୍କ ଅଭିନୟକୁ ଖୁବ ପସନ୍ଦ କରିଥିଲେ। ସ୍କୁଲ ପଢିବା ପରେ ସେ ମିଚିଗାନରୁ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ।
ଏତେ ପାଠ ପଢିବା ସତ୍ତ୍ୱେ ମଧ୍ୟ ତାଙ୍କର ଆଗ୍ରହ କେବଳ ଫିଲ୍ମରେ ଥିଲା, ତେଣୁ ୧୯୮୬ରେ ସେ ମୁଖ୍ୟ ଅଭିନେତା ଭାବରେ ବିକ୍ରମ ଫିଲ୍ମରୁ ସାଉଥ ସିନେମାରେ ପ୍ରବେଶ କରିଥିଲେ। ଏହି ଫିଲ୍ମଟି ଲୋକଙ୍କ ଦ୍ୱାରା ବହୁ ପ୍ରଶଂସା ଲାଭ କରିଥିଲା। ନାଗାର୍ଜୁନ ତାଙ୍କ କ୍ୟାରିୟରରେ ୧୦୦ଟି ଫିଲ୍ମରେ ଅଭିନୟ କରିଛନ୍ତି। ଦୟାଳୁ ଫିଲ୍ମରେ ନାଗାର୍ଜୁନଙ୍କ ପୁରା ପରିବାର ନଜର ଆସିଥିଲେ।
ଏହି ଫିଲ୍ମରେ ତାଙ୍କ ପିତା ଏନଏନ ରାଓ, ପୁଅ ନାଗା ଚୈତନ୍ୟ ଏବଂ ଅଖିଲ, ବୋହୂ ସାମନ୍ଥାଙ୍କ ସହ ନଜର ଆସିଥିଲେ। ଏବେ ନାଗା ଚୈତନ୍ୟ ଏବଂ ସାମନ୍ଥାଙ୍କ ମଧ୍ୟରେ ଛାଡପତ୍ର ହୋଇଛି। ଅଭିନେତା ହେବା ବ୍ୟତୀତ ନାଗାର୍ଜୁନ ଜଣେ ନିର୍ମାତା, ଟେଲିଭିଜନ ଉପସ୍ଥାପକ ଏବଂ ଉଦ୍ୟୋଗୀ ମଧ୍ୟ ଅଟନ୍ତି। ନାଗାର୍ଜୁନ ଏବଂ ତାଙ୍କ ସ୍ତ୍ରୀ ହାଇଦ୍ରାବାଦରେ ଥିବା ବ୍ଲୁ କ୍ରସର ସହ-ପ୍ରତିଷ୍ଠାତା ଅଟନ୍ତି।
ନାଗାର୍ଜୁନ ୮୦୦ କୋଟି ମୂଲ୍ୟର ସମ୍ପତ୍ତିର ମାଲିକ ମଧ୍ୟ ଅଟନ୍ତି। ତାଙ୍କର କ୍ରୀଡା ପ୍ରତି ମଧ୍ୟ ବହୁତ ଆଗ୍ରହ ରହିଛି, ତେଣୁ ସେ ମୁମ୍ବାଇ ମାଷ୍ଟର୍ସ ଦଳର ସହ-ମାଲିକ ମଧ୍ୟ ଅଟନ୍ତି। ବର୍ତ୍ତମାନ ନାଗାର୍ଜୁନ ବ୍ରହ୍ମାସ୍ତ୍ର ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ଆଲିଆ ଏବଂ ରଣବୀରଙ୍କ ସହ ନାଗାର୍ଜୁନଙ୍କୁ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳରେ ବନ୍ୟା ପରେ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟଙ୍କ ଉଚ୍ଚସ୍ତରୀୟ ବୈଠକ

ପାଟନା,୨୬।୮: ନେପାଳରେ ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତି ମଧ୍ୟରେ, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଆଜି (ବୁଧବାର) ଅଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଏବଂ ସେମାନଙ୍କୁ…

ସ୍କୁଟି ନେଇ ଫେରାଇଲେନି; ମାଲିକାଣୀଙ୍କୁ ଦେଲେ ହତ୍ୟା ଧମକ; ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ବୁଧବାର ପାଟପୁର ଥାନା ପ୍ରତାପଗିରି ଗ୍ରାମର ବି. କାଳିଆ ପାତ୍ର(୪୪) ନାମକ ଜଣେ ଯୁବକଙ୍କୁ ଗିରଫ କରି…

ଭାରତ ପୂର୍ବରୁ ‘ବଡ଼ ଭାଇ’ର ଭୂମିକା ନିର୍ବାହ କରିସାରିଛି, ଏଥର ବି ନେପାଳକୁ ସହାୟତା ପଠାଇବାକୁ ଆଶ୍ୱାସନା ଦେଲେ ମୋଦି

ନୂଆଦିଲ୍ଲୀ/କାଠମାଣ୍ଡୁ,୨୬।୮: ଭାରତର ପଡ଼ୋଶୀ ନେପାଳ ବର୍ତ୍ତମାନ ଏକ ଭୟଙ୍କର ଦୁଃଖଦ ପରିସ୍ଥିତି ସହିତ ସଂଘର୍ଷ କରୁଛି। ରସୁୱାଗାଧି ଅଞ୍ଚଳରେ ହିମସ୍ଖଳନ ଏବଂ ହଠାତ, ଭୟଙ୍କର ବନ୍ୟା କେବଳ…

ପୂର୍ବତନ ବିଧାୟକଙ୍କ ପରଲୋକ, ପଦ୍ମପୁରରେ ଶୋକର ଛାୟା

ପଦ୍ମପୁର,୨୬।୮(ପ୍ରଦୀପ୍ତ ଦାଶ): ପଦ୍ମପୁର ନିର୍ବାଚନମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୫…

ବଲାଙ୍ଗୀରରେ ଚାଞ୍ଚଲ୍ୟ; ନାବାଳକଙ୍କ ଛୁରା ମାଡ଼ରେ ଆଉ ଜଣେ ନାବାଳକ ମୃତ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲାଙ୍ଗୀର,୨୬।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଆଗଲପୁର ଥାନା ରୋତ ଗାଁରେ ଚାଞ୍ଚଲ୍ୟ । ନାବାଳକଙ୍କୁ ଛୁରି ଭୁସି ହତ୍ୟା କଲେ ନାବାଳକ । ମୃତକ ହେଲେ…

ଜି.ଉଦୟଗିରିରେ ମହମ୍ମଦଙ୍କ ଜୟନ୍ତୀ, ସମାଜର ଅନ୍ଧବିଶ୍ୱାସ ଦୂର କରିବା ନେଇ…

ଜି.ଉଦୟଗିରି,୨୬ା୮(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳର ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବୁଧବାର ମହମ୍ମଦଙ୍କ ଜନ୍ମଦିନ ଅବସରରେ ଶାନ୍ତି ପଦଯାତ୍ରା ଓ ଧାର୍ମିକ ସଭା…

ନେପାଳ ବନ୍ୟା; ବାଲେନ ଶାହଙ୍କ ସହ କଥା ହେଲେ ମୋଦି, ସହାୟତା….

ନୂଆଦିଲ୍ଲୀ,୨୬।୮: ନେପାଳରେ ଭୟଙ୍କର ବନ୍ୟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ସହ ଫୋନ୍‌ରେ ଆଲୋଚନା କରିଛନ୍ତି । ବନ୍ୟା ଯୋଗୁଁ ହୋଇଥିବା…

ଜିଲାରେ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିଆଯିବ କଠୋର ପଦକ୍ଷେପ, ଶିଶୁକନ୍ୟା ମୃତ୍ୟୁହାର କମାଇବାକୁ…

ଛତ୍ରପୁର,୨୬ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିଶୁକନ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri