ରାସ୍ତା ପାଇଁ ରାସ୍ତାରୋକୋ

ବାରିପଦା ଅଫିସ,୨୯ା୮: ମୟୂରଭଞ୍ଜ ଜିଲା ବାରିପଦା-ଉଦଳା ରାଜ୍ୟ ରାଜପଥର ନୁରୁଡିହୀ ଛକରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ମରାମତି ଦାବି ନେଇ ସୋମବାର ସକାଳୁ ରାସ୍ତାରୋକୋ କରିଛନ୍ତି। ଫଳରେ ଜିଲା ମୁଖ୍ୟାଳୟକୁ ଆସୁଥିବା ଯାତ୍ରୀବାହୀ ଯାନବାହନଗୁଡ଼ିକ ଦୀର୍ଘ ୩ ଘଣ୍ଟା ଧରି ଅଟକି ରହିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛି।

ସୂଚନାଯୋଗ୍ୟ, ନୁରୁଡିହୀ ଛକଠାରୁ ପଲିଟେକ୍‌ନିକ୍‌ କଲେଜ ପର୍ଯ୍ୟନ୍ତ ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଛି। ଏହା ଦ୍ବାରା ସାଧାରଣ ଲୋକେ ଯିବାଆସିବା କରିବାରେ ବହୁ ହଇରାଣ ହରକତ ହେଉଛନ୍ତି। ଏପରିକି ଛାତ୍ରୀଛାତ୍ର ସ୍କୁଲକୁ ଯିବା ବେଳେ ଖାଲରେ ପଡ଼ି ଘରକୁ ଫେରୁଛନ୍ତି। ଜରୁରିକାଳୀନ ସେବା ପାଇଁ ରୋଗୀମାନଙ୍କୁ ନେବା ଆଣିବା କଷ୍ଟକର ହୋଇପଡ଼ିଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ କିମ୍ବା ଜନପ୍ରତିନିଧିମାନେ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ବିଗତ ଲଘୁଚାପଜନିତ ବର୍ଷା ଯୋଗୁ ରାସ୍ତାରେ ଚଳପ୍ରଚଳ କରିବା କଷ୍ଟକର ହୋଇପଡ଼ିଛି। ଏଣୁ ବାଧ୍ୟ ହୋଇ ଅଞ୍ଚଳବାସୀ ରାଜପଥକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ ଦିନ ମଜୁରିଆ ଭାବେ ବାରିପଦା ସହରକୁ ଯାଉଥିବା ଶ୍ରମିକମାନଙ୍କୁ ଅଟକାଇବାରୁ ବିକ୍ଷୋଭକାରୀଙ୍କ ସହ ଗଣ୍ଡଗୋଳ ସୂତ୍ରପାତ ହୋଇଛି। ଉଭୟଙ୍କ ମଧ୍ୟରେ ଠେଲାପେଲା ହେଉଥିବା ବେଳେ ପୋଲିସ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଡିବନି ବିଶ୍ୱର ସର୍ବୋଚ୍ଚ ରଥ

କେନ୍ଦୁଝର,୧୮ା୬(ସ୍ବ.ପ୍ର.)-କରୋନା କଟକଣା ପାଇଁ ଚଳିତ ବର୍ଷ ବିଶ୍ୱର ସର୍ବୋଚ୍ଚ ରଥ କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବ ଜୀଉଙ୍କ ରଥ ଗଡିବନି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ପୁରୀ...

ଅତିଥିଙ୍କୁ ୨ଘଣ୍ଟା ଅଟକ ରଖିଲା ସ୍କୁଲ କମିଟି

ପୁରୀ ଅଫିସ,୩।୩: ପୁରୀ ଜିଲାରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ୫ଟି ଛାତ୍ରୀନିବାସ ମଙ୍ଗଳବାର ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଋଷିକୂଲ୍ୟା ଶଯ୍ୟାରେ ମଙ୍ଗୋଲିଆ ପକ୍ଷୀ

ଗଞ୍ଜାମ,୨୧ା୧(ଡି.ଏନ୍‌.ଏ.): ଗଞ୍ଜାମ ସହର ପୋତାଗଡ଼ ନିକଟସ୍ଥ ଋଷିକୂଲ୍ୟା ନଦୀ ବାଲୁକା ଶଯ୍ୟାରେ ଗତ କିଛିଦିନ ହେବ ଶହଶହ ମଙ୍ଗୋଲିଆ ପକ୍ଷୀ ଦେଖିବାକୁ ମିଳୁଛି। ହିମାଳୟଠାରେ ଅତ୍ୟଧିକ...

ସିଣ୍ଡିକେଟ୍‌ ବ୍ୟାଙ୍କ ସିଇଓଙ୍କ ବ୍ରହ୍ମପୁର ଗସ୍ତ: ‘୧୨ଶହ କୋଟିକୁ ଛୁଇଁବ କାରବାର’

ବ୍ରହ୍ମପୁର ଅଫିସ୍‌,୧୦ା୬-ସିଣ୍ଡିକେଟ୍‌ ବ୍ୟାଙ୍କର ଏମ୍‌ଡ଼ି ତଥା ସିଇଓ ମୃତ୍ୟୁଞ୍ଜୟ ମହାପାତ୍ର ରବିବାର ବ୍ରହ୍ମପୁର ଗସ୍ତରେ ଆସିଛନ୍ତି। ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ସହ ବିଭିନ୍ନ ଶାଖା ପରିଦର୍ଶନ...

ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ଦାବିରେ ପଦଯାତ୍ରା

ଚମ୍ପୁଆ, ୧୯।୧୦ (ଡି.ଏନ.ଏ.)-ଓଡିଶାକୁ ସ୍ବତନ୍ତ୍ର ପାହ୍ୟା ଦାବିରେ ଆନ୍ଦୋଳନ କରୁଥିବା ଜନସଚେତନା ମଞ୍ଚର ଆବାହକ ସତ୍ୟବ୍ରତ ଦାସ ୩୧୪ ବ୍ଲକକୁ ପଦଯାତ୍ରା ଆରମ୍ଭ କରିବା ପରିପ୍ରେକ୍ଷୀରେ...

ପୂର୍ବଶତ୍ରୁତାରୁ ହତ୍ୟାକାଣ୍ଡ

ବାସୁଦେବପୁର, ୯। ୩(ଡି.ଏନ.ଏ.)-ବାସୁଦେବପୁର ବ୍ଲକ ନୂଆଗଡ ଗ୍ରାମର ନିରଞ୍ଜନ ମଳିକ ନାମକ ବ୍ୟକ୍ତିଙ୍କୁ ତାଙ୍କର କେତେକ ପଡୋଶୀ ମରଣାନ୍ତକ ଆକ୍ରମଣ କରି ପିଟି ପିଟି ହତ୍ୟା...

ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ମହିଳା

କେନ୍ଦୁଝର,୨୩।୧୨(ସ୍ବ.ପ୍ର.): ମଦ କାରବାରକୁ ବନ୍ଦ କରିବା ଓ ନଗ୍ନତା ଉପରେ କଟକଣା ଲଗାଇବା ଦାବିରେ ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ କେନ୍ଦୁଝର ଜିଲାପାଳଙ୍କ...

ହଷ୍ଟେଲରୁ ଛାତ୍ର ନିଖୋଜ ଘଟଣା: ବିଦ୍ୟାଳୟ ଘେରିଲେ ଶତାଧିକ ମହିଳା

ଜଳେଶ୍ୱର, ୨୩।୭(ଡି.ଏନ.ଏ.)-ଜଳେଶ୍ୱର ସହର ବଡ଼ବଜାରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ହଷ୍ଟେଲରେ ରହୁଥିବା ଅଷ୍ଟମ ଶ୍ରେଣୀ ଛାତ୍ର ତଥା ଭୋଗରାଇ ଥାନା ଅଧିନ ହାଣ୍ଡିପଡ଼ା ଗ୍ରାମନିବାସୀ କାହ୍ନୁ...

Advertisement
Archives

Model This Week