ହାଇପରଟେନ୍‌ସନ କ’ଣ? ଜାଣନ୍ତୁ ଏହାର କାରଣ, ପ୍ରତିକାର…

ହାଇପରଟେନ୍‌ଶନ ବା ଉଚ୍ଚ ରକ୍ତଚାପ ଆଜି ଭାରତ ଓ ସାରା ବିଶ୍ୱରେ ସବୁଠୁ ଅଧିକ ଜୀବନ ବିପଦ ସୃଷ୍ଟି କରୁଥିବା ରୋଗମାନଙ୍କ ମଧ୍ୟରୁ ଅନ୍ୟତମ। ଏହାକୁ ସାଇଲେଣ୍ଟ କିଲର ବୋଲି କୁହାଯାଏ। କାରଣ ଏହା ବହୁ ସମୟ ପର୍ଯ୍ୟନ୍ତ କୌଣସି ଲକ୍ଷଣ ଦେଖା ନ ଦେଇ ଶରୀରର ହୃତ୍‌ପିଣ୍ଡ, ମସ୍ତିଷ୍କ, କିଡ୍‌ନୀ ଓ ଚକ୍ଷୁ ଭଳି ଆମ ଶରୀର ପ୍ରମୁଖ ଅଙ୍ଗଗୁଡ଼ିକୁ ଧୀରେ ଧୀରେ କ୍ଷତି କରେ।
ଭାରତରେ ହାଇପରଟେନ୍‌ସନ: ଏକ ସର୍ଭେରୁ ଜଣାପଡିଛି ଯେ ଭାରତରେ ପ୍ରାୟ ୨୯-୩୧ ପ୍ରତିଶତ ପ୍ରାପ୍ତବୟସ୍କ ଲୋକ ହାଇପରଟେନସନରେ ଆକ୍ରାନ୍ତ। ସହର ଅଞ୍ଚଳରେ ଏହାର ପରିମାଣ ପ୍ରାୟ ୩୫-୪୦ ପ୍ରତିଶତ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ପ୍ରାୟ ୨୫ପ୍ରତିଶତ ବୋଲି ଏଥିରୁ ଜଣାପଡିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଯେ ପ୍ରାୟ ୫୦-୬୦ ପ୍ରତିଶତ ଲୋକ ହାଇପରଟେନ୍‌ସନ ବିଷୟରେ ଅବଗତ ହୋଇ ନ ଥାନ୍ତି ଅର୍ଥାତ୍‌ ସେମାନେ ନିଜର ରକ୍ତଚାପ ବଢ଼ିଥିବା ବିଷୟ ଜାଣି ନ ଥାନ୍ତି। ଭାରତରେ ସମସ୍ତ ହୃଦ୍‌ଘାତର ୫୦ ପ୍ରତିଶତ, ମସ୍ତିଷ୍କାଘାତ (ଷ୍ଟ୍ରୋକ୍‌)ର ୬୦-୬୫ ପ୍ରତିଶତ ଓ କିଡ୍‌ନୀ ଫେଲ୍ୟୁଅର (ସିକେଡି)ର ୩୫-୪୦ ପ୍ରତିଶତ ହାଇପରଟେନ୍‌ସନ ସହ ସମ୍ପୃକ୍ତ।
ଅନଡାଇଗ୍ନୋସିଡ ହାଇପରଟେନ୍‌ସନ ଅନେକ ଲୋକ ନିଜେ ରକ୍ତଚାପ ବଢ଼ିଥିବା ଜାଣି ନ ଥିବାରୁ ଡାକ୍ତରଙ୍କ ପାଖକୁ ଯାଆନ୍ତି ନାହିଁ। ଏହାର ଖରାପ ପ୍ରଭାବ ଶରୀର ଉପରେ ପଡିଥାଏ। ଫଳରେ ହଠାତ୍‌ ହୃଦ୍‌ଘାତ, ମସ୍ତିଷ୍କ ଷ୍ଟ୍ରୋକ୍‌, କିଡ୍‌ନୀ ବିଫଳତା ଓ ଦୃଷ୍ଟି ଶକ୍ତି ହ୍ରାସ ପରି ସମସ୍ୟା ଦେଖାଯାଏ। ଭାରତୀୟ ତଥ୍ୟ (ଆଇସିଏମ୍‌ଆର୍‌ ୨୦୨୨) ଅନୁସାରେ ୪୦ ବର୍ଷର ଊର୍ଦ୍ଧ୍ୱ ପ୍ରାପ୍ତବୟସ୍କଙ୍କ ମଧ୍ୟରୁ ପ୍ରାୟ ୧ରୁ ୨ ଜଣ ନିଜେ ରକ୍ତଚାପ ବଢ଼ିଥିବା ବିଷୟ ଜାଣି ନ ଥାନ୍ତି। ଅନଡାଇଗ୍ନୋସିଡ ହାଇପରଟେନ୍‌ସନ ରୋଗୀଙ୍କଠାରେ ଷ୍ଟ୍ରୋକ୍‌ ଆଶଙ୍କା ୩ ଗୁଣା ଅଧିକ ଓ ହୃଦ୍‌ଘାତ ଆଶଙ୍କା ୨.୫ ଗୁଣା ଅଧିକ ଥାଏ।
ସମାଧାନ: ୩୦ ବର୍ଷ ପରେ ପ୍ରତି ବ୍ୟକ୍ତିଙ୍କ ନିୟମିତ ସମୟ ବ୍ୟବଧାନରେ ରକ୍ତଚାପ ଯାଞ୍ଚ କରିବା ଉଚିତ। ଅନ୍ୟପକ୍ଷରେ ଡାଇବେଟିସ୍‌, ମେଦବହୁଳତା ସମସ୍ୟା ଥିଲେ ଏବଂ ନିଶାଦ୍ରବ୍ୟ ସେବନ ଏକ ଅଭ୍ୟାସରେ ପରିଣତ ହୋଇଯାଇଥିଲେ ପ୍ରତି ୩-୬ ମାସରେ ଥରେ ରକ୍ତଚାପ ମାପିନେବା ଦରକାର।
ଠିକ୍‌ ନିରୀକ୍ଷଣ ଓ ରକ୍ତଚାପ ଲକ୍ଷ୍ୟ
ଆଦର୍ଶ ରକ୍ତଚାପ (ନର୍ମାଲ ବ୍ଲଡ୍‌ ପ୍ରେସର୍‌): ସମସ୍ତ ରୋଗୀ ପାଇଁ ଏହି ସୀମା (<୧୩୦/୮୦ mmHg) ଅତ୍ୟାବଶ୍ୟକ। ଯେଉଁମାନେ ମଧୁମେହ, କିଡ୍‌ନୀ ରୋଗ ବା ହୃଦ୍‌ ସମସ୍ୟା ଅଛି, ସେମାନଙ୍କ ପାଇଁ ଏହି ଲକ୍ଷ୍ୟ ଆହୁରି ଜରୁରୀ।
ଅନିୟନ୍ତ୍ରିତ ରକ୍ତଚାପ (ଇମ୍ବାଲାନ୍ସଡ ବ୍ଲଡ୍‌ ପ୍ରେସର୍‌): ଏହାଦ୍ୱାରା ଷ୍ଟ୍ରୋକ୍‌ ସମସ୍ୟା ୪ ଗୁଣା ବଢ଼େ ଓ ହୃଦ୍‌ଘାତ ସମସ୍ୟା ୩ ଗୁଣା ବଢ଼େ , ବୃକ୍‌କ ବିଫଳତା (କିଡ୍‌ନୀ ଫେଲ୍ୟୁଅର) ସମସ୍ୟା ୨.୫ ଗୁଣା ବଢ଼େ।
ଖାଦ୍ୟ ଓ ପୋଷଣ (ଡାଏଟାରି ମଡିଫିକେଶନ୍‌) କରିବା ଉଚିତ। ପ୍ରତିଦିନ ଲୁଣ <୫ ଗ୍ରାମ ଖାଇଲେ ସିଷ୍ଟୋଲିକ BP ୫-୬ mmHg କମିପାରେ। ସବୁଜ ପନିପରିବା ଓ ଫଳ: ସବୁେବେଳ ସବୁଜ ପନିପରିବା ଏବଂ ତଟକା ଫଳମୂଳ ଖାଆନ୍ତୁ। ଚର୍ବିଜାତୀୟ ଖାଦ୍ୟ କମ୍‌ ଖାଆନ୍ତୁ।
ଏଡ଼ାଇବା ଉଚିତ: ପ୍ରୋସେସ୍ଡ ଖାଦ୍ୟ, ଅଧିକ ଲୁଣ ଓ ତେଲିଆ ଖାଦ୍ୟ। ଅଧିକ ମିଠା, ସଫ୍ଟ ଡ୍ରିଙ୍କ। ଧୂମପାନ ଓ ମଦ୍ୟପାନ।
ଡାସ୍‌ ଡାଏଟ୍‌ (DASH Diet): ବୈଜ୍ଞାନିକ ପ୍ରମାଣ ଅନୁସାରେ, ନିୟମିତ ଡାସ୍‌ ଡାଏଟ୍‌ ଖାଇଲେ ସିଷ୍ଟୋଲିକ BP ୮-୧୪ mmHg ପର୍ଯ୍ୟନ୍ତ କମାଇପାରେ।
କ’ଣ କରିବେ
ନିୟମିତ ବ୍ୟାୟାମ: ନିଜର ଦୈନନ୍ଦିନ ଜୀବନ ତାଲିକାରେ ବ୍ୟାୟାମକୁ ସାମିଲ କରନ୍ତୁ। ପ୍ରତି ସପ୍ତାହରେ ଅତିକମ୍‌ରେ ୧୫୦ ମିନିଟ ଚାଲନ୍ତୁ। ମର୍ନିଂ ଓ୍ବାକ୍‌ କରିବା ସମୟରେ ଟିକେ ଦ୍ରୁତ ଗତିରେ ଚାଲନ୍ତୁ। ଏହା ବ୍ୟତୀତ ପହଁରିବା, ଜଗିଂ, ସାଇକେଲିଂ, ଯୋଗ, ପ୍ରାଣାୟାମ ଇତ୍ୟାଦି ଏଥିରେ ସାମିଲ କରନ୍ତୁ।
ଓଜନ ନିୟନ୍ତ୍ରଣ: ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଓଜନ ନିୟନ୍ତ୍ରଣ। ବୟସ ଅନୁସାରେ ଓଜନ କେତେ ରହିବ ଡାକ୍ତରଙ୍କ ସହ ପରାମର୍ଶ କରି ବୁଝି ନିଅନ୍ତୁ। କାରଣ ଓଜନ ଯଦି ଅନିୟନ୍ତ୍ରିତ ରହିଲା ତେବେ ତାହା ପରୋକ୍ଷରେ ଅନେକ ଶାରିରୀକ ସମସ୍ୟାର କାରଣ ସାଜିଥାଏ।
ନିଶାଦ୍ରବ୍ୟ ସେବନ ବର୍ଜନ କରନ୍ତୁ ଆଜିକାଲି ଅନେକେ ନିଶାଦ୍ରବ୍ୟ ସେବନ ସହ ଜଡିତ। ଧୂମପାନ, ମଦ୍ୟପାନ, ଗୁଟ୍‌ଖା ତଥା ତମାଖୁଜାତୀୟ ଦ୍ରବ୍ୟ ସେବନ ଅଭ୍ୟାସ ଥିଲେ ଏହାକୁ ଯେତେ ଶୀଘ୍ର ବର୍ଜନ କରନ୍ତୁ। ରକ୍ତଚାପ ବୃଦ୍ଧି କରିବାରେ ଏସବୁ ସାହାଯ୍ୟ କରିଥାଏ। ନିଶାଦ୍ରବ୍ୟ ସେବନ ବର୍ଜନ କଲେ ଆପଣ ନିଜକୁ କେତେକାଂଶରେ ସୁସ୍ଥ ରଖିପାରିବେ।
ମାନସିକ ଚାପ
ମାନସିକ ଚାପଠାରୁ ନିଜକୁ ଦୂରେଇ ରଖନ୍ତୁ। ପ୍ରତିଦିନ ଯୋଗ ଓ ଧ୍ୟାନ ୨୦-୩୦ ମିନିଟ କଲେ ରକ୍ତଚାପ ପ୍ରାୟ ୪-୬ mmHg କମିଥାଏ।
ସୁନିଦ୍ରା: ନିଜକୁ ସୁସ୍ଥ ରଖିବାକୁ ହେଲେ କିମ୍ବା ରକ୍ତଚାପଠାରୁ ଦୂରେଇ ରହିବାକୁ ହେଲେ ରାତିରେ ଅତିକମ୍‌ରେ ୭-୮ ଘଣ୍ଟା ଶୁଅନ୍ତୁ। ସକାରାତ୍ମକ ମନୋଭାବ: ନିଜର ମନୋଭାବକୁ ସକାରାତ୍ମକ ରଖିବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ରକ୍ତଚାପ ଆଶଙ୍କା କମ୍‌ ରହିବ ଏବଂ ରକ୍ତଚାପ ଥିଲେ ତାହା କେତେକାଂଶରେ ନିୟନ୍ତ୍ରଣରେ ରହିବ। ଅଧିକ ଟେନସନ୍‌ର ବଶବର୍ତ୍ତୀ ହେଲେ ରକ୍ତଚାପ ବଢ଼ି ଯାଇଥାଏ। (କ୍ରମଶଃ…)

ଡା. ରିତେଶ ଆଚାର୍ଯ୍ୟ
-କନ୍‌ସଲ୍‌ଟାଣ୍ଟ, କାର୍ଡିଓଲୋଜିଷ୍ଟ ଆଣ୍ଡ ଇଲେକ୍ଟ୍ରୋଫିଜିଓଲୋଜିଷ୍ଟ, ହୃଦ୍‌ରୋଗ ବିଭାଗ, ହାଇଟେକ୍‌ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ, ଭୁବନେଶ୍ୱର
ମୋ: ୯୪୩୮୧୮୧୭୮୬


Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri