ଫାସିଜମ୍‌ କ’ଣ

ଫାସିଜମ୍‌ ବା ଫାସିବାଦ ଏକ ଅତ୍ୟନ୍ତ ପ୍ରତିକ୍ରିୟାବାଦୀ ମତାଦର୍ଶ ତଥା ଚରମ ଦକ୍ଷିଣପନ୍ଥୀ, ଏକଚ୍ଛତ୍ରବାଦୀ ଓ ଉଗ୍ରଜାତୀୟତାବାଦୀ ରାଜନୈତିକ ଚିନ୍ତାଧାରା। ଫାସିଜମ୍‌ ସମ୍ପର୍କରେ ରାଜନୈତିକ ବିଶାରଦ, ଐତିହାସିକ ଓ ସମାଜ ବିଜ୍ଞାନୀମାନେ ଅନେକ ଗବେଷଣା କରିଛନ୍ତି, ଏହାର ମୂଳ ଭିତ୍ତିଭୂମି ଓ ଚରିତ୍ର ଜାଣିବା ପାଇଁ। ଅବଶ୍ୟ ଫାସିଜମ୍‌ର ଚରିତ୍ର ଗୋଟିଏ ପ୍ରକାର ବୋଲି ପ୍ରମାଣିତ ହୋଇନାହିଁ। ଫାସିଜମ୍‌ ଯେପରି ଗଣତନ୍ତ୍ରର ତୀବ୍ର ବିରୋଧୀ ସେହିପରି ଉଦାରବାଦୀ ଚିନ୍ତାଧାରା, ସମାଜବାଦୀ ବ୍ୟବସ୍ଥା ଓ କମ୍ୟୁନିଷ୍ଟ ମତବାଦର କ୍ରୂରତମ ଶତ୍ରୁ। ସେମାନେ କେଉଁଠି ପାର୍ଲାମେଣ୍ଟାରୀ ବ୍ୟବସ୍ଥାକୁ ଭାଙ୍ଗି ଦିଅନ୍ତି ତ କେତେବେଳେ ପାର୍ଲାମେଣ୍ଟକୁ ନିଜର କ୍ଷମତା ଆରୋହଣ ପାଇଁ ବ୍ୟବହାର କରିଥାନ୍ତି। ପ୍ରତ୍ୟେକ ଦେଶରେ ଫାସିଜମ୍‌ ସର୍ବଦା ନିଜକୁ ଶ୍ରେଷ୍ଠ ଦେଶପ୍ରେମୀ ଗୋଷ୍ଠୀ ବୋଲି ପ୍ରଚାର କରିଥାଏ ଓ ଏଥିପାଇଁ ଅନ୍ୟ ଦେଶ ତଥା ଜାତି ଉପରେ ଯୁଦ୍ଧ ଓ ଧ୍ୱଂସଲୀଳା ଲଦି ଦେଇଥାଏ। ଫାସିଜମ୍‌ ଉଗ୍ର ଜାତୀୟତାବାଦକୁ ବ୍ୟାପକ ଭାବେ ଉସୁକାଇ ଦେଇ ନିଜକୁ ଏକ ଅତି ଉନ୍ନତ ଜାତିର ବଂଶଧର ବୋଲି ପ୍ରଚାର କରି ନିଜର ଆତ୍ମବଡ଼ିମାକୁ ବଢ଼ାଇଥାଏ।
ପ୍ରଥମ ବିଶ୍ୱଯୁଦ୍ଧ ପରଠାରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ପର୍ଯ୍ୟନ୍ତ ଫାସିଜମ୍‌ ସମଗ୍ର ବିଶ୍ୱକୁ ପ୍ରଭାବିତ କରିପାରିଥିଲା। ପ୍ରଥମ ବିଶ୍ୱଯୁଦ୍ଧ ପରେ ଫାସିଷ୍ଟମାନେ ମାକର୍‌ସବାଦ ଓ ସମାଜବାଦ ବିରୋଧରେ ଅନ୍ତିମ ଅଭିଯାନ ଆରମ୍ଭ କରିଥିଲେ। କେତେଜଣ ବିଦ୍ୱାନୀ ଯୁକ୍ତି କରିଥାଆନ୍ତି ଯେ, ଫାସିଜମ୍‌ ଓ କମ୍ୟୁନିଷ୍ଟମାନେ ଏକାଧରଣର ଆଦର୍ଶର ଅନୁଗାମୀ। ମାତ୍ର ଏହା ସମ୍ପୂର୍ଣ୍ଣ ଭୁଲ୍‌। ଫାସିଜମ୍‌ ହେଉଛି ଲଗ୍ନିପୁଞ୍ଜି (Finance Capital)ର ସବୁଠାରୁ ହିଂସ୍ର ଓ ଦାନବୀୟ ରୂପ। ଫାସିଜମ୍‌ ବୃହତ୍‌ ପୁଞ୍ଜିର ଏକଦଳୀୟ ସୈରତନ୍ତ୍ର ପ୍ରତିଷ୍ଠା କଲାବେଳେ କମ୍ୟୁନିଷ୍ଟମାନେ ପୁିଞ୍ଜିବାଦ ବିରୋଧୀ ମେହନତି ଶ୍ରମିକଶ୍ରେଣୀର ଶାସନ ପ୍ରତିଷ୍ଠା ପାଇଁ ଉଦ୍ୟମ ନେଇଥାନ୍ତି। ଫାସିଷ୍ଟମାନେ ସବୁ ଦେଶର ରକ୍ଷଣଶୀଳ ବ୍ୟବସ୍ଥାକୁ ସମର୍ଥନ କରିବା ସହ ଧର୍ମୀୟ ମୌଳବାଦୀ ପ୍ରତିଷ୍ଠାନ ଓ ରାଜତନ୍ତ୍ରକୁ ସୁରକ୍ଷା ଦେଇଥାନ୍ତି। ଉନ୍ନତ ପରିବାର ବ୍ୟବସ୍ଥାର ଦ୍ୱାହିଦେଇ ମହିଳାମାନଙ୍କୁ ଉପତ୍ାଦନ କର୍ମକ୍ଷେତ୍ରରୁ ହଟାଇ ଗୃହ କର୍ମରେ ବ୍ୟସ୍ତ ରହିବାକୁ ନିର୍ଦ୍ଦେଶ ଦେଇଥାନ୍ତି। ସାମାଜିକ କ୍ଷେତ୍ର, କର୍ମକ୍ଷେତ୍ର ଓ ରାଜନୀତିରୁ ମହିଳାମାନଙ୍କୁ ହଟାଇ ସେମାନଙ୍କୁ ଉତ୍ତମ ମାତୃତ୍ୱର ଭୂମିକା ଗ୍ରହଣ କରିବାକୁ ବାଧ୍ୟକରନ୍ତି। ଜନ୍ମ ନିୟନ୍ତ୍ରଣକୁ ବିରୋଧ କରିବା ସହ ଗର୍ଭନିରୋଧ କଲେ ଦଣ୍ଡ ଦେବା ପାଇଁ ସୁପାରିସ କରନ୍ତି।
ଫାସିଜମ୍‌ର ଦୁର୍ଦ୍ଦାନ୍ତ ସଂଗଠନ ପ୍ରଥମେ ଇଟାଲୀରେ ଆରମ୍ଭ ହୋଇଥିଲା ୧୯୨୦ ଦଶକରେ। ସେତେବେଳେ ଲିବିୟା ଇଟାଲୀର ଏକ ଉପନିବେଶ ଥିଲା। ଫାସିଷ୍ଟମାନେ ଆଫ୍ରିକା ଲୋକଙ୍କ ପ୍ରତି ଉଦାର ମନୋଭାବ ତ୍ୟାଗ କରି, ନିଜକୁ ଏକ ଉଚ୍ଚ ସମ୍ଭ୍ରାନ୍ତ ଜାତି ବୋଲି ଦାବି କରିବା ସହିତ ଆଫ୍ରିକାର ଲୋକମାନେ ନୀଚ ସ୍ତରର ବୋଲି ଘୋଷଣା କରି ଆଫ୍ରିକା ଉପରେ ଇଟାଲୀର ଶାସନ ଜାହିର କଲେ। ଇଟାଲୀୟ ଫାସିଷ୍ଟବାହିନୀ ଲିବିୟାରେ ଗଣହତ୍ୟା ଘଟାଇବା ସହିତ ଲୋକଙ୍କୁ ଅନାହାରରେ ମୃତ୍ୟବରଣ କରାଇବାକୁ ବାଧ୍ୟ କରିଥିଲା ଓ ଲିବିୟାର ଲକ୍ଷାଧିକ ବେଦୁଇନଙ୍କୁ ଲିବିୟାରୁ ବହିଷ୍କାର କରିଥିଲା।
ମୁସୋଲିନ ରୋମ ନଗରୀରେ ଫାସିଷ୍ଟ କଳାକୁର୍ତ୍ତା ବାହିନୀର ସଶସ୍ତ୍ର ପଟୁଆର କରାଇ କ୍ଷମତା ଦଖଲ କଲାପରେ, ଏହା ସାରା ବିଶ୍ୱରେ ଚହଳ ପକାଇଥିଲା। ହିଟଲର ଅନୁରୂପ ଭାବେ ସଶସ୍ତ୍ର ପଟୁଆର କରାଇ ବର୍ଲିନରେ ବିଦ୍ରୋହ ଆରମ୍ଭ କଲେ। ଏହା ଘଟିଥିଲା ୧୯୨୩ରେ। ଯଦିଓ ହିଟଲରଙ୍କ କ୍ଷମତା ଦଖଲ ଉଦ୍ୟମ ବିଫଳ ହେଲା ଓ ସେ ଗିରଫ ହୋଇ ଜେଲଗଲେ। ପୁଣି ୧୯୩୩ରେ ରାଷ୍ଟ୍ରକ୍ଷମତା ଦଖଲ କଲେ।
ଏହି ସବୁ ଘଟଣା ଇଟାଲୀରେ ଓ ଜର୍ମାନରେ ଘଟୁଥିବାବେଳେ ସମଗ୍ର ୟୁରୋପରେ ଅର୍ଥନୈତିକ ସଙ୍କଟ ଚରମ ଅବସ୍ଥାରେ ପହଞ୍ଚତ୍ଥାଏ। ଦରବୃଦ୍ଧି ଓ ବେକାରିରେ ସମଗ୍ର ୟୁରୋପ ଛଟପଟ ହେଉଥାଏ। ଏହି ସଙ୍କଟର ମୂଳ କାରଣ ଭାବେ ଶ୍ରମିକଶ୍ରେଣୀର ଆନ୍ଦୋଳନ ଓ ବଲସେଭିକ୍‌ମାନଙ୍କ ବିପ୍ଳବକୁ ଦାୟୀ କରି ଫାସିଷ୍ଟମାନେ ପ୍ରଚାର କଲେ। ଦେଶାନ୍ତରୀ ଶ୍ରମିକ ଓ କମ୍ୟୁନିଷ୍ଟମାନଙ୍କୁ ଦାୟୀକରି ଫାସିଷ୍ଟମାନେ ପଟୁଆର ବାହାର କଲେ ଓ ସେମାନେ ହିଁ ଏ ସଙ୍କଟରୁ ଲୋକଙ୍କୁ ମୁକ୍ତି ଦେଇପାରିବେ ବୋଲି ଫାସିଷ୍ଟମାନେ ମୁହୁର୍ମୁହୁଃ ପ୍ରଚାର କରିଥିଲେ।
ବିଂଶ ଶତାବ୍ଦୀର ତିରିଶ ଦଶକରେ ବିଶ୍ୱ ଅର୍ଥନୀତି ଘୋର ସଙ୍କଟମୟ ପରିସ୍ଥିତିରେ ଫାସିଜମ୍‌ କେବଳ ଇଟାଲୀରେ ଗଢିଉଠିଥିଲା ତା’ ନୁହେଁ, ଜର୍ମାନରେ ଏହା ନିଜ ପାର୍ଟିକୁ ଜନ୍ମ ଦେଇଥିଲା। ଯାହାର ପରିଣାମ ହୋଇଥିଲା ଯେ (Third Reich-୧୯୩୩-୪୫) ୱିମାର ରିପବ୍ଲିକକୁ ଶେଷ କରି ଦେଇଥିଲା ଓ ଫାସିଷ୍ଟ ଶାସନ ସେଠାରେ ପ୍ରତିଷ୍ଠିତ ହୋଇଥିଲା। ହିଟଲରଙ୍କ ନେତୃତ୍ୱରେ ନାଜି ଜର୍ମାନ ବିଶ୍ୱରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଭିଆଇବାରେ ସକ୍ଷମ ହୋଇଥିଲା।
ହଙ୍ଗେରୀର ଫାସିଷ୍ଟ ନେତା ଗିଉଲା ଗୋମ୍ବସ ସେଠାରେ ପ୍ରଧାନମନ୍ତ୍ରୀ ହେଲେ। ରୋମାନିଆରେ ଫାସିଷ୍ଟମାନେ ସେ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ପରେ ଫାସିଷ୍ଟ ଲୌହପ୍ରହରୀମାନେ କ୍ଷମତା ଦଖଲ କଲେ। ପଞ୍ଚାରିସରେ ଫ୍ରାନ୍ସ ସରକାର ବିରୋଧରେ ଦକ୍ଷିଣପନ୍ଥୀ ପ୍ରତିକ୍ରିୟାବାଦୀମାନେ ଓ ଫାସିଷ୍ଟମାନେ ଆତଙ୍କ ଖେଳାଇ ଦେଇଥିଲେ। ସେହିପରି ଗ୍ରୀସ, ଲିଥୁଆନିଆ, ପୋଲାଣ୍ଡ ଓ ଯୁଗୋସ୍ଲୋଭିଆରେ ଫାସିଷ୍ଟ ଶକ୍ତିମାନଙ୍କର ଅଭ୍ୟୁଦୟ ଘଟିଥିଲା।
ଫାସିଜମ୍‌ର ଚରିତ୍ର ଓ ଏହାର ବୀଭତ୍ସ ଚିନ୍ତାଧାରା ସମ୍ପର୍କରେ ହଙ୍ଗେରୀର ବିଖ୍ୟାତ ଦାର୍ଶନିକ ଜର୍ଜ ଲୁକାସଙ୍କ ଡେଷ୍ଟ୍ରକ୍‌ଶନ ଅଫ୍‌ ରିଜନ୍ସ, ଇଟାଲୀ କମ୍ୟୁନିଷ୍ଟ ନେତା ଆଣ୍ଟୋନିଓ ଗ୍ରାମସ୍କିଙ୍କ ପ୍ରିଜନ ନୋଟବୁକ୍ସ ଓ ଇଟାଲୀର ଫାସିବାଦୀ ବିରୋଧୀ ଜନନେତା ଓ ଉପରାଷ୍ଟ୍ରପତି ପାଲସିରୋ ଟୋଗଲିଆଟି ପ୍ରମୁଖ ଫାସିଜମ୍‌ର ଅସଲ ଚରିତ୍ର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବିଶ୍ଳେଷଣ କରିଛନ୍ତି। ତେବେ ବୁଲଗେରିଆର କମ୍ୟୁନିଷ୍ଟ ନେତା ତଥା କମ୍ୟୁନିଷ୍ଟ ଇଣ୍ଟରନ୍ୟାଶନାଲର ସେକ୍ରେଟାରୀ ଜେନେରାଲ ଜର୍ଜ ଡିମିଟ୍ରଭଙ୍କ ଫାସିବାଦ ସମ୍ପର୍କରେ ଦଲିଲ ସବୁଠାରୁ ଆକର୍ଷଣୀୟ ଓ ତଥ୍ୟଭିତ୍ତିକ।
ଜର୍ଜ ଡିମିଟ୍ରଭଙ୍କ ମତାନୁସାରେ, ବିଶ୍ୱରେ ଦେଖାଦେଇଥିବା ଗଭୀର ଅର୍ଥନୈତିକ ସଙ୍କଟର ବିସ୍ଫୋରଣ, ପୁଞ୍ଜିବାଦୀ ସଙ୍କଟର ଅସାଧାରଣ ତୀବ୍ରତା ଓ ମେହନତି ଜନଗଣଙ୍କ ମଧ୍ୟରେ ପ୍ରତିବାଦ ଆନ୍ଦୋଳନର ବ୍ୟାପକତା ଯୋଗୁ ଫାସିବାଦ ଏକ ଆକ୍ରମଣାତ୍ମକ ଅଭିଯାନରେ ମାତିଉଠିଥିଲା।
ଫାସିବାଦର ଯେଉଁ ଚରିତ୍ର ୧୯୩୦ ଦଶକରେ ପ୍ରକଟିତ ହୋଇଥିଲା ସେ ସମ୍ପର୍କରେ ଡିମିଟ୍ରଭ କହିଛନ୍ତି ଯେ, ”କ୍ଷମତାପ୍ରାପ୍ତ ଫାସିଜମ୍‌ ହେଉଛି- ଲଗ୍ନିପୁଞ୍ଜିର ସବୁଠାରୁ ପ୍ରତିକ୍ରିୟାଶୀଳ, ସବୁଠାରୁ ସଙ୍କୀର୍ଣ୍ଣ ଜାତୀୟତାବାଦୀ ଏବଂ ସାମ୍ରାଜ୍ୟବାଦୀଙ୍କର ଜଘନ୍ୟ ପ୍ରକାଶ୍ୟ ସନ୍ତ୍ରାସବାଦୀ ଏକଚ୍ଛତ୍ରବାଦ।“
‘ଫାସିବାଦ ହେଉଛି ପାଶବିକ ସଙ୍କୀର୍ଣ୍ଣ ଓ ଅତିଉଗ୍ର ଜାତୀୟତାବାଦ। ବୁଦ୍ଧିଜୀବୀ ସମାଜର ବିପ୍ଳବୀ ଗୋଷ୍ଠୀ ଉପରେ ସନ୍ତ୍ରାସବାଦୀ ପ୍ରତିହିଂସା ଚରିତାର୍ଥ କରିବାର ସଂଗଠନ ହେଉଛି ଫାସିବାଦ।“
‘ଶ୍ରମିକ, କୃଷକ, ମଧ୍ୟବିତ୍ତ ଶ୍ରେଣୀଙ୍କ ଅର୍ଥନୈତିକ ଓ ସାମ୍ବିଧାନିକ ଅଧିକାର ହରଣ କରି ସେମାନଙ୍କୁ ଗୋଲାମି ଅବସ୍ଥାକୁ ଠେଲିଦେବାର ସଂଗଠନ ହେଉଛି ଫାସିବାଦ। ବୈଦେଶିକ ନୀତି କ୍ଷେତ୍ରରେ ସବୁଠାରୁ ହୀନ ଓ ସଂକୀର୍ଣ୍ଣ ଜାତୀୟତାବାଦ ହେଉଛି ଫାସିବାଦ, ଅନ୍ୟ ଜାତି ଓ ଧର୍ମ ବିରୋଧରେ ପାଶବିକ ବିଦ୍ୱେଷ ସୃଷ୍ଟି ହେଉଛି ଏହାର କାମ।“
ଫାସିବାଦ ସବୁ ଦେଶରେ ଏକ ପ୍ରକାର କୌଶଳ ଅବଲମ୍ବନ କରି ନ ଥାଏ। ବେକାର ଶ୍ରମିକ ତଥା ପଛୁଆ ବର୍ଗ ଲୋକଙ୍କ ମଧ୍ୟରେ ମୋହଜାଲ ସୃଷ୍ଟି କରିବାରେ ଫାସିବାଦ ସଫଳ ହୋଇଥାଏ, କାରଣ ତୀବ୍ର ବେକାରି ସଙ୍କଟ ଯୋଗୁ ବିଭ୍ରାନ୍ତ ଯୁବ ସମ୍ପ୍ରଦାୟକୁ ନିଜର ଅନୁଗାମୀରେ ପରିଣତ କରିଥାଏ।
ଯେଉଁ ଦେଶରେ ଫାସିଷ୍ଟ ଶକ୍ତି ସହ ବୁର୍ଜୁଆ ଶ୍ରେଣୀ ମଧ୍ୟରେ ଅନ୍ତର୍ଦ୍ୱନ୍ଦ୍ୱ ଉତ୍କଟ, ଫାସିଜମ୍‌ ସେଠାରେ ହଠାତ୍‌ ପାର୍ଲାମେଣ୍ଟକୁ ଭାଙ୍ଗିଦେବାକୁ ସାହସ କରେ ନାହିଁ। କିନ୍ତୁ ଯେଉଁ ଦେଶରେ ବୁର୍ଜୁଆ ଶ୍ରେଣୀ ଆସନ୍ନ ବିପ୍ଳବ ଭୟରେ ଆତଙ୍କିତ ହୋଇଥାଏ, ସେଠାରେ ସେମାନେ ଫାସିଷ୍ଟମାନଙ୍କ ସହ ମିଶିଯିବା ଯୋଗୁ ଫାସିଷ୍ଟମାନେ ପାର୍ଲାମେଣ୍ଟକୁ ଭାଙ୍ଗି ଦେଇଥାନ୍ତି। କିନ୍ତୁ ପରିସ୍ଥିତି ଉପୁଜିଲେ ଫାସିଷ୍ଟମାନେ ସନ୍ତ୍ରାସବାଦୀ ଏକଛତ୍ରବାଦ ସହିତ ପାର୍ଲାମେଣ୍ଡାରୀ କାର୍ଯ୍ୟକୁ ଚଳାଇ ରଖି, ଧପାବାଜି ଉପାୟରେ ନିଜର ଗଣଭିତ୍ତି ପ୍ରସାରିତ କରିବେ, ଏଥିରେ ସନ୍ଦେହ ନାହିଁ।
ଫାସିବାଦ ଲଗ୍ନିପୁଞ୍ଜିର ସବୁଠାରୁ ପ୍ରତିହିଂସା ପରାୟଣ ଶକ୍ତି, ତେଣୁ ଏହାକୁ ଗୋଟିଏ ବୁର୍ଜୁଆ ସରକାର ପରିବର୍ତ୍ତେ ଆଉ ଏକ ବୁର୍ଜୁଆ ସରକାରର ବିକଳ୍ପ ଭାବେ ବିଚାର କଲେ ଭୁଲ୍‌ ହେବ।

ଜନାର୍ଦ୍ଦନ ପତି
ମୋ:୯୪୩୭୦୦୭୭୭୦


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?