ପୁନର୍ବାର ଚିଲିକା

ଦକ୍ଷିଣ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଅବସ୍ଥିତ ଦି ନ୍ୟୁ କାଲିଡୋନିଆନ୍‌ ବାରିଅର ରିଫ୍‌ ପରେ ଚିଲିକା ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍‌ ଉପକୂଳ ହ୍ରଦ। କ୍ଷାରୀୟ ଜଳର ଏହି ହ୍ରଦ ଜୈବ ବିିବିଧତା ବଜାୟ ରଖିବାରେ ପ୍ରମୁଖ ଭୂମିକା ନିର୍ବାହ କରିଆସିଛି। ପ୍ରତିବର୍ଷ ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀ ଏହି ହ୍ରଦକୁ ଆସିଥାଆନ୍ତି। ଏହାର ମନୋରମ ଦୃଶ୍ୟ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ହେଲେ କିଛି ବର୍ଷ ହେବ ବିଭିନ୍ନ କାରଣ ଯୋଗୁ ଏହାର ଜୈବ ବିବିଧତା ନଷ୍ଟ ହେଉଥିବା ଦେଖିବାକୁ ମିଳିଛି। ଚିଲିକା ପରିବେଶଗତ ଅବକ୍ଷୟକୁ ସାମ୍ନା କରୁଥିବା ବେଳେ ଏବେ ସେଠାରେ ସିପ୍ଲେନ୍‌ ଉଡ଼ାଣ କଥା ପୁନର୍ବାର ଉଠିଲାଣି। ୨୫ ଅଗଷ୍ଟରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ପୂର୍ବାଞ୍ଚଳ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ରାମମୋହନ ନାଇଡୁ କିଞ୍ଜାରାପୁ କହିଛନ୍ତି, ଅକ୍ଟୋବର ସୁଦ୍ଧା ଦେଶରେ ଦୁଇଟି ସିପ୍ଲେନ୍‌ ରୁଟ୍‌ ରହିବ। ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ, କେରଳ କିମ୍ବା ଆନ୍ଧ୍ରପ୍ରଦେଶ ନେଟଓ୍ବର୍କରେ ଚାଲିବ। ଏଥିସହିତ ସିପ୍ଲେନ୍‌ ସେବା ଓଡ଼ିଶାର ଚିଲିକା ହ୍ରଦ ଓ ସମଗ୍ର ପୂର୍ବ ଉପକୂଳକୁ ବିସ୍ତାର କରାଯାଇପାରିବ ବୋଲି ମନ୍ତ୍ରୀ କହିଛନ୍ତି। ପ୍ରଶ୍ନ କରାଯାଇପାରେ ଯେ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କେନ୍ଦ୍ରରେ ଅଛି। ସେହି ମନ୍ତ୍ରଣାଳୟର ପୂର୍ବାଞ୍ଚଳ କିମ୍ବା ପଶ୍ଚିମାଞ୍ଚଳ ସମ୍ମିଳନୀର ଅର୍ଥ କ’ଣ ବୁଝିହେଉ ନାହିଁ। ଭାରତୀୟ ରେଳର ଯେମିତି ବିଭିନ୍ନ ଡିଭିଜନ ବା ଭାଗ ଅଛି, ବେସାମରିକ ବିମାନ ଉଡ଼ାଣ ମନ୍ତ୍ରଣାଳୟର ସେଭଳି ଭାଗ ବିଷୟରେ କେହି ଜାଣି ନ ଥିବେ।
ଏଠାରେ ମନେପକାଇ ଦିଆଯାଇପାରେ ଯେ, ୨୦୧୮ ଅଗଷ୍ଟରେ ବିଜୁ ଜନତା ଦଳ (ବିଜେଡି) ସରକାର ଥିବା ବେଳେ ଚିଲିକାରେ ଓ୍ବାଟର ଏରୋଡ୍ରମ୍‌ କରାଯିବା ନେଇ ତନାଘନା ଚାଲିଥିଲା। ଏହା ହେଲେ ଜୈବମଣ୍ଡଳର ବ୍ୟାପକ କ୍ଷତି ହେବ ବୋଲି ଧରିତ୍ରୀ ପକ୍ଷରୁ ଉକ୍ତ ପ୍ରସଙ୍ଗ ଉଠାଯାଇଥିଲା। ୧୪ ଅଗଷ୍ଟ ୨୦୧୮ରେ ‘ଚିଲିକା ବଞ୍ଚାଅ’ ଶୀର୍ଷକରେ ଏକ ସମ୍ପାଦକୀୟ ଲେଖିବା ପରେ ଏହି ବିଷୟ କେନ୍ଦ୍ରଯାଏ ପହଞ୍ଚତ୍ଥିଲା। ଫଳରେ କେତେକ ପରିବେଶବିତ୍‌ କେନ୍ଦ୍ରର ଏଭଳି ଚିନ୍ତାଧାରାକୁ ବିରୋଧ କରିଥିଲେ। ପରବର୍ତ୍ତୀ ସମୟରେ ୨୦୧୮ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ)ର ହସ୍ତକ୍ଷେପ ପରେ ଏହି ପ୍ରସ୍ତାବ ଆଗେଇପାରି ନ ଥିଲା। ପୁନଶ୍ଚ ଚିଲିକାରେ ସିପ୍ଲେନ୍‌ ଉଡ଼ିବା ନେଇ ଏବେ ଆଲୋଚନା ହେବା ସହଜରେ ଭାଙ୍ଗିପାରୁଥିବା ପରିବେଶ ଭାରସାମ୍ୟ (ଫ୍ରାଜାଇଲ୍‌ ଇକୋଲୋଜିକାଲ ବାଲନ୍ସ)କୁ କ୍ଷତି ପହଞ୍ଚାଇବା ଜଳ ଜଳ ଦିଶୁଛି।
ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ପରିବେଶ ସନ୍ତୁଳନ ବିଗିଡ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଦେଖିଲେ ପରିସଂସ୍ଥାନ ଯନ୍ତ୍ରୀ କୁହାଯାଉଥିବା ‘ସି ଗ୍ରାସ୍‌ ବା ଓ୍ବିଡ୍‌’ ପରିବେଶ ସମନ୍ବୟ ରକ୍ଷା କରି ପ୍ରଦୂଷଣ ହ୍ରାସ କରିଥାଏ। ବିଶେଷକରି ଓଡ଼ିଶାର ଚିଲିକା ହ୍ରଦରେ ଏଭଳି ଘାସ ରହିଥିବା ନିକଟରେ ‘ଇଣ୍ଡିଆନ୍‌ ଜର୍ନାଲ ଅଫ୍‌ ଜିଓମେରାଇନ୍‌ ସାଇନ୍ସ’ରେ ପ୍ରକାଶିତ ପ୍ରବନ୍ଧରୁ ଜଣାପଡ଼ିଛି। ଏଥିରେ କୁହାଯାଇଛି ଯେ ପ୍ରାକୃତିକ ବିପର୍ଯ୍ୟୟ ସହିତ ବୋଟ୍‌ ଚଳାଚଳ ଓ ପ୍ରଦୂଷଣ ଭଳି ମନୁଷ୍ୟକୃତ କାର୍ଯ୍ୟକଳାପ ଯୋଗୁ ଏହି ଘାସ ନଷ୍ଟ ହୋଇଯାଉଛି। ଏହି ତଥ୍ୟରୁ ଖିଅଟାଣି ବିଚାର କରାଗଲେ ସିପ୍ଲେନ୍‌ ସେବା ଲାଗି ଯଦି ବୃହତ୍‌ ଭିତ୍ତିଭୂମି ନିର୍ମାଣ କରାଯିବ, ତାହା ହେଲେ ଏହି ସମୁଦ୍ର ଘାସ ସହ ଜୈବ ବିବିଧତା ବ୍ୟାପକ ଭାବେ କ୍ଷୟ ହେବ। ସେହିପରି ପକ୍ଷୀମାନଙ୍କ ବିଚରଣ ଅତ୍ୟନ୍ତ ବାଧାପ୍ରାପ୍ତ ହେବାର ସବୁ ଆଶଙ୍କା ରହିଛି। ଏମିତି ଦେଖିଲେ ସାଧାରଣ ଉଡ଼ାଜାହାଜ ପଡ଼ିଆ ନିକଟରେ ପକ୍ଷୀ ବସା ଥିଲେ ତାହାକୁ ଭାଙ୍ଗି ଦିଆଯାଇଥାଏ। ତେବେ ଅସଂଖ୍ୟ ପକ୍ଷୀଙ୍କ ଗନ୍ତାଘର ଚିଲିକାରେ ସିପ୍ଲେନ୍‌ ଉଡ଼ାଣ କେତେ ସୁରକ୍ଷିତ ହେବ, ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏଥିସହିତ କେବଳ ଚିଲିକାରେ ଇରାଓ୍ବାଡି ଡଲଫିନ୍‌ ମାଛ ଦେଖାଯାଆନ୍ତି। ଏହି ପ୍ରଜାତିକୁ ଏଭଳି ଉଡ଼ାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଲୋପ କରିଦେଇପାରେ।
ଯେକୌଣସି କାର୍ଯ୍ୟ କରାଯିବା ପୂର୍ବରୁ ତା’ର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ ନିତାନ୍ତ ଆବଶ୍ୟକ। ଯେଉଁ ଭିତ୍ତିଭୂମି ଗୋଟିଏ ପ୍ରକଳ୍ପ ପାଇଁ ଅନୁକୂଳ ହୋଇପାରେ, ତାହା ଅନ୍ୟ ସ୍ଥାନ ପାଇଁ ଉପଯୋଗୀ ହୋଇ ନ ପାରେ। ତେଣୁ ବିକାଶ ନାମରେ ହୁଣ୍ଡା ବୁଦ୍ଧିରେ କାର୍ଯ୍ୟ କରାଗଲେ ତାହାର ନକାରାତ୍ମକ ପ୍ରଭାବ ପରିବେଶ ଉପରେ ପଡ଼ିବା ଥୟ। ମନେହେଉଛି ଯେପରି ଲୋକଦେଖାଣିଆ ବଡ଼ କାମ କରାଯାଉଛି ବୋଲି ପ୍ରମାଣ କରିବାକୁ ଏଭଳି ବ୍ୟାକୁଳତା ପ୍ରକାଶ ପାଉଛି। ଏଠାରେ ପ୍ରଶ୍ନ କେବଳ ଓଡ଼ିଶାରେ ସୀମିତ ରହୁନାହିଁ। ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ ପୃଥିବୀରେ ଜୈବ ବିବିଧତା ପାଇଁ ଅନେକ ଗୁରୁତ୍ୱ ରଖୁଛି। ସେଠାରେ ମଧ୍ୟ ଅନ୍ଧାଧୁନିଆ ଭାବେ ତଥାକଥିତ ବିକାଶ କରିବାକୁ ଯାଇ ଉଭୟ ଭୂମି ଓ ସମୁଦ୍ରକୁ ଦୀର୍ଘମିଆଦୀ କ୍ଷତି ପହଞ୍ଚାଯାଉଛିି। ‘ବିକଶିତ’ ଆଳରେ ଭାରତର କ୍ଷତି କରାଯିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

BRICS ସମ୍ମିଳନୀ ମଧ୍ୟରେ ରାହୁଲ-ପ୍ରିୟଙ୍କାଙ୍କୁ ଭେଟିଲେ ମାଲେସିଆ ପ୍ରଧାନମନ୍ତ୍ରୀ; ବ୍ରେକଫାଷ୍ଟ ସମୟରେ କ’ଣ ଆଲୋଚନା ହେଲା? ଜାଣନ୍ତୁ…

ନୂଆଦିଲ୍ଲୀ,୧୩।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରହିମ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏକ ବ୍ରେକଫାଷ୍ଟ…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

ସାରା ଦିନ ସମ୍ମିଳନୀରେ ବ୍ୟସ୍ତ ଥିଲେ ସି ଜିନପିଙ୍ଗ, ହେଲେ କାହିଁକି BRICSର ଭବ୍ୟ ଭୋଜିରେ ଯୋଗ ଦେଲେ ନାହିଁ? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୩।୯: BRICS ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ବିଶିଷ୍ଟ ଅତିଥିମାନଙ୍କ ପାଇଁ ଶନିବାର ରାତିରେ ରାଜଧାନୀ ନୂଆଦିଲ୍ଲୀସ୍ଥିତ ‘ଭାରତ ମଣ୍ଡପମ’ରେ ଏକ ଅତ୍ୟନ୍ତ…

ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ପାଇଁ ଆଣିଛନ୍ତି ଖୁସିଖବର, କହିଲେ ଏଥର ଆମ…

ଭୁବନେଶ୍ୱର,୧୩ା୯: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି…

୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜ ନିଖୋଜ; ସର୍ଚ୍ଚ ଅପରେଶନ ଆରମ୍ଭ

ଜାକର୍ତ୍ତା,୧୩।୯: ଜାଭା ସାଗରରେ ରବିବାର ୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ନିଖୋଜ ହୋଇଯାଇଛି। ଅଧିକାରୀଙ୍କ କହିବାନୁସାରେ, ବୋର୍ଣ୍ଣିଓ ଦ୍ୱୀପର ପୂର୍ବ ଜାଭାରୁ ଦକ୍ଷିଣ…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?