Posted inଖେଳ

ସିରିଜ ବିଜୟୀ ଆଶାରେ ଓ୍ବେଷ୍ଟଇଣ୍ଡିଜ

ମାଞ୍ଚେଷ୍ଟର, ୧୫।୭- ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ ଟେଷ୍ଟ ଗୁରୁବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି। ସାଉଥାମ୍ପଟନଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟକୁ ୪ ଉଇକେଟରେ ଜିତି ଓ୍ବେଷ୍ଟଇଣ୍ଡିଜ ସିରିଜ ଅଗ୍ରଣୀ ଲାଭ କରିଛି। ତେଣୁ ଦ୍ୱିତୀୟ ଟେଷ୍ଟରେ ସେହି ପ୍ରଦର୍ଶନ ଦୋହରାଇ ଭ୍ରମଣକାରୀ ଦଳ ସିରିଜ ଜିତିବା ଆଶାରେ ରହିଛି। ଅନ୍ୟ ପକ୍ଷରେ ଇଂଲଣ୍ଡ ଦଳକୁ ଅଧିନାୟକ ଜୋ ରୁଟ୍‌ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପ୍ରଥମ ଟେଷ୍ଟରୁ ବାଦ୍‌ ପଡ଼ିଥିବା ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ ମଧ୍ୟ ଦଳକୁ ଫେରିବା ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଏହି ଦଳ ଘରୋଇ ପରିବେଶରେ ନିଜ ଦ୍ରୁତ ବୋଲରଙ୍କ ମାଧ୍ୟମରେ ସିରିଜ ବଞ୍ଚାଇବା ଲକ୍ଷ୍ୟରେ ରହିଛି।
ମାଞ୍ଚେଷ୍ଟରରେ ଓ୍ବେଷ୍ଟଇଣ୍ଡିଜ ୩୨ ବର୍ଷ ପୂର୍ବରୁ ଟେଷ୍ଟ ମ୍ୟାଚ ଜିତିଥିଲା। କର୍ଟନି ଓ୍ବାଲ୍ସ, କର୍ଟଲି ଆମ୍ବ୍ରୋସ ଓ ମାଲକମ୍‌ ମାର୍ଶାଲଙ୍କୁ ନେଇ ଗଠିତ ଓ୍ବେଷ୍ଟଇଣ୍ଡିଜର ଶାଣିତ ପେସ୍‌ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଇଂଲଣ୍ଡ ଟର୍ନିଂ ପିଚ୍‌ ପ୍ରସ୍ତୁତ କରିଥିଲା। ଦଳରେ ଅଫ୍‌ ସ୍ପିନର ଜନ୍‌ ଏମ୍ବୁରି ଓ ବାମହାତୀ ସ୍ପିନର ଜନ୍‌ ଚିଲ୍ଡ୍ସଙ୍କୁ ସାମିଲ କରାଯାଇଥିଲା। ଏମ୍ବୁରିଙ୍କ ମାଧ୍ୟମରେ ଇଂଲଣ୍ଡ ବୋଲିଂ ଆରମ୍ଭ କରିଥିଲା। ମାତ୍ର ରଣନୀତି ସମ୍ପୂର୍ଣ୍ଣ ଫେଲ୍‌ ମାରିଥିଲା। ଓ୍ବେଷ୍ଟଇଣ୍ଡିଜ ଏହି ଟେଷ୍ଟକୁ ଏକ ଇନିଂସ ୧୫୬ ରନରେ ଜିତିଥିଲା। ଇଂଲଣ୍ଡ ଦୁଇ ଇନିଂସରେ ଯଥାକ୍ରମେ ୧୩୫ ଓ ୯୩ ରନ କରିବାକୁ ସକ୍ଷମ ହୋଇଥିଲା। ଦ୍ୱିତୀୟ ଇନିଂସରେ ମାର୍ଶାଲ ୭ ଉଇକେଟ ନେଇଥିଲେ। ବର୍ତ୍ତମାନ ଓ୍ବେଷ୍ଟଇଣ୍ଡିଜ ଦଳରେ ଓ୍ବାଲ୍ସ, ଆମ୍ବ୍ରୋସ ଓ ମାର୍ଶାଲଙ୍କ ପରି ବୋଲର ନାହାନ୍ତି ସତ ମାତ୍ର ସାଉଥାମ୍ପଟନ ଟେଷ୍ଟରେ ନିଜ ପ୍ରଦର୍ଶନ ମାଧ୍ୟମରେ ସେମାନେ ସାମ୍ପ୍ରତିକ ସମୟର ଶ୍ରେଷ୍ଠ ଫାଷ୍ଟ ବୋଲିଂ ଲାଇନ୍‌ଅପ୍‌ ବୋଲି ପ୍ରମାଣ କଲେ। ତେଣୁ ୪ ପେସର ଜାସନ ହୋଲ୍ଡର, ଶାନନ ଗାବ୍ରିଏଲ, କେମର ରୋଚ୍‌ ଓ ଆଲଜାରି ଜୋସେଫଙ୍କୁ ନେବା ରଣନୀତିରେ ଦଳ ଅପରିବର୍ତ୍ତିତ ରହିବ କିମ୍ବା ଓଲ୍ଡ ଟ୍ରାଫୋର୍ଡ ପିଚ୍‌କୁ ଅନୁଧ୍ୟାନ କରି ସ୍ପିନର ରାକିମ କର୍ନଓ୍ବାଲଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରୁଛି ତାହା ଦେଖିବାକୁ ରହିଛି।


ଅନ୍ୟପକ୍ଷରେ ସିରିଜର ପ୍ରଥମ ମ୍ୟାଚରେ ହାରିବା ସତ୍ତ୍ୱେ ଇଂଲଣ୍ଡ ସଫଳ ପ୍ରତ୍ୟାବର୍ତ୍ତନ କରିବାର ଦକ୍ଷତା ରଖିଛି। ଗତ ଶୀତ ଋତୁରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଦଳ ପ୍ରଥମ ଟେଷ୍ଟ ହାରିଥିଲେ ହେଁ ପରବର୍ତ୍ତୀ ୩ ଟେଷ୍ଟ ଜିତି ସିରିଜ ବିଜୟୀ ହୋଇଥିଲା। ତେଣୁ ସାଉଥାମ୍ପଟନରେ ପରାଜୟ ପରେ ବେନ୍‌ ଷ୍ଟୋକ୍ସ ଏବଂ କୋଚ୍‌ କ୍ରିସ୍‌ ସିଲଭରଉଡ୍‌ ସେହି କଥା ନିଶ୍ଚିତ ଡ୍ରେସିଂ ରୁମ୍‌ରେ ଖେଳାଳିମାନଙ୍କୁ ମନେ ପକାଇ ଦେଇଥିବେ। ପ୍ରଥମ ଟେଷ୍ଟରେ କରିଥିବା ତ୍ରୁଟିକୁ ସୁଧାରି ଇଂଲଣ୍ଡ ଗୁରୁବାର ପଡ଼ିଆକୁ ଓହ୍ଲାଇବ ନିଶ୍ଚିତ। ରୁଟ୍‌ଙ୍କ ପ୍ରତ୍ୟାବର୍ତ୍ତନରେ ଇଂଲଣ୍ଡ ଟପ୍‌ ଅର୍ଡର ଦୃଢ଼ ହୋଇଛି। ଆଗାମୀ ମ୍ୟାଚପାଇଁ ଦଳରୁ ଜୋ ଡେନ୍‌ଲି କିମ୍ବା ଜ୍ୟାକ କ୍ରାଓଲିଙ୍କ ମଧ୍ୟରୁ ଜଣେ ବାଦ୍‌ ପଡ଼ିବେ। ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ହାସଲ କରି କ୍ରାଓଲି ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଛନ୍ତି।
ଓଲ୍ଡ ଟ୍ରାଫୋଡ୍‌ ଗ୍ରାଉଣ୍ଡରେ ଓ୍ବେଷ୍ଟଇଣ୍ଡିଜ ୩ ସପ୍ତାହରୁ ଊର୍ଦ୍ଧ୍ୱ କଟାଇଛି। ଏଠାରେ ୨ଟି ଓ୍ବାର୍ମଅପ୍‌ ମ୍ୟାଚ ମଧ୍ୟ ଖେଳିଛି। ତେଣୁ ପରିବେଶ ଏବଂ ପିଚ୍‌ କଣ୍ଡିଶନ ସହିତ ଏହି ଦଳ ନିଶ୍ଚିତ ପରିଚିତ ଥିବ। ବିନା ଦର୍ଶକରେ ମ୍ୟାଚ ହେଉଥିବାରୁ ଏହାର ଫାଇଦା ମଧ୍ୟ ଇଂଲଣ୍ଡକୁ ମିଳିବାର ନାହିଁ। ପ୍ରଥମ ୩ ଦିନ ପାଗ ମେଘୁଆ ଓ ଥଣ୍ଡା ରହିବ ବୋଲି ପୂର୍ବାନୁମାନ କରାଯାଇଛି। ତୃତୀୟ ଦିବସ ବେଳକୁ ବର୍ଷା ହେବା ମଧ୍ୟ ସମ୍ଭାବନା ରହିଛି।
ସମ୍ଭାବ୍ୟ ଇଂଲଣ୍ଡ ଏକାଦଶ: ଜୋ ରୁଟ୍‌(ଅଧିନାୟକ), ରୋରି ବନର୍‌ସ, ଡବ୍‌ ସିବ୍‌ଲେ, ଜ୍ୟାକ କ୍ରାଓଲେ, ବେନ୍‌ ଷ୍ଟୋକ୍ସ, ଓଲି ପୋପ୍‌, ଜୋସ ବଟଲର, ଡମ୍‌ ବେସ୍‌, ଜୋଫ୍ରା ଆର୍ଚର, ଷ୍ଟୁଆର୍ଟ ବ୍ରଡ୍‌, ଜେମ୍ସ ଆଣ୍ଡରସନ।
ସମ୍ଭାବ୍ୟ ଓ୍ବେଷ୍ଟଇଣ୍ଡିଜ ଦଳ: ଜାସନ ହୋଲ୍ଡର (ଅଧିନାୟକ), ଜନ୍‌ କ୍ୟାମ୍ପବେଲ, କ୍ରେଗ୍‌ ବ୍ରାଥଓ୍ବେଟ, ଶାଇ ହୋପ୍‌, ଶାମରା ବ୍ରୁକ୍ସ, ରଷ୍ଟନ ଚେଜ୍‌, ଜର୍ମେନ ବ୍ଲାକ୍‌ଉଡ୍‌, ଶେନ ଡୋରିଚ୍‌, ରାକିମ କର୍ନଓ୍ବାଲ, କେମର ରୋଚ୍‌, ଶାନନ ଗାବ୍ରିଏଲ।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣ ଋତୁ ପୂର୍ବରୁ ବଡ଼ ଖୁସି ଖବର; କମିବ ଚିନି ଦର! ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୩୧।୮: ଆଗାମୀ ପାର୍ବଣ ଋତୁ ପୂର୍ବରୁ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ବଜାରରେ ଚିନିର ଦର ନିୟନ୍ତ୍ରଣ କରିବା ସହ କଳାବଜାରୀ ରୋକିବା ପାଇଁ କେନ୍ଦ୍ର…

୫ ଓ ୬ରେ ଭାଜପାର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ: ପଞ୍ଚାୟତ ନିର୍ବାଚନ ପାଇଁ ହେବ ରୋଡ୍‌ମ୍ୟାପ୍‌

ଭୁବନେଶ୍ବର,୩୧।୮: ସେପ୍ଟେମ୍ବର ୫ ଓ ୬ ତାରିଖରେ ରାଜ୍ୟ ଭାଜପାର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଚଳିତଥର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଢେଙ୍କାନାଳରେ ହେବା ନେଇ…

ନେପାଳ ବନ୍ୟା: ୯୦୦ ଟପିଲା ମୃତ୍ୟୁ ସଂଖ୍ୟା, ୩ହଜାରରୁ ଅଧିକ ନିଖୋଜ

କାଠମାଣ୍ଡୁ,୩୧।୮: ନେପାଳରେ ଭୟଙ୍କର ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୯୦୦ ରେ ପହଞ୍ଚିଛି। ଏହି ସମୟରେ, ଭୋଟେ କୋଶି ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ନୂତନ…

‘କେସିଙ୍ଗା ସହରକୁ ବିକାଶ କ୍ଷେତ୍ରରେ ରହିଛି ଟ୍ୟାକ୍ସର ଆବଶ୍ୟକତା’

କେସିଙ୍ଗା,୩୧ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସି ଅଧ୍ୟକ୍ଷ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ନିଜକୁ ଶାସନ କରୁଥିବା ସ୍ବାୟତ୍ତ ଶାସନ ଦିବସ ସ୍ଥାନୀୟ କଲ୍ୟାଣମଣ୍ଡପ ପରିସରରେ ରବିବାର…

ମହିଳା ଏସିଆ କପ୍ ୨୦୨୬: ଇତିହାସ ରଚିଲେ ସ୍ମୃତି ମନ୍ଧାନା, ୨ୟ ସର୍ବାଧିକ…

ନୂଆଦିଲ୍ଲୀ,୩୧।୮: ମହିଳା ଏସିଆ କପ୍‌ ୨୦୨୬ରେ ଭାରତୀୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଥାଇଲାଣ୍ଡକୁ ୯୪ ରନ୍‌ରେ…

ଗ୍ଲୋବାଲ ୱାର୍ମିଂ ଭାଙ୍ଗୁଛି ୨ ମହାସାଗରର ଜଳବାୟୁ ସମ୍ପର୍କ

ୱାଶିଂଟନ/ଲଣ୍ଡନ, ୩୧ା୮ ଗ୍ଲୋବାଲ ୱାର୍ମିଂ (ବିଶ୍ୱତାପନ ବୃଦ୍ଧି) ଏବଂ ମାନବକୃତ କାରଣ ଯୋଗୁ ପ୍ରଶାନ୍ତ ମହାସାଗର ଏବଂ ଭାରତ ମହାସାଗର ମଧ୍ୟରେ ଶତାବ୍ଦୀ ଶତାବ୍ଦୀ ଧରି ରହିଆସିଥିବା…

ତୁଳା ରାଶିକୁ ଗୋଚର କରିବେ ଶୁକ୍ର; ୨ ସେପ୍ଟେମ୍ବରରେ ସୃଷ୍ଟି ହେବ ଅଦ୍ଭୁତ ଯୋଗ, ୪ରାଶିର ବଢ଼ିବ ଧନ

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଦେବଙ୍କୁ ପ୍ରେମ, ବିବାହ, ସୌନ୍ଦର୍ଯ୍ୟ, ସୁଖ-ସମୃଦ୍ଧି, କଳା, ଯାନବାହନ ଏବଂ ଧନର କାରକ ବୋଲି ବିଚାର କରାଯାଏ। ୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର…

ନିର୍ଭୟା ଘଟଣାର ପୁନରାବୁତ୍ତି! ୟୁପିର ୧୬ ବର୍ଷୀୟା ଝିଅକୁ ୪୭ କିଲୋମିଟର ଦୂରତା ଚଳନ୍ତା ବସରେ ବଳାତ୍କାର

ନୂଆଦିଲ୍ଲୀ,୩୧।୮: ‘ନିର୍ଭୟା ମାମଲା’କୁ ମନେ ପକାଇବା ଭଳି ଏକ ୧୬ ବର୍ଷୀୟା ଛାତ୍ରୀଙ୍କ ସହିତ ବଳାତ୍କାର ମାମଲା ରାଜଧାନୀ ଦିଲ୍ଲୀରେ ପୁଣି ଥରେ ସାମ୍ନାକୁ ଆସିଛି। ଚଳନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri