ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଶୁଭ ଯୋଗ: ୪ ରାଶିଙ୍କ ବଢ଼ିବ ଧନ, ଘରକୁ ଆସିବ ଖୁସି ଖବର

ବର୍ଷ 2026 ରେ ଦୀପାବଳି ପର୍ୱ ନଭେମ୍ୱର 8 ତାରିଖରେ ପାଳନ କରାଯିବ। ଏହାର ଠିକ ଗୋଟିଏ ଦିନ ପୂର୍ୱରୁ ଅର୍ଥାତ ନଭେମ୍ୱର 7 ତାରିଖରେ ତୁଳା ରାଶିରେ ତ୍ରିଗ୍ରହୀ ଯୋଗର ର୍ନିମାଣ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଏହି ଯୋଗରେ ସୂର୍ଯ୍ୟ, ବୁଧ ଏବଂ ଚନ୍ଦ୍ର ଏକାଠି ବିରାଜମାନ ରହିବେ। ପ୍ରକୃତରେ, ସୂର୍ଯ୍ୟ ଏବଂ ବୁଧ ପୂର୍ୱରୁ ହିଁ ତୁଳା ରାଶିରେ ରହିଛନ୍ତି। ଅନ୍ୟପକ୍ଷରେ, ନଭେମ୍ୱର 7 ତାରିଖ ସଂଧ୍ୟା 5ଟା 15 ମିନିଟରେ ଚନ୍ଦ୍ର କନ୍ୟା ରାଶିରୁ ବାହାରି ତୁଳାରେ ପ୍ରବେଶ କରିବେ। ଏହିପରି ଭାବରେ ତିନୋଟି ଗ୍ରହର ମିଳନରେ ତ୍ରିଗ୍ରହୀ ଯୋଗ ସୃଷ୍ଟି ହେବ। ଜ୍ୟୋତିଷ ଶାସ୍ତ୍ରରେ ଏହି ଯୋଗକୁ କେତେକ ରାଶି ପାଇଁ ବିଶେଷ ଫଳଦାୟୀ ବୋଲି ବିବେଚନା କରାଯାଉଛି। ଆସନ୍ତୁ ଜାଣିବା କେଉଁ ଚାରୋଟି ରାଶି ଏହାର ଲାଭ ପାଇପାରିବେ।

ମିଥୁନ ରାଶି

* ମିଥୁନ ରାଶିର ବ୍ୟକ୍ତିମାନଙ୍କ ପାଇଁ ତ୍ରିଗ୍ରହୀ ଯୋଗ ଶୁଭ ପରିଣାମ ନେଇ ଆସିପାରେ।
* ଆପଣଙ୍କ ରାଶିର ପଞ୍ଚମ ଭାବରେ ଗଠିତ ହେଉଥିବା ଏହି ଯୋଗ ବୁଦ୍ଧି, ସୃଜନଶୀଳତା ଏବଂ ନିଷ୍ପତ୍ତି ନେବାରକ୍ଷମତାକୁ ଉନ୍ନତ କରିପାରେ।
* ନିବେଶ ସମ୍ୱନ୍ଧୀୟ ନିଷ୍ପତ୍ତିରେ ବୁଦ୍ଧିମତା ପ୍ରଦର୍ଶନ କଲେ ଭବଷ୍ୟତରେ ଭଲ ଲାଭ ମିଳିପାରେ।
* ବହୁରାଷ୍ଟ୍ରୀୟ କମ୍ପାନୀ (MNC) ଗୁଡ଼ିକରେ କାମ କରୁଥିବା ଲୋକମାନେ କୌଣସି ଭଲ ଖବର ପାଇପାରିବେ।
* ଆର୍ଥିକ ଲାଭର ମଧ୍ୟ ସଙ୍କେତ ରହିଛି। ସୋସିଆଲ ମିଡିଆ ଏବଂ ସୃଜନଶୀଳ କ୍ଷେତ୍ର ସହିତ ଜଡ଼ିତ ଲୋକଙ୍କ ପ୍ରତିଭାକୁ ପରିଚୟ ମିଳିପାରେ।
* ବିଦ୍ୟାର୍ଥୀମାନଙ୍କର ପଢ଼ାରେ ମନ ଲାଗିବ ଏବଂ ଏକାଗ୍ରତା ବୃଦ୍ଧି ପାଇବା ଦ୍ୱାରା ଭଲ ଫଲାଫଳ ପ୍ରାପ୍ତ ହୋଇପାରିବ।

ତୁଳା ରାଶି

* ତୁଳା ରାଶିରେ ହିଁ ତ୍ରିଗ୍ରହୀ ଯୋଗର ର୍ନିମାଣ ହେଉଥିବାରୁ ଏହି ରାଶିର ବ୍ୟକ୍ତିମାନେ ବିଶେଷ ଲାଭ ପାଇପାରିବେ।
* ଆପଣଙ୍କ ବ୍ୟକ୍ତିତ୍ୱରେ ସକାରାତ୍ମକ ପରିବର୍ତ୍ତନ ଆସିବ ଏବଂ ଆତ୍ମବିଶ୍ୱାସ ମଜଭୁତ ହେବ।
* ଦୀର୍ଘ ଦିନରୁ ଅଟକି ରହିଥିବା କାମଗୁଡ଼ିକ ସମ୍ପୂର୍ଣ୍ଣ ହେବାର ସମ୍ଭାବନା ଅଛି। ଆର୍ଥିକ ସ୍ଥିତିରେ ସୁଧାର ଆସିବ।
* ଚାକିରିଜୀବୀ ଲୋକମାନଙ୍କୁ ଦୀପାବଳି ପରେ ପଦୋନ୍ନତି କିମ୍ୱା ନୂତନ ଦାୟିତ୍ୱ ମିଳିପାରେ।
* କାରବାର (ବ୍ୟବସାୟ) ଆରମ୍ଭ କରିବା ପାଇଁ ଯୋଜନା କରୁଥିବା ଲୋକମାନଙ୍କୁ ଅଭିଜ୍ଞ ବ୍ୟକ୍ତିମାନଙ୍କର ମାର୍ଗଦର୍ଶନ ମିଳିପାରେ।
* କିଛି ବ୍ୟକ୍ତି ଜୀବନସାଥୀଙ୍କ ସହିତ ମିଶି ନୂତନ ବ୍ୟବସାୟ ଆରମ୍ଭ କରିପାରିବେ।

ଧନୁ ରାଶି

* ଧନୁ ରାଶି ପାଇଁ ଏହି ତ୍ରିଗ୍ରହୀ ଯୋଗ ଲାଭ ଭାବ ଅର୍ଥାତ୍ ଏକାଦଶ ସ୍ଥାନରେ ଗଠିତ ହେବ।
* ଏହାର ପ୍ରଭାବରୁ ରୋଜଗାରର ନୂତନ ପନ୍ଥା ଖୋଲିପାରେ ଏବଂ ଆର୍ଥିକ ସ୍ଥିତି ମଜଭୁତ ହେବାର ସଙ୍କେତ ରହିଛି।
* ବ୍ୟବସାୟୀମାନଙ୍କୁ ପୁରୁଣା ଯୋଜନାଗୁଡ଼ିକରୁ ଭଲ ପରିଣାମ ମିଳିପାରେ।
* ବିଦେଶରେ ପଢ଼ିବା କିମ୍ୱା ଚାକିରି କରିବାକୁ ଇଚ୍ଛା ରଖିଥିବା ବ୍ୟକ୍ତିମାନେ ସକାରାତ୍ମକ ଖବର ପାଇପାରିବେ।
* ଏହି ସମୟ ମଧ୍ୟରେ ଆପଣଙ୍କ ଉତ୍ସାହ ଏବଂ କାର୍ଯ୍ୟକ୍ଷମତା ବୃଦ୍ଧି ପାଇବ, ଯାହା ନିଜର ଲକ୍ଷ୍ୟଗୁଡ଼ିକୁ ପୂର୍ଣ କରିବାରେ ସାହାଯ୍ୟ କରିବ।

କୁମ୍ଭ ରାଶି

* କୁମ୍ଭ ରାଶିର ନବମ ଭାବରେ ତ୍ରିଗ୍ରହୀ ଯୋଗର ର୍ନିମାଣ ହେବ। ଏହି ଭାବକୁ ଭାଗ୍ୟ, ଧର୍ମ ଏବଂ ଉଚ୍ଚ ଶିକ୍ଷା ସହିତ ଜଡ଼ିତ ବୋଲି ବିବେଚନା କରାଯାଏ।
* ଏପରି ପରିସ୍ଥିତିରେ ଆପଣଙ୍କୁ ଭାଗ୍ୟର ସାଥ ମିଳିପାରେ। ଅଜଣା କିମ୍ୱା ଅପ୍ରତ୍ୟାଶିତ ସୂତ୍ରରୁ ଲାଭ ମିଳିବାର ସମ୍ଭାବନା ଅଛି।
* ବ୍ୟବସାୟ ସମ୍ୱନ୍ଧରେ କରାଯାଇଥିବା ଯାତ୍ରାଗୁଡ଼ିକ ଲାଭଦାୟକ ପ୍ରମାଣିତ ହୋଇପାରେ।
* ନିବେଶରୁ ଭଲ ରିଟର୍ଣ୍ଣ ମିଳିବାର ଯୋଗ ରହିଛି।
* ପରିବାରର ସଦସ୍ୟମାନଙ୍କ ସହିତ ସମ୍ପର୍କ ଭଲ ହେବ ଏବଂ ଘରେ ଏକ ସୁଖଦ ପରିବେଶ ବଜାୟ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି: ମାସକୁ ମିଳିବ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି, କିଏ ପାଇବେ ଜାଣନ୍ତୁ

ଭୁବନେଶ୍ୱର, ୫।୧୧(ସୁନିତ୍‌ ମିଶ୍ର): ରାଜ୍ୟର ବିଭିନ୍ନ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଦାୟିତ୍ୱରେ ଥିବା ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ପାଇଁ ରାଜ୍ୟ ସରକାର ଖୁସି ଖବର ଦେଇଛନ୍ତି। ସେମାନେ ଏଣିକି…

କୋଟିଆରେ ଆନ୍ଧ୍ର ନିର୍ବାଚନ: ନିଜ ସୀମାରେ ବୁଥ୍‌ କଲା ଆନ୍ଧ୍ର

ପଟ୍ଟାଙ୍ଗି, ୫।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମ ନେରେଡ଼ିବାଲସାରେ ବୁଧବାର ଓଡ଼ିଶାର ୩ପ୍ରମୁଖ ରାଜନୈତିକ ଦଳର କର୍ମୀ ଏକାଠି…

ଅଗ୍ନିବୀରଙ୍କ କାର୍ଯ୍ୟକାଳ ୨ ବର୍ଷ ବୃଦ୍ଧି

ନୂଆଦିଲ୍ଲୀ, ୫ା୧୧ (ପି.ଟି.): ସେନାର ଅଗ୍ନିପଥ ନିଯୁକ୍ତି ଯୋଜନାରେ କେନ୍ଦ୍ର ସରକାର ବୁଧବାର ଏକ ବଡ଼ଧରଣର ପରିବର୍ତ୍ତନ ଘୋଷଣା କରିଛନ୍ତି। ନୂତନ ନିଷ୍ପତ୍ତି ଅନୁଯାୟୀ, ୪ ବର୍ଷର…

ମିଡ୍‌ଟର୍ମ ପରାଜୟ ପରେ ଜେଡି ଭାନ୍ସଙ୍କ ବଡ଼ ବୟାନ, ଏହି କାରଣରୁ ହାରିଲୁ…

ୱାଶିଂଟନ୍‌,୪ା୧୧: ଇରାନ୍‌ ସହ ଯୁଦ୍ଧ ଆମେରିକାର ରିପବ୍ଲିକାନ୍‌ ପାର୍ଟିର ମଧ୍ୟବର୍ତ୍ତୀ ବା ମିଡ୍‌ଟର୍ମ ନିର୍ବାଚନ ପରାଜୟର ପ୍ରମୁଖ କାରଣ । ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ବୁଧବାର…

‘ଗଣତନ୍ତ୍ରର ସୁରକ୍ଷା ପାଇଁ ଏକଜୁଟ ହେବାକୁ ଆହ୍ୱାନ’

ପାଟଣା,୪।୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ତୁରୁମୁଙ୍ଗାସ୍ଥିତ କଲ୍ୟାଣ ମଣ୍ଡପରେ ବୁଧବାର ଭାଜପା ପକ୍ଷରୁ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଅଭିଯାନ ଅବସରରେ…

ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ, ୨ରୁ ଅଧିକ ସନ୍ତାନ ଥିଲେ ନିର୍ବାଚନ…..

ନୂଆଦିଲ୍ଲୀ,୪ା୧୧(ପି.ଟି): ବିଗତ କିଛି ଦଶନ୍ଧି ମଧ୍ୟରେ ହୋଇଥିବା ଜନସଂଖ୍ୟା ଜନିତ ପରିବର୍ତ୍ତନ ଯୋଗୁ ଅତ୍ୟଧିକ ଜନସଂଖ୍ୟା ବୃଦ୍ଧିର ଭୟ ଦୂର ହୋଇଯାଇଛି । ତେଣୁ ୨ରୁ ଅଧିକ…

ବ୍ୟାଙ୍କରୁ ଟଙ୍କା ଉଠାଇ ଆସିବାବେଳେ ଲୁଟ୍‌: ବ୍ୟବସାୟୀଙ୍କଠାରୁ ଅଭିନବ ଉପାୟରେ ଟଙ୍କାଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୪ା୧୧(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ-ଧାନଘର ଗାଁ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତାରେ ଜଣେ ବ୍ୟବସାୟୀ କୁଞ୍ଜନ ପାଢ଼ୀଙ୍କ ଠାରୁ ୬୦ ହଜାର ଟଙ୍କା ଥିବା…

କୋର୍ଟରେ ହାଜର ହେଉନଥିଲେ, ୨ ଅଭିଯୁକ୍ତଙ୍କୁ ଗିରଫ କଲା ପାଟପୁର ପୋଲିସ

ଦିଗପହଣ୍ଡି,୪।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମର କୁନା ବେହେରା ଏବଂ ଯୁଧିଷ୍ଠିର ବେହେରାଙ୍କୁ ବୁଧବାର ପାଟପୁର ପୋଲିସ ଗିରଫ କରି ସାନଖେମୁଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?