Posted inଜାତୀୟ

ପଶ୍ଚିମବଙ୍ଗର ୨୦୩ ଆସନ ବାକି

ନୂଆଦିଲ୍ଲୀ,୭ା୪: ତାମିଲନାଡୁର ୨୩୪, କେରଳ ୧୪୦ ଓ ପୁଡ଼ୁଚେରୀର ୩୦ ଆସନରେ ମଙ୍ଗଳବାର ନିର୍ବାଚନ ଶେଷ ହୋଇଛି। ଆସାମରେ ପୂର୍ବରୁ ୨ଟି ପର୍ଯ୍ୟାୟରେ ୮୬ ଆସନରେ ମତଦାନ ଶେଷ ହୋଇଥିବାବେଳେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ଅବଶିଷ୍ଟ ୪୦ ନିର୍ବାଚନମଣ୍ଡଳୀ ଲାଗି ଭୋଟ ଗ୍ରହଣ ସରିଛି। ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟରେ ୩୧ ସିଟ୍‌ରେ ନିର୍ବାଚନ ଶେଷ ହୋଇଛି ଏବଂ ଏପ୍ରିଲ ୨୯ ମଧ୍ୟରେ ଆଉ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ତୃଣମୂଳ କଂଗ୍ରେସ ଶାସିତ ଏହି ରାଜ୍ୟରେ ୨୯୪ ଆସନ ମଧ୍ୟରୁ ଆଉ ୨୦୩ ସିଟ୍‌ ପାଇଁ ମତଦାନ ବାକି ରହିଛି। ତୃତୀୟ ପର୍ଯ୍ୟାୟରେ ତାମିଲନାଡୁରେ ୭୧.୭୯%, କେରଳ ୭୩.୫୮%, ପୁଡୁଚେରୀରେ ୭୮.୯୦% ମତଦାନ ହୋଇଛି। ସେହିପରି ଆସାମରେ ୮୨.୩୩% ଏବଂ ପଶ୍ଚିମବଙ୍ଗରେ ୭୭.୬୮% ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ସୂତ୍ରରୁ ପ୍ରକାଶ।
ପର୍ଯ୍ୟାୟ ଭଳି ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ମଧ୍ୟ ସର୍ବାଧିକ ଚର୍ଚ୍ଚାରେ ରହିଥିଲା ପଶ୍ଚିମବଙ୍ଗ। କାରଣ ଭୋଟ ଗ୍ରହଣ ହୋଇଥିବା ସମସ୍ତ ୩୧ ଆସନକୁ ନିର୍ବାଚନ କମିଶନ (ଇସି) ସମ୍ବେଦନଶୀଳ ଘୋଷଣା ସହ ୧୪୪ ଧାରା ଲାଗୁ କରିଥିଲେ। ଦକ୍ଷିଣ ୨୪ ପ୍ରଗଣାର ୧୬, ହୁଗ୍‌ଲିର ୮ ଓ ହାଓଡା ଜିଲାର ୭ ଆସନରେ ୨୦୫ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ୭୮.୫ ଲକ୍ଷ ଭୋଟରଙ୍କ ମଧ୍ୟରୁ ୭୭.୬୮% ମତଦାତା ୧୦,୮୭୧ ବୁଥ୍‌ରେ ଏହି ପ୍ରାର୍ଥୀମାନଙ୍କ ଭାଗ୍ୟ ସ୍ଥିର କରିଛନ୍ତି। ୨୦୧୬ ନିର୍ବାଚନରେ ଉକ୍ତ ୩୧ ଆସନରୁ ୩୦ଟି ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଦଖଲରେ ଥିଲା।
ରାଜ୍ୟ ଆସାମରେ ଶେଷ ପର୍ଯ୍ୟାୟରେ ୪୦ ଆସନ ଲାଗି ଭୋଟ ଗ୍ରହଣ କରାଯାଇଛି। ୨୫ ମହିଳାଙ୍କ ସମେତ ୩୩୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହୋଇଛି। ଭାଜପାର ଚର୍ଚ୍ଚିତ ପ୍ରାର୍ଥୀ ହିମନ୍ତ ବିଶ୍ୱଶର୍ମା ଓ ଦଳର ରାଜ୍ୟ ଶାଖା ସଭାପତି ରଞ୍ଜିତ ଦାସଙ୍କ ଭାଗ୍ୟ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌)କୁ ଯାଇଛି। ୪ ଥର ବିଧାୟକ ହୋଇଥିବା ବିଶ୍ୱଶର୍ମାଙ୍କ ବିରୋଧରେ ଜାଲୁକବାରି ଆସନରେ କଂଗ୍ରେସର ରୋମେନ୍‌ ବାରଠାକୁର ଲଢ଼ୁଥିଲେ। ଏହି ପର୍ଯ୍ୟାୟରେ ଶାସକ ଭାଜପା ଏବଂ ବିରୋଧୀ କଂଗ୍ରେସ ସମେତ ଆସାମ ଜାତୀୟ ପରିଷଦ (ଏଜିପି) ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଛି। ୭୯,୧୯,୬୪୧ ଭୋଟରଙ୍କ ମଧ୍ୟରୁ ୮୨.୩୩% ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି।
ତାମିଲନାଡ଼ୁରେ ୨୦୧୧ରୁ ୧୦ ବର୍ଷ ଧରି ଲଗାତର କ୍ଷମତାରେ ଥିବା ଅଲ୍‌ ଇଣ୍ଡିଆ ଆନ୍ନା ଦ୍ରାବିଡ ମୁନେତ୍ରା କାଜାଗାମ୍‌ (ଏଆଇଏଡିଏମ୍‌କେ)କୁ ହଟାଇବା ପାଇଁ ପ୍ରାଣପଣେ ଉଦ୍ୟମ କରିଛନ୍ତି ଆନ୍ନା ଦ୍ରାବିଡ ମୁନେତ୍ରା କାଜାଗାମ୍‌ (ଡିଏମ୍‌କେ) ମୁଖ୍ୟ ଏମ୍‌.କେ. ଷ୍ଟାଲିନ। ମୁଖ୍ୟମନ୍ତ୍ରୀ ଇ.କେ. ପାଲାନିସ୍ବାମୀଙ୍କ ହାତରୁ କ୍ଷମତାର ଡୋରି ଛଡ଼ାଇନେବା ପାଇଁ ସେ ସବୁ ରଣନୀତି ପ୍ରୟୋଗ କରିଥିଲେ। ଷ୍ଟାଲିନ୍‌ କ୍ରମାଗତ ତୃତୀୟ ଥର ପାଇଁ କୋଲାଥୁର ଆସନରୁ ଜିତି ମୁଖ୍ୟମନ୍ତ୍ରୀ ହେବା ଆଶାରେ ଅଛନ୍ତି। ୨୩୪ ଆସନରେ ଏଥର ୩,୯୯୮ ପ୍ରାର୍ଥୀ ଥିଲେ। ୬.୨୮ କୋଟି ଭୋଟରଙ୍କ ମଧ୍ୟରୁ ୭୧.୭୯% ମତଦାନ କରିଛନ୍ତି। ପାଲାନିସ୍ବାମୀ ଓ ଷ୍ଟାଲିନ୍‌ଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ଓ. ପନ୍ନିରସେଲଭମ୍‌, ଏଏଏମ୍‌କେ ମୁଖ୍ୟ ଟିଟିଭି ଦିନାକରନ, ମକ୍କଲ ନିଧି ମୈୟମ୍‌ ପ୍ରତିଷ୍ଠାତା କମଲ ହାସନ ଏବଂ ଭାଜପା ରାଜ୍ୟ ସଭାପତି ଏଲ୍‌. ମୁରୁଗାନ୍‌ଙ୍କ ଭାଗ୍ୟ ଏବେ ଭୋଟିଂ ମେଶିନ ଭିତରେ ରହିଛି।
କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ଙ୍କ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏଲ୍‌ଡିଏଫ୍‌) ୪ ଦଶନ୍ଧିର ରେକର୍ଡ ଭାଙ୍ଗି ଇତିହାସ ରଚିବା ପାଇଁ ଅଣ୍ଟା ଭିଡ଼ିଥିବାବେଳେ ପାଳି କରି କ୍ଷମତା ହାତେଇବା ଧାରାକୁ ବଜାୟ ରଖିବା ଲାଗି ପ୍ରୟାସ କରିଛି କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ୟୁଡିଏଫ୍‌)। ଏଥର କେରଳ ନିର୍ବାଚନ ୱାୟନାଡ୍‌ ଏମ୍‌ପି ରାହୁଲ ଗାନ୍ଧୀଙ୍କ ଯୋଗ୍ୟତାର ପ୍ରମାଣ ଦେବ ବୋଲି କୁହାଯାଉଛି। ମାକର୍‌ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଏମ୍‌) ନେତୃତ୍ୱାଧୀନ ଏଲ୍‌ଡିଏଫ୍‌ ଏବଂ ୟୁଡିଏଫ୍‌ ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦ୍ୱିତା ହୋଇଥିବାବେଳେ ମେଟ୍ରୋମ୍ୟାନ୍‌ ଇ. ଶ୍ରୀଧରନଙ୍କୁ ମଇଦାନକୁ ଓହ୍ଲାଇ ସୁଯୋଗ ଖୋଜିଥିଲା ଭାଜପା। ମଇଦାନରେ ଥିବା ୯୫୭ ପ୍ରାର୍ଥୀଙ୍କ ମଧ୍ୟରେ ଥିଲେ ବିଜୟନ, ତାଙ୍କ ୭ କ୍ୟାବିନେଟ ସହଯୋଗୀ, ବିରୋଧୀ ଦଳ ନେତା ରମେଶ ଚେନ୍ନିଥାଲା ଏବଂ ବରିଷ୍ଠ କଂଗ୍ରେସ ନେତା ଓମେନ ଚାଣ୍ଡି। ୨.୭୪ କୋଟି ଭୋଟରଙ୍କ ମଧ୍ୟରୁ ୭୩.୫୮% ମତଦାନ କରିଛନ୍ତି।
ପୁଡୁଚେରୀରେ ପଞ୍ଚଦଶ ବିଧାନସଭା ଗଠନ ପାଇଁ ନିଷ୍ପତ୍ତି ନେଇ ସାରିଛନ୍ତିି ମତଦାତା। ଫେବୃୟାରୀରେ ନାରାୟଣସ୍ବାମୀ ସରକାର ସଂଖ୍ୟାଗରିଷ୍ଠତା ହରାଇ ଖସିପଡ଼ିବା ପରେ ଏହି କେନ୍ଦ୍ରଶାସିତ ଅଞ୍ଚଳକୁ ଅକ୍ତିଆର କରିବା ଲାଗି ଯଥାସାଧ୍ୟ ଉଦ୍ୟମ କରିଛି ଭାଜପା। ଏଠାରେ ୩୦ ଆସନରେ କଂଗ୍ରେସ ବନାମ ଅଲ୍‌ ଇଣ୍ଡିଆ ଏନ୍‌ଆର୍‌ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ମଧ୍ୟରେ କଡ଼ା ମୁକାବିଲା ହୋଇଛି। ୧୦.୦୪ ଲକ୍ଷ ଯୋଗ୍ୟ ଭୋଟରଙ୍କ ମଧ୍ୟରୁ ୭୮.୯୦% ସେମାନଙ୍କ ରାଜନୈତିକ ମତାଧିକାର ସାବ୍ୟସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ଲଭ-ସେକ୍ସ-ଧୋକା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି, ୩୦।୯ (ଅଶେଷ ନାଥ ମିଶ୍ର): ଭଲ ପାଇବା, ବିବାହର ପ୍ରତିଶ୍ରୁତି ଏବଂ ପରେ ପ୍ରତାରଣା ଅଭିଯୋଗକୁ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମାମଲା…

‘ମୋଦି ମୋତେ କହିଲେ ମୋ ପରେ ତୁମେ…’, ରାହୁଲଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା

ନୂଆଦିଲ୍‌ଲୀ,୩୦।୯: କଂଗ୍ରେସ କାର୍ଯ୍ୟକାରୀ କମିଟି (CWC) ବୈଠକ ପରେ ରାହୁଲ ଗାନ୍ଧୀଙ୍କ ଏକ କଥିତ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ରାହୁଲ ଗାନ୍ଧୀ ବୈଠକରେ ର୍ନିବାଚନ…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ପାଣି): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବଦଳିବ ରାହୁ-କେତୁଙ୍କ ଚାଲି: କନ୍ୟା,ମୀନ ରାଶିଙ୍କ ସମେତ ୬ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ, ଧନବର୍ଷା ସହ ବଡ଼ ଚାକିରିର ଅଫର୍‌

ରାହୁ ମକର ରାଶିକୁ ଏବଂ କେତୁ କର୍କଟ ରାଶିକୁ ଆସିବା ଫଳରେ ଡିସେମ୍ୱର ମାସରେ ଅନେକ ରାଶିଙ୍କ ପାଇଁ ଭଲ ସମୟ ଆରମ୍ଭ ହେବ। ଭାଗ୍ୟଶାଳୀ ରାଶିମାନଙ୍କ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ମେସେଜ ପାଇଁ ଟଙ୍କା ନେବ ହ଼୍ବାଟସଆପ୍‌! ୧ ଅକ୍ଟୋବରରୁ ବଦଳିବ ନିୟମ; ସାଧାରଣ ୟୁଜର୍ସଙ୍କୁ ପଡ଼ିବ ପ୍ରଭାବ?

ନୂଆଦିଲ୍‌ଲୀ,୩୦।୯: ଯଦି ଆପଣ ହ଼୍ବାଟସଆପ (WhatsApp)ରେ କୌଣସି କମ୍ପାନୀଠାରୁ ଅର୍ଡର ଅପଡେଟ, ଡେଲିଭରି ସୂଚନା କିମ୍ୱା କଷ୍ଟମର ସର୍ଭିସ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଆଶ୍ୱସ୍ତିକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?