ଏକାସାଙ୍ଗେ ଶନି, ରାହୁ-କେତୁଙ୍କ ବକ୍ରୀ ଚଳନ: ଏହି ୪ ରାଶିଙ୍କ ଜୀବନରେ ଲାଗିବ ଗ୍ରହଣ! ପାଖରୁ ପଳାଇବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଗ୍ରହ ୨୭ ଜୁଲାଇ ୨୦୨୬ରେ ବକ୍ରୀ ହୋଇଥିଲେ। ବର୍ତ୍ତମାନ ଶନି ବକ୍ରୀ ଚଳନ କରୁଥିବା ବେଳେ ଆସନ୍ତା ଡିସେମ୍ବର ୧୧ ତାରିଖରେ ମାର୍ଗୀ ହେବାକୁ ଯାଉଛନ୍ତି। ଏହି ସମୟରେ ରାହୁ, କେତୁ ଓ ଶନିଙ୍କ ବକ୍ରୀ ଚଳନ ଯୋଗୁ ୪ଟି ରାଶିର ଲୋକଙ୍କ ଜୀବନରେ ସମସ୍ୟା ବଢ଼ିପାରେ ବୋଲି ଜ୍ୟୋତିଷୀୟ ଆକଳନ କରାଯାଉଛି।

ବୃଷ, ମିଥୁନ, କନ୍ୟା ଓ ତୁଳା ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ସମୟ ଚ୍ୟାଲେଞ୍ଜପୂର୍ଣ୍ଣ ରହିପାରେ। ବିଶେଷକରି ଚାକିରି, ବ୍ୟବସାୟ ଓ ଆର୍ଥିକ କାରବାର କ୍ଷେତ୍ରରେ ସତର୍କ ରହିବାକୁ ପଡ଼ିବ। ଆସନ୍ତୁ ଜାଣିବା, କେଉଁ ରାଶି ଉପରେ କିଭଳି ପ୍ରଭାବ ପଡ଼ିପାରେ।

ବୃଷ ରାଶିର ଲୋକଙ୍କ ପାଇଁ ଆର୍ଥିକ ଦୃଷ୍ଟିରୁ ସମୟ ଚିନ୍ତାଜନକ ହୋଇପାରେ। ନିବେଶ କାରଣରୁ କ୍ଷତି ସହିବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ମଧ୍ୟ ବିଭିନ୍ନ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିପାରେ। ତେଣୁ ଏହି ସମୟରେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ସହ ଧୈଯର୍‌ୟର ସହ କାମ କରିବା ଆବଶ୍ୟକ।

ମିଥୁନ ରାଶିର ବ୍ୟକ୍ତିମାନେ କ୍ୟାରିୟର କ୍ଷେତ୍ରରେ ବିଶେଷ ସତର୍କ ରହିବା ଆବଶ୍ୟକ। ଚାକିରି ଓ ବ୍ୟବସାୟରେ ଆର୍ଥିକ କ୍ଷତି ହେବାର ଆଶଙ୍କା ରହିଛି। କାହା ସହିତ ଅଯଥା ବିବାଦରେ ଜଡ଼ିତ ହୁଅନ୍ତୁ ନାହିଁ। ସଫଳତା ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଏହା ସହିତ ସମ୍ପର୍କ କ୍ଷେତ୍ରରେ ଭୁଲ ବୁଝାମଣା ଦେଖାଦେଇପାରେ।

କନ୍ୟା ରାଶିର ଲୋକଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ଏହି ସମୟରେ କୌଣସି ବଡ଼ ନିବେଶ କରିବାରୁ ଦୂରେଇ ରହିବା ଭଲ। ନଚେତ୍‌ ଆର୍ଥିକ କ୍ଷତି ହୋଇପାରେ। ପରିବାର ସଦସ୍ୟଙ୍କ ସହ ମତଭେଦ ଓ ମାନସିକ ଚାପ ବଢ଼ିବାର ଆଶଙ୍କା ରହିଛି। ତେଣୁ ପାରିବାରିକ ସମ୍ପର୍କରେ ସଂଯମ ରଖନ୍ତୁ।

ତୁଳା ରାଶିର ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ଆଗାମୀ ସମୟ ଚ୍ୟାଲେଞ୍ଜପୂର୍ଣ୍ଣ ରହିପାରେ। ଡିସେମ୍ବର ୧୧ ପର୍ଯ୍ୟନ୍ତ ଶନିଙ୍କ ବକ୍ରୀ ଚଳନ ସମୟରେ ବିଶେଷ ସତର୍କ ରହିବାକୁ ପଡ଼ିବ। ଏହି ସମୟରେ ନିବେଶ କରିବାରୁ ଦୂରେଇ ରୁହନ୍ତୁ। ନିଜ କାମ ପ୍ରତି ସଚ୍ଚୋଟ ରହିବା ସହ ପ୍ରତ୍ୟେକ ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ବିବାହ ନିମନ୍ତ୍ରଣ ପତ୍ର ଦେଲେ ରିଙ୍କୁ ସିଂହ; ଏହି ସାଂସଦଙ୍କ ହାତ ଧରିବେ କ୍ରିକେଟର

ନୂଆଦିଲ୍ଲୀ,୧୭।୧୧: ଭାରତୀୟ କ୍ରିକେଟ ଦଳର ବ୍ୟାଟର ରିଙ୍କୁ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜ ବିବାହ ପାଇଁ ନିମନ୍ତ୍ରଣ କରିଛନ୍ତି। ଏହା ପୂର୍ବରୁ, ରିଙ୍କୁ ଉତ୍ତର ପ୍ରଦେଶର…

ନ୍ୟୁଜିଲାଣ୍ଡରେ ପହଞ୍ଚୁ ପହଞ୍ଚୁ ଭୟଭୀତ ହୋଇଗଲେ ରବୀନ୍ଦ୍ର ଜାଡେଜା: କହିଲେ, ମୋ ଘୋଡ଼ା ବି…

ନୂଆଦିଲ୍ଲୀ,୧୭।୧୧: ଭାରତୀୟ କ୍ରିକେଟ ଦଳର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନ୍ୟୁଜିଲାଣ୍ଡ ଗସ୍ତରେ ଟେଷ୍ଟ ସିରିଜ ପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି। ନେଟ୍ସରେ ଘଣ୍ଟା ଘଣ୍ଟା ଧରି…

ଗିଲ୍‌ କଲେ ବଡ଼ ଘୋଷଣା, ୪ ଦ୍ରୁତ ବୋଲରଙ୍କ ସହ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧୭।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ୱେଲିଂଟନରେ ଖେଳାଯିବ। ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଆରମ୍ଭ ନଭେମ୍ବର ୧୯ ତାରିଖରୁ ହେବ।…

QUAD ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି-ଟ୍ରମ୍ପଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ଚାଇନାକୁ ଲାଗିପାରେ ଝଟକା

ନୂଆଦିଲ୍ଲୀ,୧୭।୧୧: ଆମେରିକା, ଚାଇନା ଏବଂ ରୁଷିଆକୁ ନେଇ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକଗୁଡ଼ିକ ପୂର୍ବରୁ, ‘କ୍ୱାଡ’ (Quad) ସଦସ୍ୟ ରାଷ୍ଟ୍ରଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ…

ଶତକ ମାରିବା ପରେ ପକେଟରୁ ଚିଠି ବାହାର କଲେ ଏହି କ୍ରିକେଟର: ଚିଠି ପଢିଲେ ହୋଇଯିବେ ଭାବବିହ୍ବଳ

ଜୋହାନ୍ସବର୍ଗ,୧୭।୧୧: କ୍ରିକେଟ ପଡ଼ିଆରେ ଅନେକ ଖେଳାଳି ନିଜ ଅନନ୍ୟ ଅନ୍ଦାଜରେ ଶତକ ପାଳନ କରିଥାନ୍ତି। କିନ୍ତୁ ବାଂଲାଦେଶର ଉଇକେଟ୍‌କିପର ବ୍ୟାଟର ଲିଟନ ଦାସ ଏଥର ନିଜ ଶତକକୁ…

IPL ଇତିହାସରେ ହେବାକୁ ଯାଉଛି ସବୁଠାରୁ ବଡ଼ ପରିବର୍ତ୍ତନ! ICC ପ୍ରସ୍ତୁତ କରିଛି ବିଶାଳ ଯୋଜନା

ନୂଆଦିଲ୍ଲୀ,୧୭।୧୧: ଆଇପିଏଲ (IPL) ସମ୍ବନ୍ଧୀୟ ଏକ ବଡ଼ ଖବର ସାମ୍ନାକୁ ଆସିଛି, ଯାହା ନିଶ୍ଚିତ ଭାବରେ କ୍ରିକେଟ ପ୍ରଶଂସକମାନଙ୍କୁ ଖୁସି କରିବ। ବିଶ୍ୱର ସବୁଠାରୁ ବଡ଼ ଟି-୨୦…

ହର୍ମୁଜ ପ୍ରଣାଳୀରେ ବାରୁଦ ସୁଡ଼ଙ୍ଗ ସହ ଧକ୍କା ହେଲା ତୈଳ ଟ୍ୟାଙ୍କ; ଇଞ୍ଜିନ ରୁମରେ ଲାଗିଲା ନିଆଁ

ତେହରାନ,୧୭।୧୧: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷଯେଉଁଥିରେ ଆମେରିକା, ଇସ୍ରାଏଲ ଏବଂ ଇରାନ ସାମିଲ ଅଛନ୍ତିତାହା ବର୍ତ୍ତମାନ ସାମୁଦ୍ରିକ ବାଣିଜ୍ୟ ପଥ ଉପରେ ପ୍ରଭାବ ପକାଉଛି। ଓମାନ ନିକଟସ୍ଥ…

ଡେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟପ୍ରାଣୀ ଶିକାର ଯୋଜନା ପଣ୍ଡ: ୪ ଅଭିଯୁକ୍ତ ଗିରଫ

ସମ୍ବଲପୁର,୧୭।୧୧(ପ୍ରମୋଦ ବହିଦାର): ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ପାଇଁ ଫାଶ ବସାଇବା ଯୋଜନାକୁ ବନ ବିଭାଗ ପଣ୍ଡ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?