ଟଙ୍କା ପାଇଁ ଭାରୋତ୍ତୋଳକ ସାଜିଲେ ଦିନମଜୁରିଆ

ମାଲକାନଗିରି,୨୪ା୧୦ (ଡି.ଏନ.ଏ.): ଦିନେ ରାଜ୍ୟ ତଥା ଜିଲା ପାଇଁ ଗୌରବ ଆଣିଥିବା ଯୁବକ ଆଜି ପାଲଟିଛନ୍ତି ଦିନ ମଜୁରିଆ । ଅର୍ଥାଭାବରୁ ତାଙ୍କ ପ୍ରତିଭା ଅନ୍ଧାରରେ ହଜିଯାଉଛି। ପ୍ରତିଭା ଥିବା ସତ୍ତ୍ୱେ ଅଭାବ ତାଙ୍କ ବାଟ ଓଗାଳିଛି। ସେ ପାଲଟି ଯାଇଛନ୍ତି ଦିନମଜୁରିଆ। ଏହା ଦେଖିବାକୁ ମିଳିଛି ମାଲକାନଗିରି ଜିଲାରେ।
ଜିଲାର ଚିତ୍ରକୋଣ୍ଡା ବ୍ଲକ ଅଧୀନ ଦୋରାଗୁଡ଼ା ଗ୍ରାମର ପ୍ରତିଭାଶାଳୀ ଯୁବକ ହେଉଛନ୍ତି ଭକ୍ତରାମ ଦେସ୍ତି । ଭକ୍ତରାମ ଭାରୋତ୍ତୋଳନରେ ରାଜ୍ୟଠୁ ଆରମ୍ଭ କରି ଦେଶ ବିଦେଶରେ ଜିତିଛନ୍ତି ସ୍ବର୍ଣ୍ଣପଦକ। ୨୦୧୬ରେ ଆନ୍ଧ୍ରରେ ହୋଇଥିବା ସ୍କୁଲ ନ୍ୟାଶନାଲ ଗେମ୍ସ, ୨୦୧୮ରେ ଦିଲ୍ଲୀରେ ହୋଇଥିବା ଖେଲୋ ଇଣ୍ଡିଆ, ମହାରାଷ୍ଟ୍ରର ନାଗପୁରରେ ହୋଇଥିବା ୟୁଥ୍‌ ନ୍ୟାଶନାଲ ଚାମ୍ପିୟନଶିପ୍‌, ୨୦୧୯ ଖେଲୋ ଇଣ୍ଡିଆରେ ଅଂଶଗ୍ରହଣ କରି ଭକ୍ତରାମ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିପରି ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଅଣ୍ଡର୍‌ ୧୭ କମନୱେଲ୍ସ୍‌ ଗେମ୍ସରେ ୪୯ କିଲୋ ବର୍ଗରେ ମଧ୍ୟ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଆଣିଥିଲେ ଭକ୍ତରାମ। ଏବେ କିନ୍ତୁ ଭକ୍ତରାମ ଅଲୋଡ଼ା। ସେ ସୁନା ଜିତି ଗୌରବ ଆଣିଛନ୍ତି ସତ, ହେଲେ ଏବେ ସେହି ଗୌରବ କିମ୍ବା ପ୍ରତିଭାର କୌଣସି ସୁଫଳ ପାଉନାହାନ୍ତି । ପେଟ ପୋଷିବାକୁ ସେ ଖେଳାଳିରୁ ପାଲଟିଛନ୍ତି ଦିନମଜୁରିଆ । ପେଟକୁ ଦାନା ଯୋଗାଡ଼ ପାଇଁ ସେ କ୍ଷେତରେ ଖଟୁଛନ୍ତି। ଆଗକୁ ବଢ଼ିବାକୁ ଯେତିକି ସହାୟତା ଲୋଡା ତାଙ୍କୁ ମିଳୁ ନ ଥିବାରୁ ସେ ଖେଳ ବଦଳରେ ବାଛିଛନ୍ତି କାମକୁ। ନିଜ ପ୍ରତିଭା ଥିଲେ ସୁଦ୍ଧା ତାଙ୍କୁ ସରକରୀ ସହାୟତା ମିଳୁ ନ ଥିବାରୁ ସେ ଏଭଳି ସ୍ଥିତିରେ ପହଞ୍ଚତ୍ଥିବା କହିଛନ୍ତି। ତେବେ ସରକାରୀ ସହାୟତା ମିଳିଲେ ସେ ଆଗକୁ ବଢି ରାଜ୍ୟ ତଥା ଦେଶ ପାଇଁ ପୁଣି ଗୌରବ ଆଣିପାରିବେ ଏ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଦେଶୀ ମଦଭାଟି ବନ୍ଦ ଦାବି ଜୋର୍‌ ଧରିଲା, ଜିଲାପାଳ-ଅବକାରୀ ଅଧୀକ୍ଷକଙ୍କୁ ଭେଟି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଅବକାରୀ ଅଧୀନରେ ଥିବା ନୋଳିଆ ନୂଆଗାଁ ସରକାରୀ ଦେଶୀ ମଦଭାଟି ବନ୍ଦ କରିବା ଦାବି ନେଇ ଗୁରୁବାର ଛତ୍ରପୁର ବ୍ଲକ ଅଧ୍ୟକ୍ଷା…

Shukra Gochar: ୪ ରାଶିଙ୍କ ଅଯଥା ହେବ ଧନ ହାନୀ! ହଠାତ୍ ଚାକିରିରୁ ହେବେ ବିଦା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆଜି, ଶୁକ୍ର ଗ୍ରହ ଉତ୍ତରାଫାଲଗୁନି ନକ୍ଷତ୍ରରେ ପ୍ରବେଶ କରିଛନ୍ତି। ସକାଳ ୪:୫୬ ସମୟରେ ହୋଇଥିବା ଶୁକ୍ରଙ୍କ ଏହି ଗୋଚର ଶୁଭ, କିନ୍ତୁ ଏପରି…

ଲକ୍ଷ୍ମୀ ଯୋଜନା: ପ୍ରତିମାସରେ ମିଳିବ ୨୫୦୦ଟଙ୍କା, RD ରେ ଜମା କଲେ ସିଧା ୧ ଲକ୍ଷ! ଜାଣନ୍ତୁ ସମ୍ପୂର୍ଣ୍ଣ ହିସାବ…

ନୂଆଦିଲ୍ଲୀ,୩୦।୭: ସାଧାରଣତଃ ଆମକୁ ଟଙ୍କା ମିଳିଲେ ଆମେ ତାହା ଖର୍ଚ୍ଚ କରିଦେଇଥାଉ, କିନ୍ତୁ କିଛି ଟଙ୍କା ଯଦି ଆର.ଡି. (RD) ରେ ନିବେଶ କରାଯାଏ, ତେବେ ଅନେକ…

ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ଜିଲାପାଳ

ତୁଣ୍ଡଲା,୩୦ା୭(ପିରୋଜ କୁମାର ଦାଶ): ଦୀର୍ଘଦିନରୁ ଲଘୁଚାପ ଜନିତ ଲଗାଣ ବର୍ଷାରେ କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। କେସିଙ୍ଗା ବ୍ଲକର ବେଲଖଣ୍ଡି,…

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ

ଟେନସା,୩୦।୭(ସମୀର କୁମାର ପାଢୀ): ସୁନ୍ଦରଗଡ ଜିଲା କୋଇଡା ବ୍ଲକ୍ ଅନ୍ତର୍ଗତ କାଦୋଡିହା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁରୁବାର ଦ୍ବିପହର ୨ଟା ସମୟରେ ପାଇଖାନା…

‘ବ୍ରାହ୍ମ ମୁହୂର୍ତ୍ତ’ରେ ‘ରାମାୟଣ’ର ଟ୍ରେଲର ରିଲିଜ: ଚର୍ଚ୍ଚା ସାଉଁଟିଲେ ରଣବୀର

ବଲିଉଡ ସୁପରଷ୍ଟାର ରଣବୀର କପୁରଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ’ର ଟ୍ରେଲର ରିଲିଜ ହୋଇଛି। ନିର୍ମାତାମାନେ ଶୁଭ ‘ବ୍ରାହ୍ମ ମୁହୂର୍ତ୍ତ’ରେ ଟ୍ରେଲରକୁ ସାରା ବିଶ୍ୱରେ ଉନ୍ମୋଚନ କରିଛନ୍ତି। ଏହାକୁ…

ତେଲ-ଉତେଇ ନଦୀରେ ବନ୍ୟା:ଲୋକଙ୍କୁ ନଦୀକୁ ଯିବାକୁ ବାରଣ

କର୍ଲାମୁଣ୍ଡା,୩୦।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ତେଲ ଓ ଉତେଇ ନଦୀରେ ବନ୍ୟା ଆସି ନିକଟସ୍ଥ ଅଞ୍ଚଳକୁ ମାଡି…

‘CJPରେ ଯୋଗଦିଅ,୫୦ ହଜାର ମାସକୁ ପାଅ’! ସିନିୟର ମେମ୍ବର ହେବାକୁ…

ନୂଆଦିଲ୍ଲୀ,୩୦।୭: ‘କକ୍ରୋଚ୍ ଜନତା ପାର୍ଟି’ (CJP) ନାମରେ ସୋସିଆଲ ମିଡିଆରେ ଚାଲିଥିବା ଏକ କଥିତ ନକଲି ଅଭିଯାନ ସାମ୍ନାକୁ ଆସିଛି । ଯାହା ଗୁଇନ୍ଦା ସଂସ୍ଥାଗୁଡ଼ିକୁ ସତର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri