କଟକଣାରେ ୱେଡ୍‌ଲକ୍‌

ବାହାଘର। ସମସ୍ତଙ୍କ ବ୍ୟକ୍ତିଗତ ଜୀବନର ସବୁଠୁ ବଡ଼ ଉତ୍ସବ। ଏକଥା ଉଠିବା ମାତ୍ରେ ମନକୁ ଚାଲିଆସେ ଏକ ସୁନ୍ଦର ଭବ୍ୟ ଆୟୋଜନଭରା ବିଶାଳ ସେଲିବ୍ରେଶନ୍‌। ଖାସ୍‌ କରି କୁଆଁରୀ ଝିଅଟିଏ ପାଇଁ ଏହା ଦ୍ୱିତୀୟ ଜୀବନର ଅୟମାରମ୍ଭ। ଦ୍ୱିତୀୟ ଜୀବନର ଏହି ପ୍ରବେଶ ଉତ୍ସବ ଏବେ କରୋନା କଟକଣା ଯୋଗୁଁ ଏକ ଭିନ୍ନ ରୂପ ଧାରଣ କରିଛି। ତେବେ କରୋନା କାଳରେ ବାହାଘର ଆଣିଦେଇଛି ଏକ ନିଆରା ଅନୁଭୂତି…

ବାହାଘର ମନର ହୃଦୟର ମିଳନ ନୁହେଁ, ଦୁଇ ଆତ୍ମାର ମିଳନ। ତାତ୍ତ୍ୱିକ ଦୃଷ୍ଟିରୁ ଏକଥା ଠିକ୍‌ ହେଲେ ବି ଲୌକିକ ଦୃଷ୍ଟିରୁ ଏହା ଯେକୌଣସି ମଣିଷ ଜୀବନର ସବୁଠାରୁ ବଡ଼ ସେଲିବ୍ରେସନ। ଏବେ ଲକ୍‌ଡାଉନ୍‌ ଓ କୋଭିଡ୍‌ କଟକଣା ପ୍ରାୟ ୪ ମାସ ହେବ ଲାଗିଛି। ଏହା ଭିତରେ ଶେଷ ହେବାକୁ ବସିଲାଣି ବାହାଘର ସିଜନ୍‌। ଅନେକ ବାହାଘର ଘୁଞ୍ଚାଇ ଦେଇଛନ୍ତି। ଏହା ଭିତରେ ଯେଉଁ କେତେକ ବାହାଘର ହେଉଛି ତାହା କୋଭିଡ୍‌ କଟକଣା ପାଳନ କରି ନିରାଡମ୍ବର ଭାବରେ ହେଉଛି। ତେବେ ଲକ୍‌ଡାଉନ୍‌ରେ ବାହାଘର କିଭଳି ହେଉଛି ତାକୁ ନେଇ ଲୋକଙ୍କର ନାନା ମତ…
ବିବାହ ଆୟୋଜନ:ବ୍ୟକ୍ତିଗତ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉତ୍ସବ ବିବାହ। ଏଥିପାଇଁ ଢେର ପୂର୍ବରୁ ଆରମ୍ଭ ହୋଇଯାଇଥାଏ ପ୍ରସ୍ତୁତି। କିନ୍ତୁ ଏବେ ହେଉଥିବା ବିବାହଗୁଡ଼ିକରେ ଅନେକ ବାଧ୍ୟ ବାଧକତା ରହିଛି। କାହାର ପୂର୍ବରୁ ସ୍ଥିର ହୋଇସାରିଛି ତ ଅନ୍ୟ କାହାର ସମୟ ସହ ଅଧିକ ଗଡ଼ାଇ ହେବ ନାହିଁ। ବର ଘର ଦେଖା, ନିର୍ବନ୍ଧ, ମୁଦି ଦେଖା ଓ ଅନ୍ୟ ଆୟୋଜନ ପାଇଁ ହାତରେ ବିଶେଷ ସମୟ ନାହିଁ। ତେଣୁ ଏଭଳି ପରିସ୍ଥିତିରେ ଅଧିକାଂଶ କାର୍ଯ୍ୟ ଖୁବ୍‌ ଅଳ୍ପ ସମୟ ମଧ୍ୟରେ ସାରିବାକୁ ପଡୁଛି। ଥରକେ ବରଘର ଦେଖା ମୁଦିପିନ୍ଧା ଓ ଶୀଘ୍ର ନିର୍ବନ୍ଧ କାର୍ଯ୍ୟ ଶେଷ ହେଉଛି।
ସେଭଳି ମାର୍କେଟିଂ ନାହିଁ: ବିବାହ ଲାଗି ଗହଣା ଗାଣ୍ଠି, ପୋଷାକପତ୍ର, ଶାଢ଼ିଲୁଗା, ସୌନ୍ଦର୍ଯ୍ୟ ପ୍ରସାଧନ, ଘରକରଣା, ଆସବାବପତ୍ର, ରୋଷେଇ ସାମଗ୍ରୀ ଆଦି ଏମିତି କେତେ କ’ଣ କିଣିବାକୁ ହୁଏ। ଆଉ ଖାସ୍‌ କରି ମହିଳାମାନେ ଏସବୁରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଏବେ ବଜାରରେ କୋଭିଡ୍‌ କଟକଣା। ଦୋକାନ ବଜାର ମଧ୍ୟ ଖୋଲିବା ସ୍ବାଭାବିକ ହୋଇନି। ପୁଣି ଏକାଠି ହୋଇ ଅଧିକ ସଂଖ୍ୟକ ଲୋକେ ବଜାରକୁ ଯିବା ମନା। ତେଣୁ ମାର୍କେଟିଂ ପ୍ରିୟ ମହିଳାମାନଙ୍କୁ ବିବାହର ଏ ଦିଗକୁ ମଧ୍ୟ ହରାଇବାକୁ ପଡ଼ିଛି।
କନିଆ ଡାକରା ବନ୍ଦ:ବାହାଘର ପୂର୍ବରୁ ଝିଅ ପାଇଁ କନିଆ ଡାକରା ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ। ଏହି ସମୟରେ କନ୍ୟାକୁ ତା’ର ପ୍ରିୟ ପରିଜନ ବନ୍ଧୁବାନ୍ଧବ ଖାଇବାକୁ ନିମନ୍ତ୍ରଣ କରିଥାନ୍ତି। ଆଦର ଅଭ୍ୟର୍ଥନା ସହ ନାନା ପ୍ରକାର ସୁସ୍ବାଦୁ ଖାଦ୍ୟ କରି ଖାଇବାକୁ ଦେଇଥାନ୍ତି। ଆଉ ତା’ ସହ ଦେଇଥାନ୍ତି ଉପହାର, ବସ୍ତ୍ର, ଅଳଙ୍କାର। ଏବେ କୋଭିଡ୍‌ କଟକଣା ଯୋଗୁଁ କେହି କାହା ଘରକୁ ଯିବା ଆସିବା କରିବା ବିପଦମୁକ୍ତ ନୁହେଁ। ତେଣୁ ଏଥିରୁ ବଞ୍ଚିତ ହେଉଛନ୍ତି କନ୍ୟା। ମୁଖ୍ୟତଃ ଏହା ଦ୍ୱାରା ପୁରୁଣା ସମ୍ପର୍କ, ବନ୍ଧୁତା ପୁଣି ଥରେ ସଜାଗ ସଜୀବ ହେବାର ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି।
ବାଜା, ବାଣ, ରୋଶଣି ନାହିଁ: ବିବାହ ଦିନ ମନର ମଣିଷଟି ବାଜା ବଜାଇ ବାଣ ଫୁଟାଇ ରୋଶଣି କରି ଗାଁ ଦାଣ୍ଡରେ ଆସିବ। ବରଯାତ୍ରୀ ପଟୁଆରରେ ପିଲାଏ ନାଚୁଥିବେ। ଗାଁ ଦାଣ୍ଡ ଦୁଲୁକୁଥିବ। ଏହା ଅଧିକାଂଶ ଝିଅଙ୍କର ଆକାଂକ୍ଷା ଥାଏ। କିନ୍ତୁ କରୋନା କଟକଣା ଯୋଗୁଁ ଏସବୁ ବନ୍ଦ। ଏବେ ବାହାଘର କେବଳ ଘର ଭିତରେ ବା ମନ୍ଦିରରେ ଅତି ନିକଟ ସମ୍ପର୍କୀୟ ଓ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ହେଉଛି। ତେଣୁ ବିବାହର ଏ ଦିଗଟି ମଧ୍ୟ ଫିକା ପଡ଼ିଯାଇଛି।
ଭୋଜିଭାତ ନାହିଁ: ବିବାହର ଅନ୍ୟତମ ଆକର୍ଷଣ ଭୋଜିଭାତ। ନାନା ରକମର ସୁସ୍ବାଦୁ ବ୍ୟଞ୍ଜନ ପରଷା ଯାଉଥିବ। ବନ୍ଧୁବାନ୍ଧବ, ପ୍ରିୟପରିଜନ, ପଡ଼ା-ପଡ଼ୋଶୀଙ୍କୁ ଶଙ୍ଖୋଳା ଯାଉଥିବ। ବର ବଧୂଙ୍କ ପାଇଁ ବିଭିନ୍ନ ଉପହାର ଆଣିଥିବେ। ଏ ପ୍ରକାର ଦୃଶ୍ୟ ବିନା ବିବାହ ଉତ୍ସବ ଅସମ୍ପୂର୍ଣ୍ଣ। କିନ୍ତୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି କରୋନା ଭୂତାଣୁର ଭୟ ଯୋଗୁଁ । ଆଉ ଏହାକୁ ମାନି ନେବାକୁ ବାଧ୍ୟ ହୋଇଛନ୍ତି କନିଆଁ ବା ନବବଧୂ।
ସୀମିତ ବନ୍ଧୁବାନ୍ଧବ: ବିବାହ ଉତ୍ସବରେ ସମସ୍ତେ ଚାହାନ୍ତି ନିଜର ପ୍ରିୟଜନଙ୍କୁ ନିମନ୍ତ୍ରଣ କରିବାକୁ। କାରଣ ସାମାଜିକ ମହାମିଳନର ଏହା ଏକ ସୁ-ଅବସର। ଦୈନନ୍ଦିନ କର୍ମବ୍ୟସ୍ତ ଜୀବନରୁ ସମୟ ବାହାର କରି ବନ୍ଧୁବାନ୍ଧବ ସାଙ୍ଗସାଥୀ ଏକାଠି ହୁଅନ୍ତି। ପରିବେଶ ହର୍ଷ ଆନନ୍ଦରେ ଉଛୁଳିପଡ଼େ। ତା’ଛଡ଼ା ବିବାହ ଲାଗି ଦିନେ ଦୁଇଦିନ କିମ୍ବା ସପ୍ତାହେ ଯାଏ ସାଙ୍ଗସାଥୀ ବନ୍ଧୁବାନ୍ଧବଙ୍କ ମେଳରେ ସୃଷ୍ଟିହୁଏ ଅନେକ ସୁଖଦ ଅନୁଭୂତି। ଏବେ କିନ୍ତୁ କରୋନା ଯୋଗୁଁ ବିବାହ ମାତ୍ର କିଛି ଜଣଙ୍କ ଉପସ୍ଥିତିରେ ସମ୍ପନ୍ନ ହେଉଛି। ତେଣୁ ବନ୍ଧୁବାନ୍ଧବ ସାଙ୍ଗସାଥୀଙ୍କ ଅନୁପସ୍ଥିତି ବେଶ୍‌ ଉପଲବ୍ଧି କରି ହେଉଛି।
ସହଯୋଗ ଏବଂ ଉପସ୍ଥିତିରେ ସମ୍ପନ୍ନ ହୁଏ ବିବାହ। ବେଶ୍‌ ଘଟଣାବହୁଳ ଏହି ଉତ୍ସବ ସାରା ଜୀବନ ପାଇଁ ପାଲଟେ ମଧୁର ସ୍ମୃତି। କିନ୍ତୁ କରୋନା କଟକଣା ଯୋଗୁଁ ଏସବୁ କମି ଯାଇଥିଲେ ବି ଏହା ହେଉଛି ଏକ ନିଆରା ଅନୁଭୂତି। ଖାସ୍‌ କରି ବିବାହରେ ହେଉଥିବା ଅଯଥା ଆଡ଼ମ୍ବର ଓ ବ୍ୟୟବହୁଳତାକୁ ଏହା ନିୟନ୍ତ୍ରଣ କରିଛି। କନ୍ୟା ପକ୍ଷ ଉପରେ ପଡ଼ୁଥିବା ବୋଝ କିଛିଟା ଲାଘବ ହୋଇଛି। ବାଧ୍ୟବାଧକତାରେ ହେଉ ପଛକେ ସରଳ ଓ ନିରାଡମ୍ବର ବିବାହ ଯେ ଏକ ସୁସ୍ଥ ପରମ୍ପରା, ଏହାକୁ ପ୍ରମାଣ କରିବାରେ ସହଯୋଗ କରିଛି ଲକ୍‌ଡାଉନ୍‌ ବାହାଘର।
-ସସ୍ମିତା ନାୟକ

କ’ଣ କୁହନ୍ତି ଏମାନେ…
ଆସିପାରିଲେନି ସାଙ୍ଗସାଥୀ: ଲକ୍‌ଡାଉନ୍‌ ତ ମାସ ମାସ ଧରି ଚାଲିଛି ଆଉ କେବେ କଟକଣା ବନ୍ଦ ହେବ ତା’ର କିଛି ଠିକ୍‌ ଠିକଣା ନାହିଁ। ଏପଟେ ବାହାଘର ତିଥି ସରି ଯାଉଥିବାରୁ ଘର ଲୋକେ ଲକ୍‌ଡାଉନ୍‌ରେ ଖୁବ୍‌ କମ୍‌ଦିନରେ ବାହାଘର କରିବାକୁ ସ୍ଥିର କରିଥିଲେ। ତେଣୁ କମ୍‌ ସମୟରେ ସବୁ କିଣାକିଣି କରାଗଲା। ସବୁ କାମ ପ୍ରାୟ ସୁରୁଖୁରୁରେ ହୋଇଗଲା। ଖୁବ୍‌ କମ୍‌ ଲୋକଙ୍କ ଉପସ୍ଥିତିରେ ବାହାଘର ଯଥାରୀତିରେ ହେଲା। ଅବଶ୍ୟ ବେଶି ଆଡ଼ମ୍ବର ହେଲା ନାହିଁ କିନ୍ତୁ ସବୁ ସାଙ୍ଗସାଥୀ ଆସିପାରିଲେନି, ସେଥିପାଇଁ ଟିକେ ମନଦୁଃଖ ହେଲା।
-ଦେବସ୍ମିତା ପ୍ରିୟଦର୍ଶିନୀ, କଳାରାହାଙ୍ଗ, ଭୁବନେଶ୍ୱର
ସବୁ ପ୍ଲାନିଂ ଫିକା ପଡିଗଲା: ହଠାତ୍‌ ବାହାଘର ସ୍ଥିର ହେଲା, ଆଉ ଶୀଘ୍ର କରିବା ନିମନ୍ତେ ଶାଶୁଘର ଲୋକଙ୍କ ପ୍ରସ୍ତାବରେ ଆମ ଘର ଲୋକେ ରାଜି ହୋଇଗଲେ। ତା’ପରେ ସବୁ ଆୟୋଜନ ଆରମ୍ଭ ହୋଇଗଲା। ଲକ୍‌ଡାଉନ୍‌ ପାଇଁ କଟକଣା ଥିବାରୁ ମାର୍କେଟିଂରେ ଟିକେ ଅସୁବିଧା ହେଲା। ହେଲେ ବରପକ୍ଷରୁ କୌଣସି ଯୌତୁକ ନ ଥିବାରୁ ବେଶି କିଛି କିଣାକିଣି କରିବାକୁ ପଡିଲାନି। ତା’ଛଡ଼ା ଆମର ଅନେକ ବନ୍ଧୁବାନ୍ଧବଙ୍କ ଘର ଦୂରରେ ଥିବାରୁ ଅଧିକାଂଶ ଯୋଗଦେବାକୁ ଆସି ପାରି ନ ଥିଲେ। କିନ୍ତୁ ବେଶି ମନଦୁଃଖ ହେଲା ମୋ ବାହାଘରରେ ସାଙ୍ଗମାନେ କେତେ ମଜା କରିବେ ବୋଲି ପ୍ଲାନିଂ କରିଥିଲେ। ହେଲେ କରୋନା ପାଇଁ ମଜା ତ ଦୂରର କଥା ଇଚ୍ଛା ଥିଲେ ବି ବାହାଘରକୁ ଆସି ପାରି ନ ଥିଲେ ସେମନେ ।
-ଲଳିତା ବାରିକି, ଛତିଆ, ଢେଙ୍କାନାଳ


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ସୁଭଦ୍ରା ଟଙ୍କା ଆସିବା ଆଗରୁ ମୋଦିଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୫।୮: ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି…

ସୂର୍ଯ୍ୟ-କେତୁ ଆଣିବେ ବଡ଼ ସଙ୍କଟ! ଆଗାମୀ ୨୬ ଦିନ ୩ ରାଶି ପାଇଁ ବଢିବ ଅଯଥା ଟେନସନ୍, ହୋଇଯାଆନ୍ତୁ ସାବଧାନ…

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ ଦେବତାଙ୍କୁ ଆତ୍ମା, ପିତା, ସମ୍ମାନ ଏବଂ ନେତୃତ୍ୱର କାରକ ଭାବରେ ବିବେଚନା କରାଯାଏ । ସମାନକ୍ରମରେ ପାପି କେତୁଙ୍କୁ ଏକ ଛାୟା ଗ୍ରହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri