ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ ବିଦ୍ରୋହ ଓ ସାଂପ୍ରତିକ ଅବସ୍ଥା’ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ପ୍ରଧାନଶିକ୍ଷକ ନିରଞ୍ଜନ ପ୍ରଧାନ ଏଥିରେ ଅଧ୍ୟକ୍ଷତା କରିଥିଲେ।
ଶିକ୍ଷକ ପଞ୍ଚାନନ ସାହୁ ଚକରା ବିଷୋୟୀଙ୍କ ସ୍ମୃତି ସମ୍ପର୍କିତ ଏକ ସଂଗ୍ରାମୀ କବିତା ପରିବେଷଣ କରିଥିଲେ। ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ସଭ୍ୟ ତଥା ସମ୍ପାଦକ ବେଲଗୁଣ୍ଠା ବ୍ଲକ ଦୀନବନ୍ଧୁ ଜେନା ମୁଖ୍ୟ ଅତିଥି, ନେତାଜୀ ବିଷୋୟୀ ସମ୍ମାନିତ ଅତିଥି ଓ ରୁଢାପଦର ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ଗୌରହରି ବାଡ଼ତ୍ୟା, ମୁଖ୍ୟବକ୍ତା ରୂପେ ମଞ୍ଚାସୀନ ଥିଲେ। ମୁଖ୍ୟ ଅତିଥି ଦୀନବନ୍ଧୁ ଜେନା କହିଥିଲେ ଯେ, ଆମେ ସମସ୍ତେ ଚକରା ବିଷୋୟୀଙ୍କ ତ୍ୟାଗପୂତ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ବିଧେୟ। ସମସ୍ତଙ୍କୁ ସଚେତନ କରାଇ ଅନ୍ୟାୟ, ଅତ୍ୟାଚାର ଓ ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ କରିବା ଆମର କର୍ତ୍ତବ୍ୟ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ। ନେତାଜୀ ବିଷୋୟୀ ଦୋହରା ଓ ଚକରା ବିଷୋୟୀଙ୍କ ରଣକୌଶଳ, ସଶସ୍ତ୍ର ସଂଗ୍ରାମର ଐତିହ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ସାଂପ୍ରତିକ ପରିସ୍ଥିତିରେ ଧନୀ ଅଧିକ ଧନୀ ଏବଂ ଗରିବ ଅଧିକ ଗରିବ ହୋଇଯାଉଛି ବୋଲି ମତ ବ୍ୟକ୍ତ କରିଥିଲେ। ଇଂରେଜମାନଙ୍କ ଅତ୍ୟାଚାର, ଧର୍ମାନ୍ତରୀକରଣ, ଅର୍ଥନୈତିକ ଶୋଷଣ ଓ ତ୍ରୁଟିପୂର୍ଣ୍ଣ ରାଜସ୍ବ ଆଦାୟ ପ୍ରଥାରେ ଲୋକମାନେ ଅସନ୍ତୁଷ୍ଟ ହୋଇ ଚକରା ବିଷୋୟୀଙ୍କ ନେତୃତ୍ୱରେ ସଂଗ୍ରାମ କରିବାକୁ ଆଗେଇ ଆସିଥିଲେ ବୋଲି ମୁଖ୍ୟବକ୍ତା ଭାଷଣ ମାଧ୍ୟମରେ ନିଜର ମତ ବ୍ୟକ୍ତ କରିଥିଲେ। ପାଠାଗାର ସମ୍ପାଦକ ଭଞ୍ଜ କିଶୋର ପ୍ରଧାନ ଚକରା ବିଷୋୟୀଙ୍କ କ୍ରାନ୍ତିକାରୀ ଚେତନାରେ ଅନୁପ୍ରାଣୀତ ହେବା ପାଇଁ ଯୁବ ସମାଜକୁ ଆହ୍ବାନ ଦେଇଥିଲେ। ଅନୁଷ୍ଠାନର ଉପସଭାପତି ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମଚରଣ ପ୍ରଧାନ ବର୍ତ୍ତମାନ ସମାଜରେ ଦେଖାଯାଉଥିବା ସାମ୍ପ୍ରଦାୟିକ ବିଦ୍ୱେଷ ଓ ଘୃଣାରୁ ନିବୃତ୍ତ ରହିବା ପାଇଁ ଯୁବକମାନଙ୍କୁ ଆହ୍ବାନ ଦେଇଥିଲେ। ଏହା ସହିତ ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ଗଣତାନ୍ତ୍ରିକ, ଧର୍ମନିରପେକ୍ଷ, ସଂଘୀୟ ଭିତ୍ତିକ ଓ ବିଜ୍ଞାନ ଭିତ୍ତିକ ହେବା ବାଞ୍ଛନୀୟ ବୋଲି କହିଥିଲେ। ଯୁବ ସମାଜସେବୀ ବିକାଶ ଜେନା ଚକରା ବିଷୋୟୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜ୍ଞାନ ଉପରେ ଆଧାରିତ ଜ୍ଞାନ କୌଶଳକୁ ସାମାଜିକ ପରିବର୍ତ୍ତନରେ ଉପଯୋଗ କରିବା ପାଇଁ ଦୃଢ଼ ମତ ବ୍ୟକ୍ତ କରିଥିଲେ। ଆନନ୍ଦ ସଂଗୀତାୟାନର ଗୁରୁ ଅଶୋକ କୁମାର ମହାପାତ୍ର, ପୁରୁଷୋତ୍ତମ ମହାପାତ୍ର, ସତେଶର ମହାରଣା, ଦିଲ୍ଲୀପ କୁମାର ପଗଡ଼ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସମାଜରେ ଦେଖା ଦେଇଥିବା ସାଂପ୍ରତିକ ସମସ୍ୟାକୁ ଦୂର କରିବା ପାଇଁ ଯୁବ ଗୋଷ୍ଠୀ ସଚେତନ ହୋଇ କାର୍ଯ୍ୟ କରିବା ସକାଶେ ଆହୱାନ ଦେଇଥିଲେ।

ଶିକ୍ଷକ ଜୟରାମ ଗୌଡ଼, ଅବସରପ୍ରାପ୍ତ ମୁଖ୍ୟ କିରାଣି ତାରିଣୀ ନାୟକ, କୃଷ୍ଣ ନାୟକ ,ବୈଦ୍ୟ ପ୍ରଧାନ , ଶିକ୍ଷକ ଦିବାକର ଲେଙ୍କା, ଯୁବ କଂଗ୍ରେସ ନେତା ସୁକାନ୍ତ ଦିଗାଲ, ଛାତ୍ରନେତା ଉତ୍ତମ ପ୍ରଧାନ, ପ୍ରସନ୍ନ ତ୍ରିପାଠୀ ଓ ମହିଳା ସମାଜସେବୀ ସୁନୀତା କୁମାରୀ ବିଷୋୟୀ, ଉଲ୍ଲା ସେଠୀ, ରମାକାନ୍ତ ବିଷୋୟୀ ସମେତ ଅନେକ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ। ପରିଶେଷରେ ସମ୍ପାଦକ ଭଞ୍ଜ କିଶୋର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

ପୋଖରୀରୁ ମାଛ ଚୋରି ଉଦ୍ୟମ: ଧରାପଡ଼ିବାରୁ ତେଣ୍ଟାରେ ଭୁଷି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି, ୫/୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ଅନ୍ତର୍ଗତ ସିନ୍ଧୁଖାଳି ଗ୍ରାମ ନିକଟସ୍ଥ ପୋଖରୀରୁ ମାଛ ଚୋରି ଉଦ୍ୟମକୁ କେନ୍ଦ୍ର…

ହୃଦ୍‌ଘାତରେ ଅନିତା ଆରୁଖଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭଞ୍ଜନଗର, ୫।୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର୍‌ ଆସୋସିଏସନର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ବିଜେଡି ନେତା ଦିବାକର ନାୟକଙ୍କ ଧର୍ମପତ୍ନୀ ଅନିତା ଆରୁଖଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?