Posted inଜାତୀୟ

ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ ଯାଉଛେ ଆମେ, କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୩୧।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୧ ତମ ମନ କି ବାତ କାର୍ଯ୍ୟକ୍ରମରେ ଦେଶକୁ ସମ୍ବୋଧିତ କରି କହିଛନ୍ତି ଯେ, ଆମେ ସ୍ବାଧିନତାର ୭୫ ବର୍ଷ ପାଳନ ଅବସରରେ ଆମେ ସଭିଏଁ ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ ଯାଉଛେ । ଭଗବାନ ଆମକୁ ଏହି ମହାନ ଭାଗ୍ୟ ଦେଇଛନ୍ତି।

ଶହୀଦ ଉଧମ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଆମେ ସମସ୍ତେ ଦେଶବାସୀ ତାଙ୍କର ପ୍ରାଣବଳୀ ଏବଂ ଅଦମ୍ୟ ସାହାସ ପାଇଁ ପ୍ରଣାମ କରୁଛୁ। ଦେଶ ପାଇଁ ଜୀବନ ଦେଇଥିବା ଅନ୍ୟ ସମସ୍ତ ମହାନ ବିପ୍ଳବୀଙ୍କୁ ମୁଁ ମୋର ନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ବାଧିନତାର ଅମୃତ ମହୋତ୍ସବ ଏକ ଜନ ଆନ୍ଦୋଳନର ରୂପ ନେଉଥିବାର ଦେଖି ମୁଁ ବହୁତ ଖୁସି। ବିଭିନ୍ନ ବର୍ଗର ତଥା ସମାଜର ପ୍ରତ୍ୟେକ ବିଭାଗର ଲୋକମାନେ ଏହା ସହ ଜଡିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । ଚଳିତ ଜୁଲାଇରେ ଆଜାଦି କି ଟ୍ରେନ ଏବଂ ରେଳ ଷ୍ଟେଶନ ନାମକ ଏକ ପ୍ରୟାସ କରାଯାଇଛି। ଏହି ପ୍ରୟାସର ଲକ୍ଷ୍ୟ ହେଉଛି ସ୍ବାଧୀନତା ସଂଗ୍ରାମରେ ଲୋକମାନେ ଭାରତୀୟ ରେଳର ଭୂମିକା ସମ୍ପର୍କରେ ଅବଗତ ହେବେ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଝାଡଖଣ୍ଡର ଗୋମୋ ଜଙ୍କଶନ ବର୍ତ୍ତମାନ ସରକାରୀ ଭାବେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜଙ୍କଶନ ଗୋମୋ ନାମରେ ପରିଚିତ। ନେତାଜୀ ଏହି ଷ୍ଟେଶନରେ କାଲକା ମେଲରେ ବସି ବ୍ରିଟିଶ ଅଧିକାରୀଙ୍କୁ ଚକମା ଦେବାରେ ସଫଳ ହୋଇଥିଲେ। ଏହିପରି ୭୫ ଟି ରେଳ ଷ୍ଟେଶନ ଦେଶର ୨୪ ଟି ରାଜ୍ୟରେ ଚିହ୍ନଟ କରାଯାଇଛି। ଏସବୁ ଷ୍ଟେଶନକୁ ସ୍ବାଧିନତାର ୭୫ ବର୍ଷ ପାଳନ ଅବସରରେ ଅତି ସୁନ୍ଦର ଭାବରେ ସଜାଯାଇଛି। ଏହା ସହିତ ଅନେକ ପ୍ରକାରର କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ବାଧୀନତାର ଅମୃତ ମହୋତ୍ସବରେ ଆୟୋଜିତ ହେଉଥିବା ଏହି ସମସ୍ତ କାର୍ଯ୍ୟକ୍ରମର ସବୁଠାରୁ ବଡ ବାର୍ତ୍ତା ହେଉଛି ଯେ ଆମେ ଦେଶବାସୀ ସମ୍ପୂର୍ଣ୍ଣ ନିଷ୍ଠାର ସହିତ ଆମର କର୍ତ୍ତବ୍ୟ ପାଳନ କରିବା ଉଚିତ। ଏହାଦ୍ୱାରା ଆମେ ସେହି ଅଗଣିତ ସ୍ବାଧୀନତା ସଂଗ୍ରାମୀଙ୍କ ସ୍ବପ୍ନକୁ ପୂରଣ କରିବାକୁ ସମର୍ଥ ହେବା। ସେମାନଙ୍କର ସ୍ବପ୍ନର ଭାରତ ଗଠନ କରିବାରେ ସକ୍ଷମ ହେବା। ସେଥିପାଇଁ ଆମର ଆଗାମୀ ୨୫ ବର୍ଷର ଏହି ଅମୃତ ସମୟ ପ୍ରତ୍ୟେକ ଦେଶବାସୀଙ୍କ ପାଇଁ କର୍ତ୍ତବ୍ୟ ପାଳନର ସମୟ। ଆମର ସ୍ବାଧୀନତା ସଂଗ୍ରାମୀମାନେ ଆମକୁ ଏହି ଦାୟିତ୍ୱ ଦେଇଛନ୍ତି ଏବଂ ଆମକୁ ଏହାକୁ ସମ୍ପୂର୍ଣ୍ଣ ରୂପେ ପୂରଣ କରିବାକୁ ପଡିବ।

ଆମର ପାରମ୍ପାରିକ ସ୍ବାସ୍ଥ୍ୟ ବିଜ୍ଞାନରେ ମହୁକୁ ଗୁରୁତ୍ୱ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆୟୁର୍ବେଦ ଗ୍ରନ୍ଥଗୁଡ଼ିକରେ ମହୁକୁ ଅମୃତ ବୋଲି ବର୍ଣ୍ଣନା କରାଯାଇଛି। ମହୁ, ଆମକୁ ସ୍ବାଦ ଦେବା ସହିତ ସୁସ୍ବାସ୍ଥ୍ୟ ମଧ୍ୟ ଦେଇଥାଏ। ଆଜି ମହୁ ଉତ୍ପାଦନରେ ଏତେ ସମ୍ଭାବନା ଅଛି ଯେ ଅଧ୍ୟୟନ କରୁଥିବା ଯୁବବର୍ଗମାନେ ମଧ୍ୟ ଏହାକୁ ସେମାନଙ୍କର ଆତ୍ମନିର୍ଭରଶୀଳ ହେବାର ମାଧ୍ୟମ ଭାବେ ଗ୍ରହଣ କରୁଛନ୍ତି । ଯୁବବର୍ଗମାନଙ୍କ କଠିନ ପରିଶ୍ରମ ଯୋଗୁଁ ଆଜି ଦେଶ ମହୁ ଉତ୍ପାଦନରେ ଆଗୁଆ ରହିଛି। ଆପଣ ଜାଣି ଖୁସି ହେବେ ଯେ ଦେଶରୁ ମହୁ ରପ୍ତାନି ମଧ୍ୟ ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜାଦିର ଅମୃତ ମହୋତ୍ସବର ଏକ ଅଂଶ ଭାବରେ, ଅଗଷ୍ଟ ୧୩ ରୁ ୧୫ ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ଅଭିଯାନ ହର ଘର ତ୍ରିରଙ୍ଗା ଆୟୋଜନ କରାଯାଉଛି । ଏହି ଅଭିଯାନର ଏକ ଅଂଶ ହୋଇ, ଅଗଷ୍ଟ ୧୩ ରୁ ୧୫ ପର୍ଯ୍ୟନ୍ତ ଆପଣମାନଙ୍କ ଘରେ ତ୍ରିରଙ୍ଗାକୁ ଉତ୍ତୋଳନ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକ୍ସପ୍ରେସ୍‌ଓ୍ବେରେ ବିମାନର ଜରୁରୀ ଅବତରଣ

ଗାଜିଆବାଦ,୨୩।୧: ଉତ୍ତରପ୍ରଦେଶ ଗାଜିଆବାଦର ସହରପୁର ଗାଁ ନିକଟରେ ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ୍‌ଓ୍ବେରେ ଗୁରୁବାର ଏକ ବିମାନକୁ ଜରୁରୀ ଅବତରଣ କରାଯାଇଛି। ତେବେ ବିମାନରେ ଯାନ୍ତ୍ରୀକ ତୃଟି...

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ପୁଣି ଜଣେ ଗିରଫ

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଉ ଜଣଙ୍କୁ ଗିରଫ କରିଛି। ଅଭିଷେକ ବୋଇନପାଲିଙ୍କୁ ସିବିଆଇ ଗିରଫ କରିଛି। ଅଭିଷେକଙ୍କୁ...

ପୁଣି ବୁଡିଲା ମାୟାନଗରୀ

ମୁମ୍ବାଇ,୮।୭: ଲଗାଣ ବର୍ଷାରେ ବେହାଲ ହୋଇଥିବା ମୁମ୍ବାଇ ସହର ମାତ୍ର ଦିନେ ଦୁଇ ଦିନର ଆଶ୍ୱସ୍ତି ପରେ ପୁଣି ସୋମବାରଠାରୁ ଏଠାରେ ପରିସ୍ଥିତି ଜଟିଳ ହୋଇପଡିଛି।...

ସରଜୁ ନଦୀକୂଳ ହେଲା ଆଲୋକିତ: ଅଯୋଧ୍ୟାରେ ଜଳିଲା ୧୨ଲକ୍ଷ ଦୀପ

ଅଯୋଧ୍ୟା,୪ ।୧୧: ସାରା ଦେଶରେ ଗୁରୁବାର ପାଳନ କରାଯାଉଛି ଆଲୋକର ପର୍ବ ଦୀପାବଳି । ହେଲେ ଏହାର ଗୋଟିଏ ଦିନ ପୂର୍ବରୁ ଅଯୋଧ୍ୟାର ସରଜୁ ନଦୀ...

ଅପରାହ୍ନ ୫ଟାରେ ପ୍ରକାଶ ପାଇବ ସିବିଏସ୍‌ଇ ବୋର୍ଡ ପରୀକ୍ଷା ସୂଚୀ

ନୂଆଦିଲ୍ଲୀ,୧୬।୫: କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ହେବାରୁ ସିବିଏସ୍‌ଇ ବୋର୍ଡର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଅଧାରେ ଅଟକି ରହିଥିଲା। ତେବେ ଅବଶିଷ୍ଟ...

ଆସାମର ଏକ ବୁଥ୍‌ରେ ଭୋଟରଙ୍କ ଠାରୁ ଦୁଇ ଗୁଣ ମତଦାନ

ଗୁଆହାଟୀ, ୫ା୪- ଆସାମର ଡିମା ହାସାଓ ଜିଲାର ଏକ ବୁଥ୍‌ରେ ପଞ୍ଜିକୃତ ଭୋଟରଙ୍କ ସଂଖ୍ୟା ୯୦ ହୋଇଥିବାବେଳେ ୧୮୧ ମତଦାନ ହୋଇଛି। ଏହି ଘଟଣାରେ ୬...

କୋଭିଡ-୧୯ରେ କରୋନା ଯୋଦ୍ଧାଙ୍କ ମୃତ୍ୟୁ: ବାତ୍ୟା‘ନିଭାର’ ପାଇଁ ହୋଇପାରିଲାନି ଚିକିତ୍ସା

ଭୋପାଳ,୨୬।: ଦେଶରେ କରୋନା ସଂକ୍ରମଣ ପୁଣି ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଉଛି। କରୋନା ମୁକାବିଲା ପାଇଁ...

ରାଜ୍ୟରେ ଆହୁରି ବଢିବ କରୋନାର ପ୍ରକୋପ, ଭୟ କରିବାର ନାହିଁ: ଉଦ୍ଧବ ଠାକରେ

ମୁମ୍ବାଇ,୨୪।୫: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରବିବାର କହିଛନ୍ତି ରାଜ୍ୟରେ ପୂର୍ବରୁ କରୋନା ସଂକ୍ରମଣ ଉଦ୍‌ବେଗଜନକ ସ୍ଥିତିରେ ରହିଛି। ଆଗାମୀ ଦିନରେ ରାଜ୍ୟରେ କରୋନାର ପ୍ରକୋପ...

Advertisement
Archives

Model This Week