Posted inଫୁରସତ

ପ୍ରଥମ ଉପାର୍ଜନ ବୋଉକୁ ଦେଇଥିଲି: ଗାଳ୍ପିକା, ପ୍ରାବନ୍ଧିକା ସବିତା ମହାପାତ୍ର

ରୌପ୍ୟ ନଗରୀ କଟକର ମେରିଆ ବଜାରରେ ମୋର ଜନ୍ମ। ପାଠପଢା ବି ସେଇଠି। ପ୍ୟାରିମୋହନ ଏକାଡେମୀରୁ ଏକାଦଶ ପାସ୍‌ କରି ଶୈଳବାଳା ମହିଳା ମହାବିଦ୍ୟାଳୟରେ ଗୃହ ବିଜ୍ଞାନରେ ସ୍ନାତକୋତ୍ତର ଶେଷ କରିଥିଲି। ୧୯୮୩ ମସିହାରେ ମୁଁ ଉକ୍ତ କଲେଜରେ ସ୍ନାତକ ପରୀକ୍ଷାରେ ଭଲ ମାର୍କ ରଖି ବେଷ୍ଟ ଗ୍ରାଜୁଏଟ୍‌ ହେବାର ସୌଭାଗ୍ୟ ଅର୍ଜନ କଲି। ସ୍ମୃତିର ଗନ୍ତାଘରେ ଏବେ ବି ସାଇତା ହୋଇ ରହିଛି ସେଦିନର ସେଇ ରୋମାଞ୍ଚଭରା ଅନୁଭୂତି, ଯେତେବେଳେ ମୁଁ ସମ୍ମାନିତ ହେଲି ମହାବିଦ୍ୟାଳୟର ଜଣେ ନବୋଦିତ ଛାତ୍ରୀ ଭାବରେ। ସେଦିନ କଲେଜ ତରଫରୁ ମୋତେ ଉଚ୍ଛ୍ବସିତ ଭାବେ ସମ୍ବର୍ଦ୍ଧିତ କରାଗଲା ଆଉ ବେଷ୍ଟ ଗ୍ରାଜୁଏଟ୍‌ ହୋଇଥିବାରୁ ନିରୁପମା ମହାପାତ୍ର ମେମୋରିଆଲ୍‌ ଆୱାର୍ଡର ପ୍ରମାଣପତ୍ର ସହିତ ୧୧୦୦ ଟଙ୍କା ପୁରସ୍କାର ଦିଆଯାଇଥିଲା; ଯାହାକି ଥିଲା ମୋ ଜୀବନର ସର୍ବପ୍ରଥମ ଉପାର୍ଜନ। ସେହି ଟଙ୍କାରୁ ୩୦୦ ଟଙ୍କା ନିଜ ଇଚ୍ଛାରେ ଖର୍ଚ୍ଚ କରିବା ପାଇଁ ବୋଉ ମୋତେ ଅନୁମତି ଦେବାରୁ, ମୁଁ ଜଣେ ବାନ୍ଧବୀଙ୍କ ସହ ବଜାର ଯାଇ ବୋଉ ପାଇଁ ୧୫୦ ଟଙ୍କାର ଗୋଟିଏ ଶାଢି ଏବଂ ମୋ ପାଇଁ ବି ଗୋଟିଏ ଶାଢି କିଣିଥିଲି। ବାକି ପଇସା ବୋଉ ମୋ ପାଇଁ ସଞ୍ଚତ୍ ରଖିଥିଲା। ଆଜି ବି ସେକଥା ମନେପଡିଲେ ଆଖିରେ ଲୁହ ଜକେଇ ଆସେ। ତେବେ ମୋର ଗୋଟେ ସ୍ବପ୍ନ ଥିଲା ଅଧ୍ୟାପିକା ହେବାକୁ। ଶିକ୍ଷାଦାନ କରିବାର ଅଦମ୍ୟ ଇଚ୍ଛା ମୋତେ ବୋଧହୁଏ ଆଜି ଟାଣି ଆଣିଛି ବିଦ୍ୟାଳୟ ଶିକ୍ଷା କ୍ଷେତ୍ରକୁ। ଦିନେ ସ୍ବପ୍ନ ଥିଲା ପିଲାମାନେ ମ୍ୟାଡାମ୍‌ ଡାକିବେ। ଆଜି କିନ୍ତୁ କୁନି ପିଲାଙ୍କ ‘ଗୁରୁମା’ ଡାକ ମନରେ ଅଧିକ ସରାଗ ବୋଳି ଦେଉଛି। ଶିକ୍ଷାଦାନ ବ୍ୟତିତ ମୁଁ ଅନେକ ଲେଖାଲେଖି ବି କରେ। ବିଜ୍ଞାନ ଦିଗନ୍ତ, ସରଳା, ହୋମ୍‌ ସାଇନ୍ସ ଭଳି ପତ୍ରିକାରେ ମୋର ଅନେକ ଲେଖା ପ୍ରକାଶିତ ହୋଇଛି। ଜଣେ ବିଜ୍ଞାନ ଲେଖିକା ଭାବରେ ପରିଚୟ ବି ପାଇଛି। କେବଳ ସେତିକି ନୁହେଁ ଗାଳ୍ପିକା, ପ୍ରାବନ୍ଧିକା ଭାବରେ ମଧ୍ୟ ମୋର ଏକ ଭିନ୍ନ ପରିଚୟ ସୃଷ୍ଟି ହୋଇଛି। ମୋ ଲିଖିତ ଅନେକ ଗପ, କବିତା, ପ୍ରବନ୍ଧ ଆଦି ବିଭିନ୍ନ ଖବରକାଗଜ ତଥା ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକାଦୃତ ମଧ୍ୟ ହୋଇପାରିଛି। ସମ୍ପ୍ରତି ଭୁବନେଶ୍ୱରର ଡୁମୁଡୁମା ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ମୁଁ କାର୍ଯ୍ୟରତା। ଈଶ୍ୱରଙ୍କ କୃପାରୁ ସଂଘର୍ଷ କରି ଜିଇଁବା ଭିତରେ ମୋ ଆଗରେ ଆଜି ଏକ ପରିପୂର୍ଣ୍ଣ ଓ ସାର୍ଥକ ଜୀବନର ସ୍ବର୍ଣିମ ସରଣୀଟିଏ ଆହୁରି ଆଗକୁ ମାଡିଯିବା ପାଇଁ ମୋତେ ପ୍ରେରଣା ଦେଉଥିବାର ମୁଁ ଲକ୍ଷ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri