ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲକୁ ଆସନ୍ତା ଜୁଲାଇ ମାସ ୨ତାରିଖ ସକାଳ ୯ଟାରୁ ପାଣି ଛଡାଯିବ । ଏହାକୁ ଦୃଷ୍ଟିରେ ରଖି ଏହି କେନାଲ ଉପରେ ନିର୍ଭରଶୀଳ ଚାଷୀମାନେ ଖରିଫ ଚାଷକାର୍ଯ୍ୟ ପ୍ରସ୍ତୁତି ଆରମ୍ଭ କରିବାକୁ ବରଗଡ଼ ଜଳସେଚନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ସୂଚନା ଦେଇଛନ୍ତି।
ବରଗଡ଼ ଜିଲାରେ ସାଧାରଣତଃ ଜୁନ ମାସ ୧୫ ତାରିଖରୁ ଖରିଫ ଚାଷ ଆରମ୍ଭ ହୋଇଥାଏ । କିନ୍ତୁ କେନାଲ ପାଣି ଆସି ନ ଥିବା ଯୋଗୁଁ ଚାଷକାର୍ଯ୍ୟ ପ୍ରଭାବିତ ହୋଇଛି । ତେବେ ଆସନ୍ତା ଜୁଲାଇ ମାସ ୨ତାରିଖ କେନାଲ ପାଣି ଛଡାଯିବ ବୋଲି ସୂଚନା ପାଇବା ପରେ ଚାଷୀମାନଙ୍କୁ କିଛି ଆଶ୍ୱସ୍ତି ମିଳିଛି।

