ପୁଣି ଚର୍ଚ୍ଚାରେ ଜଳ ସମ୍ପଦ ବିଭାଗ: ଚାଷ ଆରମ୍ଭରୁ ଧସିଗଲା କେନାଲ ପାର୍ଶ୍ୱକାନ୍ଥ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଜଳସମ୍ପଦ ବିଭାଗର ବିବାଦ ପିଛା ଛାଡୁନାହିଁ। ଏହି ବିଭାଗ ଅଧୀନରେ ଜିଲାର ଅନେକ ସ୍ଥାନରେ ବିଭିନ୍ନ ପ୍ରକଳ୍ପ, କେନାଲ ଉନ୍ନତୀକରଣ ଓ ମରାମତି କାମ ହୋଇଛି। ମାତ୍ର ଗୋଟିଏ ପରେ ଗୋଟିଏ ଅନିୟମିତତା ପଦାକୁ ଆସିବାରେ ଲାଗିଛି। ବରଗଡ଼-ଭେଡେନ କେନାଲ ପାର୍ଶ୍ୱରେ ରହିଥିବା ବରଗଡ଼ ସହର ଘରୋଇ ବସ୍‌ଷ୍ଟାଣ୍ଡ ନିକଟରେ କେନାଲ ସୌନ୍ଦର୍ଯ୍ୟକରଣ ତଥା ବକ୍ସ କଣ୍ଡୁଇଟ୍‌ ନିର୍ମାଣ ଅନିୟମିତତାରେ ତତ୍କାଳୀନ ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଏବଂ ସହକାରୀ ନିର୍ବାହୀ ଯନ୍ତ୍ରୀ ନିଲମ୍ବନ ହୋଇଥିଲେ। ତେବେ ଏହି ଘଟଣାକୁ ନେଇ ଚର୍ଚ୍ଚା ଥମି ନ ଥିବାବେଳେ ବରଗଡ଼-ଭେଡେନ କେନାଲର ପୁରୁଣା ରିଜର୍ଭ ପାଖରେ ପୋଲ ନିର୍ମାଣ, ସ୍ଥାନ ନିରୂପଣରେ ତ୍ରୁଟି ଅଭିଯୋଗ ଆସିଥିଲା। ଏହାପରେ ଏବେ ବରଗଡ଼ ମୁଖ୍ୟ କେନାଲରୁ ବାହାରିଥିବା ରେଶମ ଡିଷ୍ଟ୍ରିବ୍ୟୁଟାରୀ ଅଧୀନ ଦୁର୍ଗା ମାଇନର୍‌ରେ ହୋଇଥିବା କେନାଲ ଉନ୍ନତୀକରଣ କାର୍ଯ୍ୟ ଚର୍ଚ୍ଚାର ବିଷୟ ହୋଇଛି। ବରପାଲି କେନାଲ ଡିଭିଜନ ଅଧୀନରେ ରହିଥିବା ଏହି ଦୁର୍ଗା ମାଇନର କେନାଲର ପାର୍ଶ୍ୱକାନ୍ଥ ନିର୍ମାଣ କରାଯାଇଛି, ମାତ୍ର ତାକୁ ବେଶିଦିନ ବିତି ନ ଥିବାବେଳେ ବିଭିନ୍ନ ସ୍ଥାନରେ ତାହା ଧସି ପଶିଛି। ବର୍ତ୍ତମାନ ଖରିଫ ଚାଷକାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ନିର୍ମାଣର ଅଳ୍ପଦିନ ମଧ୍ୟରେ ତାହା ଧସିଯିବା ଏବଂ କେନାଲ ପାଣି ଯୋଗାଣ ବାଧାପ୍ରାପ୍ତ ହେବା ଅଞ୍ଚଳର ଚାଷୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି।
ସୂଚନା ଅନୁଯାୟୀ, ରେଶମ ଡିଷ୍ଟ୍ରିବ୍ୟୁଟାରୀରୁ ବାହାରିଥିବା ଦୁର୍ଗା ମାଇନର କେନାଲ ଉପରେ ଭେଡେନ ବ୍ଲକ ଅନ୍ତର୍ଗତ ଲୁହାଖଣ୍ଡି, ଅଛାଣ୍ଡପାଲି, ବରପଦର ଆଦି ଗ୍ରାମର ଚାଷୀମାନେ ନିର୍ଭର କରିଥାନ୍ତି। ତଳମୁଣ୍ଡରେ ଉକ୍ତ ଅଞ୍ଚଳ ଥିବାରୁ କେନାଲ ପାଣି ମଧ୍ୟ ସେଠାକୁ ସହଜରେ ପହଞ୍ଚତ୍ ନଥାଏ। ତେବେ ଉକ୍ତ ମାଇନର କେନାଲର ଉନ୍ନତୀକରଣ ତଥା ପାର୍ଶ୍ୱକାନ୍ଥ ନିର୍ମାଣ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଆବଶ୍ୟକ ଅନୁଦାନ ମଞ୍ଜୁର ହୋଇଥିଲା। ପାର୍ଶ୍ୱକାନ୍ଥ ନିର୍ମାଣ କାର୍ଯ୍ୟ ମଧ୍ୟ ସରିଥିଲା। ମାତ୍ର ଠିକ୍‌ ଖରିଫ ଚାଷକାର୍ଯ୍ୟ ସମୟରେ ତାହା ଧସିଯାଇ କେନାଲ ଭିତରେ ପଡ଼ିରହିଛି। ଫଳରେ କେନାଲରେ ସ୍ବାଭାବିକ ପାଣି ଯିବା ତ ଦୂରର କଥା, କେନାଲର ସେହି ଅଂଶ ଏକ ପ୍ରକାର ପୋତି ହୋଇ ପୂର୍ବାପେକ୍ଷା ଆହୁରି ସମସ୍ୟାବହୁଳ ହୋଇପଡ଼ିଛି। କାର୍ଯ୍ୟ ନିମ୍ନମାନର ହୋଇଥିବା ଯୋଗୁ ନିର୍ମାଣର ଅଳ୍ପଦିନ ମଧ୍ୟରେ ସେଭଳି ସ୍ଥିତି ଉପୁଜିଥିବା ଅଞ୍ଚଳର ଚାଷୀମାନେ କହିଛନ୍ତି।
ବରପଦର ଗ୍ରାମର ଜଣେ ଚାଷୀ ଭୀମ ଦୁବସାଗର କହିଛନ୍ତି, କେନାଲ ପାର୍ଶ୍ୱକାନ୍ଥ ନିର୍ମାଣକୁ ପ୍ରାୟ ୨ ମାସ ହୋଇଛି। ମାତ୍ର ତାହା ଅଳ୍ପଦିନରେ ଧସି ପଡ଼ିଗଲା। ସରକାର ଚାଷୀଙ୍କ ଜମିକୁ ଠିକ୍‌ଭାବେ ପାଣି ଯୋଗାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି କେନାଲ କାମ କରୁଛନ୍ତି। ମାତ୍ର କାମ ଏଭଳି ନିମ୍ନମାନର ହେବାରୁ ଚାଷୀମାନେ ସେଥିରୁ ଉପକୃତ ହୋଇ ପାରୁନାହାନ୍ତି। ନିମ୍ନମାନର କାମରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଅନ୍ୟଜଣେ ଚାଷୀ ଦତ୍ୟାନନ୍ଦ ପ୍ରଧାନ କହିଛନ୍ତି, ଚାଷୀମାନେ ଲାଭବାନ୍‌ ହେବେ ବୋଲି ଭାବି ସରକାର କେନାଲ ତିଆରି କରୁଛନ୍ତି। ସେଥିରେ ଅନେକ ଅର୍ଥ ବିନିଯୋଗ କରାଯାଉଛି। ମାତ୍ର ନିର୍ମାଣ କାମ ଠିକ୍‌ ହେଉ ନ ଥିବାରୁ ଚାଷୀଙ୍କୁ କିଛି ସୁଫଳ ମିଳୁନାହିଁ। ଏଇଠି ତ କେନାଲ ପାର୍ଶ୍ୱକାନ୍ଥ ଧସିପଡ଼ିଛି, କିଛି ଆଗକୁ ଏକ ବ୍ରିଜ୍‌ ନିର୍ମାଣ ଅଧାପନ୍ତରିଆ ଭାବେ ପଡ଼ିରହିଥିବାରୁ ସେଠାରେ ମଧ୍ୟ ବହୁ ସମସ୍ୟା ସୃଷ୍ଟି ହୋଇଛି। ସେହିପରି ପାଣି ପଞ୍ଚାୟତ ଚେୟାରମ୍ୟାନ ସନ୍ତୋଷ କୁମାର ବାଗ କହିଛନ୍ତି, ଏଭଳି ନିମ୍ନମାନର କାମ ହେଲେ ଚାଷୀଙ୍କ କ୍ଷେତକୁ କିଭଳି ଠିକ୍‌ଭାବେ ପାଣି ଯିବ। ପାଣି ଅଭାବରୁ ଚାଷୀଙ୍କ ଫସଲ ଉଜୁଡ଼ି ଯିବ। କେତେଟଙ୍କାରେ ଏହି ଦୁର୍ଗା ମାଇନର୍‌ର ପାର୍ଶ୍ୱକାନ୍ଥ ନିର୍ମାଣ ହୋଇଛି, ତାର ସୂଚନା ଫଳକ ମଧ୍ୟ କେଉଁଠି ନାହିଁ। ଏହାର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ନେବା ସହିତ ତୁରନ୍ତ କେନାଲ ମରାମତି କରି ସ୍ବାଭାବିକ ଭାବେ ପାଣି ଛଡ଼ାଯାଉ। ନଚେତ୍‌ ଅଞ୍ଚଳର ଚାଷୀମାନଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ସ୍ତରରେ ଅଦଳବଦଳ; ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୮।୧୦: ପ୍ରଶାସନିକ ସ୍ତରରେ ଅଦଳବଦଳ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କ ବଦଳି ହୋଇଛନ୍ତି । ଭୁବନେଶ୍ବର ସ୍ଥିତ ROTIର ଯୁଗ୍ମ ନିର୍ଦ୍ଦେଶକ ଭାବେ…

ଦିଗପହଣ୍ଡିରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହ ଅନେକ ଦାବି ନେଇ ବନ୍ଦ ପାଳନ

ଦିଗପହଣ୍ଡି,୮ା୧୦(ଅଶେଷ ନାଥ ମିଶ୍ର): ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି, ସିପିଆଇ,ସିପିଆଇ(ଏମ) ଏବଂ ଇଣ୍ଡି ମେଣ୍ଟର ଅନ୍ୟାନ୍ୟ ସମସ୍ତ ଦଳ ପକ୍ଷରୁ ଗୁରୁବାର ବନ୍ଦ ଡାକରା ଦିଆଯାଇଥିବା ଓଡ଼ିଶା…

ପଞ୍ଜାବ କିଙ୍ଗ୍ସକୁ ଲାଗିଲା ୪୪୦ ଭୋଲର୍ଟ ଝଟକା: ଟିମ୍‌ ଛାଡ଼ିଦେଲେ…

ନୂଆଦିଲ୍ଲୀ,୮।୧୧: ଆଇପିଏଲ୍‌ର ଆଗାମୀ ସିଜନ ପୂର୍ବରୁ ପଞ୍ଜାବ କିଙ୍ଗ୍ସକୁ ୪୪୦ ଭୋଲର୍ଟ ଝଟକା ଲାଗିଛି। ଦଳର କୋଚିଂ ଷ୍ଟାଫ୍‌ରୁ ଆଉ ଦୁଇଜଣ ସଦସ୍ୟ ବିଦାୟ ନେଇଛନ୍ତି। ରିପୋର୍ଟ…

”ବୋହୂ ପେନଶନରେ ଶାଶୂଙ୍କ ଅଧିକାର ନାହିଁ”: କୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୮।୧୦: ୮୩ ବର୍ଷୀୟା ଜଣେ ବୃଦ୍ଧା ମହିଳାଙ୍କୁ ନିଜ ସ୍ୱର୍ଗତ ପୁଅର ସ୍ତ୍ରୀ ଅର୍ଥାତ ନିଜ ବିଧବା ବୋହୂଠାରୁ ପେନସନର ଅଂଶ ମାଗିବା ମହଙ୍ଗା ପଡ଼ିଲା। ତାଙ୍କ…

ଶୋଇଥିବାବେଳେ ସ୍ବାମୀଙ୍କ ତଣ୍ଟି ଉପରେ ଚଢ଼ି ଜୀବନ ନେଇଗଲେ ସ୍ତ୍ରୀ, ଘର ବାହାରେ…

ଆଳି,୮ା୧୦(ବନମାଳୀ ସେନାପତି): ସ୍ବାମୀଙ୍କ ତଣ୍ଟି ଉପରେ ଛିଡ଼ା ହୋଇ ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ…

ଆନ୍ଦୋଳନରେ ବସିଛନ୍ତି ଟାଟା ପାୱାର ଠିକା କର୍ମଚାରୀ: ଅନ୍ଧାରରେ ଉପଭୋକ୍ତା

ଭଞ୍ଜନଗର, ୮।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଠିକା ବିଦ୍ୟୁତ କର୍ମଚାରୀଙ୍କ ଧାରଣା ଆଜି…

ଚର୍ଚ୍ଚାରେ ଶ୍ରୀଲଙ୍କା କ୍ରିକେଟ୍‌: ଟେଷ୍ଟ ଅଧିନାୟକ ପଦ ଛାଡ଼ିଲେ ଧନଞ୍ଜୟ, ତିନି ଫର୍ମାଟ୍‌ର ଅଧିନାୟକ ହେଲେ ମେଣ୍ଡିସ୍

କଲମ୍ବୋ,୮।୧୦: ଶେଷରେ ସେହିଆ ହିଁ ହେଲା, ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଶ୍ରୀଲଙ୍କା ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଧନଞ୍ଜୟ ଡି’ସିଲ୍ଭା। ନିକଟରେ…

ମୃତ୍ୟୁର ୪ ଦିନ ପୂର୍ବରୁ ଗୋଆରେ ନାଚୁଥିଲେ ନାନା ପାଟେକର, କହିଥିଲେ ଏଭଳି କଥା

ମୁମ୍ବାଇ,୮ା୧୦: ବଲିଉଡ୍‌ର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ପରେ ତାଙ୍କର ଶେଷ ପବ୍ଲିକ୍ ଅପିୟରାନ୍ସର ଭିଡିଓ ଏବେ ଚର୍ଚ୍ଚାରେ ରହିଛି । ମୃତ୍ୟୁର ମାତ୍ର ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?