ସ୍ବର୍ଗଦ୍ୱାର ଛାତରୁ ଗଳୁଛି ପାଣି

ପୁରୀ ଅଫିସ,୨୭। ୭: ଗତ ଅକ୍ଷୟତୃତୀୟାଠାରୁ ନୂଆ ସ୍ବର୍ଗଦ୍ୱାରରେ ମୃତଦେହ ଦାହ ଆରମ୍ଭ ହୋଇଛି। ଏହାର କିଛି ମାସ ପରେ ଏବେ ମୃତଦେହ ଦାହ ପିଣ୍ଡି ଉପର ଛାତରୁ ପାଣି ଗଳିଲାଣି। ସ୍ଥିତି ଏଭଳି ଯେ, କିଛି ପିଣ୍ଡିରେ ମୃତଦେହ ଦାହ କରିବା ସମ୍ଭବ ହେଉନାହିଁ। ଶ୍ରାବଣ ଆରମ୍ଭରୁ ଅସରାଏ ବର୍ଷାରେ ଏଭଳି ସ୍ଥିତି ଦେଖି ଜିଲା ପ୍ରଶାସନ, ସ୍ବର୍ଗଦ୍ୱାର ସେବା ସମିତି ଏବଂ ଓଡ଼ିଶା ବ୍ରିଜ୍‌ କନଷ୍ଟ୍ରକଶନ୍‌ କର୍ପୋରେଶନ୍‌ (ଓବିସିସି)ର ଚିନ୍ତା ବଢିଲାଣି। ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ସ୍ବର୍ଗଦ୍ୱାର କାମକୁ ନେଇ ଜିଲା ପ୍ରଶାସନ ପ୍ରଶଂସା ନେବାର ସୁଯୋଗ ହାତ ଛଡ଼ା କରି ନ ଥିଲା। ତେବେ ଏବେ ମୃତଦେହ ଦାହ ପିଣ୍ଡି ପାଖରୁ ପାଣି ଗଳୁଥିବା ଦେଖି ସାଧାରଣ ଲୋକେ କାମର ମାନକୁ ନେଇ ପ୍ରଶ୍ନ ଉଠାଇଲେଣି। କାମ ନିମ୍ନମାନର ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। କିଛି ମାସ ତଳେ କାଳବୈଶାଖୀ ବର୍ଷାରେ ସ୍ବର୍ଗଦ୍ୱାର ଛାତରୁ ପ୍ରଥମେ ପାଣି ଗଳିବା ଆରମ୍ଭ ହୋଇଥିଲା। ଏନେଇ ସ୍ବର୍ଗଦ୍ୱାର କର୍ମଚାରୀମାନେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଜିଲାପାଳ ସମ୍ପୃକ୍ତ ସ୍ଥାନ ଯାଞ୍ଚ କରି ଓବିସିସିକୁ କାର୍ଯ୍ୟଭାର ଦେଇଛନ୍ତି। ତେବେ ପାଣି ଗଳିବା ସମ୍ପର୍କରେ ଜଣେ ଅଧିକାରୀ କହିଛନ୍ତି, ବ୍ରିଜ୍‌ ନିର୍ମାଣ କରୁଥିବା ସଂସ୍ଥାକୁ ଘର ନିର୍ମାଣ କରିବାକୁ ଦିଆଗଲା। ସେମାନେ ବଡ଼ ବଡ଼ କ୍ରେନ୍‌ରେ ପିଲାର ଉପରେ କଂକ୍ରିଟ୍‌ ଛାତ ଲଦି ରଖିଲେ। ମାତ୍ର ଦୁଇ କଂକ୍ରିଟ୍‌ ଛାତ ମଧ୍ୟରେ ଥିବା ଫାଙ୍କକୁ ବନ୍ଦ କରିବାକୁ ଗ୍ରୀଡିଂ କଲେନାହିଁ। ଫଳରେ ଏହି ସମସ୍ୟା ଦେଖାଦେଇଛି। ସାଧାରଣତଃ ଏହି ଫାଙ୍କକୁ ଦୂରରୁ ବାରିବା ସମ୍ଭବ ନୁହେଁ। ବର୍ଷାଦିନେ ପାଣି ଗଳିବା ପାଇଁ ଫାଙ୍କ ବହୁତ୍‌ ବଡ଼। ତେବେ ଓବିସିସି ଭଳି ସୁଦକ୍ଷ ସଂସ୍ଥା ଗ୍ରୀଡିଂ କାର୍ଯ୍ୟ କରି ନ ଥିଲା କାହିଁକି ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି। ସୂଚନା ଅଧିକାରୀ କର୍ମୀ ବିଶ୍ୱଜିତ ମହାନ୍ତି କହିଛନ୍ତି, ବର୍ଷା ଦିନ ଆରମ୍ଭ ନ ହେଉଣି ଏଭଳି ଅବସ୍ଥା ହେଲା। ତୁରନ୍ତ ମରାମତି କାମ ନ ସରିଲେ ମୃତଦେହ ଦାହରେ ଅନେକ ସମସ୍ୟା ଉପୁଜିବ। ସେହିପରି ପୂର୍ବତନ ଜିଲାପାଳ ବଲୱନ୍ତ ସିଂଙ୍କ ସମୟରେ ପ୍ରସ୍ତୁତ ହୋଇଥିବା ନକ୍ସାରେ ସାମାନ୍ୟ ପରିବର୍ତ୍ତନ କରାଯାଇ ନୂଆ ସ୍ବର୍ଗଦ୍ୱାର ନିର୍ମାଣ ହୋଇଛି। ନକ୍ସାରେ କ’ଣ ପରିବର୍ତ୍ତନ ହୋଇଛି ଓ କାମ ପଛର କାରଣ କ’ଣ ସେନେଇ ଜିଲା ପ୍ରଶାସନ ସ୍ପଷ୍ଟୀକରଣ ରଖିବା ଆବଶ୍ୟକ। ଅନ୍ୟପକ୍ଷରେ ଏନେଇ ଓବିସିସି ନିର୍ଦ୍ଦେଶକ ପ୍ରଭାତ ପାଣିଗ୍ରାହୀ କହିଛନ୍ତି, ଗ୍ରୀଡିଂ କାର୍ଯ୍ୟ ହୋଇପାରି ନ ଥିଲା। ସମସ୍ୟା ଦେଖିବା ପରେ କାମ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର କାମ ସରିବ। ସେହିପରି ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ବର୍ଷାରେ ପାଣି ଗଳିବା ନେଇ ଅଭିଯୋଗ ଆସିବା ପରେ ଓବିସିସିକୁ ଏସମ୍ପର୍କିତ ସୂଚନା ଦିଆଯାଇଛି। ମରାମତି କାମ ଯଥାଶୀଘ୍ର ସାରିବାକୁ ପ୍ରୟାସ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରପୃଷ୍ଠରେ ବିଶାଳକାୟ ନୂତନ ଗର୍ତ୍ତ ଚିହ୍ନଟ, କୋଲୋସିୟମଠାରୁ ବି ବଡ଼

କେପ କାନାଭେରାଲ (ଫ୍ଲୋରିଡା),୧୮।୯: ଚନ୍ଦ୍ରପୃଷ୍ଠରେ ବିଶାଳକାୟ ନୂତନ ଗର୍ତ୍ତ ସୃଷ୍ଟି ହୋଇଥିବା ନାସାର ‘ଲୁନାର ରେକୋନିସାନ୍ସ ଅର୍ବିଟର’ (ଏଲ୍‌ଆର୍‌ଓ) ମହାକାଶଯାନ ଦ୍ୱାରା ଚିହ୍ନଟ ହୋଇଛି। ରୋମ୍‌ର ପ୍ରସିଦ୍ଧ…

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମା’ନାରାୟଣୀ ଠାକୁରାଣୀ ମନ୍ଦିର ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଗୁରୁବାର…

ରାଣୀ ସାହି ଦୁର୍ଗାପୂଜା କମିଟି ଗଠିତ, ଆଶ୍ୱିନ ମହାସପ୍ତମୀରୁ ହେବ ମହୋତ୍ସବ

ଦିଗପହଣ୍ଡି,୧୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ. ୱାର୍ଡ ରାଣୀ ସାହି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି…

‘ମୁକ୍ତା’ଯୋଜନାରେ ହୋଇଥିବା କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ହେବ: ବିଧାୟକ

ଗୁଡାରି,୧୭।୯(ପ୍ରମୋଦ କୁମାର ପତି): ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଗୁଡାରି ଏନ୍‌ଏସି କାର୍ଯ୍ୟାଳୟରେ ଗୁରୁବାର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ନଥିପତ୍ର ଯାଞ୍ଚ ପରେ ଭେଣ୍ଡି ଜୋନ…

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜଳିଲା କୋଟିଏରୁ ଅଧିକ ‘ଆଶୀର୍ବାଦ ଦୀପ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁରୁବାର ରାଜ୍ୟ ସରକାରଙ୍କ…

‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ମିଳିଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି…

ଜମିକୁ ଯାଇ ଗଛରେ ଝୁଲି ପଡ଼ିଲେ ଚାଷୀ

ଭେଡେନ,୧୭।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ରେଶମ ପ୍ରଧାନପାଲି ଗ୍ରାମରୁ ଗୁରୁବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?