ସ୍ବର୍ଗଦ୍ୱାର ଛାତରୁ ଗଳୁଛି ପାଣି

ପୁରୀ ଅଫିସ,୨୭। ୭: ଗତ ଅକ୍ଷୟତୃତୀୟାଠାରୁ ନୂଆ ସ୍ବର୍ଗଦ୍ୱାରରେ ମୃତଦେହ ଦାହ ଆରମ୍ଭ ହୋଇଛି। ଏହାର କିଛି ମାସ ପରେ ଏବେ ମୃତଦେହ ଦାହ ପିଣ୍ଡି ଉପର ଛାତରୁ ପାଣି ଗଳିଲାଣି। ସ୍ଥିତି ଏଭଳି ଯେ, କିଛି ପିଣ୍ଡିରେ ମୃତଦେହ ଦାହ କରିବା ସମ୍ଭବ ହେଉନାହିଁ। ଶ୍ରାବଣ ଆରମ୍ଭରୁ ଅସରାଏ ବର୍ଷାରେ ଏଭଳି ସ୍ଥିତି ଦେଖି ଜିଲା ପ୍ରଶାସନ, ସ୍ବର୍ଗଦ୍ୱାର ସେବା ସମିତି ଏବଂ ଓଡ଼ିଶା ବ୍ରିଜ୍‌ କନଷ୍ଟ୍ରକଶନ୍‌ କର୍ପୋରେଶନ୍‌ (ଓବିସିସି)ର ଚିନ୍ତା ବଢିଲାଣି। ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ସ୍ବର୍ଗଦ୍ୱାର କାମକୁ ନେଇ ଜିଲା ପ୍ରଶାସନ ପ୍ରଶଂସା ନେବାର ସୁଯୋଗ ହାତ ଛଡ଼ା କରି ନ ଥିଲା। ତେବେ ଏବେ ମୃତଦେହ ଦାହ ପିଣ୍ଡି ପାଖରୁ ପାଣି ଗଳୁଥିବା ଦେଖି ସାଧାରଣ ଲୋକେ କାମର ମାନକୁ ନେଇ ପ୍ରଶ୍ନ ଉଠାଇଲେଣି। କାମ ନିମ୍ନମାନର ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। କିଛି ମାସ ତଳେ କାଳବୈଶାଖୀ ବର୍ଷାରେ ସ୍ବର୍ଗଦ୍ୱାର ଛାତରୁ ପ୍ରଥମେ ପାଣି ଗଳିବା ଆରମ୍ଭ ହୋଇଥିଲା। ଏନେଇ ସ୍ବର୍ଗଦ୍ୱାର କର୍ମଚାରୀମାନେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଜିଲାପାଳ ସମ୍ପୃକ୍ତ ସ୍ଥାନ ଯାଞ୍ଚ କରି ଓବିସିସିକୁ କାର୍ଯ୍ୟଭାର ଦେଇଛନ୍ତି। ତେବେ ପାଣି ଗଳିବା ସମ୍ପର୍କରେ ଜଣେ ଅଧିକାରୀ କହିଛନ୍ତି, ବ୍ରିଜ୍‌ ନିର୍ମାଣ କରୁଥିବା ସଂସ୍ଥାକୁ ଘର ନିର୍ମାଣ କରିବାକୁ ଦିଆଗଲା। ସେମାନେ ବଡ଼ ବଡ଼ କ୍ରେନ୍‌ରେ ପିଲାର ଉପରେ କଂକ୍ରିଟ୍‌ ଛାତ ଲଦି ରଖିଲେ। ମାତ୍ର ଦୁଇ କଂକ୍ରିଟ୍‌ ଛାତ ମଧ୍ୟରେ ଥିବା ଫାଙ୍କକୁ ବନ୍ଦ କରିବାକୁ ଗ୍ରୀଡିଂ କଲେନାହିଁ। ଫଳରେ ଏହି ସମସ୍ୟା ଦେଖାଦେଇଛି। ସାଧାରଣତଃ ଏହି ଫାଙ୍କକୁ ଦୂରରୁ ବାରିବା ସମ୍ଭବ ନୁହେଁ। ବର୍ଷାଦିନେ ପାଣି ଗଳିବା ପାଇଁ ଫାଙ୍କ ବହୁତ୍‌ ବଡ଼। ତେବେ ଓବିସିସି ଭଳି ସୁଦକ୍ଷ ସଂସ୍ଥା ଗ୍ରୀଡିଂ କାର୍ଯ୍ୟ କରି ନ ଥିଲା କାହିଁକି ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି। ସୂଚନା ଅଧିକାରୀ କର୍ମୀ ବିଶ୍ୱଜିତ ମହାନ୍ତି କହିଛନ୍ତି, ବର୍ଷା ଦିନ ଆରମ୍ଭ ନ ହେଉଣି ଏଭଳି ଅବସ୍ଥା ହେଲା। ତୁରନ୍ତ ମରାମତି କାମ ନ ସରିଲେ ମୃତଦେହ ଦାହରେ ଅନେକ ସମସ୍ୟା ଉପୁଜିବ। ସେହିପରି ପୂର୍ବତନ ଜିଲାପାଳ ବଲୱନ୍ତ ସିଂଙ୍କ ସମୟରେ ପ୍ରସ୍ତୁତ ହୋଇଥିବା ନକ୍ସାରେ ସାମାନ୍ୟ ପରିବର୍ତ୍ତନ କରାଯାଇ ନୂଆ ସ୍ବର୍ଗଦ୍ୱାର ନିର୍ମାଣ ହୋଇଛି। ନକ୍ସାରେ କ’ଣ ପରିବର୍ତ୍ତନ ହୋଇଛି ଓ କାମ ପଛର କାରଣ କ’ଣ ସେନେଇ ଜିଲା ପ୍ରଶାସନ ସ୍ପଷ୍ଟୀକରଣ ରଖିବା ଆବଶ୍ୟକ। ଅନ୍ୟପକ୍ଷରେ ଏନେଇ ଓବିସିସି ନିର୍ଦ୍ଦେଶକ ପ୍ରଭାତ ପାଣିଗ୍ରାହୀ କହିଛନ୍ତି, ଗ୍ରୀଡିଂ କାର୍ଯ୍ୟ ହୋଇପାରି ନ ଥିଲା। ସମସ୍ୟା ଦେଖିବା ପରେ କାମ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର କାମ ସରିବ। ସେହିପରି ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ବର୍ଷାରେ ପାଣି ଗଳିବା ନେଇ ଅଭିଯୋଗ ଆସିବା ପରେ ଓବିସିସିକୁ ଏସମ୍ପର୍କିତ ସୂଚନା ଦିଆଯାଇଛି। ମରାମତି କାମ ଯଥାଶୀଘ୍ର ସାରିବାକୁ ପ୍ରୟାସ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ଗୋଷ୍ଠୀ କନ୍ଦଳରୁ ଫାଇଦା ଉଠାଇବାକୁ ପ୍ରୟାସ

ଖୋର୍ଦ୍ଧା/ବାଲିପାଟଣା,୨୫ା୪(ପ୍ରଭାତ ପାଣିଗ୍ରାହୀ/ଅଭିମନ୍ୟୁ ନାୟକ)ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ଜୟଦେବ ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି (ଏସ୍‌ସି) ପାଇଁ ସଂରକ୍ଷିତ ରହିଛି। ଗତ ୩ଟି ନିର୍ବାଚନରେ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri