Posted inଜାତୀୟ

ରାସ୍ତାରୁ ଶୁଖୁନି ପାଣି, ଲୋକେ ହନ୍ତସନ୍ତ

ନୂଆଦିଲ୍ଲୀ,୧୭।୭: ଯମୁନା ନଦୀରୁ ବନ୍ୟା ଜଳ କମୁଥିବାବେଳେ ଏବେ ବି ଏହାର ଜଳସ୍ତର ବିପଦ ସଙ୍କେତ ତଳକୁ ଖସିନାହିଁ। ସହରର ତଳିଆ ଅଞ୍ଚଳରୁ ଧୀରେ ଧୀରେ ଜଳ ଶୁଖୁଥିବାବେଳେ କିନ୍ତୁ ରାସ୍ତା ଏବେବି ଜଳମଗ୍ନ। ରବିବାର ଯମୁନା ଜଳସ୍ତର ୨୦୫.୯୧ ମିଟରକୁ ଖସିଛି। କିନ୍ତୁ ମଝିରେ ମଝିରେ ହେଉଥିବା ବର୍ଷା ଦିଲ୍ଲୀବାସୀଙ୍କ ବିପଦକୁ ଅଧିକ ବଢ଼ାଇ ଦେଇଛି। ସହରରେ ବନ୍ୟାସ୍ଥିତି ଲାଗି ରହିଥିବା ନେଇ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପୁରୁଣା ଦିଲ୍ଲୀ ଯମୁନା ବଜାର ଶୁଖିଲା ରହିଥିବାରୁ ଗତ ଗୁରୁବାର ସେଠାରେ ଅସ୍ଥାୟୀ ଶିବିର ନିର୍ମାଣ କରିଥିଲେ। କିନ୍ତୁ ବର୍ତ୍ତମାନ ଶିବିରରେ ପାଣିପଶିବା ଦ୍ୱାରା ସେଠାରେ ଆଶ୍ରୟ ନେଇଥିବା ଲୋକେ ହଇରାଣ ହୋଇଛନ୍ତି। ସହରର ବିଭିନ୍ନ ସ୍ଥାନରେ ମୋଟ ୨୭୦୦ ଟେଣ୍ଟ ବାନ୍ଧି ଅସ୍ଥାୟୀ ଶିବିର ତିଆରି କରାଯାଇଥିବାବେଳେ ସେଥିରେ ପାଖାପାଖି ୨୭,୦୦୦ ଲୋକ ନାମ ପଞ୍ଜୀକରଣ କରି ଆଶ୍ରୟ ନେଇଛନ୍ତି। ଅନେକ ରିଲିଫ୍‌ କ୍ୟାମ୍ପ ମଧ୍ୟ ଜଳମଗ୍ନ ହୋଇଯାଇଛି। ଦିଲ୍ଲୀ ବନ୍ୟାସ୍ଥିତି ସମ୍ପର୍କରେ ଉପରାଜ୍ୟପାଳ ଭି.କେ. ସକ୍ସେନାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିଛନ୍ତି।
ଦିଲ୍ଲୀ ବନ୍ୟାସ୍ଥିତିକୁ ନେଇ ଏଏପି ଓ ଭାଜପା ମୁହଁାମୁହିଁ ସ୍ଥିତିରେ ଅଛନ୍ତି। ବନ୍ୟ ସମ୍ପର୍କିତ ତଥ୍ୟ ପ୍ରଦାନରେ ପିଡବ୍ଲ୍ୟୁଡି ମନ୍ତ୍ରୀ ମିଛ କହୁଛନ୍ତି। ଗତ ୨ ବର୍ଷ ମଧ୍ୟରେ ବନ୍ୟାସ୍ଥିତି ମୁକାବିଲା ପାଇଁ ବିଭାଗ ତରଫରୁ କୌଣସି ବୈଠକ ହୋଇ ନ ଥିବା କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖି ଅଭିଯୋଗ ଆଣିଛନ୍ତି। ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନିଜ ଦାୟିତ୍ୱରୁ ପଳାୟନ କରୁଥିବା କେନ୍ଦ୍ର ସୂଚନା, ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। ବନ୍ୟାକୁ ନେଇ ଦିଲ୍ଲୀବାସୀଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଉଥିବା ଶନିବାର ଏଏପି କହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?