Posted inଜାତୀୟ

ମସ୍‌ଜିଦ ପ୍ରବେଶ ବନ୍ଦ କଲେ ଜିଲାପାଳ

ଔରଙ୍ଗାବାଦ, ୧୭ା୭ : ମହାରାଷ୍ଟ୍ରର ଜଲଗାଁଓ ଜିଲାରେ ଥିବା ଏକ ମସ୍‌ଜିଦ ପରିସରକୁ ପ୍ରବେଶ ଉପରେ ଜିଲାପାଳ ନିଷେଧାଦେଶ ଲଗାଇବା ପରେ ଏହାକୁ ବିରୋଧ କରି ପରିଚାଳନା ଟ୍ରଷ୍ଟ ବମ୍ବେ ହାଇକୋର୍ଟଙ୍କ ଔରଙ୍ଗାବାଦ ବେଞ୍ଚ୍‌ଙ୍କ ଦ୍ୱାରସ୍ଥ ହୋଇଛି। ମସ୍‌ଜିଦ ଢାଞ୍ଚାରେ ମନ୍ଦିର ଆକୃତି ରହିଥିବା ଅଭିଯୋଗ ପରେ ଜିଲାପାଳ ସେଠାରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ପିଟିଶନର ଶୁଣାଣି ଆସନ୍ତା ୧୮ରେ ହେବ ବୋଲି ଟ୍ରଷ୍ଟର ଓକିଲ ଏସ୍‌.ଏସ୍‌. କାଜି କହିଛନ୍ତି। ଜୁମ୍ମା ମସଜିଦ ଟ୍ରଷ୍ଟ କମିଟି ପକ୍ଷରୁ ଏହାର ଅଧ୍ୟକ୍ଷ ଅଲତାଫ ଖାନ୍‌ ଦାଏର କରିଥିବା ପିଟିଶନରେ ଜିଲାପାଳ ଲଗାଇଥିବା ନିଷେଧାଦେଶ ମନମାନି ଏବଂ ବେଆଇନ ବୋଲି ଦର୍ଶାଇଛନ୍ତି। ମସ୍‌ଜିଦ ଚାବି ଏରାଣ୍ଡୋଲ ମ୍ୟୁନିସିପାଲ କାଉନସିଲ୍‌ର ମୁଖ୍ୟ ଅଧିକାରୀଙ୍କୁ ହସ୍ତକ୍ଷେପ କରିବା ଲାଗି ଜିଲାପାଳ ଟ୍ରଷ୍ଟକୁ ନିର୍ଦ୍ଦେଶ ଦେଇଥିଲେ। ପିଟିଶନରେ କୁହାଯାଇଛି, ବହୁ ଦଶନ୍ଧି ହେଲା ଉକ୍ତ ମସ୍‌ଜିଦ ରହିଥିବାବେଳେ ମହାରାଷ୍ଟ୍ର ସରକାର ଏହାର ଢାଞ୍ଚାକୁ ପୁରାତନ ତଥା ଐତିହାସିକ କୀର୍ତ୍ତିରାଜି ଘୋଷଣ କରିଛନ୍ତି। ସୁରକ୍ଷିତ କୀର୍ତ୍ତିରାଜି ତାଲିକାରେ ଏହାକୁ ସାମିଲ କରାଯାଇଛି। ଟ୍ରଷ୍ଟ ମସ୍‌ଜିଦର ସମ୍ପୂର୍ଣ୍ଣ ଯତ୍ନ ନେଇଆସୁଛି, ଯାହା ଉପରେ ପ୍ରତ୍ନତତ୍ତ୍ୱ ବିଭାଗ କିମ୍ବା ରାଜ୍ୟ ସରକାରଙ୍କର କୌଣସି ଆପତ୍ତି ଅଭିଯୋଗ ନାହିଁ। ତେବେ ଗତ ମେ’ରେ ପାଣ୍ଡଭଓ୍ବାଡ଼ା ସଂଘର୍ଷ ସମିତି ଜଲଗାଁଓର ଏରାଣ୍ଡୋଲ ତାଲୁକରେ ଅସ୍ଥିରତା ସୃଷ୍ଟି ଲାଗି ଜିଲାପାଳଙ୍କୁ ଏକ ଆବେଦନ ପତ୍ର ଦେଇଥିଲେ। ଉକ୍ତ ପୁରାତନ କୀର୍ତ୍ତିରାଜିରେ ମନ୍ଦିର ଆକୃତି ରହିଥିବା ସେମାନେ ଦାବି କରି ସେଠାରୁ ମୁସଲମାନ ସମ୍ପ୍ରଦାୟଙ୍କୁ ବାହାର କରାଯିବାକୁ ନିବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri