ଝାଡ଼ାବାନ୍ତିକୁ ଆମନ୍ତ୍ରଣ କରୁଛି ୱାଟ୍‌କୋ

ଯାଜପୁର ରୋଡ,୧୨ା୮(ଡି.ଏନ.ଏ.): ଯାଜପୁର ଜିଲାର ବ୍ୟାସନଗର ପୌରାଞ୍ଚଳବାସୀଙ୍କୁ ନିୟମିତ ଭାବେ ଗୋଳିଆ ପାଣି ଯୋଗାଣ କରି ୱାଟକୋ ଝାଡ଼ାବାନ୍ତିକୁ ଆମନ୍ତ୍ରଣ କରୁଛି ବୋଲି ଚର୍ଚ୍ଚା ହେଉଛି। ନିକଟରେ ରାଜ୍ୟର ରାୟଗଡା, କୋରାପୁଟ, ନବରଙ୍ଗପୁର, ସୋନପୁର, ନୂଆପଡା, ଗଜପତି ଓ ଝାରସୁଗୁଡା ଜିଲାରେ ଝାଡ଼ାବାନ୍ତି ସଂକ୍ରମଣ ହୋଇଥିବାରୁ ଶତାଧିକ ଲୋକ ଆକ୍ରାନ୍ତ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ରାଜ୍ୟ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ(ଆର୍‌ଡବ୍ଲୁଏସଏସ) ବିଭାଗ ପକ୍ଷରୁ ସଂପୃକ୍ତ ଅଧୀକ୍ଷଣ ଓ ନିର୍ବାହୀ ଯନ୍ତ୍ରୀମାନଙ୍କୁ ପ୍ରତି ସପ୍ତାହରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ବ୍ୟାସନଗର ସହରବାସୀଙ୍କୁ ଗୋଳିଆ ପାଣି ଯୋଗାଣ କରି ୱାଟକୋ କେବଳ ଅପରାଧିକ କାର୍ଯ୍ୟ କରୁନାହିଁ ବରଂ ଲୋକଙ୍କ ଜୀବନ ସହ ଖେଳ ଖେଳୁଛି ବୋଲି ଅଭିଯୋଗ ହେଉଛି। ଅପରପକ୍ଷେ ବିଭାଗୀୟ କର୍ତ୍ତୃପକ୍ଷ ବିଭିନ୍ନ ଆଳଦେଖାଇ ଏହାକୁ ଅତି ହାଲୁକା ଭାବେ ନେବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ମରାମତିଠାରୁ ଆରମ୍ଭ କରି ବିଭିନ୍ନ ଆଳରେ ବର୍ଷକୁ ୱାଟକୋ ଲକ୍ଷାଧିକ ଟଙ୍କା ବ୍ୟୟ କରୁଥିବାବେଳେ ଗୋଳିଆ ପାଣି ଯୋଗାଣ ନେଇ ସହରବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
ବ୍ୟାସନଗର ପୌରାଞ୍ଚଳରେ ୨୦୧୧ରୁ ଅର୍ବାନ ଇନଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ ଫର ସ୍ମଲ ଆଣ୍ଡ ମିଡିୟମ ଟାଉନ(ୟୁଆଇଡିଏସ୍‌ଏମ୍‌ଟି) ଯୋଜନାରେ ୧୪.୫୧କୋଟି ଟଙ୍କା ବ୍ୟୟ ଅଟକଳରେ ଖରସ୍ରୋତା-ମୁଣ୍ଡମାଳା ଟ୍ରିଟମେଣ୍ଟ ପ୍ଲାନ ଆରମ୍ଭ ହୋଇଥିଲା। ତେବେ ଜଙ୍ଗଲ ଜମି ବିବାଦରେ ଛନ୍ଦି ହୋଇଥିବାରୁ ପ୍ରକଳ୍ପର କାର୍ଯ୍ୟକାରିତାରେ ବିଳମ୍ବ ହୋଇଥିଲା। ଏହି ପ୍ରକଳ୍ପ ୨୦୧୮ରେ ପୂର୍ଣ୍ଣତା ଲାଭ କରି ସହରବାସୀଙ୍କୁ ଖରସ୍ରୋତା ନଦୀରୁ ପାଣି ଉଠାଇ ଟ୍ରିଟମେଣ୍ଟ କରି ଜଳଯୋଗାଣ କରାଯାଉଛି। ସେହି ସମୟରେ ପ୍ରାୟ ୪୦ ବର୍ଷର ପୁରୁଣା ପାଇପ ବଦଳାଇ ନୂଆ ପାଇପ ବିଛା ହୋଇଛି। ଏଥିପାଇଁ ୨ କୋଟି ୩୫ ଲକ୍ଷ ୨୦ ହଜାର ୫୬୫ ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ଏହି ପାଇପ ବିଛା କାର୍ଯ୍ୟରେ ସିଂହଭାଗ ଅନୁଦାନ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ମିଶି ହରିଲୁଟ କରିଥିବାରୁ ସେହି ପାଇପଗୁଡିକ ଏବେ ସ୍ଥାନେ ସ୍ଥାନେ ଫାଟି ଯାଉଥିବା ଦେଖିବାକୁ ମିଳିଛି ବୋଲି ଅଭିଯୋଗ ହୋଇଛି। ଫଳରେ ସେହି ପାଇପରେ ଗୋଳିଆ ପାଣି ପଶି ଲୋକଙ୍କ ପାଖକୁ ଯାଉଛି। ସେହି ପାଣି ପିଇ ଲୋକେ ସଂକ୍ରମଣର ଶିକାର ହେବାର ଅଧିକ ସମ୍ଭାବନା ଦେଖା ଦେଉଛି ବୋଲି ମତପ୍ରକାଶ ପାଇଛି। ଏହାବାଦ ଅନେକ ସ୍ଥାନରେ ଷ୍ଟାଣ୍ଡପୋଷ୍ଟଗୁଡ଼ିକ ମାସ ମାସ ଧରି ଅଚଳ ରହିବା ସହିତ ବିଭିନ୍ନ ପଡ଼ାକୁ ନିୟମିତ ଜଳ ଯୋଗାଣ ହେଉନାହିଁ। ଏହାଛଡ଼ା ଅନେକ ସ୍ଥାନରେ ଷ୍ଟାଣ୍ଡପୋଷ୍ଟ ନଷ୍ଟ ହୋଇପଡିଛି। ଦିନରାତି ସେଥିରୁ ପାଣି ଝରି ଅପଚୟ ହେବା ସହିତ ପରିବେଶ ପ୍ରଦୂଷଣ ହେଉଥିଲେ ମଧ୍ୟ ଏହା ଉପରେ ବିଭାଗର ଦୃଷ୍ଟି ରହୁନାହିଁ। ସେହିପରି ଆଦୌ ପାଇପ ଲାଇନ ସଂଯୋଗ ହୋଇ ନ ଥିବା ପଡ଼ାମାନଙ୍କୁ ଦୀର୍ଘବର୍ଷ ହେବ ଅବହେଳା ପ୍ରଦର୍ଶନ କରାଯାଉଛି। ସହରାଞ୍ଚଳର ବିକାଶ ପାଇଁ ସରକାର ପର୍ଯ୍ୟାପ୍ତ ପରିମାଣରେ ଅର୍ଥ ଯୋଗାଉ ଥିବାବେଳେ ୱାଟକୋ ବିଭାଗୀୟ ଯନ୍ତ୍ରୀ ତଥା ଅଧିକାରୀମାନେ ଏଥିନେଇ ତତ୍ପରତା ପ୍ରକାଶ କରୁ ନ ଥିବାରୁ ଏହାର ସୁଫଳ ସହରବାସୀ ପାଇବାରୁ ବଞ୍ଚିତ ହେଉଛନ୍ତି। ଅନ୍ୟପକ୍ଷେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଏମବିଏଡିସି ପାଣ୍ଠିରେ ବ୍ୟାସନଗରରେ ଦ୍ୱିତୀୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲିିଛି। ଏହି କାର୍ଯ୍ୟ ସମ୍ପାଦନ ପାଇଁ ଗୁଜୁରାଟର ଠିକାସଂସ୍ଥା ସର୍ଜନ ଇନଫ୍ରାଟେଟ ପ୍ରାଇଭେଟ ଲିଃ ଦାୟିତ୍ୱ ଦିଆଯାଇଛି। ଗୋଳିଆ ପାଣି ଯୋଗାଣ ସଂକ୍ରାନ୍ତରେ ୱାଟକୋର ଜେନେରାଲ ମ୍ୟାନେଜର ଦେବବ୍ରତ ମହାନ୍ତିଙ୍କୁ ପଚାରିଲେ ନିକଟସ୍ଥ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ ସମସ୍ୟାର ତୁରନ୍ତ ସମାଧାନ ହୋଇ ପାରିବ ବୋଲି କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?