ଝାଡ଼ାବାନ୍ତିକୁ ଆମନ୍ତ୍ରଣ କରୁଛି ୱାଟ୍‌କୋ

ଯାଜପୁର ରୋଡ,୧୨ା୮(ଡି.ଏନ.ଏ.): ଯାଜପୁର ଜିଲାର ବ୍ୟାସନଗର ପୌରାଞ୍ଚଳବାସୀଙ୍କୁ ନିୟମିତ ଭାବେ ଗୋଳିଆ ପାଣି ଯୋଗାଣ କରି ୱାଟକୋ ଝାଡ଼ାବାନ୍ତିକୁ ଆମନ୍ତ୍ରଣ କରୁଛି ବୋଲି ଚର୍ଚ୍ଚା ହେଉଛି। ନିକଟରେ ରାଜ୍ୟର ରାୟଗଡା, କୋରାପୁଟ, ନବରଙ୍ଗପୁର, ସୋନପୁର, ନୂଆପଡା, ଗଜପତି ଓ ଝାରସୁଗୁଡା ଜିଲାରେ ଝାଡ଼ାବାନ୍ତି ସଂକ୍ରମଣ ହୋଇଥିବାରୁ ଶତାଧିକ ଲୋକ ଆକ୍ରାନ୍ତ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ରାଜ୍ୟ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ(ଆର୍‌ଡବ୍ଲୁଏସଏସ) ବିଭାଗ ପକ୍ଷରୁ ସଂପୃକ୍ତ ଅଧୀକ୍ଷଣ ଓ ନିର୍ବାହୀ ଯନ୍ତ୍ରୀମାନଙ୍କୁ ପ୍ରତି ସପ୍ତାହରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ବ୍ୟାସନଗର ସହରବାସୀଙ୍କୁ ଗୋଳିଆ ପାଣି ଯୋଗାଣ କରି ୱାଟକୋ କେବଳ ଅପରାଧିକ କାର୍ଯ୍ୟ କରୁନାହିଁ ବରଂ ଲୋକଙ୍କ ଜୀବନ ସହ ଖେଳ ଖେଳୁଛି ବୋଲି ଅଭିଯୋଗ ହେଉଛି। ଅପରପକ୍ଷେ ବିଭାଗୀୟ କର୍ତ୍ତୃପକ୍ଷ ବିଭିନ୍ନ ଆଳଦେଖାଇ ଏହାକୁ ଅତି ହାଲୁକା ଭାବେ ନେବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ମରାମତିଠାରୁ ଆରମ୍ଭ କରି ବିଭିନ୍ନ ଆଳରେ ବର୍ଷକୁ ୱାଟକୋ ଲକ୍ଷାଧିକ ଟଙ୍କା ବ୍ୟୟ କରୁଥିବାବେଳେ ଗୋଳିଆ ପାଣି ଯୋଗାଣ ନେଇ ସହରବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
ବ୍ୟାସନଗର ପୌରାଞ୍ଚଳରେ ୨୦୧୧ରୁ ଅର୍ବାନ ଇନଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ ଫର ସ୍ମଲ ଆଣ୍ଡ ମିଡିୟମ ଟାଉନ(ୟୁଆଇଡିଏସ୍‌ଏମ୍‌ଟି) ଯୋଜନାରେ ୧୪.୫୧କୋଟି ଟଙ୍କା ବ୍ୟୟ ଅଟକଳରେ ଖରସ୍ରୋତା-ମୁଣ୍ଡମାଳା ଟ୍ରିଟମେଣ୍ଟ ପ୍ଲାନ ଆରମ୍ଭ ହୋଇଥିଲା। ତେବେ ଜଙ୍ଗଲ ଜମି ବିବାଦରେ ଛନ୍ଦି ହୋଇଥିବାରୁ ପ୍ରକଳ୍ପର କାର୍ଯ୍ୟକାରିତାରେ ବିଳମ୍ବ ହୋଇଥିଲା। ଏହି ପ୍ରକଳ୍ପ ୨୦୧୮ରେ ପୂର୍ଣ୍ଣତା ଲାଭ କରି ସହରବାସୀଙ୍କୁ ଖରସ୍ରୋତା ନଦୀରୁ ପାଣି ଉଠାଇ ଟ୍ରିଟମେଣ୍ଟ କରି ଜଳଯୋଗାଣ କରାଯାଉଛି। ସେହି ସମୟରେ ପ୍ରାୟ ୪୦ ବର୍ଷର ପୁରୁଣା ପାଇପ ବଦଳାଇ ନୂଆ ପାଇପ ବିଛା ହୋଇଛି। ଏଥିପାଇଁ ୨ କୋଟି ୩୫ ଲକ୍ଷ ୨୦ ହଜାର ୫୬୫ ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ଏହି ପାଇପ ବିଛା କାର୍ଯ୍ୟରେ ସିଂହଭାଗ ଅନୁଦାନ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ମିଶି ହରିଲୁଟ କରିଥିବାରୁ ସେହି ପାଇପଗୁଡିକ ଏବେ ସ୍ଥାନେ ସ୍ଥାନେ ଫାଟି ଯାଉଥିବା ଦେଖିବାକୁ ମିଳିଛି ବୋଲି ଅଭିଯୋଗ ହୋଇଛି। ଫଳରେ ସେହି ପାଇପରେ ଗୋଳିଆ ପାଣି ପଶି ଲୋକଙ୍କ ପାଖକୁ ଯାଉଛି। ସେହି ପାଣି ପିଇ ଲୋକେ ସଂକ୍ରମଣର ଶିକାର ହେବାର ଅଧିକ ସମ୍ଭାବନା ଦେଖା ଦେଉଛି ବୋଲି ମତପ୍ରକାଶ ପାଇଛି। ଏହାବାଦ ଅନେକ ସ୍ଥାନରେ ଷ୍ଟାଣ୍ଡପୋଷ୍ଟଗୁଡ଼ିକ ମାସ ମାସ ଧରି ଅଚଳ ରହିବା ସହିତ ବିଭିନ୍ନ ପଡ଼ାକୁ ନିୟମିତ ଜଳ ଯୋଗାଣ ହେଉନାହିଁ। ଏହାଛଡ଼ା ଅନେକ ସ୍ଥାନରେ ଷ୍ଟାଣ୍ଡପୋଷ୍ଟ ନଷ୍ଟ ହୋଇପଡିଛି। ଦିନରାତି ସେଥିରୁ ପାଣି ଝରି ଅପଚୟ ହେବା ସହିତ ପରିବେଶ ପ୍ରଦୂଷଣ ହେଉଥିଲେ ମଧ୍ୟ ଏହା ଉପରେ ବିଭାଗର ଦୃଷ୍ଟି ରହୁନାହିଁ। ସେହିପରି ଆଦୌ ପାଇପ ଲାଇନ ସଂଯୋଗ ହୋଇ ନ ଥିବା ପଡ଼ାମାନଙ୍କୁ ଦୀର୍ଘବର୍ଷ ହେବ ଅବହେଳା ପ୍ରଦର୍ଶନ କରାଯାଉଛି। ସହରାଞ୍ଚଳର ବିକାଶ ପାଇଁ ସରକାର ପର୍ଯ୍ୟାପ୍ତ ପରିମାଣରେ ଅର୍ଥ ଯୋଗାଉ ଥିବାବେଳେ ୱାଟକୋ ବିଭାଗୀୟ ଯନ୍ତ୍ରୀ ତଥା ଅଧିକାରୀମାନେ ଏଥିନେଇ ତତ୍ପରତା ପ୍ରକାଶ କରୁ ନ ଥିବାରୁ ଏହାର ସୁଫଳ ସହରବାସୀ ପାଇବାରୁ ବଞ୍ଚିତ ହେଉଛନ୍ତି। ଅନ୍ୟପକ୍ଷେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଏମବିଏଡିସି ପାଣ୍ଠିରେ ବ୍ୟାସନଗରରେ ଦ୍ୱିତୀୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲିିଛି। ଏହି କାର୍ଯ୍ୟ ସମ୍ପାଦନ ପାଇଁ ଗୁଜୁରାଟର ଠିକାସଂସ୍ଥା ସର୍ଜନ ଇନଫ୍ରାଟେଟ ପ୍ରାଇଭେଟ ଲିଃ ଦାୟିତ୍ୱ ଦିଆଯାଇଛି। ଗୋଳିଆ ପାଣି ଯୋଗାଣ ସଂକ୍ରାନ୍ତରେ ୱାଟକୋର ଜେନେରାଲ ମ୍ୟାନେଜର ଦେବବ୍ରତ ମହାନ୍ତିଙ୍କୁ ପଚାରିଲେ ନିକଟସ୍ଥ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ ସମସ୍ୟାର ତୁରନ୍ତ ସମାଧାନ ହୋଇ ପାରିବ ବୋଲି କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଜେଇ ହେଉଛି ଇକୋରିଟ୍ରିଟ: ଡିସେମ୍ବର ପହିଲାରେ ଶୁଭାରମ୍ଭ

ଦାରିଙ୍ଗବାଡ଼ି,୨୫।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକଠାରେ ତୃତୀୟ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ଇକୋରିଟ୍ରିଟ ଦାରିଙ୍ଗବାଡ଼ିଠାରେ ହେଉଛି। ଏହି ପରିପ୍ରେକ୍ଷୀରେ ନୂତନ ଜମିରେ ଚଳିତ ବର୍ଷ...

ବର୍ଷା ପୂର୍ବରୁ ରାସ୍ତା ନିର୍ମାଣ ନ ହେଲେ ଆନ୍ଦୋଳନ

ରାୟଗଡ଼ା/ଟିକିରି,୨୩।୨(ସ୍ବ.ପ୍ର./ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗଠନ ଇତି ମଧ୍ୟରେ ୩୦ ବର୍ଷ ବିତିଯାଇଥିଲେ ମଧ୍ୟ ଏବେବି ଜିଲାର ବହୁ ଅଞ୍ଚଳରେ ଗମନାଗମନ ସୁବିଧା ହୋଇପାରି ନାହିଁ। ଆଜି...

ଖଣ୍ଡଗିରି ଯାତ୍ରାରେ ପୁଣି ଅଶ୍ଳୀଳ ନୃତ୍ୟ

ଭୁବନେଶ୍ୱର, ୮ା୨(ବ୍ୟୁରୋ): କଟକଣା ସତ୍ତ୍ୱେ ଚଳିତବର୍ଷ ଖଣ୍ଡଗିରି କୁମ୍ଭମେଳା ଯାତ୍ରା ମଞ୍ଚରେ ପୁଣି ପରିବେଷଣ ହୋଇଛି ଅଶ୍ଳୀଳ ନୃତ୍ୟ। ଏଭଳି ନୃତ୍ୟ ପ୍ରଦର୍ଶନକୁ ନେଇ ବିବାଦ...

ଏସ୍‌ସିବିକୁ ସ୍ବୟଂଶାସିତ ମାନ୍ୟତା ଦାବି: ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

କଟକ ଅଫିସ, ୧୬।୧୧: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ବୟଂଶାସିତ ମହାବିଦ୍ୟାଳୟ ଏବଂ ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବିରେ ସ୍ନାତକ ଛାତ୍ରୀଛାତ୍ରଙ୍କ...

୧୦ଦିନରେ ମିଳିବ ଆବାସିକ, ଆୟ ପ୍ରମାଣପତ୍ର; ୧୫ଦିନ ମଧ୍ୟରେ ଜାତି ପ୍ରମାଣପତ୍ର

ଭୁବନେଶ୍ୱର, ୬।୪(ବ୍ୟୁରୋ)- ଜାତିଗତ, ଆବାସିକ, ଆୟ ଆଦି ବିଭିନ୍ନ ମିସ୍‌ଲାନିୟସ୍‌ ପ୍ରମାଣପତ୍ର ଯେପରି ଲୋକମାନଙ୍କୁ ଶୀଘ୍ର ମିଳିପାରିବ ସେନେଇ ରାଜ୍ୟ ସରକାର ମଙ୍ଗଳବାର ଏକ ପରିବର୍ତ୍ତିତ...

୬ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ: ଚାକିରୀରୁ ବିଦା ହେଲେ ୨ ଶିକ୍ଷକ

ସୁନ୍ଦରଗଡ଼,୬।୧(ଡି.ଏନ୍‌.ଏ.): ଦୀର୍ଘ ୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କୌଣସି କାରଣ ନ ଦର୍ଶାଇ କାର୍ଯ୍ୟ କ୍ଷେତ୍ରରେ ଅନୁପସ୍ଥିତ ଥିବା ସୁନ୍ଦରଗଡ଼ ଜିଲାର ୨ଜଣ ଶିକ୍ଷକ...

ମୟୂରଭଞ୍ଜରେ ସ୍ଥିତି ସମୀକ୍ଷା କଲେ ଡିଜପିି

ବାରିପଦା ଅଫିସ, ୨୧ା୪- ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ(ଡିଜିପି) ଅଭୟ ମଙ୍ଗଳବାର ଅପରାହ୍ନରେ ମୟୂରଭଞ୍ଜ ଜିଲା ଗସ୍ତରେ ଆସି ପଶ୍ଚିମବଙ୍ଗ ସୀମା ଚକଶୁଳିଆପଦା ଯାଇ ସେଠାରେ...

ଓଡ଼ିଶାକୁ ସ୍ବଚ୍ଛ ରାଜ୍ୟ ପୁରସ୍କାର

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ): ସ୍ବଚ୍ଛତା ଲାଗି ଓଡିଶାକୁ ‘ଇଣ୍ଡିଆ ଟୁଡେ’ ଗ୍ରୁପ ପକ୍ଷରୁ ସର୍ବାଧିକ ସ୍ବଚ୍ଛ ରାଜ୍ୟ ଭାବେ ପୁରସ୍କୃତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ପଞ୍ଚାୟତିରାଜ,...

Advertisement
Archives

Model This Week