ରାସ୍ତାରେ ଖାଲଖମା, ବଢୁଛି ଦୁର୍ଘଟଣା

ଖୋର୍ଦ୍ଧା ଅଫିସ,୧୨ା୮: ସରକାର ଲୋକଙ୍କ ଗମନାଗମନର ସୁବିଧା ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ହେଲେ କେତେଜଣ ବିଭାଗୀୟ କର୍ମଚାରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ରାସ୍ତା କାର୍ଯ୍ୟ ନିମ୍ନମାନର କରାଯାଉଛି। ପରବର୍ତ୍ତୀ ସମୟରେ ରାସ୍ତାରେ ଖାଲଖମା ସୃଷ୍ଟି ହେବା ସହ ଦୁର୍ଘଟଣା ଘଟୁଛି। ଏଭଳି ଦୃଶ୍ୟ ଖୋର୍ଦ୍ଧା ସହରରେ ଦେଖିବାକୁ ମିଳିଛି।
ପ୍ରକାଶ ଯେ, ନୂଆବସ୍‌ଷ୍ଟାଣ୍ଡଠାରୁ ଚଣ୍ଡିଚୁଆ ଛକ ପର୍ଯ୍ୟନ୍ତ ଗତବର୍ଷ ଆର ଆଣ୍ଡ ବି ପକ୍ଷରୁ ରାସ୍ତା ମରାମତି କରାଯାଇଥିଲା। ତେବେ ନିମ୍ନମାନର କାମ ଯୋଗୁ ରାସ୍ତା ସାରା ଖାଲଖମାରେ ପରିଣତ ହୋଇଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି। ଏହି ରାସ୍ତା ଦେଇ ଆମ୍ବୁଲାନ୍ସ, ଘରୋଇ ବସ୍‌ ଯାତାୟାତ କରୁଛି। ଜାତୀୟ ରାଜପଥ ନଂ. ୫୭କୁ ସଂଯୋଗ କରୁଥିବାରୁ ମାଲବାହୀ ଟ୍ରକ୍‌, ଯାତ୍ରୀବାହୀ ବସ୍‌ ଯାତାୟାତ କରିଥାଏ। ତେବେ ଏହି ରାସ୍ତାର ମରାମତି ପ୍ରତି ଗୁରୁତ୍ୱ ଦିଆଯାଉ ନାହିଁ ବୋଲି ପିସିସି ସଭ୍ୟ ଶିଶିର ପରିଡା କହିଛନ୍ତି। ସେହିପରି ନୂଆବସ୍‌ଷ୍ଟାଣ୍ଡଠାରୁ ପଲ୍ଲା ଛକ ମଧ୍ୟରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ସପ୍ତାହକ ମଧ୍ୟରେ ଏହି ଗର୍ତ୍ତରେ ପଡି ଅନେକେ ଆହତ ହୋଇଛନ୍ତି। ବର୍ଷା ଯୋଗୁ ପାଣି ଭର୍ତ୍ତି ହୋଇ ରହୁଥିବାରୁ ବାଇକ୍‌ ଚାଳକମାନେ ଜାଣି ନ ପାରି ଖାଲରେ ପଡି ଆହତ ହେଉଛନ୍ତି। ଦଳେଇପୁଟର ବ୍ୟବସାୟୀ ମୀନକେତନ ସୁବୁଦ୍ଧି ବୁଧବାର ବାଇକ୍‌ରେ ଆସୁଥିବା ବେଳେ ଖାଲରେ ପଡି ଆହତ ହୋଇଥିଲେ। ଫଳରେ ସ୍ଥାନୀୟ ଲୋକେ ପ୍ରଥମେ ଏହାର ଚାରିପଟେ ଟାୟାର ପରେ ମାଟି ପକାଇଥିଲେ। ବର୍ଷାରେ ଧୋଇଯିବା ପରେ ବଡ ପଥର ଥୋଇ ଗାତକୁ ବନ୍ଦ କରିଛନ୍ତି। ସେହିପରି ସହରରେ ଅନେକ ସାହି ଗଳିକନ୍ଦିରେ ସୃଷ୍ଟି ହୋଇଥିବା ଖାଲଗୁଡିକୁ ମରାମତି କରାଯାଉନାହିଁ। ଫଳରେ ବର୍ଷାଦିନେ ଅନେକ ଦୁର୍ଘଟଣା ଘଟୁଥିବା ସାମାଜିକ କର୍ମୀ ଶୁଭ୍ରରଞ୍ଜନ ଦାସ କହିଛନ୍ତି। ସେହିପରି ଟିଏଲ୍‌ସି ରୋଡଠାରୁ ନୂଆବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଖାଲଖମା ରହିଛି। ଡାକ୍ତର୍ସ ଲେନ୍‌ଠାରୁ ଗୁରୁଜଙ୍ଗକୁ ସଂଯୋଗ କରୁଥିବା ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ସଦର ଏସ୍‌ଡିପିଓଙ୍କ କାର୍ଯ୍ୟାଳୟ ମେଡିକାଲ ପଛପଟ ସମ୍ମୁଖ ରାସ୍ତା ଖାଲଖମାରେ ପରିଣତ ହୋଇଛି। ଏହି ରାସ୍ତା ଦେଇ ଦୈନିକ ଆମ୍ବୁଲାନ୍ସ, ରୋଗୀମାନେ ଯାତାୟାତ କରୁଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ହୋଇଥିବା ସତ୍ତ୍ୱେ ଏହାର ମରାମତି ପ୍ରତି ଗୁରତ୍ୱ ଦିଆଯାଉନାହିଁ। ଅନ୍ୟପକ୍ଷରେ ଏ ସମ୍ପର୍କରେ ପୌର ଉପାଧ୍ୟକ୍ଷ ଶୌର୍ଯ୍ୟରଞ୍ଜନ ମହାନ୍ତି କୁହନ୍ତି, ସହରର ବିଭିନ୍ନ ସ୍ଥାନରେ ଥିବା ଖାଲଖମା ମରାମତି ଲାଗି ଗୁରୁତ୍ୱ ଦିଆଯାଉଛି। ଏବେ ବର୍ଷାଦିନ ରହିଛି। ବର୍ଷା ଋତୁ ଯିବା ପରେ ଏଥିପ୍ରତି ଦୃଷ୍ଟି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?