Posted inଗଜପତି

ଖତ ଖାଉଛି ଦିବ୍ୟାଙ୍ଗଙ୍କ ସହାୟକ ଉପକରଣ

ପାରଳାଖେମୁଣ୍ଡି,୨୪।୨(ଡି.ଏନ୍‌.ଏ.):  ଗଜପତି ଜିଲା ମୋହନା ବ୍ଲକ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଗୋଦାମ ଗୃହରେ ଦିବ୍ୟାଙ୍ଗମାନଙ୍କ ପାଇଁ ଆସୁଥିବା ସହାୟକ ଉପକରଣ ଖତ ଖାଇବାରେ ଲାଗିଛି। ପ୍ରଶାସନ ସବୁ ଜାଣି ଚୁପ ରହିଛି। ଗଜପତି ଜିଲା ମୋହନା ବ୍ଲକର ୩୯ ପଞ୍ଚାୟତରେ ଅନେକ ଧରଣର ଦିବ୍ୟାଙ୍ଗ ରହିଛନ୍ତି। ସେମାନଙ୍କ ପାଇଁ ଆସିଥିବା ଦୁଇ ଓ ତିନିଚକ ବିଶିଷ୍ଟ ସାଇକେଲ ଓ ଆଶାବାଡି ସେମାନଙ୍କୁ ଦିଆନଯାଇ କାର୍ଯ୍ୟାଳୟ ବାହାରେ ଏକ ପରିତ୍ୟକ୍ତ କୋଠରିରେ ଖତ ଖାଉଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଦାୟିତ୍ୱରେ ଥିବା ବ୍ଲକ ସାମାଜିକ ସୁରକ୍ଷା କାର୍ଯ୍ୟାଳୟର ପ୍ରୋଗ୍ରାମ ଆସିଷ୍ଟାଣ୍ଟ ମନସୀ ବୀରଙ୍କୁ ପଚାରିବାରୁ ସେ କହିଛନ୍ତି, ୨୦୧୭ରେ ସେ ଏହି ବିଭାଗର ଦାୟିତ୍ୱ ନେଇଥିଲେ। ଏହା ପୂର୍ବରୁ ଦିବ୍ୟାଙ୍ଗଙ୍କ ପାଇଁ ଆସିଥିବା ସାମଗ୍ରୀଗୁଡିକ ଜାନୁୟାରୀରେ ବୈଠକ କରି ସେମାନଙ୍କୁ ବଣ୍ଟନ ହୋଇଥାନ୍ତା। ହେଲେ ସେ ବୈଠକ ବାତିଲ ହୋଇଛି ଏବଂ ଯାହା ଗୋଦାମରେ ରହିଛି ତାହା ୨୦୧୬ରୁ ପଡି ରହିଛି, ନୂଆ ସାଇକେଲ ଓ ଅନ୍ୟ ସାମଗ୍ରୀ ବାହାରେ ରଖାଯାଇଛି ବୋଲି କହିଛନ୍ତି। ତେବେ ୨୦୧୬ରୁ ଏତେ ପରିମାଣରେ ସହାୟକ ଉପକରଣ ଉପରେ କିପରି ବ୍ଲକ ପ୍ରଶାସନର ନଜର ପଡୁନି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରଡିହ ନ ମିଳିଲେ ସରକାରୀ ଜାଗା ଦଖଲ କରିବୁ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଗୁମ୍ମା ବ୍ଲକର ଶତାଧିକ ଲୋକ ପହଞ୍ଚି ଘର ଡିହ ପ୍ରଦାନରେ ବିଳମ୍ବ ଓ ବିଫଳତା ପ୍ରତିବାଦରେ...

ଭଲ ଫସଲ ଅମଳ ପାଇଁ ଆଶା ବାନ୍ଧିଛି ଚାଷୀ

ପାରଳାଖେମୁଣ୍ଡି, ୧୭।୭ (ଗିରିଧାରୀ ପରିଛା): ଗଜପତି ଜିଲାର ସମସ୍ତ ୭ଟି ବ୍ଲକ ଲୋକସଂଖ୍ୟାର ପ୍ରାୟ ୮୦ ପ୍ରତିଶତରୁ ଅଧିକ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି।...

ପାହାଡ଼ ଉପରେ ମହିଳାଙ୍କୁ ଗଣବଳାତ୍କାର ଘଟଣାରେ ୫ ଗିରଫ

କବିସୂର୍ଯ୍ୟନଗର,୧୨ା୭ (କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଜଣେ ମହିଳା ମଙ୍ଗଳବାର ଗଣବଳାତ୍କାରର ଶିକାର ହୋଇଥିଲେ। ତାଙ୍କୁ ଖଇରାପଲ୍ଳୀ ଗ୍ରାମସ୍ଥିତ ହ୍ରଦ ନିକଟରୁ...

ଜଗନ୍ନାଥଙ୍କ ଭଜନ ଗାଉ ଗାଉ ଟଳି ପଡିଲେ ଅତିରିକ୍ତ ଜିଲାପାଳ

ଗଜପତି,୧୧।୭(ଗିରିଧାରୀ ପରିଚ୍ଛା): ମୃତ୍ୟୁ କେତେବେଳେ ଆସେ ଜାଣି ହୁଏନି। ଖୁସି କି ଦୁଃଖର ସମୟ ବୁଝେନି ମୃତ୍ୟୁ। ଆଉ ଅଚାନକ ସମୁଦ୍ରର ଢେଉ ଭଳି ମାଡିଆସେ।...

ଯାତ୍ରୀଙ୍କୁ ଧରିଯାଉଥିବା ବସ୍‌ ଓଲଟିଲା: ୧୦ଆହତ ୨ଗୁରୁତର

ଗଜପତି,୮।୭: ଗଜପତି ଜିଲା ଉଲିଆପଦା ଗାଁରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଯାତ୍ରୀଙ୍କୁ ଧରିଯାଉଥିବା ଏକ ଘରୋଇ ବସ୍‌ ବାଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି...

ପାରଳାଖେମୁଣ୍ଡିରେ ପହଞ୍ଚିଲା ପାରଳା ରାଜବଂଶୀୟ ଅମଳର ଟ୍ରେନ୍‌ ଇଞ୍ଜିନ୍‌, ନିର୍ମାଣରେ ଖର୍ଚ୍ଚ ହୋଇଥିଲା ଏତିକି ଟଙ୍କା

ଗଜପତି,୭ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିରେ ଆସି ପହଞ୍ଚିଛି ପାରଳାଖେମୁଣ୍ଡି ରାଜବଂଶୀୟଙ୍କ ପୁରାତନ କୀର୍ତ୍ତି। ଲୋକଙ୍କ ଯାତାୟାତ ପାଇଁ ପାରଳା ରାଜବଂଶୀୟ ଯେଉଁ ରେଳସେବା...

ମୁଖ୍ୟମନ୍ତ୍ରୀଙ୍କୁ ଖରାପ ବ୍ୟବହାର ଦେଖାଇଥିବା ଆଇଆଇସିଙ୍କୁ ବଦଳି

ପାରଳାଖେମୁଣ୍ଡି,୫ା୭(ଗିରିଧାରୀ ପରିଛା): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପୂର୍ବରୁ ଥାନାରେ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା କେନ୍ଦୁଝର ଆଇଆଇସି ତ୍ରିନାଥ ସେଠୀଙ୍କୁ ଗଜପତି ଜିଲାକୁ ବଦଳି...

ଓଡ଼ିଆ ଲେଖି ଜାଣି ନ ଥିବାରୁ ସରପଞ୍ଚ ପଦ ଅସିଦ୍ଧ

ମୋହନା, ୪ା୭ (ମନ୍ମଥ ମିଶ୍ର)ଓଡ଼ିଆ ଲେଖି ଜାଣି ନ ଥିବା ଅଭିଯୋଗରେ ସରପଞ୍ଚଙ୍କୁ ଅସିଦ୍ଧ ଘୋଷଣା କରିଛନ୍ତି କୋର୍ଟ । ଗଜପତି ଜିଲା ମୋହନା ବ୍ଲକ୍‌...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri