ଚାଲିବା ଓ ଦୀର୍ଘାୟୁ ଜୀବନ

ଆମ ଭାରତୀୟ ଐତିହ୍ୟ ଓ ପରମ୍ପରା ଅତି ମହାନ। ଆମର ପୂର୍ବ ପିଢ଼ିମାନେ ଜୀବନକୁ ସୁସ୍ଥ ସତେଜ ତଥା ନୀରୋଗ ରଖିବା ପାଇଁ ଦୈନଦିନ ଜୀବନଶୈଳୀ ଏବଂ ଖାଦ୍ୟପେୟ ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ। ହେଲେ ଆଜିର ଯୁବପିଢ଼ିଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ଅଲଗା କହିଲେ ଆଦୌ ଭୁଲ ହେବ ନାହିଁ। ଆମରି ପୂର୍ବଜମାନେ ସକାଳୁ ବ୍ରହ୍ମ ମୁହୂର୍ତ୍ତରୁ ଉଠି ନିତ୍ୟକର୍ମ ସାରି ନିଜର ଭିନ୍ନ ଭିନ୍ନ କର୍ମସ୍ଥଳୀ ହେଉ କିମ୍ବା କ୍ଷେତକୁ ଯାଇ ନିଜର କାମରେ ଲାଗିପଡୁଥିଲେ। କିଛି ଲୋକ ଭୋର ସକାଳୁ ଉଠି କ୍ଷେତକୁ ଚାଲି ଚାଲି ଯାଇ ନିଜର କର୍ମ କରୁଥିଲେ। ଅପରାହ୍ନରେ ମଧ୍ୟ କ୍ଷେତରେ କାମ କରି ସନ୍ଧ୍ୟାରେ ଘରକୁ ଫେରୁଥିଲେ। ଏହାଦ୍ୱାରା ଶାରୀରିକ ପରିଶ୍ରମ ହେଉଥିଲା। ରାତ୍ରରେ ଭଲ ନିଦ ହେବା ହେତୁ ସେମାନଙ୍କ ସ୍ବାସ୍ଥ୍ୟ ପ୍ରାୟ ନୀରୋଗ ରହୁଥିଲା। ସେମାନଙ୍କର ଏଭଳି ଜୀବନଶୈଳୀ ପାଇଁ କେତେକେ ଦୀର୍ଘାୟୁ ଜୀବନ କଟାଉଥିଲେ। ସେମାନଙ୍କୁ ଡାଇବେଟିସ୍‌ ବା ମଧୁମେହ, ଉଚ୍ଚ ରକ୍ତଚାପ, କ୍ୟାନ୍‌ସର ଭଳି ମାରାତ୍ମକ ରୋଗ ପ୍ରାୟ ପାଖ ମାଡିପାରୁନଥିଲା। ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ ଆମେ ଖାଦ୍ୟ ଖାଇବା ଅଳ୍ପ କିଛି ସମୟ ପରେ ଅତିକମ୍‌ରେ ୧୦୦ପାଦ ଚାଲିବା ଉଚିତ। ଏହାଦ୍ୱାରା ଶରୀରରେ ଜମୁଥିବା ଚର୍ବିର ମାତ୍ରା କେତେକାଂଶରେ କମିଯାଇଥାଏ। ମୋଟାପଣ ହ୍ରାସ ପାଏ। ମଧୁମେହ ଓ ଉଚ୍ଚରକ୍ତଚାପ ସନ୍ତୁଳିତ ରହିଥାଏ।
ଖାଇବା ପ୍ରକ୍ରିୟାକୁ ନେଇ ଆମ ସାମାଜିକ ପ୍ରଥାରେ ଗୋଟିଏ ଢଗ ରହିଛି, ‘ଖାଇ ଚାଲିଲେ ବଢ଼ଇ ଆୟୁ, ଖାଇ ବସିଲେ ବଢ଼ଇ ବାୟୁ, ଖାଇ ଶୋଇଲେ ବଢ଼ଇ ପେଟ, ଖାଇ ଖାଇଲେ ଯମର ଭେଟ’। ଅର୍ଥାତ ଆମେ ଖାଦ୍ୟ ଖାଇବାର ଅଳ୍ପ କିଛି ସମୟ ପରେ ପ୍ରାୟତଃ ୧ରୁ ୧୦ମିନିଟ୍‌ ଠିକ୍‌ ସମୟ ଠିକ୍‌ ପ୍ରକାରେ ଚାଲିବା ଆମ ସ୍ବାସ୍ଥ୍ୟ ପାଇଁ ବହୁତ ହିତକର। ତା’ସହ ଉଚ୍ଚ ରକ୍ତଚାପ, ମଧୁମେହ, ବାହ୍ୟ ଚର୍ମର କୁଞ୍ଚନ ଦୂର ହେବା ସହ କ୍ୟାନ୍‌ସର ଭଳି ମାରାତ୍ମକ ରୋଗକୁ ପ୍ରତିରୋଧ କରିବା ସାମର୍ଥ୍ୟ ଶରୀରରେ ସୃଷ୍ଟି ହୋଇଥାଏ। ଆମ ସ୍ବାସ୍ଥ୍ୟର ବହୁତ ସମସ୍ୟାର ସମାଧାନ ହୋଇ ଯାଇଥାଏ। ଆଧୁନିକ ସ୍ବାସ୍ଥ୍ୟ ବିଜ୍ଞାନ ବହୁ ପରୀକ୍ଷା କରି ଏଥିରେ ସହମତି ପ୍ରକାଶ କରିଛନ୍ତି। ଖାଇବା ପରେ ପରେ ଖଟ କିମ୍ବା ଚୌକିରେ ବସି ରହିବା ଦ୍ୱାରା ଶରୀର ସ୍ଥୂଳତା ଆସିବା ସହ ଖାଦ୍ୟ ଠିକ ଭାବରେ ପରିପକ୍ୱ ହୋଇପାରି ନ ଥାଏ। ଏହାଦ୍ୱାରା ପେଟରେ ଅମ୍ଳ ଓ ବାୟୁ ସୃଷ୍ଟି ହୋଇଥାଏ, ଯାହାଫଳରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ଖାଇବା ପରେ ପରେ ଖଟ କିମ୍ବା ଆରାମ ଚେୟାରରେ ଶୋଇପଡିବା ଦ୍ୱାରା ପେଟରେ ଚର୍ବି ବଢ଼ିବା ସହ, ପେଟ ବାହାରିବା, ଶରୀରରେ ସ୍ଥୂଳତା ଆସିଥାଏ। ଶରୀରରେ ଓଜନ ବୃଦ୍ଧି ହୋଇଥାଏ। ଶରୀରର ଆକୃତି ଅସ୍ବାଭାବିକ ବୃଦ୍ଧି ହୋଇଥାଏ। ଖାଦ୍ୟ ଖାଇ ଅଳ୍ପ ସମୟ ପରେ ପୁଣି ଖାଦ୍ୟ ଖାଇବା ଦ୍ୱାରା ପେଟରେ ଖାଦ୍ୟ ଠିକ୍‌ ଭାବେ ଜୀର୍ଣ୍ଣ ହୋଇ ନ ଥାଏ। ଫଳରେ ଖାଇଥିବା ଏହି ଖାଦ୍ୟ ବିଷାକ୍ତ ହୋଇ ଝାଡ଼ାବାନ୍ତି ସମସ୍ୟା ସୃଷ୍ଟି କରିଥାଏ।
ଦୈନିକ ସକାଳେ ଓ ସନ୍ଧ୍ୟାରେ ଚାଲିବା ସହ ଖାଦ୍ୟ ଖାଇବା ପରେ ଚାଲିବା ନେଇ ଭାରତୀୟ ଚିକିତ୍ସା ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି। ଉପରୋକ୍ତ ବିଷୟ ଉପରେ ସଦ୍ୟତମ ତଥ୍ୟ ଭାବେ ଆମ ଦେଶର ଆଧୁନିକ ଚିକିତ୍ସା ବିଜ୍ଞାନ ବିଭାଗର ୨୦୦ ଜଣ ସ୍ବାସ୍ଥ୍ୟ ବିଶେଷଜ୍ଞ ଟିମ୍‌ ପକ୍ଷରୁ ପ୍ରାୟ ୯୫୦୦୦ ଲୋକଙ୍କୁ ନେଇ ପରୀକ୍ଷା ଓ ଗବେଷଣା କରିଥିଲେ। ବହୁ ବର୍ଷ ପୂର୍ବରୁ ଆମ ଭାରତୀୟ ପାରମ୍ପରିକ ମୌଳିକ ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ ସ୍ବାସ୍ଥ୍ୟ ପାଇଁ ଯେଉଁସବୁ ସ୍ବାସ୍ଥ୍ୟ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ଉଲ୍ଲେଖ ରହିଛି, ବର୍ତ୍ତମାନ ଆଧୁନିକ ଚିକିତ୍ସା ବିଜ୍ଞାନ ବହୁ ପରୀକ୍ଷା ନିରୀକ୍ଷା କରି ଏହା ଠିକ୍‌ ବୋଲି ପ୍ରମାଣିତ କରିଛି। ଏସବୁ ତଥ୍ୟକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନକୁ ପଠାଯାଇଥିଲା। ଉକ୍ତ ସଂଗଠନ ଏଥିରେ ସହମତି ମଧ୍ୟ ପ୍ରକାଶ କରିଛି। ଏହା ଆମ ପାଇଁ ନିଶ୍ଚୟ ଏକ ସୁଖଦ ବାର୍ତ୍ତା।
ସ୍ବାସ୍ଥ୍ୟ ବିଶେଷଜ୍ଞ ମତରେ ଖାଦ୍ୟ ଖାଇବାର ଅଳ୍ପ କିଛି ସମୟ ପରେ ୧-୧୦ ମିନିଟ ଚାଲିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ତା’ସହ ଜୀବନଶୈଳୀ ପରିବର୍ତ୍ତନ ଆସିଥାଏ। ବିଶେଷଭାବରେ ରାତ୍ରଭୋଜନ ପରେ ନିଜର ସକ୍ଷମ ଅନୁଯାୟୀ କିଛି ସମୟ ଚାଲିବା ଦ୍ୱାରା ଆମ ଶରୀରରେ ରକ୍ତ ସର୍କରା ସନ୍ତୁଳିତ ରହିଥାଏ। ପେଟରେ ଚର୍ବି ନ ଜମି ଏହା ଶକ୍ତିରେ ପରିଣତ ହୋଇଥାଏ। ଉଚ୍ଚ ରକ୍ତଚାପକୁ ସନ୍ତୁଳିତ ରଖିବା ସହ କେତେକ ଜଟିଳ ରୋଗକୁ ନିୟନ୍ତ୍ରିତ ରଖିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥାଏ।
ସକାଳେ ଓ ରାତ୍ର ବେଳା ଖାଦ୍ୟ ଖାଇବାର ଅଳ୍ପ ସମୟ ପରେ ଯଦି ୧ରୁ ୧୦ ମିନିଟ ଆମେ ଚାଲି ଚାଲି ଆସି ଅଳ୍ପ ସମୟ ବିଶ୍ରାମ ନେବା ଏହାଦ୍ୱାରା ମନ ଖୁସି ରହିବା ସହ ମାନସିକ ଚାପ କେତେକାଂଶରେ କମିଥାଏ। ଚିଡ଼ିଚିଡ଼ା ସ୍ବଭାବ ହ୍ରାସ ପାଇବା ସହ ଭଲ ନିଦ ହୋଇଥାଏ। ତା’ ସହ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ରକ୍ତଚାପ, ମଧୁମେହ, କର୍କଟ ଭଳି ରୋଗ ମଧ୍ୟ କେତେକାଂଶରେ ନିୟନ୍ତ୍ରଣରେ ରହିଥାଏ।
ସଦ୍ୟତମ ଗବେଷଣାରୁ ଜଣାଯାଇଛି ଯେ, ଉପରୋକ୍ତ ତଥ୍ୟ ଆମ ଶରୀର ଉପରେ ଶତପ୍ରତିଶତ ଅନୁକୂଳ ପ୍ରଭାବ ପକାଇଥାଏ। ଯେଉଁମାନେ ଖାଇସାରିବା ପରେ କିଛି ସମୟ ଚାଲିଥାନ୍ତି ତାଙ୍କ ସ୍ବାସ୍ଥ୍ୟ ଅନେକାଂଶରେ ଫିଟ୍‌ ରହିବା ସହ ବର୍ଷ ବର୍ଷ ଧରି ଜ୍ୱର ଓ ଥଣ୍ଡା ଭଳି ରୋଗ ହୋଇନଥାଏ। ଆମ ଭାରତୀୟ ଆୟୁର୍ବେଦ ଚିକିତ୍ସା ଶାସ୍ତ୍ର ଓ ଆଧୁନିକ ଚିକିତ୍ସା ବିଜ୍ଞାନର ଖାଦ୍ୟ ଖାଇବା ପରେ କିଛି ସମୟ ଚାଲିବା ଦ୍ୱାରା ବହୁ ଜଟିଳ ରୋଗ ନିୟନ୍ତ୍ରିତ ହେଉଥିବା ଗବେଷଣା ତଥ୍ୟରୁ ଜଣାପଡିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏଥିରେ ସହମତି ପ୍ରକାଶ କରିଥିବା ହେତୁ, ସଦ୍ୟତମ ଏହି ସ୍ବାସ୍ଥ୍ୟ ବାର୍ତ୍ତା ଆମ ମନୁଷ୍ୟ ସମାଜ ପାଇଁ ବହୁ ହିତକର ହୋଇପାରିବ।
ଉପରୋକ୍ତ ସମସ୍ତ ତଥ୍ୟକୁ ଆମେ ଅନୁଶୀଳନ କରି ପ୍ରତିଦିନ ଖାଦ୍ୟ ଖାଇବା ପରେ କିଛି ସମୟ ଚାଲିବା ଆବଶ୍ୟକ। ଏହାଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ ବହୁ ଜଟିଳ ରୋଗକୁ ପ୍ରତିରୋଧ କରିବା ସମ୍ଭବ ହୋଇଥାଏ। ତା’ ସହ ଆମେ ଅନେକାଂଶରେ ନୀରୋଗ ରହିବା ସହ ଦୀର୍ଘାୟୁ ଭାବେ ବଞ୍ଚି ରହିପାରିବା।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ : ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?