Posted inଖେଳ

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ ତାଲିକାରେ ତାଙ୍କ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟପକ୍ଷରେ ଭାରତର ଦୀପ୍ତି ଶର୍ମା ୪ ସ୍ଥାନ ଉପରକୁ ଉଠି ୨ୟ ସ୍ଥାନ ଅଧିକାର କରିଛନ୍ତି। ଚରଣୀ ଶ୍ରୀଲଙ୍କା ବିପକ୍ଷ ମହିଳା ଟି୨୦ ଏସିଆ କପ୍‌ରେ ୨୦ରନ ବିନିମୟରେ ୪ ଉଇକେଟ ଅକ୍ତିଆର କରିଥିଲେ, ଯାହାଫଳରେ ତାଙ୍କ ରେଟିଂ ପଏଣ୍ଟ ୮୦୦ ଅତିକ୍ରମ କରି ୮୦୪ରେ ପହଞ୍ଚିଛି। ଆଇସିସି ର଼୍ୟାଙ୍କିଙ୍ଗରେ ଉଭୟ ବ୍ୟାଟର ଓ ବୋଲରଙ୍କ ପାଇଁ ଜଣେ ଭାରତୀୟ ଭାବେ ସେ ସର୍ବୋଚ୍ଚ ରେଟିଂ ପଏଣ୍ଟ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି।

ପୂର୍ବରୁ ଏହି ରେକର୍ଡ ମିଥାଲି ରାଜଙ୍କ ନାମରେ ରହିଥିଲା। ମିଥାଲି ୨୦୧୧ରେ ୭୮୦ ରେଟିଂ ପଏଣ୍ଟ ସହ ରେକର୍ଡର ଅଧିକାରୀ ହୋଇଥିଲେ। ୨୦୧୮ ନଭେମ୍ବରରେ ଅନ୍ତର୍ଜାତୀୟ ଟି୨୦ରେ ଜଣେ ମହିଳା ବୋଲର ହିସାବରେ ସର୍ବୋଚ୍ଚ ରେଟିଂ ପଏଣ୍ଟ ହାସଲ କରିବା ରେକର୍ଡ ଅଷ୍ଟ୍ରେଲିଆର ମେଗାନ ସ୍କଟଙ୍କ ନାମରେ ରହିଛି।

ଚରଣୀ ତାଙ୍କଠାରୁ ମାତ୍ର ୨ ପଏଣ୍ଟ ପଛରେ ରହିଛନ୍ତି। ଏସିଆ କପ୍‌ରେ ଭାରତ ପକ୍ଷରୁ ଚମତ୍କାର ବୋଲିଂ କରିଥିବା ଦୀପ୍ତି ୪ ସ୍ଥାନ ପଦୋନ୍ନତି ସହ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଟୁର୍ନାମେଣ୍ଟରେ ସେ ସର୍ବାଧିକ ୧୪ ଉଇକେଟ ହାସଲ କରିଥିବା ବୋଲର। ଟୁର୍ନାମେଣ୍ଟରେ ସିମ୍‌ ବୋଲର ନନ୍ଦିନୀ ଶର୍ମା ମଧ୍ୟ ଭଲ ବୋଲିଂ କରିଥିଲେ। ସେ ୧୦ ସ୍ଥାନ ଉପରକୁ ଉଠି ୯୪ତମ ସ୍ଥାନ ଅଧିକାର କରିଥିବା ବେଳେ ଲେଗ୍‌ସ୍ପିନର ପ୍ରେମା ରାଓ୍ବତ ୫୦ ସ୍ଥାନ ପଦୋନ୍ନତି ସହ ୯୬ତମ ସ୍ଥାନରେ ରହିଛନ୍ତି।

ଏସିଆ କପ୍‌ ସେମିଫାଇନାଲରେ ୬୪ ଏବଂ ଫାଇନାଲରେ ୬୮ରନ ସମେତ ମୋଟ ୨୩୬ ରନ ସହ ଅଗ୍ରଣୀ ସ୍କୋରର ବିବେଚିତ ଶେଫାଳି ବର୍ମାଙ୍କ ରେଟିଂ ପଏଣ୍ଟ ୭୪୧ରେ ପହଞ୍ଚତ୍ଛିି। ୨୦୨୧ ଅକ୍ଟୋବର ପରେ ଏହା ସର୍ବାଧିକ। ସେ ବର୍ତ୍ତମାନ ସାଥୀ ଖେଳାଳି ସ୍ମୃତି ମନ୍ଧାନାଙ୍କଠାରୁ ମାତ୍ର ଗୋଟିଏ ସ୍ଥାନ ଏବଂ ୪ ରେଟିଂ ପଏଣ୍ଟ ପଛରେ ରହିଛନ୍ତି। ମନ୍ଧାନା ମ୍ୟାଚରେ ୫ଟି ଇନିଂସ ଖେଳି ୨୧୩ରନ କରିଥିବା ବେଳେ ୭୪୫ ପଏଣ୍ଟ ସହ ୫ମ ସ୍ଥାନରେ ରହିଛନ୍ତି। ଶେଫାଳିଙ୍କର ଆହୁରି ମଧ୍ୟ ଅଲରାଉଣ୍ଡର ର଼୍ୟାଙ୍କିଙ୍ଗରେ ୫ ସ୍ଥାନ ପଦୋନ୍ନତି ଘଟିଛି। ସେ ତାଙ୍କ କ୍ୟାରିୟର ଶ୍ରେଷ୍ଠ ୨୨୧ ରେଟିଂ ପଏଣ୍ଟ ସହ୧୫ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

ଋଷିକୂଲ୍ୟାରେ ଭାସୁଛି ମୃତଦେହ

ଛତ୍ରପୁର,୧୫।୯(ଅନାଥ ତରାଇ/ଦିଲୀପ ସାମଲ): ଗଞ୍ଜାମ ବ୍ଲକ ଅଧୀନ ଗୋଖୁରୁକୁଦା ଫରେଷ୍ଟ ଅଫିସ ନିକଟସ୍ଥ ଋଷିକୂଲ୍ୟା ନଦୀରେ ମଙ୍ଗଳବାର ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।…

ଛୁରୀ ଭୁଶି ଯୁବକଙ୍କୁ ହତ୍ୟା: ପୂର୍ବ ଶତ୍ରୁତାରୁ ଆକ୍ରମଣ, ଦୁଇ ଯୁବକ ଫେରାର

ଖଲ୍ଲିକୋଟ, ୧୫।୯ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ମୃତକ ହେଲେ ଖୋଜାପଲ୍ଲୀ ଗ୍ରାମର…

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?