Posted inଖେଳ

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ ତାଲିକାରେ ତାଙ୍କ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟପକ୍ଷରେ ଭାରତର ଦୀପ୍ତି ଶର୍ମା ୪ ସ୍ଥାନ ଉପରକୁ ଉଠି ୨ୟ ସ୍ଥାନ ଅଧିକାର କରିଛନ୍ତି। ଚରଣୀ ଶ୍ରୀଲଙ୍କା ବିପକ୍ଷ ମହିଳା ଟି୨୦ ଏସିଆ କପ୍‌ରେ ୨୦ରନ ବିନିମୟରେ ୪ ଉଇକେଟ ଅକ୍ତିଆର କରିଥିଲେ, ଯାହାଫଳରେ ତାଙ୍କ ରେଟିଂ ପଏଣ୍ଟ ୮୦୦ ଅତିକ୍ରମ କରି ୮୦୪ରେ ପହଞ୍ଚିଛି। ଆଇସିସି ର଼୍ୟାଙ୍କିଙ୍ଗରେ ଉଭୟ ବ୍ୟାଟର ଓ ବୋଲରଙ୍କ ପାଇଁ ଜଣେ ଭାରତୀୟ ଭାବେ ସେ ସର୍ବୋଚ୍ଚ ରେଟିଂ ପଏଣ୍ଟ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି।

ପୂର୍ବରୁ ଏହି ରେକର୍ଡ ମିଥାଲି ରାଜଙ୍କ ନାମରେ ରହିଥିଲା। ମିଥାଲି ୨୦୧୧ରେ ୭୮୦ ରେଟିଂ ପଏଣ୍ଟ ସହ ରେକର୍ଡର ଅଧିକାରୀ ହୋଇଥିଲେ। ୨୦୧୮ ନଭେମ୍ବରରେ ଅନ୍ତର୍ଜାତୀୟ ଟି୨୦ରେ ଜଣେ ମହିଳା ବୋଲର ହିସାବରେ ସର୍ବୋଚ୍ଚ ରେଟିଂ ପଏଣ୍ଟ ହାସଲ କରିବା ରେକର୍ଡ ଅଷ୍ଟ୍ରେଲିଆର ମେଗାନ ସ୍କଟଙ୍କ ନାମରେ ରହିଛି।

ଚରଣୀ ତାଙ୍କଠାରୁ ମାତ୍ର ୨ ପଏଣ୍ଟ ପଛରେ ରହିଛନ୍ତି। ଏସିଆ କପ୍‌ରେ ଭାରତ ପକ୍ଷରୁ ଚମତ୍କାର ବୋଲିଂ କରିଥିବା ଦୀପ୍ତି ୪ ସ୍ଥାନ ପଦୋନ୍ନତି ସହ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଟୁର୍ନାମେଣ୍ଟରେ ସେ ସର୍ବାଧିକ ୧୪ ଉଇକେଟ ହାସଲ କରିଥିବା ବୋଲର। ଟୁର୍ନାମେଣ୍ଟରେ ସିମ୍‌ ବୋଲର ନନ୍ଦିନୀ ଶର୍ମା ମଧ୍ୟ ଭଲ ବୋଲିଂ କରିଥିଲେ। ସେ ୧୦ ସ୍ଥାନ ଉପରକୁ ଉଠି ୯୪ତମ ସ୍ଥାନ ଅଧିକାର କରିଥିବା ବେଳେ ଲେଗ୍‌ସ୍ପିନର ପ୍ରେମା ରାଓ୍ବତ ୫୦ ସ୍ଥାନ ପଦୋନ୍ନତି ସହ ୯୬ତମ ସ୍ଥାନରେ ରହିଛନ୍ତି।

ଏସିଆ କପ୍‌ ସେମିଫାଇନାଲରେ ୬୪ ଏବଂ ଫାଇନାଲରେ ୬୮ରନ ସମେତ ମୋଟ ୨୩୬ ରନ ସହ ଅଗ୍ରଣୀ ସ୍କୋରର ବିବେଚିତ ଶେଫାଳି ବର୍ମାଙ୍କ ରେଟିଂ ପଏଣ୍ଟ ୭୪୧ରେ ପହଞ୍ଚତ୍ଛିି। ୨୦୨୧ ଅକ୍ଟୋବର ପରେ ଏହା ସର୍ବାଧିକ। ସେ ବର୍ତ୍ତମାନ ସାଥୀ ଖେଳାଳି ସ୍ମୃତି ମନ୍ଧାନାଙ୍କଠାରୁ ମାତ୍ର ଗୋଟିଏ ସ୍ଥାନ ଏବଂ ୪ ରେଟିଂ ପଏଣ୍ଟ ପଛରେ ରହିଛନ୍ତି। ମନ୍ଧାନା ମ୍ୟାଚରେ ୫ଟି ଇନିଂସ ଖେଳି ୨୧୩ରନ କରିଥିବା ବେଳେ ୭୪୫ ପଏଣ୍ଟ ସହ ୫ମ ସ୍ଥାନରେ ରହିଛନ୍ତି। ଶେଫାଳିଙ୍କର ଆହୁରି ମଧ୍ୟ ଅଲରାଉଣ୍ଡର ର଼୍ୟାଙ୍କିଙ୍ଗରେ ୫ ସ୍ଥାନ ପଦୋନ୍ନତି ଘଟିଛି। ସେ ତାଙ୍କ କ୍ୟାରିୟର ଶ୍ରେଷ୍ଠ ୨୨୧ ରେଟିଂ ପଏଣ୍ଟ ସହ୧୫ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ଗୋପବନ୍ଧୁଙ୍କ ତ୍ୟାଗ, ସେବା ଚିର ସ୍ମରଣୀୟ

କୋରାପୁଟ,୯।୧୦(ଅମିତାଭ ବେହେରା): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଶୁକ୍ରବାର କୋରାପୁଟଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ଆୟୋଜିତ ସ୍ମୃତି ସଭାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?