UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଅନୁଯାୟୀ, ୨,୦୦୦ ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ବ୍ୟବସାୟୀମାନଙ୍କୁ ୦.୪ ପ୍ରତିଶତ ଶୁଳ୍କ ଦେବାକୁ ପଡ଼ିବ।

NPCI ମଙ୍ଗଳବାର ଦିନ ସୂଚନା ଦେଇଛି ଯେ ଅକ୍ଟୋବର ୧୫ରୁ UPI ମାଧ୍ୟମରେ ୨ ହଜାର ଟଙ୍କାରୁ ଊର୍ଦ୍ଧ୍ୱ କାରବାର ଉପରେ ବ୍ୟବସାୟୀମାନଙ୍କୁ ୦.୪ ପ୍ରତିଶତ ଫି’ ଦେବାକୁ ହେବ। ସେପଟେ ସୋମବାର ହିଁ ସରକାର ସ୍ପଷ୍ଟ କରିଥିଲେ ଯେ ୨୦୦୦ ଟଙ୍କା ପର୍ଯ୍ୟନ୍ତ UPI କାରବାର ଉପରେ ବ୍ୟାଙ୍କ କିମ୍ୱା ପେମେଣ୍ଟ ସର୍ଭିସ ପ୍ରୋଭାଇଡର୍‌ କୌଣସି ପ୍ରତ୍ୟକ୍ଷ ବା ପରୋକ୍ଷ ଶୁଳ୍କ ଲଗାଇ ପାରିବେ ନାହିଁ।

ଏହି ଶୁଳ୍କକୁ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR) କୁହାଯାଏ। ଏହି ଶୁଳ୍କ ୦.୪% ହେବ, କିନ୍ତୁ ଏହାର ସର୍ୱାଧିକ ସୀମା ପ୍ରତି କାରବାର (ଟ୍ରାଞ୍ଜାକସନ) ପିଛା ୩୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହାର ଅର୍ଥ ହେଉଛି, ଯଦି କୌଣସି ଗ୍ରାହକ ଜଣେ ବ୍ୟବସାୟୀଙ୍କୁ ୭୫,୦୦୦ ଟଙ୍କା କିମ୍ୱା ତା’ଠାରୁ ଅଧିକ ଟଙ୍କାର UPI ପେମେଣ୍ଟ କରନ୍ତି, ତେବେ ୦.୪% ହିସାବରେ ତାହା ୩୦୦ ଟଙ୍କାରୁ ଅଧିକ ହୋଇପାରେ, କିନ୍ତୁ ବ୍ୟବସାୟୀଙ୍କ ଠାରୁ ସର୍ୱାଧିକ ୩୦୦ ଟଙ୍କା ହିଁ MDR ଶୁଳ୍କ ନିଆଯିବ।

୧୫ ଅକ୍ଟୋବର ୨୦୨୬ରୁ ର୍ନିଦ୍ଦିଷ୍ଟ କିଛି ମର୍ଚାଣ୍ଟ (P2M) କାରବାର ପାଇଁ UPI ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)ର ନୂଆ ଫ୍ରେମୱାର୍କ ଲାଗୁ ହେବ। ଏହା ସହିତ, ଗ୍ରାହକମାନଙ୍କ ପାଇଁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ସମସ୍ତ କାରବାର ସମ୍ପୂର୍ଣ୍ଣ ମାଗଣା ରହିବ। ନୂଆ ନିୟମ ଅନୁଯାୟୀ, QR କୋଡ ମାଧ୍ୟମରେ ପ୍ରତି ମାସରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ଛୋଟ ବ୍ୟବସାୟୀଙ୍କୁ କୌଣସି MDR ଦେବାକୁ ପଡ଼ିବ ନାହିଁ।

କାରବାର ରାଶିଲାଗୁ ହେବାକୁ ଥିବା MDR ବ୍ୟବସାୟୀ ଦେବାକୁ ଥିବା MDR
୩,୦୦୦୦ ଟଙ୍କାକୁ ୦.୪% ମାନେ ୧୨ଟଙ୍କା ଚାର୍ଜ। ୫୦,୦୦୦୦ ଟଙ୍କାକୁ ୦.୪% ମାନେ ୨୦୦ଟଙ୍କା ଚାର୍ଜ। ୭୫,୦୦୦ ଟଙ୍କା ବା ତା’ଠାରୁ ଅଧିକକୁ ଫିକ୍ସଡ ୩୦୦ଟଙ୍କା ଚାର୍ଜ।

ଏହା ବ୍ୟତୀତ ରେଳବାଇ ଏବଂ ଇନ୍ଧନ (Fuel) ଭଳି ସୱତନ୍ତ୍ର ବର୍ଗଗୁଡ଼ିକରେ ୨୦୦୦ ଟଙ୍କାରୁ ଅଧିକ କାରବାର ଉପରେ ୫ ଟଙ୍କାର ଫ୍ଲାଟ ଫି’ ଲାଗିବ, ଏବଂ ଅନ୍ୟାନ୍ୟ ବଡ଼ ମୂଲ୍ୟର P2M କାରବାର ଉପରେ ୦.୪% ଶୁଳ୍କ ଲାଗିବ, ଯାହାର ସର୍ୱାଧିକ ସୀମା ୩୦୦ ଟଙ୍କା ରହିବ।

ସରକାରଙ୍କ ଏହି ପଦକ୍ଷେପ ଅଧୀନରେ ଛୋଟ ଭେଣ୍ଡର ଏବଂ ଟିୟର-୩ ବଜାର ପାଇଁ ଡିଜିଟାଲ ପେମେଣ୍ଟ ଭିତ୍ତିଭୂମିକୁ ଉନ୍ନତ କରିବା ପାଇଁ ଏକ ସୱତନ୍ତ୍ର ପାଣ୍ଠି (Fund) ମଧ୍ୟ ଗଠନ କରାଯିବ। ସମସ୍ତ ବ୍ୟବସାୟୀଙ୍କ ପାଇଁ ୨୦୦୦ ଟଙ୍କା ପର୍ଯ୍ୟନ୍ତ କମ ମୂଲ୍ୟର UPI କାରବାର ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ, ଯାହାକି ସମୁଦାୟ UPI P2M କାରବାରର ୯୫% ରୁ ଅଧିକ ଅଂଶ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

ଗାଡ଼ି ଲାଇଟ୍‌ ଉପରେ ସରକାର ଆଣୁଛନ୍ତିି ବଡ଼ ନିୟମ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ନୂଆଦିଲ୍‌ଲୀ,୧୫।୯: ରାତି ସମୟରେ ରାସ୍ତାରେ ଗାଡ଼ିଗୁଡ଼ିକର ହାଇ ବିମ (High Beam) ହେଡଲାଇଟ ଆଖି ଝଲସାଇ ଦେବା ସଡ଼କ ଦୁର୍ଘଟଣାର ଏକ ବଡ଼ କାରଣ ପାଲଟିଛି। ଏହି…

୨୦୨୭ ଯାଏ ୩ ରାଶିଙ୍କର ଚାଲିବ ଭଲ ସମୟ, କେତୁଙ୍କ ପ୍ରଭାବରେ ପ୍ରଚୁର ଧନ ଲାଭ ସହ ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ରରେ ଛାୟା ଗ୍ରହ କେତୁଙ୍କ ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଜ୍ୟୋତିଷୀଙ୍କ ମତ ଅନୁସାରେ, କେତୁ ପ୍ରାୟ ୧୮ ମାସ ପରେ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?