UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଅନୁଯାୟୀ, ୨,୦୦୦ ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ବ୍ୟବସାୟୀମାନଙ୍କୁ ୦.୪ ପ୍ରତିଶତ ଶୁଳ୍କ ଦେବାକୁ ପଡ଼ିବ।

NPCI ମଙ୍ଗଳବାର ଦିନ ସୂଚନା ଦେଇଛି ଯେ ଅକ୍ଟୋବର ୧୫ରୁ UPI ମାଧ୍ୟମରେ ୨ ହଜାର ଟଙ୍କାରୁ ଊର୍ଦ୍ଧ୍ୱ କାରବାର ଉପରେ ବ୍ୟବସାୟୀମାନଙ୍କୁ ୦.୪ ପ୍ରତିଶତ ଫି’ ଦେବାକୁ ହେବ। ସେପଟେ ସୋମବାର ହିଁ ସରକାର ସ୍ପଷ୍ଟ କରିଥିଲେ ଯେ ୨୦୦୦ ଟଙ୍କା ପର୍ଯ୍ୟନ୍ତ UPI କାରବାର ଉପରେ ବ୍ୟାଙ୍କ କିମ୍ୱା ପେମେଣ୍ଟ ସର୍ଭିସ ପ୍ରୋଭାଇଡର୍‌ କୌଣସି ପ୍ରତ୍ୟକ୍ଷ ବା ପରୋକ୍ଷ ଶୁଳ୍କ ଲଗାଇ ପାରିବେ ନାହିଁ।

ଏହି ଶୁଳ୍କକୁ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR) କୁହାଯାଏ। ଏହି ଶୁଳ୍କ ୦.୪% ହେବ, କିନ୍ତୁ ଏହାର ସର୍ୱାଧିକ ସୀମା ପ୍ରତି କାରବାର (ଟ୍ରାଞ୍ଜାକସନ) ପିଛା ୩୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହାର ଅର୍ଥ ହେଉଛି, ଯଦି କୌଣସି ଗ୍ରାହକ ଜଣେ ବ୍ୟବସାୟୀଙ୍କୁ ୭୫,୦୦୦ ଟଙ୍କା କିମ୍ୱା ତା’ଠାରୁ ଅଧିକ ଟଙ୍କାର UPI ପେମେଣ୍ଟ କରନ୍ତି, ତେବେ ୦.୪% ହିସାବରେ ତାହା ୩୦୦ ଟଙ୍କାରୁ ଅଧିକ ହୋଇପାରେ, କିନ୍ତୁ ବ୍ୟବସାୟୀଙ୍କ ଠାରୁ ସର୍ୱାଧିକ ୩୦୦ ଟଙ୍କା ହିଁ MDR ଶୁଳ୍କ ନିଆଯିବ।

୧୫ ଅକ୍ଟୋବର ୨୦୨୬ରୁ ର୍ନିଦ୍ଦିଷ୍ଟ କିଛି ମର୍ଚାଣ୍ଟ (P2M) କାରବାର ପାଇଁ UPI ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)ର ନୂଆ ଫ୍ରେମୱାର୍କ ଲାଗୁ ହେବ। ଏହା ସହିତ, ଗ୍ରାହକମାନଙ୍କ ପାଇଁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ସମସ୍ତ କାରବାର ସମ୍ପୂର୍ଣ୍ଣ ମାଗଣା ରହିବ। ନୂଆ ନିୟମ ଅନୁଯାୟୀ, QR କୋଡ ମାଧ୍ୟମରେ ପ୍ରତି ମାସରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ଛୋଟ ବ୍ୟବସାୟୀଙ୍କୁ କୌଣସି MDR ଦେବାକୁ ପଡ଼ିବ ନାହିଁ।

କାରବାର ରାଶିଲାଗୁ ହେବାକୁ ଥିବା MDR ବ୍ୟବସାୟୀ ଦେବାକୁ ଥିବା MDR
୩,୦୦୦୦ ଟଙ୍କାକୁ ୦.୪% ମାନେ ୧୨ଟଙ୍କା ଚାର୍ଜ। ୫୦,୦୦୦୦ ଟଙ୍କାକୁ ୦.୪% ମାନେ ୨୦୦ଟଙ୍କା ଚାର୍ଜ। ୭୫,୦୦୦ ଟଙ୍କା ବା ତା’ଠାରୁ ଅଧିକକୁ ଫିକ୍ସଡ ୩୦୦ଟଙ୍କା ଚାର୍ଜ।

ଏହା ବ୍ୟତୀତ ରେଳବାଇ ଏବଂ ଇନ୍ଧନ (Fuel) ଭଳି ସୱତନ୍ତ୍ର ବର୍ଗଗୁଡ଼ିକରେ ୨୦୦୦ ଟଙ୍କାରୁ ଅଧିକ କାରବାର ଉପରେ ୫ ଟଙ୍କାର ଫ୍ଲାଟ ଫି’ ଲାଗିବ, ଏବଂ ଅନ୍ୟାନ୍ୟ ବଡ଼ ମୂଲ୍ୟର P2M କାରବାର ଉପରେ ୦.୪% ଶୁଳ୍କ ଲାଗିବ, ଯାହାର ସର୍ୱାଧିକ ସୀମା ୩୦୦ ଟଙ୍କା ରହିବ।

ସରକାରଙ୍କ ଏହି ପଦକ୍ଷେପ ଅଧୀନରେ ଛୋଟ ଭେଣ୍ଡର ଏବଂ ଟିୟର-୩ ବଜାର ପାଇଁ ଡିଜିଟାଲ ପେମେଣ୍ଟ ଭିତ୍ତିଭୂମିକୁ ଉନ୍ନତ କରିବା ପାଇଁ ଏକ ସୱତନ୍ତ୍ର ପାଣ୍ଠି (Fund) ମଧ୍ୟ ଗଠନ କରାଯିବ। ସମସ୍ତ ବ୍ୟବସାୟୀଙ୍କ ପାଇଁ ୨୦୦୦ ଟଙ୍କା ପର୍ଯ୍ୟନ୍ତ କମ ମୂଲ୍ୟର UPI କାରବାର ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ, ଯାହାକି ସମୁଦାୟ UPI P2M କାରବାରର ୯୫% ରୁ ଅଧିକ ଅଂଶ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?