ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ ଏକମାତ୍ର ଗ୍ରହ ଯାହାଙ୍କର ସାଢ଼େସାତୀ ଓ ଢେୟା ରହିଥାଏ। ଶନି ପ୍ରାୟ ଅଢ଼େଇ ବର୍ଷରେ ରାଶି ପରିବର୍ତ୍ତନ କରନ୍ତି ଏବଂ ସମୟ ସମୟରେ ବକ୍ରୀ ତଥା ମାର୍ଗୀ ମଧ୍ୟ ହୋଇଥାନ୍ତି। ଏହାର ପ୍ରଭାବ ସମସ୍ତ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଦେଖିବାକୁ ମିଳିଥାଏ। ଶନି ୨୭ ଜୁଲାଇ ୨୦୨୬ରୁ ବକ୍ରୀ ଅଛନ୍ତି ଅର୍ଥାତ ଓଲଟା ଚଳନ କରୁଛନ୍ତି, ଯାହା ଫଳରେ ଅନେକ ରାଶି ଉପରେ ଏହାର ପ୍ରଭାବ ପଡୁଛି। ଶନିଙ୍କ ଏହି ବକ୍ରୀ ଚଳନ ଯୋଗୁଁ ଅନେକ ରାଶିର ଲୋକଙ୍କ କାର୍ଯ୍ୟରେ ବାଧାବିଘ୍ନ ଉପୁଜିବା ସହ ସମସ୍ୟା ବୃଦ୍ଧି ପାଏ। ଯେତେ ଚେଷ୍ଟା କଲେ ବି ଉତ୍ତମ ଫଳ ମିଳିନଥାଏ। କିନ୍ତୁ ଶନି ମାର୍ଗୀ (ସିଧା ଚଳନ) ହେବା ମାତ୍ରେ ଜୀବନରେ ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳେ। ଏବେ ଶନି ୧୧ ଡିସେମ୍ୱର ୨୦୨୬ରେ ମାର୍ଗୀ ହେବେ, ଯାହାଦ୍ୱାରା କିଛି ର୍ନିଦ୍ଦିଷ୍ଟ ରାଶିର ଲୋକଙ୍କୁ ଉତ୍ତମ ଲାଭ ମିଳିବାର ସମ୍ଭାବନା ରହିଛି।

ବୃଷ ରାଶି

ଶନି ମାର୍ଗୀ ହେବା ଦ୍ୱାରା ବୃଷ ରାଶିର ଲୋକଙ୍କ ଚାକିରି କ୍ଷେତ୍ରରେ ଥିବା ସମସ୍ୟାଗୁଡ଼ିକ ଦୂର ହେବ। ଦୀର୍ଘ ଦିନରୁ ଲାଗି ରହିଥିବା ଅସୁବିଧାର ଅନ୍ତ ଘଟିବ। ଏହି ସମୟ ମଧ୍ୟରେ କୌଣସି ନୂତନ ଦାୟିତ୍ୱ ମିଳିପାରେ ଏବଂ ଧନ ଲାଭର ଉତ୍ତମ ସୁଯୋଗ ସୃଷ୍ଟି ହେବ।

ମିଥୁନ ରାଶି

ମିଥୁନ ରାଶିର ଲୋକଙ୍କ ପାଇଁ ଶନିଙ୍କ ସିଧା ଚଳନ ଅନେକ ପ୍ରକାରର ଆଶ୍ୱସ୍ତି ଆଣିଦେବ। ଯେଉଁମାନେ ଚାକିରି ବଦଳାଇବା ବିଷୟରେ ଚିନ୍ତା କରୁଛନ୍ତି, ସେମାନଙ୍କୁ ଭଲ ସୁଯୋଗ ମିଳିପାରେ। ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ହେବ ଏବଂ କିଛି ପୁରୁଣା ବିବାଦରୁ ମୁକ୍ତି ମିଳିବ। ଏହା ସହିତ ମାନସିକ ଶାନ୍ତି ପ୍ରାପ୍ତ ହେବ।

କନ୍ୟା ରାଶି

ଶନିଙ୍କ ମାର୍ଗୀ ଚଳନର ଭଲ ପ୍ରଭାବ କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ଦେଖିବାକୁ ମିଳିବ। ଅଧୁରା ଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ପୂର୍ଣ୍ଣ ସମ୍ଭାବନା ରହିଛି। ଚାକିରି କରୁଥିବା ଲୋକଙ୍କୁ ନିଜ ପରିଶ୍ରମର ଉଚିତ ଫଳ ମିଳିବ। ଏହି ସମୟ ମଧ୍ୟରେ କୌଣସି ଶୁଭ ଖବର ମିଳିପାରେ। ବ୍ୟବସାୟ ସହିତ ଜଡ଼ିତ ବ୍ୟକ୍ତିମାନେ ଭଲ ଲାଭ ପାଇବେ।

ତୁଳା ରାଶି

ଶନି ବକ୍ରୀରୁ ମାର୍ଗୀ ହେବା ଫଳରେ ୧୧ ଡିସେମ୍ୱର ପରେ କ୍ୟାରିୟରରେ ବଡ଼ ଆଶ୍ୱସ୍ତି ମିଳିପାରେ। ହାତକୁ ନୂଆ ନୂଆ ସୁଯୋଗ ଆସିବ। ବ୍ୟବସାୟରେ ଅଟକି ଯାଇଥିବା କାମ ପୁଣି ଥରେ ଆରମ୍ଭ ହୋଇପାରିବ ଏବଂ ଆର୍ଥିକ ଦୃଷ୍ଟିକୋଣରୁ ଭଲ ସୁଯୋଗ ମିଳିବ।

ମକର ରାଶି

ଶନିଙ୍କ ମାର୍ଗୀ ଚଳନର ଯଥେଷ୍ଟ ଲାଭ ମକର ରାଶିର ଲୋକଙ୍କୁ ମିଳିବ। ଏହି ସମୟରେ ଚାକିରିରେ ଲାଗି ରହିଥିବା ଅସୁବିଧା ତୁରନ୍ତ ଦୂର ହେବ। ଅଟକି ରହିଥିବା କାର୍ଯ୍ୟ ଶୀଘ୍ର ଶେଷ ହେବ, ଯାହା ଆପଣଙ୍କ ଆର୍ଥିକ ସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ଆଣିଦେବ।

କୁମ୍ଭ ରାଶି

ଶନି ମାର୍ଗୀ ହେବା ଦ୍ୱାରା କୁମ୍ଭ ରାଶିର ଲୋକଙ୍କୁ ପ୍ରଚୁର ଲାଭ ମିଳିବାର ଯୋଗ ରହିଛି। ଯେଉଁମାନେ ବ୍ୟବସାୟ ସହିତ ଜଡ଼ିତ ଅଛନ୍ତି, ସେମାନଙ୍କୁ ଭଲ ମୁନାଫା ମିଳିବ। ଧନ ସମ୍ୱନ୍ଧୀୟ ସମସ୍ୟା ଏବେ ଦୂର ହେବ ଏବଂ ର୍ଧଯ୍ୟର ସହିତ କାମ କରିବାର ସମୟ ଆସିଯାଇଛି। ଚାକିରିରେ ନୂତନ ସୁଯୋଗ ମିଳିବା ସହ ପଦୋନ୍ନତି (ପ୍ରମୋସନ) ଓ ଦରମା ବୃଦ୍ଧିର ଯୋଗ ବନୁଛି।


Enter your email to get our daily news in your inbox.

All Right Reserved By Dharitri.Com

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

ଋଷିକୂଲ୍ୟାରେ ଭାସୁଛି ମୃତଦେହ

ଛତ୍ରପୁର,୧୫।୯(ଅନାଥ ତରାଇ/ଦିଲୀପ ସାମଲ): ଗଞ୍ଜାମ ବ୍ଲକ ଅଧୀନ ଗୋଖୁରୁକୁଦା ଫରେଷ୍ଟ ଅଫିସ ନିକଟସ୍ଥ ଋଷିକୂଲ୍ୟା ନଦୀରେ ମଙ୍ଗଳବାର ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।…

ଛୁରୀ ଭୁଶି ଯୁବକଙ୍କୁ ହତ୍ୟା: ପୂର୍ବ ଶତ୍ରୁତାରୁ ଆକ୍ରମଣ, ଦୁଇ ଯୁବକ ଫେରାର

ଖଲ୍ଲିକୋଟ, ୧୫।୯ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ମୃତକ ହେଲେ ଖୋଜାପଲ୍ଲୀ ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?