ବାଦଲ ଫଟା ବର୍ଷା

ତେବେ ପ୍ରଶ୍ନ ଉଠେ ଯେ, ଆମର ହିମାଳୟ ଅଞ୍ଚଳ ଏତେ ବାଦଲଫଟା ପ୍ରବଣ କାହିଁକି? ପ୍ରକୃତରେ ହିମାଳୟ ପର୍ବତମାଳାରେ ସମୁଦ୍ର ପତ୍ତନଠାରୁ ବହୁ ଊର୍ଦ୍ଧ୍ୱରେ ଅବସ୍ଥିତ। କିଛି ଅଞ୍ଚଳ ଯଥା ବଦ୍ରିନାଥ, କେଦାରନାଥଠାରେ ଅଧିକାଂଶ ବାଦଲ ଫାଟିବା ଘଟଣା ଦେଖିବାକୁ ମିଳିଥାଏ। ବଦ୍ରିନାଥ ଓ କେଦାରନାଥର ସମୁଦ୍ର ପତ୍ତନଠାରୁ ଉଚ୍ଚତା ଯଥାକ୍ରମେ ୩୩୦୦ ଓ ୩୫୮୩ ମିଟର। ଏଠାକାର ଉତ୍ତୁଙ୍ଗ ପର୍ବତମାଳାରେ ବାଧାପାଇ ଜଳୀୟବାଷ୍ପ ଭରା ମୌସୁମୀବାୟୁ ଆକାଶରେ ବିପୁଳ ମାତ୍ରାରେ ଜମା ହେବାକୁ ଲାଗେ ଏବଂ ବାଦଲ ଫାଟିବା ପାଇଁ ଅନୁକୂଳ ପରିସ୍ଥିତି ସଷ୍ଟି କରେ।
ବାଦଲଫଟା ଓ ପ୍ରବଳ ବର୍ଷା ମଧ୍ୟରେ ସାମାନ୍ୟ ପାର୍ଥକ୍ୟ ରହିଛି। କୌଣସି ସ୍ଥାନରେ ବୃଷ୍ଟିପାତ ପରିମାଣକୁ ସାଧାରଣତଃ ମିଲିମିଟର (ମି.ମି.) ଏକକରେ ପ୍ରକାଶ କରାଯାଏ। ଏହି ଏକକରେ, ବୃଷ୍ଟିପାତ ସମୟରେ ୧ ବର୍ଗ ମିଟର ଅଞ୍ଚଳ ଉପରେ ୧ ଲିଟର ବର୍ଷାଜଳ ସଂଗୃହୀତ ହେଲେ ତାହାକୁ ୧ ମି.ମି. ବୃଷ୍ଟିପାତ ବୋଲି ଧରାଯାଏ। ଘଣ୍ଟାକୁ ବୃଷ୍ଟିପାତ ପରିମାଣ ୨.୫ ମି.ମି. କିମ୍ବା ତା’ଠାରୁ କମ୍‌ ହେଲେ ତାହାକୁ ସ୍ବଳ୍ପ ବର୍ଷା, ୨.୫ ମି.ମି. ରୁ ୧୦ ମି.ମି. ମଧ୍ୟରେ ସୀମିତ ରହିଲେ ମଧ୍ୟମ ବର୍ଷା, ୧୦ ମି.ମି.ରୁ ୫୦ ମି.ମି. ମଧ୍ୟରେ ରହିଲେ ଭାରି ବର୍ଷା ଏବଂ ୫୦ ମି.ମି.ରୁ ଅଧିକ ହେଲେ ପ୍ରବଳ ବର୍ଷା ବୋଲି କୁହାଯାଏ। ମାତ୍ର କୌଣସି ସ୍ଥାନରେ ଏକ ଘଣ୍ଟା ସମୟ ମଧ୍ୟରେ ୧୦୦ ମି.ମି. କିମ୍ବା ତା’ଠାରୁ ଅଧିକ ପରିମାଣର ବର୍ଷା ହୋଇଗଲେ ତାହାକୁ ପାଣିପାଗ ବିଜ୍ଞାନର ପରିଭାଷା ଅନୁଯାୟୀ ‘ବାଦଲ ଫାଟିବା’ ବୋଲି କୁହାଯିବ। ଅର୍ଥାତ କୌଣସି ସ୍ଥାନରେ ବୃଷ୍ଟିପାତକୁ ‘ବାଦଲ ଫାଟିବା’ କୁହାଯିବା ପାଇଁ ହେଲେ ପ୍ରବଳ ବର୍ଷା ପରିସ୍ଥିତି ସମୟରେ ହେଉଥିବା ବୃଷ୍ଟିପାତ ପରିମାଣର ଦ୍ୱିଗୁଣ କିମ୍ବା ତା’ଠାରୁ ଅଧିକ ବର୍ଷା ହେଉଥିବା ଆବଶ୍ୟକ। ଏଭଳି ଅଚାନକ ଓ ପ୍ରବଳ ବୃଷ୍ଟିପାତ କାରଣରୁ କୌଣସି ସୀମିତ ଓ ଆବଦ୍ଧ ସ୍ଥାନରେ ଜଳର ନିଷ୍କାସନ ଘଟି ନ ପାରି ବନ୍ୟା ଆସିବା ସ୍ବାଭାବିକ।
ଏବେ ବିଶ୍ୱରେ ବାଦଲ ଫାଟିବା ଘଟଣାର ପ୍ରବଳତା ତଥା ବାରମ୍ବାରତା ବୃଦ୍ଧି ପାଉଥିବାର ପରିଲକ୍ଷିତ ହେଉଛି। ପ୍ରକୃତିର ଏହି ବିଗିଡା ମିଜାଜକୁ ମନୁଷ୍ୟକୃତ କାର୍ଯ୍ୟକଳାପ ଦ୍ୱାରା ସୃଷ୍ଟ ବିଶ୍ୱ ତାପନ ପ୍ରକ୍ରିୟା ସହିତ ସଂଶ୍ଳିଷ୍ଟ କରାଯାଉଛି। ବାୟୁମଣ୍ଡଳ ଓ ସମୁଦ୍ରପୃଷ୍ଠର ତାପମାତ୍ରା ବୃଦ୍ଧି ଯୋଗୁ ଜଳର ବାଷ୍ପିଭବନ ପ୍ରକ୍ରିୟା ତ୍ୱରାନ୍ବିତ ହେଉଛି ଏବଂ ବାୟୁମଣ୍ଡଳରେ ଅଧିକ ଜଳୀୟବାଷ୍ପ ଜମାହୋଇ ବାଦଲ ଫାଟିବା ଘଟଣାର କାରଣ ହେଉଛି।
ପାଣିପାଗ ବିଜ୍ଞାନର ଏବେକାର ଜ୍ଞାନକୌଶଳରେ ବନ୍ୟା, ବାତ୍ୟା ଭଳି ବାଦଲ ଫାଟିବା ଘଟଣାର ପୂର୍ବାନୁମାନ କରାଯାଇପାରିବ ନାହିଁ ଏବଂ ଏଥି ନିମନ୍ତେ କୌଣସି ଆଗୁଆ ସୂଚନା ଜାରି କରିବା ସମ୍ଭବ ନୁହେଁ। କେବଳ ବାଦଲ ଫାଟିବା ପ୍ରବଣ ସ୍ଥାନଠାରୁ ଦୂରେଇ ରହିବା ଏବଂ ବ୍ୟକ୍ତିଗତ ସତର୍କତା ଅବଲମ୍ବନ ହିଁ ଏକମାତ୍ର ପ୍ରତିକାର ବ୍ୟବସ୍ଥା। ସରକାରଙ୍କ ତରଫରୁ ବାଦଲଫଟା ପ୍ରବଣ ସ୍ଥାନଗୁଡିକରେ ଉପଯୁକ୍ତ ଜଳ ନିଷ୍କାସନର ବ୍ୟବସ୍ଥା କରାଗଲେ ଏହି ବିପର୍ଯ୍ୟୟର ତୀବ୍ରତା ଓ ପ୍ରକୋପତାକୁ ପ୍ରଶମନ କରାଯାଇ ପାରିବ।

(ଶେଷ ଭାଗ)
-ନିକୁଞ୍ଜ ବିହାରୀ ସାହୁ,
ଏଜୁକେଶନ ଅଫିସର,
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱର
ମୋ : ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

8th Pay Commission: ନାଇଟ ଡ୍ୟୁଟି ପାଇଁ ମିଳିବ ଅଲଗା ଟଙ୍କା! ୩ ଗୁଣା ଦରମା…

୮ମ ବେତନ ଆୟୋଗ (8th Pay Commission) ଗଠନ ସହିତ ସରକାରୀ କର୍ମଚାରୀଙ୍କ ଆଶା ଆହୁରି ବଢ଼ିବାରେ ଲାଗିଛି। ଏହି କ୍ରମରେ ଦେଶର ବିଭିନ୍ନ କେନ୍ଦ୍ର ସରକାରୀ…

ଜଳବାୟୁ ସମ୍ମିଳନୀରେ ବଡ଼ ବାର୍ତ୍ତା ଦେଲେ ମୋଦି, କହିଲେ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ (The Future of Environment and Climate Dynamics) ବିଷୟ ଉପରେ…

ବିଶ୍ୱକର୍ମା ପୂଜା ମଣ୍ଡପରେ ଛତ୍ରପୁର ବିଧାୟକ

ଛତ୍ରପୁର, ୧୮।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରସ୍ଥିତ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ପରିସରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାଆଡ଼ମ୍ବରରେ ଦେବଶିଳ୍ପୀ…

AIର ଅଗ୍ରଗତି ଯୋଗୁ ୨୦୩୦ ସୁଦ୍ଧା ବିଶ୍ୱର ଅନ୍ତ ଘଟିବ? ଏକ ବହୁରାଷ୍ଟ୍ରୀୟ କମ୍ପାନୀର ସିଇଓ ଜେନସେନ ହୁଆଙ୍ଗଙ୍କ ବଡ଼ ଦାବି

ଓ୍ବାଶିଂଟନ,୧୯।୯: ଆଜିର ବିଶ୍ୱରେ AI ଉନ୍ନତିର ଦ୍ରୁତ ଗତିକୁ ନେଇ ଲୋକମାନେ ବିଭକ୍ତ; କେତେକ ଏହାକୁ ଧୀର କରିବାକୁ ଚାହୁଁଥିବା ବେଳେ, ଅନ୍ୟ ବିଶେଷଜ୍ଞମାନେ ଯୁକ୍ତି ବାଢ଼ନ୍ତି…

୨୪ ଘଣ୍ଟା ନ ପୂରୁଣୁ ମମତାଙ୍କୁ ପୁଣି ବଡ଼ ଝଟକା: ନିର୍ବାଚନରୁ ଓହରିଯିବା ନେଇ ଘୋଷଣା କଲେ…

କୋଲକାତା,୧୯।୯: ପଶ୍ଚିମବଙ୍ଗର ଆଗାମୀ ଉପନିର୍ବାଚନକୁ ନେଇ ରାଜନୈତିକ ଚିତ୍ର ଦ୍ରୁତ ବଦଳୁଛି। ନନ୍ଦୀଗ୍ରାମ ପରେ ଏବେ ରେଜିନଗରରେ ମଧ୍ୟ ମମତା ବାନାର୍ଜୀଙ୍କ ଶିବିରକୁ ଝଟକା ଲାଗିଛି। ରେଜିନଗର…

ହାଇକୋର୍ଟ ବିଚାରପତିଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଅବସର ପରେ PM CARES ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରିବେ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଅବନୀନ୍ଦ୍ର କୁମାର ସିଂହ ତାଙ୍କ ଅବସର ପରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଥିଲେ। ସେ କହିଥିଲେ ଯେ ସେ ତାଙ୍କ…

ପାର୍ବଣ ଭେଟି ଦେଲେ ରାଜ୍ୟ ସରକାର, ୮% ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୧୯।୯: ରାଜ୍ୟ କର୍ମଚାରୀଙ୍କ ସହ ଦୀର୍ଘ ଦିନରୁ ଲାଗି ରହିଥିବା ଅଚଳାବସ୍ଥାର ଅନ୍ତ ଘଟାଇ ଭଗୱନ୍ତ ମାନ ସରକାର ପ୍ରାୟ ଆଠ ଲକ୍ଷ କର୍ମଚାରୀ ଓ ପେନସନଭୋଗୀଙ୍କ…

ଆମେରିକୀୟ ଗଣମାଧ୍ୟମ ବିରୋଧରେ ଟ୍ରମ୍ପଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲଗାଇଲେ କଟକଣା

ଓ୍ବାଶିଂଟନ,୧୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ CNN, Politico ଏବଂ MSNBC ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି। ‘ଟ୍ରୁଥ ସୋସିଆଲ’ (Truth Social)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?