ବାଦଲ ଫଟା ବର୍ଷା

ତେବେ ପ୍ରଶ୍ନ ଉଠେ ଯେ, ଆମର ହିମାଳୟ ଅଞ୍ଚଳ ଏତେ ବାଦଲଫଟା ପ୍ରବଣ କାହିଁକି? ପ୍ରକୃତରେ ହିମାଳୟ ପର୍ବତମାଳାରେ ସମୁଦ୍ର ପତ୍ତନଠାରୁ ବହୁ ଊର୍ଦ୍ଧ୍ୱରେ ଅବସ୍ଥିତ। କିଛି ଅଞ୍ଚଳ ଯଥା ବଦ୍ରିନାଥ, କେଦାରନାଥଠାରେ ଅଧିକାଂଶ ବାଦଲ ଫାଟିବା ଘଟଣା ଦେଖିବାକୁ ମିଳିଥାଏ। ବଦ୍ରିନାଥ ଓ କେଦାରନାଥର ସମୁଦ୍ର ପତ୍ତନଠାରୁ ଉଚ୍ଚତା ଯଥାକ୍ରମେ ୩୩୦୦ ଓ ୩୫୮୩ ମିଟର। ଏଠାକାର ଉତ୍ତୁଙ୍ଗ ପର୍ବତମାଳାରେ ବାଧାପାଇ ଜଳୀୟବାଷ୍ପ ଭରା ମୌସୁମୀବାୟୁ ଆକାଶରେ ବିପୁଳ ମାତ୍ରାରେ ଜମା ହେବାକୁ ଲାଗେ ଏବଂ ବାଦଲ ଫାଟିବା ପାଇଁ ଅନୁକୂଳ ପରିସ୍ଥିତି ସଷ୍ଟି କରେ।
ବାଦଲଫଟା ଓ ପ୍ରବଳ ବର୍ଷା ମଧ୍ୟରେ ସାମାନ୍ୟ ପାର୍ଥକ୍ୟ ରହିଛି। କୌଣସି ସ୍ଥାନରେ ବୃଷ୍ଟିପାତ ପରିମାଣକୁ ସାଧାରଣତଃ ମିଲିମିଟର (ମି.ମି.) ଏକକରେ ପ୍ରକାଶ କରାଯାଏ। ଏହି ଏକକରେ, ବୃଷ୍ଟିପାତ ସମୟରେ ୧ ବର୍ଗ ମିଟର ଅଞ୍ଚଳ ଉପରେ ୧ ଲିଟର ବର୍ଷାଜଳ ସଂଗୃହୀତ ହେଲେ ତାହାକୁ ୧ ମି.ମି. ବୃଷ୍ଟିପାତ ବୋଲି ଧରାଯାଏ। ଘଣ୍ଟାକୁ ବୃଷ୍ଟିପାତ ପରିମାଣ ୨.୫ ମି.ମି. କିମ୍ବା ତା’ଠାରୁ କମ୍‌ ହେଲେ ତାହାକୁ ସ୍ବଳ୍ପ ବର୍ଷା, ୨.୫ ମି.ମି. ରୁ ୧୦ ମି.ମି. ମଧ୍ୟରେ ସୀମିତ ରହିଲେ ମଧ୍ୟମ ବର୍ଷା, ୧୦ ମି.ମି.ରୁ ୫୦ ମି.ମି. ମଧ୍ୟରେ ରହିଲେ ଭାରି ବର୍ଷା ଏବଂ ୫୦ ମି.ମି.ରୁ ଅଧିକ ହେଲେ ପ୍ରବଳ ବର୍ଷା ବୋଲି କୁହାଯାଏ। ମାତ୍ର କୌଣସି ସ୍ଥାନରେ ଏକ ଘଣ୍ଟା ସମୟ ମଧ୍ୟରେ ୧୦୦ ମି.ମି. କିମ୍ବା ତା’ଠାରୁ ଅଧିକ ପରିମାଣର ବର୍ଷା ହୋଇଗଲେ ତାହାକୁ ପାଣିପାଗ ବିଜ୍ଞାନର ପରିଭାଷା ଅନୁଯାୟୀ ‘ବାଦଲ ଫାଟିବା’ ବୋଲି କୁହାଯିବ। ଅର୍ଥାତ କୌଣସି ସ୍ଥାନରେ ବୃଷ୍ଟିପାତକୁ ‘ବାଦଲ ଫାଟିବା’ କୁହାଯିବା ପାଇଁ ହେଲେ ପ୍ରବଳ ବର୍ଷା ପରିସ୍ଥିତି ସମୟରେ ହେଉଥିବା ବୃଷ୍ଟିପାତ ପରିମାଣର ଦ୍ୱିଗୁଣ କିମ୍ବା ତା’ଠାରୁ ଅଧିକ ବର୍ଷା ହେଉଥିବା ଆବଶ୍ୟକ। ଏଭଳି ଅଚାନକ ଓ ପ୍ରବଳ ବୃଷ୍ଟିପାତ କାରଣରୁ କୌଣସି ସୀମିତ ଓ ଆବଦ୍ଧ ସ୍ଥାନରେ ଜଳର ନିଷ୍କାସନ ଘଟି ନ ପାରି ବନ୍ୟା ଆସିବା ସ୍ବାଭାବିକ।
ଏବେ ବିଶ୍ୱରେ ବାଦଲ ଫାଟିବା ଘଟଣାର ପ୍ରବଳତା ତଥା ବାରମ୍ବାରତା ବୃଦ୍ଧି ପାଉଥିବାର ପରିଲକ୍ଷିତ ହେଉଛି। ପ୍ରକୃତିର ଏହି ବିଗିଡା ମିଜାଜକୁ ମନୁଷ୍ୟକୃତ କାର୍ଯ୍ୟକଳାପ ଦ୍ୱାରା ସୃଷ୍ଟ ବିଶ୍ୱ ତାପନ ପ୍ରକ୍ରିୟା ସହିତ ସଂଶ୍ଳିଷ୍ଟ କରାଯାଉଛି। ବାୟୁମଣ୍ଡଳ ଓ ସମୁଦ୍ରପୃଷ୍ଠର ତାପମାତ୍ରା ବୃଦ୍ଧି ଯୋଗୁ ଜଳର ବାଷ୍ପିଭବନ ପ୍ରକ୍ରିୟା ତ୍ୱରାନ୍ବିତ ହେଉଛି ଏବଂ ବାୟୁମଣ୍ଡଳରେ ଅଧିକ ଜଳୀୟବାଷ୍ପ ଜମାହୋଇ ବାଦଲ ଫାଟିବା ଘଟଣାର କାରଣ ହେଉଛି।
ପାଣିପାଗ ବିଜ୍ଞାନର ଏବେକାର ଜ୍ଞାନକୌଶଳରେ ବନ୍ୟା, ବାତ୍ୟା ଭଳି ବାଦଲ ଫାଟିବା ଘଟଣାର ପୂର୍ବାନୁମାନ କରାଯାଇପାରିବ ନାହିଁ ଏବଂ ଏଥି ନିମନ୍ତେ କୌଣସି ଆଗୁଆ ସୂଚନା ଜାରି କରିବା ସମ୍ଭବ ନୁହେଁ। କେବଳ ବାଦଲ ଫାଟିବା ପ୍ରବଣ ସ୍ଥାନଠାରୁ ଦୂରେଇ ରହିବା ଏବଂ ବ୍ୟକ୍ତିଗତ ସତର୍କତା ଅବଲମ୍ବନ ହିଁ ଏକମାତ୍ର ପ୍ରତିକାର ବ୍ୟବସ୍ଥା। ସରକାରଙ୍କ ତରଫରୁ ବାଦଲଫଟା ପ୍ରବଣ ସ୍ଥାନଗୁଡିକରେ ଉପଯୁକ୍ତ ଜଳ ନିଷ୍କାସନର ବ୍ୟବସ୍ଥା କରାଗଲେ ଏହି ବିପର୍ଯ୍ୟୟର ତୀବ୍ରତା ଓ ପ୍ରକୋପତାକୁ ପ୍ରଶମନ କରାଯାଇ ପାରିବ।

(ଶେଷ ଭାଗ)
-ନିକୁଞ୍ଜ ବିହାରୀ ସାହୁ,
ଏଜୁକେଶନ ଅଫିସର,
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱର
ମୋ : ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ: ୮୦ ପରିବାର ହନ୍ତସନ୍ତ

ଲୋଇସିଂହା,୧।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କୁଶମେଲ ପଞ୍ଚାୟତ କୁଶମେଲ ଗ୍ରାମର ପୁରୁଣା କଲୋନୀ ବସ୍ତିରେ ପ୍ରାୟ ୧ ମାସ ହେବ ପିଇବା ପାଣିର ଘୋର ଅଭାବ…

୪ ଦିନରେ ୩ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ଘଟଣା: ମୃତକଙ୍କ ଘରେ ପହଞ୍ଚିଲେ…

ଅମରପାଲି, ୧।୫ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ବିଭିନ୍ନ ଗ୍ରାମରେ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ସ୍ବାସ୍ଥ୍ୟ ବିଭାଗୀୟ ଟିମ…

ଧରିତ୍ରୀ ପ୍ରଭାବ: ଟ୍ରାଫିକ ପୋଷ୍ଟରେ ଛପର ନିର୍ମାଣ

ନୂଆପଡ଼ା,୧ା୫ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଗତ କିଛିଦିନ ହେଲା ପାରଦ ଉପରମୁହାଁ ହେବାରେ ଲାଗିଛି ା ଏପରି ସମୟରେ ସହରର ପ୍ରମୁଖ ଏକତା ଛକଠାରେ ଥିବା ଟ୍ରାଫିକ…

ବିକାଶ ଡିଗ୍ରୀ କଲେଜ ଛାତ୍ରୀଛାତ୍ର ଚମତ୍କାର ପ୍ରଦର୍ଶନ: ସଂସ୍କୃତି ଟପ୍ପର

ବରଗଡ଼,୧।୫(ପ୍ରେମାନନ୍ଦ ଖମାରୀ):ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ସଦ୍ୟ ପ୍ରକାଶ ପାଇଥିବା +୩ କଳା, ବିଜ୍ଞାନ ଓ ବାଣିଜ୍ୟ ଶେଷବର୍ଷ ପରୀକ୍ଷାଫଳରେ ବରଗଡ଼ର ବିକାଶ ଡିଗ୍ରୀ କଲେଜ ଛାତ୍ରୀଛାତ୍ର ଉତ୍କୃଷ୍ଟ…

ଦିଲ୍ଲୀ ହାଇକୋର୍ଟରେ ଭର୍ଚୁଆଲ ଶୁଣାଣି ବେଳେ ଅଶ୍ଳୀଳ ଭିଡିଓ ଚାଲିଲା,ଆଉ ତା’ପରେ…

ନୂଆଦିଲ୍ଲୀ,୩୦ା୪: ଦିଲ୍ଲୀ ହାଇକୋର୍ଟରେ ଭର୍ଚୁଆଲ ଶୁଣାଣି ଚାଲିଥିଲାବେଳେ ଏକ ଅଶ୍ଳୀଳ କଣ୍ଟେଣ୍ଟ ଚାଲିବାରୁ ଶୁଣାଣି ବାଧାପ୍ରାପ୍ତ ହୋଇଥିଲା। କୋର୍ଟରୁମ୍‌ରେ ସାଇବର ସୁରକ୍ଷାର ଉଲ୍ଲଂଘନକୁ ନେଇ ଚିନ୍ତା ପ୍ରକଟ…

୯୯୩ ଟଙ୍କା ବଢ଼ିଲା ଗ୍ୟାସ ସିଲିଣ୍ଡର ଦର: ଆଜିଠୁ ଲାଗୁ

ନୂଆଦିଲ୍ଲୀ,୧।୫: ମେ ୧ରୁ ସାରା ଦେଶରେ ନୂତନ ଗ୍ୟାସ ସିଲିଣ୍ଡର ମୂଲ୍ୟ ଲାଗୁ ହୋଇଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ଦେଶର ସରକାରୀ କମ୍ପାନୀଗୁଡ଼ିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ…

ଭାରତରେ ଜଳ ସଙ୍କଟ ବଢ଼ିବ: ଜାଣନ୍ତୁ କାରଣ କ’ଣ…

ନୂଆଦିଲ୍ଲୀ,୩୦ା୪: ଭାରତରେ ଇନ୍ଧନ ସଙ୍କଟ ଦୂର କରିବାକୁ ଯାଇ ୮୦% ପେଟ୍ରୋଲରେ ୨୦% ଇଥାନଲ ମିଶ୍ରଣ କରାଯାଉଥିବାବେଳେ ଆଗାମୀ ଦିନରେ ୧୫% ପେଟ୍ରୋଲରେ ୮୫% ଇଥାନଲ ମିଶ୍ରଣ…

ଭାଜପା ଆଗରେ ରହିବା ପୂର୍ବାନୁମାନକୁ ଟିଏମ୍‌ସିର ଖଣ୍ଡନ

କୋଲକାତା,୩୦ା୪: ପଶ୍ଚିମବଙ୍ଗ ନିର୍ବାଚନରେ ଭାଜପା ଆଗରେ ରହିବ ବୋଲି ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ ପୂର୍ବାନୁମାନ କରିଥିବାବେଳେ ଟିଏମ୍‌ସି ରାଜ୍ୟ ସଭା ସଦସ୍ୟ ଡେରେକ୍‌ ଓ’ବ୍ରାଏନ୍‌ ଏହାକୁ ଖଣ୍ଡନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri