Posted inଜାତୀୟ

ଟୁଥ୍‌ପିକ୍‌ରେ ଭୋଟିଂ, ପିପିଇ କିଟ୍‌ରେ ପୋଲିଂ ଅଫିସର: ଏଭଳି ହୋଇପାରେ ବିହାର ବିଧାନସଭା ନିର୍ବାଚନ

ପାଟନା,୨୪।୭: କରୋନା ଭାଇରସ୍‌ ସଂକ୍ରମଣ ସଙ୍କଟ ମଧ୍ୟରେ ବିଧାନସଭା ନିର୍ବାଚନ ଠିକ୍‌ ସମୟରେ କରିବାକୁ ନେଇ ନିର୍ବାଚନ ଆୟୋଗର ମନ୍ଥନ ଜାରି ରହିଛି। ଏଭଳି ସ୍ଥିତିରେ ବ୍ୟାପକ ବିଚାର ବିମର୍ଷ କରି ନିର୍ବାଚନ ଆୟୋଗ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ବିହାରରେ ପ୍ରଚାର ପଦ୍ଧତି ସମ୍ବନ୍ଧରେ ଏକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛନ୍ତି। ଏନେଇ ଏକ ଚିଠିକୁ ନିର୍ବାଚନ ଆୟୋଗ ବିହାରର ପ୍ରମୁଖ ରାଜନୈତିକ ଦଳକୁ ପଠାଇଛନ୍ତି ଓ ସେମାନଙ୍କଠାରୁ ପରାମର୍ଶ ମଧ୍ୟ ଲୋଡିଛନ୍ତି। ଶକୁବ୍ରାର ନିର୍ବାଚନ ଆୟୋଗର ସଚିବ ଏନ୍‌.ଟି. ଭୁଟିଆ ଏକ ଚିଠି ଜାରି କରିଛନ୍ତି। ଯେଉଁଥିରେ ଜୁଲାଇ ୩୧ ପର୍ଯ୍ୟନ୍ତ ସମସ୍ତ ରାଜନୈତିକ ଦଳକୁ ଏନେଇ ପରାମର୍ଶ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଯାହା ଦ୍ୱରା ନିର୍ବାଚନ ଆୟୋଗ ଏହା ଉପରେ ନିର୍ଦ୍ଦେଶାବଳୀ ଜାରି କରିପାରିବେ। ତେବେ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀଗୁଡ଼ିକ ଅନୁସାରେ ନିର୍ବାଚନରେ ପ୍ରଚାର କିମ୍ବା ବୈଠକ ସମୟରେ ସମସ୍ତ ବ୍ୟକ୍ତି ମାସ୍କ ପିନ୍ଧିବା ଜରୁରୀ। ଏଥିସହ ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ରାଲି ଉପରେ ପ୍ରତିବନ୍ଧକ ଲଗାଯାଇଛି। ସେହିପରି ନିର୍ବାଚନର ସାଧାରଣ ସଭା ଓ ସଭାଗୁଡ଼ିକରେ ଥର୍ମାଲ ସ୍କ୍ରିନିଂ ଏବଂ ସାନିଟାଇଜେଶନର ବ୍ୟବସ୍ଥା ରହିିବ। ମତଦାନ ବୁଥରେ ଭୋଟରଙ୍କ ସଂଖ୍ୟା ହ୍ରାସ କରିବାକୁ ପଡ଼ିବ। ଯାହାଦ୍ୱାରା ଭୋଟ ସମୟରେ ଅଧିକ ଭିଡ଼ ଏକାଠି ହୋଇପାରିବ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରତ୍ୟେକ ବୁଥରେ ନିର୍ବାଚନ ଅଧିକାରୀଙ୍କୁ ପିପିଇ କିଟ ପ୍ରଦାନ କରାଯିବା ସହ ଇଭିଏମ ମେସିନରେ ବଟନ କ୍ଲିକ୍‌ କରିବା ପାଇଁ ଟୁଥ୍‌ପିକ ଓ ଗ୍ଲୋଭସ ବ୍ୟବହାର କରାଯିବ। ସେହଭଳି ଥର୍ମାଲ ସ୍କ୍ରିନିଂ ଉପରେ ମଧ୍ୟ ନିର୍ବାଚନ ଆୟୋଗ ବିଚାର କରୁଥିବା ଜଣାପଡ଼ିଛି। ସୂଚନା ମୁତାବକ ବର୍ତ୍ତମାନ ବିହାର ଦ୍ୱିଗୁଣ ସମସ୍ୟାର ସମ୍ମୁଖୀନ ହୋଇଛି। ଗୋଟିଏ ପଟେ କରୋନା ସଂକ୍ରମଣର ବୃଦ୍ଧି ହେତୁ ବିହାର ଏକ ନୂତନ ହଟସ୍ପଟରେ ପରିଣତ ହୋଇଥିବା ବେଳେ ଅନ୍ୟପଟେ ବନ୍ୟା ପରିସ୍ଥିତି ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ନଷ୍ଟ କରିଦେଇଛି। ଏଭଳି ପରିସ୍ଥିତିରେ ନିର୍ବାଚନ ଆୟୋଗଙ୍କ ସମ୍ମୁଖରେ ବିହାର ନିର୍ବାଚନ କରିବା ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଏସ୍‌ଇବିସି ପାଇଁ କମିଶନ ଗଢ଼ିଲେ ସରକାର

ଭୁବନେଶ୍ୱର, ୮।୧୦(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥାଗୁଡିକରେ(ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ…

ବିଭାଜିତ ରାୟ ପ୍ରତ୍ୟାହାର ଆବେଦନର ପୁନର୍ବିଚାର କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮ା୧୦(ପି.ଟି.): ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଏବଂ ନିର୍ବାଚନ କମିଶନର (ଇସି) ନିଯୁକ୍ତି ପାଇଁ ଅଣାଯାଇଥିବା ୨୦୨୩ ଆଇନକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକୁ ବୃହତ୍ତର ସାମ୍ବିଧାନିକ ପୀଠକୁ…

ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଲଢ଼େଇ ଜାରି ରହିବ

ନୂଆଦିଲ୍ଲୀ,୮୧୦ ମୁଖ୍ୟ ନିର୍ବାଚନ କମିଶନର(ସିଇସି)ଙ୍କ ବିରୋଧରେ କକ୍‌ରୋଚ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପର୍ଯ୍ୟନ୍ତ ଜାରି ରହିବ। ଏପରିକି ସିଇସି ଜ୍ଞାନେଶ କୁମାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?