Posted inଫୁରସତ

କାହିଁକି ମଣିଷ ରକ୍ତ ପିଅନ୍ତି ମଶା… କାରଣ ଜାଣି ଚକିତ ହେଲେ ବୈଜ୍ଞାନିକ

ଆପଣ ଜାଣନ୍ତି କି ମଶା ଆପଣଙ୍କ ରକ୍ତକୁ କାହିଁକି ଶୋଷନ୍ତି? ସେମାନେ କିପରି ରକ୍ତ ପିଇବାର ଅଭ୍ୟାସରେ ପଡ଼ିଲେ? ହୁଏତ ନା। ଏବେ ବୈଜ୍ଞାନିକମାନେ ଏହାର ଉତ୍ତର ପାଇଛନ୍ତି। ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଦୁନିଆ ଆରମ୍ଭ ହେବା ସମୟରେ ମଶାମାନଙ୍କର ରକ୍ତ ପିଇବାର ଅଭ୍ୟାସ ନ ଥିଲା। ଧୀରେ ଧୀରେ ଏହା ପରିବର୍ତ୍ତନହୋଇଛି।

ମଶାମାନେ ପ୍ରଥମେ ଶୁଖିଲା ସ୍ଥାନରେ ରହୁଥିଲେ। ଏଣୁ ଯେତେବେଳେ ବି ପାଗ ଶୁଖିଲା ଥାଏ ସେତେବେଳେ ମଶାମାନେ ସେମାନଙ୍କର ପ୍ରଜନନ ପାଇଁ ଜଳ ପାଇ ନ ଥିଲେ। ଫଳରେ ସେମାନେ ମଣିଷ କିମ୍ବା ପଶୁମାନଙ୍କର ରକ୍ତ ପିଇବା ଆରମ୍ଭ କରିଥିଲେ।

ନିଉ ଜର୍ସିର ପ୍ରିନ୍ସଟନ ୟୁନିଭରସିଟିର ବୈଜ୍ଞାନିକମାନେ ଆଫ୍ରିକାର ଏଡିସ୍‌ ଏଜିପ୍ଟି ମଶାଙ୍କ ଉପରେ ଅଧ୍ୟୟନ କରିଥିଲେ। ଏମାନେ ସେହି ମଶା, ଯାହା ପାଇଁ ଜିକା ଭାଇରସ୍‌ ବ୍ୟାପିଥାଏ। ଏପରିକି ଏହି ମଶାଙ୍କ କାରଣରୁ ଡେଙ୍ଗୁ ଏବଂ ହଳଦିଆକାମଳ ମଧ୍ୟ ହୋଇଥାଏ। ତେବେ ନ୍ୟୁ ସାଇଣ୍ଟିଷ୍ଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଆଫ୍ରିକାର ମଶାମାନଙ୍କ ମଧ୍ୟରେ ଅନେକ ପ୍ରଜାତିର ଏଡିସ ଏଜିପ୍ଟି ମଶା ଅଛନ୍ତି। ହେଲେ ସବୁ ପ୍ରଜାତିର ମଶା ରକ୍ତ ପିଅନ୍ତି ନାହିଁ। ସେମାନେ ଅନ୍ୟ ଜିନିଷ ଖାଇପିଇ ବଞ୍ଚିଥାନ୍ତି ।

ପ୍ରିନ୍ସଟନ ୟୁନିଭରସିଟିର ଗବେଷକ ନେଆହ ରୋଜ କହିଛନ୍ତି, ଏପର୍ଯ୍ୟନ୍ତ କେହି ବିଭିନ୍ନ ପ୍ରଜାତି ମଶାର ଖାଦ୍ୟବେୟ ଉପରେ ଅଧ୍ୟୟନ କରିନାହାନ୍ତି। ଆଫ୍ରିକାର ସବ-ସହାରନ୍‌ ଅଞ୍ଚଳର ୨୭ଟି ସ୍ଥାନରୁ ଆମେ ଏଡିସ ଏଜିପ୍ଟି ମଶା ଅଣ୍ଡା ନେଇଥିଲୁ। ଆମେ ଏହି ଅଣ୍ଡା ଫୁଟି ମଶା ହେବାକୁ ଦେଇଥିଲେ। ପରେ ସେମାନଙ୍କୁ ଲ୍ୟାବରେ ବନ୍ଦ କୋଠରୀରେ ଥିବା ମଣିଷ, ଅନ୍ୟ ଜୀବ, ଗିନି ଘୁଷୁରୀ ଉପରେ ଛାଡିଦେଇଥିଲେ। ଯାହାଦ୍ୱାରା ସେମାନଙ୍କର ରକ୍ତ ପିଇବାର ପଦ୍ଧତି ବୁଝାଯାଇପାରିବ। ହେଲେ ଶେଷରେ ବିଭିନ୍ନ ପ୍ରଜାତିର ଏଡ୍ସ ଏଜିପ୍ଟି ମଶାର ଖାଦ୍ୟ ସମ୍ପୂର୍ଣ୍ଣ ଭିନ୍ନ ବାହାରିଲା।

ନେଆହ କହିଛନ୍ତି, ସମସ୍ତ ମଶା ରକ୍ତ ପିଉଛନ୍ତି ବୋଲି କୁହାଯାଉଥିବା କଥା ଭୁଲ ପ୍ରମାଣିତ ହୋଇଛି। ଯେଉଁଠାରେ ଅଧିକ ମରୁଡ଼ି କିମ୍ବା ଉତ୍ତାପ ଅଛି ନଚେତ ଜଳ କମ ଅଛି, ସେଠାରେ ପ୍ରଜନନ ପାଇଁ ମଶା ଆର୍ଦ୍ରତା ଆବଶ୍ୟକ କରନ୍ତି। ଜଳର ଅଭାବକୁ ପୂରଣ କରିବା ପାଇଁ ମଶାମାନେ ମଣିଷ ଏବଂ ଅନ୍ୟ ଜୀବମାନଙ୍କର ରକ୍ତ ପିଇବା ଆରମ୍ଭ କରିଦିଅନ୍ତି।

ଏହି ପରିବର୍ତ୍ତନ ଅନେକ ହଜାର ବର୍ଷ ମଧ୍ୟରେ ମଶା ଭିତରେ ଆସିଛି। ଏଡିସ ଏଜିପ୍ଟି ମଶାମାନଙ୍କ ବିଷୟରେ ବିଶେଷ କଥା ହେଲା ଯେ ବଢ଼ୁଥିବା ସହର ହେତୁ ସେମାନେ ଜଳାଭାବର ସମ୍ମୁଖୀନ ହୋଇଥିଲେ। ପରେ ସେମାନେ ମଣିଷ ରକ୍ତ ପିଇବା ଆବଶ୍ୟକ କଲେ।

କିନ୍ତୁ, ଯେଉଁଠାରେ ମଣିଷ ଜଳ ସଂରକ୍ଷଣ କରେ, ସେଠାରେ ଆନାଫେଲ୍ସ ମଶା (ମ୍ୟାଲେରିଆ) ପାଇଁ କୌଣସି ଅସୁବିଧା ହୁଏନାହିଁ। ସେମାନେ କୁଲର୍‌, ହାଣ୍ଡି ଏବଂ ଶଯ୍ୟା ପରି ସ୍ଥାନରେ ପ୍ରଜନନ କରନ୍ତି। କିନ୍ତୁ ଜଳର ଅଭାବ ହେବା ମାତ୍ରେ ସେମାନେ ତୁରନ୍ତ ମଣିଷ କିମ୍ବା ଅନ୍ୟ ଜୀବମାନଙ୍କ ରକ୍ତ ପିଇବା ପାଇଁ ଚାଲି ଆସନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ଯୋଡ଼ି ଅପହରଣ କରି ନେଇଥିଲେ, ଭୁବନେଶ୍ୱରରୁ ନାବାଳିକାଙ୍କୁ ଉଦ୍ଧାର, ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ କେ.ନୂଆଗାଁ ଥାନାରେ ଅଭିଯୋଗ…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

ବଙ୍ଗୋପସାଗରରେ ହେଲାଣି ହଲଚଲ; ଓଡ଼ିଶାରେ ଆସିବ ବଡ଼ ଭୂମିକମ୍ପ! ଥରିବ ଏସବୁ ଜିଲା…

ଭୁବନେଶ୍ୱର, ୨୦।୮: ସମ୍ପ୍ରତି ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ନିକଟ ଭବିଷ୍ୟତରେ ଭୂକମ୍ପ ଆସିବାର ସମ୍ଭାବନା ନେଇ ଭୂବିଜ୍ଞାନୀ ଏବଂ ବିଶେଷଜ୍ଞମାନେ ସତର୍କତା ଜାରି କରିଛନ୍ତି। ପୃଥିବୀ…

କିଭ୍‌ରେ ବଡ଼ଧରଣର ଆକ୍ରମଣ: ୧୬ ମୃତ, ଜେଲେନସ୍କି କହିଲେ…

କିଭ୍‌, ୨୦।୮: ରୁଷିଆ ଗୁରୁବାର ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୀଷଣ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଘଣ୍ଟା ଘଣ୍ଟା ଧରି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜେଲ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣା ବୃଦ୍ଧି

ଭୁବନେଶ୍ୱର,୨୦।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଜେଲ କର୍ମଚାରୀ ଏବଂ ଅଧିକାରୀଙ୍କ ବାର୍ଷିକ ପୋଷାକ ଭତ୍ତାକୁ ୨ ଗୁଣା ବୃଦ୍ଧି…

ଅସହାୟ ପରିବାରର କରୁଣ କାହାଣୀ: ବାପାଙ୍କ ଦଶାହ କାର୍ଯ୍ୟ ପାଇଁ ଭିକ୍ଷା ମାଗୁଛନ୍ତି ଦୁଇ ଝିଅ-ପୁଅ

ଦିଗପହଣ୍ଡି,୨୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା (୪୯)ଙ୍କ ଗତ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଛି।…

ଏହି ଜିଲାରେ ବନ୍ଦ ରହିବ ୨୦୫ ସ୍କୁଲ, ୨୬୫ ଅଙ୍ଗନୱାଡି କେନ୍ଦ୍ର, ଜାଣନ୍ତୁ

ଭଦ୍ରକ,୨୦।୮(ସନାତନ ରାଉତ): ଭଦ୍ରକ ଜିଲାରେ ଜାରି ରହିଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଶୁକ୍ରବାର ୪ ବ୍ଲକର ୨୦୫ ସ୍କୁଲ ଓ ୨୬୫ ଅଙ୍ଗନୱାଡି କେନ୍ଦ୍ର ବନ୍ଦ…

ଭଷ୍ମାରେ ଭୟାବହ ସଡ଼କ ଦୁର୍ଘଟଣା: ଟ୍ରଲର ଚକା ତଳେ ଚାଲିଗଲା ମହିଳାଙ୍କ ସମେତ ୨ ଶିଶୁଙ୍କ ଜୀବନ

ସୁନ୍ଦରଗଡ଼,୨୦।୮(ଜୟ ନାରାୟଣ ମେଣ୍ଡୁଳି): ରାଉରକେଲା-ସମ୍ବଲପୁର ବିଜୁ ଏକ୍ସପ୍ରେସ୍‌ୱେ’ର ସୁନ୍ଦରଗଡ଼ ଜିଲା ଭଷ୍ମା ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri