Posted inଫୁରସତ

କାହିଁକି ମଣିଷ ରକ୍ତ ପିଅନ୍ତି ମଶା… କାରଣ ଜାଣି ଚକିତ ହେଲେ ବୈଜ୍ଞାନିକ

ଆପଣ ଜାଣନ୍ତି କି ମଶା ଆପଣଙ୍କ ରକ୍ତକୁ କାହିଁକି ଶୋଷନ୍ତି? ସେମାନେ କିପରି ରକ୍ତ ପିଇବାର ଅଭ୍ୟାସରେ ପଡ଼ିଲେ? ହୁଏତ ନା। ଏବେ ବୈଜ୍ଞାନିକମାନେ ଏହାର ଉତ୍ତର ପାଇଛନ୍ତି। ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଦୁନିଆ ଆରମ୍ଭ ହେବା ସମୟରେ ମଶାମାନଙ୍କର ରକ୍ତ ପିଇବାର ଅଭ୍ୟାସ ନ ଥିଲା। ଧୀରେ ଧୀରେ ଏହା ପରିବର୍ତ୍ତନହୋଇଛି।

ମଶାମାନେ ପ୍ରଥମେ ଶୁଖିଲା ସ୍ଥାନରେ ରହୁଥିଲେ। ଏଣୁ ଯେତେବେଳେ ବି ପାଗ ଶୁଖିଲା ଥାଏ ସେତେବେଳେ ମଶାମାନେ ସେମାନଙ୍କର ପ୍ରଜନନ ପାଇଁ ଜଳ ପାଇ ନ ଥିଲେ। ଫଳରେ ସେମାନେ ମଣିଷ କିମ୍ବା ପଶୁମାନଙ୍କର ରକ୍ତ ପିଇବା ଆରମ୍ଭ କରିଥିଲେ।

ନିଉ ଜର୍ସିର ପ୍ରିନ୍ସଟନ ୟୁନିଭରସିଟିର ବୈଜ୍ଞାନିକମାନେ ଆଫ୍ରିକାର ଏଡିସ୍‌ ଏଜିପ୍ଟି ମଶାଙ୍କ ଉପରେ ଅଧ୍ୟୟନ କରିଥିଲେ। ଏମାନେ ସେହି ମଶା, ଯାହା ପାଇଁ ଜିକା ଭାଇରସ୍‌ ବ୍ୟାପିଥାଏ। ଏପରିକି ଏହି ମଶାଙ୍କ କାରଣରୁ ଡେଙ୍ଗୁ ଏବଂ ହଳଦିଆକାମଳ ମଧ୍ୟ ହୋଇଥାଏ। ତେବେ ନ୍ୟୁ ସାଇଣ୍ଟିଷ୍ଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଆଫ୍ରିକାର ମଶାମାନଙ୍କ ମଧ୍ୟରେ ଅନେକ ପ୍ରଜାତିର ଏଡିସ ଏଜିପ୍ଟି ମଶା ଅଛନ୍ତି। ହେଲେ ସବୁ ପ୍ରଜାତିର ମଶା ରକ୍ତ ପିଅନ୍ତି ନାହିଁ। ସେମାନେ ଅନ୍ୟ ଜିନିଷ ଖାଇପିଇ ବଞ୍ଚିଥାନ୍ତି ।

ପ୍ରିନ୍ସଟନ ୟୁନିଭରସିଟିର ଗବେଷକ ନେଆହ ରୋଜ କହିଛନ୍ତି, ଏପର୍ଯ୍ୟନ୍ତ କେହି ବିଭିନ୍ନ ପ୍ରଜାତି ମଶାର ଖାଦ୍ୟବେୟ ଉପରେ ଅଧ୍ୟୟନ କରିନାହାନ୍ତି। ଆଫ୍ରିକାର ସବ-ସହାରନ୍‌ ଅଞ୍ଚଳର ୨୭ଟି ସ୍ଥାନରୁ ଆମେ ଏଡିସ ଏଜିପ୍ଟି ମଶା ଅଣ୍ଡା ନେଇଥିଲୁ। ଆମେ ଏହି ଅଣ୍ଡା ଫୁଟି ମଶା ହେବାକୁ ଦେଇଥିଲେ। ପରେ ସେମାନଙ୍କୁ ଲ୍ୟାବରେ ବନ୍ଦ କୋଠରୀରେ ଥିବା ମଣିଷ, ଅନ୍ୟ ଜୀବ, ଗିନି ଘୁଷୁରୀ ଉପରେ ଛାଡିଦେଇଥିଲେ। ଯାହାଦ୍ୱାରା ସେମାନଙ୍କର ରକ୍ତ ପିଇବାର ପଦ୍ଧତି ବୁଝାଯାଇପାରିବ। ହେଲେ ଶେଷରେ ବିଭିନ୍ନ ପ୍ରଜାତିର ଏଡ୍ସ ଏଜିପ୍ଟି ମଶାର ଖାଦ୍ୟ ସମ୍ପୂର୍ଣ୍ଣ ଭିନ୍ନ ବାହାରିଲା।

ନେଆହ କହିଛନ୍ତି, ସମସ୍ତ ମଶା ରକ୍ତ ପିଉଛନ୍ତି ବୋଲି କୁହାଯାଉଥିବା କଥା ଭୁଲ ପ୍ରମାଣିତ ହୋଇଛି। ଯେଉଁଠାରେ ଅଧିକ ମରୁଡ଼ି କିମ୍ବା ଉତ୍ତାପ ଅଛି ନଚେତ ଜଳ କମ ଅଛି, ସେଠାରେ ପ୍ରଜନନ ପାଇଁ ମଶା ଆର୍ଦ୍ରତା ଆବଶ୍ୟକ କରନ୍ତି। ଜଳର ଅଭାବକୁ ପୂରଣ କରିବା ପାଇଁ ମଶାମାନେ ମଣିଷ ଏବଂ ଅନ୍ୟ ଜୀବମାନଙ୍କର ରକ୍ତ ପିଇବା ଆରମ୍ଭ କରିଦିଅନ୍ତି।

ଏହି ପରିବର୍ତ୍ତନ ଅନେକ ହଜାର ବର୍ଷ ମଧ୍ୟରେ ମଶା ଭିତରେ ଆସିଛି। ଏଡିସ ଏଜିପ୍ଟି ମଶାମାନଙ୍କ ବିଷୟରେ ବିଶେଷ କଥା ହେଲା ଯେ ବଢ଼ୁଥିବା ସହର ହେତୁ ସେମାନେ ଜଳାଭାବର ସମ୍ମୁଖୀନ ହୋଇଥିଲେ। ପରେ ସେମାନେ ମଣିଷ ରକ୍ତ ପିଇବା ଆବଶ୍ୟକ କଲେ।

କିନ୍ତୁ, ଯେଉଁଠାରେ ମଣିଷ ଜଳ ସଂରକ୍ଷଣ କରେ, ସେଠାରେ ଆନାଫେଲ୍ସ ମଶା (ମ୍ୟାଲେରିଆ) ପାଇଁ କୌଣସି ଅସୁବିଧା ହୁଏନାହିଁ। ସେମାନେ କୁଲର୍‌, ହାଣ୍ଡି ଏବଂ ଶଯ୍ୟା ପରି ସ୍ଥାନରେ ପ୍ରଜନନ କରନ୍ତି। କିନ୍ତୁ ଜଳର ଅଭାବ ହେବା ମାତ୍ରେ ସେମାନେ ତୁରନ୍ତ ମଣିଷ କିମ୍ବା ଅନ୍ୟ ଜୀବମାନଙ୍କ ରକ୍ତ ପିଇବା ପାଇଁ ଚାଲି ଆସନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri